ଜୀବନଚର୍ଯ୍ୟା |

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ରସ
ସକାଳେ ଅଧାକପ ବନ୍ଧାକୋବି ରସ ପିଇଲେ ଅନେକ ଉପକାର ମିଳେ। ନିୟମିତ ଅଭ୍ୟାସ କରି ଏପରି କଲେ ମିଳିଥାଏ ଅନେକ ସୁଫଳ। ଏହା ହାର୍ଟ ଆଟାକ୍‌ରୁ ଦୂରେଇ ରଖିଥାଏ ବୋଲି ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ବନ୍ଧାକୋବି ରସରେ ଭିଟାମିନ୍‌ କେ, ଭିଟାମିନ୍‌ ସି, ଭିଟାମିନ୍‌ ବି-୬, କ୍ୟାଲସିୟମ, ଆଇରନ୍‌, ଜିଙ୍କ , ସୋଡିୟମ ଆଦି ବହୁ ପୋଷକ ତତ୍ତ୍ୱ ରହିଛି। ନିୟମିତ ଭାବେ ବନ୍ଧାକୋବି ଖାଇଲେ ମୋଟାପଣ, ଡାଏବେଟିସ ମଧ୍ୟ ମୁକ୍ତି ମିଳେ । ବନ୍ଧାକେବିରେ ପ୍ରଚୁର ପରିମାଣରେ ସଲଫର ଥିବାରୁ ଏହା କ୍ୟାନସରକୁ ମଧ୍ୟ ଦୂର କରିପାରେ। କିନ୍ତୁ ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ନିର୍ଦ୍ଦିଷ୍ଟ ମାତ୍ରାରେ ସେବନ କରିବା ଆବଶ୍ୟକ। ନିୟମିତ ଭାବେ ଦରସିଝା ବନ୍ଧାକୋବି ଖାଇଲେ ରକ୍ତଚାପ ଓ ହୃଦରୋଗକୁ ମଧ୍ୟ ନିୟନ୍ତ୍ରଣ କରିହେବ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।
All Right Reserved By

ଜୀବନଚର୍ଯ୍ୟା |

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ହାନିକାରକ

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ହାନିକାରକ

ବର୍ତ୍ତମାନ ମଣିଷ ସମାଜ ପ୍ରତିଟି ଛୋଟବଡ଼ କାର୍ଯ୍ୟ ଲାଗି ପ୍ଲାଷ୍ଟିକ୍‌ ଉପରେ ଏତେ ନିର୍ଭରଶୀଳ ଯେ, ଏହା ବିନା କିଛି କଳ୍ପନା କରିବା ଯେପରି ଅସମ୍ଭବ ମନେହେଉଛି।   ଉଦାହରଣ ସ୍ବରୂପ ଆମେ ପ୍ଲାଷ୍ଟିକ୍‌ ପାଣିବୋତଲକୁ ନେଇପାରିବା।  ଏହାର ଚାହିଦା ଯେ କେତେ ବେଶି ତାହା କେବଳ କହିବା ବାହୁଲ୍ୟ ମାତ୍ର। ହେଲେ, ଏହା ସ୍ବାସ୍ଥ୍ୟ ପ୍ରତି କେତେ ହାନିକାରକ ସେ ଦିଗରେ ସମସ୍ତେ ଅବଗତ ନାହାନ୍ତି। ଜାଣନ୍ତୁ ସେ ସମ୍ପର୍କରେ...

