ଅପରାଧ | ଉପକୂଳ ଓଡିଶା

ଦିବ୍ୟାଙ୍ଗ ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଫେରାର

ଦିବ୍ୟାଙ୍ଗ ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଫେରାର
ବିରଜାକ୍ଷେତ୍ର,୯।୮(ଡି.ଏନ୍‌.ଏ.)- ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତ ବେରୁଦା ଗ୍ରାମର ଜନୈକ ଆଦିବାସୀ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବକ ଶରୀରିକ ସମ୍ପର୍କ ରକ୍ଷା କରିଥିଲେ। ତେବେ ଯୁବତୀ ଜଣକ ୫ମାସର ଗର୍ଭବତୀ ହେବା ଜାଣିବା ପରେ ଯୁବକ ଜଣକ ଫେରାର ହୋଇଯାଇଛନ୍ତି। ଫେରାର ଯୁବକ ଜଣକ ହେଉଛନ୍ତି ବେରୁଦା ଗ୍ରାମର ପୁତୁଲ ମୁଣ୍ଡା। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଯୁବତୀ ଜଣକ କଥା କହିପାରୁ ନ ଥିବାରୁ ଏହାର ସୁଯୋଗ ନେଇ ପୁତୁଲ ତାଙ୍କୁ ଦୀର୍ଘ ୫ମାସ ତଳେ ବଳାତ୍କାର କରିଥିଲା। ଏବେ ଯୁବତୀ ଜଣକ ଗର୍ଭବତୀ ହେବାରୁ ସମସ୍ତ ବିଷୟ ପଦାକୁ ଆସିଥିଲା। ଗ୍ରାମର ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗରେ ଘଟଣାକୁ ଆପୋଷ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। ଉଭୟ ଗୋଟିଏ ସମ୍ପ୍ରଦାୟର ହୋଇଥିବାରୁ ପରିବାର ପକ୍ଷରୁ ମଧ୍ୟ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ପରେ ଯୁବତୀଙ୍କ ପରିବାର ପକ୍ଷରୁ ମଙ୍ଗଳବାର ରାତିରେ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ କରିଥିଲେ ମଧ୍ୟ ଅଭିଯୁକ୍ତ ଫେରାର ଅଛନ୍ତି।
All Right Reserved By

ଅପରାଧ | ଉପକୂଳ ଓଡିଶା

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ତିହିଡ଼ି,୨୦।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବିଲଣା ପଞ୍ଚାୟତ ବିଲଣା ବାସନ୍ତୀନଗର ଗ୍ରାମ ନିକଟସ୍ଥ ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ତିହିଡ଼ି ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ହେଲେ ବିଲଣା ବାସନ୍ତୀନଗରର ବିମଳ ବାରିକ(୪୦)। 

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ:  ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ: ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ବଲାଙ୍ଗୀର ଅଫିସ/ଟିଟିଲାଗଡ, ୨୦।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସିନ୍ଧେକେଲା ନିକଟ ଉନ୍ଦେର ନଦୀ ପଠାରୁ ନିଖୋଜ ବାଳକର ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। 

ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କୋରାପୁଟ, ୨୦।୧୦(ସ୍ବ.ପ୍ର)-କୋରାପୁଟ ଜିଲାରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବୃନ୍ଦାବନ କୁଲଦୀପ ଓ ଧନ ହରିଜନ ।
ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ଗୋଟିଏ ଅଟୋ ଯୋଗେ ଡୁମୁରିପୁଟ ହାଟକୁ ଦଶମନ୍ତପୁର ବ୍ଲକ ଆଡମଣ୍ଡା ମାଲକାନଗିରି ଗ୍ରାମର ବୃନ୍ଦାବନ କୁଲଦୀପ(୩୫) ଛେଳି ବିକିବାକୁ ଯାଉଥିଲେ। ଡୁମୁରିପୁଟଠାରେ ସେ ଅଟୋରୁ ଓହ୍ଲାଇବା ବେଳେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା ।ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବାକୁ ଥିବାବେଳେ ଆମ୍ବୁଲାନ୍ସ ନ ମିଳିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ପୋଲିସ ପକ୍ଷରୁ ମାମଲା ରୁଜୁ

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ପୋଲିସ ପକ୍ଷରୁ ମାମଲା ରୁଜୁ

ଯାଜପୁର ରୋଡ,୨୦।୧୦(ନି.ପ୍ର.)- ଯାଜପୁର ଜିଲା ବ୍ୟାସନଗର ପୌରପରିଷଦର ଏକ ଦୁର୍ଗାମଣ୍ଡପ ନିକଟରେ ଜନୈକା ନାବାଳିକାଙ୍କୁ ଜଣେ ଗୁପ୍‌ଚୁପ୍‌ ବିକାଳୀ ବଳାତ୍କାର ଉଦ୍ୟମ କରି ଗିରଫ ହୋଇଥିବା ଜଣାପଡ଼ିଛି। 