ଭେଲ୍‌ଭେଟ୍‌ ଫ୍ୟାଶନ

ଭେଲ୍‌ଭେଟ୍‌ ଫ୍ୟାଶନ

ଭେଲ୍‌ଭେଟ୍‌ ଏମିତି ଏକ ଫାବ୍ରିକ, ଯାହାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଏହା ଆଉଟ୍‌ଫିଟ୍‌କୁ ରୟାଲ୍‌ ଟଚ୍‌ ଦେଇଥାଏ। କେବଳ ଆଉଟ୍‌ଫିଟ୍‌ କାହିଁକି ଭେଲ୍‌ଭେଟ୍‌ର ଫୁଟ୍‌ଓ୍ବେର୍‌ ତଥା ଫ୍ୟାଶନ ଆସେସରିଜ୍‌ ବି ବେଶ୍‌ ଆକର୍ଷଣୀୟ ଲାଗେ। ତେବେ ଏହି ଭେଲ୍‌ଭେଟ୍‌ ଫ୍ୟାଶନକୁ କେମିତି ଅପ୍‌ଡେଟ୍‌ କରିବେ, ସେ ନେଇ କିଛି ଟିପ୍ସ:

ଧର୍ମସ୍ଥାନ ପାଇଁ ପୋଷାକ ନିୟମ

ଧର୍ମସ୍ଥାନ ପାଇଁ ପୋଷାକ ନିୟମ

ପ୍ରତ୍ୟେକ ଧର୍ମସ୍ଥଳ ପବିତ୍ର। ସେଠି ସମସ୍ତଙ୍କ ମନରେ ଭରି ରହିଥାଏ ଭକ୍ତି ଓ ସମ୍ମାନ। ତେଣୁ ସେଠାକୁ ଗଲାବେଳେ ବେଶଭୂଷା ବି ସେହିଭଳି ଭଦ୍ର ହେବା ଜରୁରୀ ବୋଲି ମନେ କରାଯାଏ। ସେଇଥିପାଇଁ ତ ଅନେକ ଧର୍ମସ୍ଥଳରେ ରହିଛି ବେଶଭୂଷାକୁ ନେଇ ଅନେକ କଟକଣା। 

ଶୁଭ କାମରେ ଯାଉଥିଲେ....

ଶୁଭ କାମରେ ଯାଉଥିଲେ....

ସାଧାରଣତଃ ଦେଖାଯାଏ କୌଣସି ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ ଲୋକେ ଶୁଭ ବେଳା, ଲଗ୍ନ ଆଦି ଉପରେ ବିଶ୍ୱାସ କରିଥାନ୍ତି। ତେବେ ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ କେଉଁ ସବୁ ନିୟମ ଅବଲମ୍ବନ କଲେ ସଫଳତା ପ୍ରାପ୍ତି ହେବାର ବିଶ୍ୱାସ ରହିଛି ସେ ସମ୍ପର୍କରେ....

କ୍ଷୀର ସହ ଖାଆନ୍ତୁନି ଲୁଣ

କ୍ଷୀର ସହ ଖାଆନ୍ତୁନି ଲୁଣ

କ୍ଷୀର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କାରଣ ଏଥିରେ ରହିଛି କ୍ୟାଲସିୟମ, ଭିଟାମିନ୍‌ ଡି ଓ ଫସ୍‌ଫରସ୍‌ ଯାହା ଶରୀର ପାଇଁ ଆବଶ୍ୟକ ହୋଇଥାଏ। ହେଲେ ଏହି କ୍ଷୀର ସହ କିଛି ଜିନିଷ ମିଶାଇ ଖାଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। 

ବାର୍ଦ୍ଧକ୍ୟ ଠାରୁ  ଦୂରେଇ ରହିବାକୁ ଚାହୁଁଛନ୍ତି, ସକାଳେ ପିଅନ୍ତୁ ଅଧାକପ୍‌ ସପୁରୀ ରସ

ବାର୍ଦ୍ଧକ୍ୟ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ସକାଳେ ପିଅନ୍ତୁ ଅଧାକପ୍‌ ସପୁରୀ ରସ

ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି। 

ବିବାହ ପୂର୍ବରୁ ସାଥୀଙ୍କୁ ଏପରି ନିଅନ୍ତୁ ପରଖି

ବିବାହ ପୂର୍ବରୁ ସାଥୀଙ୍କୁ ଏପରି ନିଅନ୍ତୁ ପରଖି

ବିବାହ ଯୁବତୀ ଯୁବକଙ୍କ ପାଇଁ ଜୀବନର ଏକ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ତେଣୁ ବିବାହ ପୂର୍ବରୁ ଜାତକ ମିଳାଇବା ଯେତିକି ଜରୁରୀ ବିଭିନ୍ନ ମେଡିକାଲ ଟେଷ୍ଟ କରାଇନେବା ମଧ୍ୟ ସେତିକି ଜରୁରୀ ।