ରାଜନଅର ଛକ ଗୁଳିକାଣ୍ଡ ଘଟଣା:  ମୋଟ ୬ ଅଭିଯୁକ୍ତ ଗିରଫ

ରାଜନଅର ଛକ ଗୁଳିକାଣ୍ଡ ଘଟଣା: ମୋଟ ୬ ଅଭିଯୁକ୍ତ ଗିରଫ

ଜୟପୁର,୨୦।୧୦(ନି.ପ୍ର.)-କୋରାପୁଟ ଜିଲା ଜୟପୁର ସହରର ରାଜନଅର ଛକରେ ଗତ ୨୫ତାରିଖ ଗୁଳିକାଣ୍ଡ ଘଟଣାରେ ପୋଲିସ ମୁଖ୍ୟ ଅପରାଧୀ ବିକାଶ ପାତ୍ରଙ୍କୁ ଧରିବାରେ ବିଫଳ ହୋଇଥିବାବେଳେ ମୋଟ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି।

ସ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣା: ସ୍ବାମୀ ଗିରଫ

ସ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣା: ସ୍ବାମୀ ଗିରଫ

ଯାଜପୁର ରୋଡ, ୨୦।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ରାଛିପୁର ଗ୍ରାମରେ ସ୍ତ୍ରୀଙ୍କ ହତ୍ୟା ଅଭିଯୋଗରେ ସ୍ବାମୀ ସମୀର ରାଉତଙ୍କୁ ପୋଲିସ ଶନିବାର ଗିରଫ କରିଛି। 

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ନୂଆ କୁଆଳୋ ଗ୍ରାମରେ ଶୁକ୍ରବାର ସାରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଚନ୍ଦନ ବେହେରା।

ପ୍ରେମ ବ୍ୟାପାରରୁ  ହତ୍ୟା ସନ୍ଦେହ, ଯୁବକଙ୍କ ମୃତଦେହ ଉଦ୍ଧାର

ପ୍ରେମ ବ୍ୟାପାରରୁ ହତ୍ୟା ସନ୍ଦେହ, ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୨୦।୧୦: ଗଞ୍ଜାମ ଜିଲା ଗୋଷାଣୀନୂଆଗାଁ ଥାନାଞ୍ଚଳ ହଳଦିଆପଦର ରେଲୱେ ଫ୍ଲାଏଓଭର ବ୍ରିଜ ନିକଟରେ ଥିବା ଏକ ନାଳରୁ ଶୁକ୍ରବାର ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକହେଲେ ବଡବଜାର ଥାନା ଅଧୀନ ଧାନମେରା ସାହିର ସୋନୁ ଘଡେଇ ଓରଫ ଯଦୁ ।

ଦୁଇ ବନ୍ଧୁକ ବେପାରୀ ଗିରଫ

ଦୁଇ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର,୧୯।୧୦- ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଞ୍ଚଳରୁ ଶୁକ୍ରବାର ଦୁଇ ବନ୍ଧୁକ ବେପାରୀ ଗିରଫ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, କୌଣସି ସୂତ୍ରରୁ କ୍ୟୁଏଟି ଖବର ପାଇ ତମାଣ୍ଡୋରେ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ତେଲକୋଇ,୧୯।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ଧନୁର୍ଯୟପୁର ଜୁଆଙ୍ଗ ବସ୍ତିରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘରୋଇ କଳିକୁ କେନ୍ଦ୍ରକରି ସ୍ବାମୀ ସୁକୁରା ଜୁଆଙ୍ଗ(୩୮)ଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁବାରୀ(୩୫)ଙ୍କ ମୃତ୍ୟୁ ଘଟିଛି। 

୨ ଗୋଷ୍ଠୀ ମୁହାଁମୁହିଁ, ୨ ଆହତ

୨ ଗୋଷ୍ଠୀ ମୁହାଁମୁହିଁ, ୨ ଆହତ

ଭଞ୍ଜନଗର,୧୯।୧୦(ଡି.ଏନ୍‌.ଏ.): ଭଞ୍ଜନଗର ଅଗ୍ନିଶମ କେନ୍ଦ୍ର ନିକଟରେ ଗୁରୁବାର ରାତିରେ କୌଣସି କାରଣକୁ ନେଇ ଗୋଟିଏ ଗୋଷ୍ଠୀର ଯୁବକମାନେ ଜଣେ ଯୁବକଙ୍କୁ ଆକ୍ରମଣ  କରିଥିଲେ।

୨୪ଦିନ ପରେ ଲୁଟ୍‌ର ସୁରାକ ପାଇଲା ପୋଲିସ

୨୪ଦିନ ପରେ ଲୁଟ୍‌ର ସୁରାକ ପାଇଲା ପୋଲିସ

ଭଦ୍ରକ ଅଫିସ, ୧୯।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା  କୂଆପଡ଼ା ନିକଟରୁ ଗତ ୨୪ତାରିଖରେ ୩୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାରେ ବ୍ୟବହୃତ ହୋଇଥିବା କଳା ପଲସର ଗାଡିକୁ ପୋଲିସ ଗୁରୁବାର ସନ୍ଧ୍ୟାରେ ଦଇସିଂର ଭାସ୍କର ସାହୁଙ୍କ ଛଣ  ଗଦା ଭିତରୁ ଜବତ  କରିଛି l