ପେଟ କମାଇବା ଲାଗି ସକାଳେ କରନ୍ତୁ ଏହି ଓ୍ବାର୍କଆଉଟ

ପେଟ କମାଇବା ଲାଗି ସକାଳେ କରନ୍ତୁ ଏହି ଓ୍ବାର୍କଆଉଟ

ଆଜିକାଲି ମେଦବହୁଳତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅତ୍ୟାଧୁନିକ ଜୀବନଶୈଳୀ ଏବଂ ଅନିୟମିତ ତଥା ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟଗ୍ରହଣ ଏହାର ମୁଖ୍ୟ କାରଣ ବୋଲି ଗବେଷଣାରୁ ଜଣାପଡ଼ିଛି। ଏଥିଲାଗି ମଣିଷ ରୋଗଗ୍ରସ୍ତ ହେବା ସହ ଶରୀରର ଆକାରରେ ପରିବର୍ତ୍ତନ ହେଉଛି। 

ମେଦବହୁଳତାକୁ ଦୁରେଇ ରହିବା ପାଇଁ ସକାଳେ କରନ୍ତୁ ୧୦ ମିନିଟ ଧ୍ୟାନ

ମେଦବହୁଳତାକୁ ଦୁରେଇ ରହିବା ପାଇଁ ସକାଳେ କରନ୍ତୁ ୧୦ ମିନିଟ ଧ୍ୟାନ

ଧ୍ୟାନ ଦ୍ୱାରା ମେଦବହୁଳତା ଦୂର ହୁଏ। ପ୍ରତିଦିନ ଅଭ୍ୟାସ କରି ୧୦ ମିନିଟ ଧ୍ୟାନ କଲେ ମିଳିଥାଏ ସୁଫଳ। 

ପ୍ରାଥମିକ ଉପଚାର

ପ୍ରାଥମିକ ଉପଚାର

କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ଏବଂ ଶାରୀରିକ ଯନ୍ତ୍ରଣା ଅଧିକ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ପେନ୍‌କିଲର୍‌ ଖାଇନେବାର ଅଭ୍ୟାସ ପ୍ରାୟ ଅଧିକାଂଶ ମହିଳାଙ୍କର ରହିଛି ।

ବର୍ଷାରେ ଶିଶୁର ଯତ୍ନ

ବର୍ଷାରେ ଶିଶୁର ଯତ୍ନ

ବର୍ଷାଦିନେ ପାଣି, ସନ୍ତସନ୍ତିଆ ଥଣ୍ଡା ପାଗ ସାଧାରଣତଃ କାହାରିକୁ ଭଲ ଲାଗି ନ ଥାଏ। ତେବେ ଏସବୁର ସବୁଠୁ ଅଧିକ ନକାରାତ୍ମକ ପ୍ରଭାବ ପଡିଥାଏ ଶିଶୁଙ୍କ ଉପରେ । ବିଶେଷକରି ସେମାନଙ୍କ ତ୍ୱଚା ଏଥିରେ ବେଶି ପ୍ରଭାବିତ ହୋଇଥାଏ। ତେଣୁ ଏଦିନେ ଶିଶୁଙ୍କ ତ୍ୱଚାର କିପରି ଯତ୍ନ ନେବେ ଜାଣି ରଖନ୍ତୁ ଟିପ୍ସ...

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ପୁଦିନା କେବଳ ଖାଦ୍ୟର ସ୍ବାଦ ବଢାଇ ନ ଥାଏ ବରଂ ଏଥିରେ ଭରି ରହିଥିବା ଉପାଦାନ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବି ବରଦାନ ସଦୃଶ...