ଫୁରସତ |

ଜନ୍ମର ଘଣ୍ଟାକ ମଧ୍ୟରେ ସ୍ତନ୍ୟପାନରୁ ବଞ୍ଚତ୍ତ ହୁଅନ୍ତି ୧୫ ନିୟୁତ ଶିଶୁ

ଜନ୍ମର ଘଣ୍ଟାକ ମଧ୍ୟରେ ସ୍ତନ୍ୟପାନରୁ ବଞ୍ଚତ୍ତ ହୁଅନ୍ତି ୧୫ ନିୟୁତ ଶିଶୁ
ନୂଆଦିଲ୍ଲୀ: ଭାରତରେ ବର୍ଷକୁ ହାରାହାରି ୨୬ ନିୟୁତ ଶିଶୁ ଜନ୍ମଗ୍ରହଣ କରନ୍ତି। ସେମାନଙ୍କ ମଧ୍ୟରୁ ୧୫ ନିୟୁତ ଶିଶୁଙ୍କୁ ଜନ୍ମର ୧ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରିବାକୁ ଦିଆଯାଏ ନାହିଁ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଜନ୍ମ ହେଉଣୁ ଶିଶୁକୁ ମା’ ସ୍ତନ୍ୟ ପାନ କରାଇବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ମା’ର କଷକ୍ଷୀରରେ କୋଲୋଷ୍ଟ୍ରମ୍‌ ଥାଏ। ଏହା ଶିଶୁର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୁଏ। କିନ୍ତୁ ନବଜାତ ଶିଶୁଙ୍କୁ ଏଥିରୁ ବଞ୍ଚତ୍ତ କରାଯାଉଥିବା ରିପୋର୍ଟ ମିଳୁଛି। ଜନ୍ମର ଘଣ୍ଟାକ ମଧ୍ୟରେ ଶିଶୁକୁ ମା’ କ୍ଷୀର ଖୁଆଇବା ସ୍ତନ୍ୟପାନର ପ୍ରାଥମିକ ପର୍ଯ୍ୟାୟ ବିବେଚନା କରାଯାଏ। ସ୍ତନ୍ୟପାନ ଉପରେ ଭାରତର ନୀତି ଓ କାର୍ଯ୍ୟକ୍ରମ-‘ଆରେଷ୍ଟେଡ ଡେଭଲପମେଣ୍ଟ’ର ୫ମ ରିପୋର୍ଟରେ କୁହାଯାଇଛି, ୨୦୧୫ରେ ଭାରତର ସ୍କୋର ୪୪ ଥିବା ବେଳେ ଚଳିତବର୍ଷ ୪୫କୁ ଉନ୍ନୀତ ହୋଇଛି। ଏମ୍‌ସ, ୟୁନିସେଫ୍‌ ସମେତ କେତେକ ସରକାରୀ ସଂସ୍ଥା ଏବଂ ଜନସ୍ବାସ୍ଥ୍ୟ ଗୋଷ୍ଠୀର ମିଳିତ ଉଦ୍ୟମରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସମ୍ମତି ଏବଂ ଭାରତ ସରକାରଙ୍କ ମୁଖ୍ୟ ନୀତି ନିର୍ଦ୍ଧାରକଙ୍କ ମତାମତ ଉପରେ ଏହି ରିପୋର୍ଟ ପର୍ଯ୍ୟବସିତ ହୋଇଛି। ନ୍ୟାଶନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ ରିପୋର୍ଟ-୪କୁ ଉଦ୍ଧାର କରି କୁହାଯାଇଛି, ଶିଶୁକୁ ୬ ମାସ ପର୍ଯ୍ୟନ୍ତ ମାତୃସ୍ତନ୍ୟପାନରୁ ବଞ୍ଚତ୍ତ ନ କରାଇବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେବା ଉଚିତ। ଫେଡେରେଶନ୍‌ ଅଫ୍‌ ଅବଷ୍ଟିଟ୍ରିକ୍‌ ଆଣ୍ଡ ଗାଇନାକୋଲୋଜିକାଲ୍‌ ସୋସାଇଟିଜ୍‌ ଅଫ୍‌ ଇଣ୍ଡିଆ (ଏଫ୍‌ଓଜିଏସ୍‌ଆଇ)ର ସଭାପତି ଜୟଦୀପ ମାଲହୋତ୍ରା କହିଲେ, ସ୍ତନ୍ୟପାନର ଗୁରୁତ୍ୱ ସମସ୍ତେ ବୁଝିବା ଉଚିତ। ବିଶେଷଜ୍ଞମାନେ ମାତୃସ୍ତନ୍ୟ ବ୍ୟାଙ୍କ୍‌ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ। ଉତ୍ସର୍ଗୀକୃତ ମନୋଭାବ ନେଇ ମାତୃସ୍ତନ୍ୟପାନ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଅଜୟ ଖେରା ପରାମର୍ଶ ଦେଇଥିଲେ।
All Right Reserved By

ଫୁରସତ |

୨୫ ବର୍ଷ ଧରି ମାଟି ଖାଉଥିବା ବ୍ୟକ୍ତି

୨୫ ବର୍ଷ ଧରି ମାଟି ଖାଉଥିବା ବ୍ୟକ୍ତି

ନୂଆଦିଲୀ : ବେଳେବେଳେ ଛୋଟପିଲାମାନେ ମାଟି ଖାଇବାକୁ ଭଲ ପାଉଥିବା ନଜରକୁ ଆସେ। କୁହାଯାଏ ମାଟି ସେମାନଙ୍କୁ ମିଠା ଲାଗେ। ତେଣୁ ସେମାନେ ମାଟି ଖାଇଥାନ୍ତି। 

ଯେଉଁ ମନ୍ଦିରରେ ହୁଏ ମୁଣ୍ଡ ନଥିବା ମୂର୍ତ୍ତି ପୂଜା

ଯେଉଁ ମନ୍ଦିରରେ ହୁଏ ମୁଣ୍ଡ ନଥିବା ମୂର୍ତ୍ତି ପୂଜା

ମୁଣ୍ଡ ନଥିବା ମୂର୍ତ୍ତିଙ୍କୁ ପୂଜା କରାଯାଏ ନାହିଁ ବୋଲି ଆମେ ଜାଣିଛେ। ମାତ୍ର ଉତ୍ତରପ୍ରଦେଶରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ମୁଣ୍ଡ ନଥିବା ମୂର୍ତ୍ତିଗୁଡ଼ିକୁ ପୂଜା କରାଯାଉଛି। ଏହି ମନ୍ଦିର ଲକ୍ଷ୍ନୌଠାରୁ ୧୭୦ କିଲୋମିଟର ଦୂର ପ୍ରତାପଗଡ଼ରେ ଅବସ୍ଥିତ।

ଯେଉଁଠି ପିଲା ଜନ୍ମକଲେ ଦେବାକୁ ପଡୁଥିଲା ଜରିମାନା

ଯେଉଁଠି ପିଲା ଜନ୍ମକଲେ ଦେବାକୁ ପଡୁଥିଲା ଜରିମାନା

ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ବେଳେ ବେଳେ କେତେକ ଦେଶ କିଛି ନିୟମ ପ୍ରଚଳନ କରିଥାଆନ୍ତି। ଯେମିତି ଆମେ ଦୁଇ ଆମର ଏକ। ଏହି ନିୟମ ଚାଇନାରେ ବେଶ୍‌ ପ୍ରଚଳିତ ହୋଇଥିଲା। 

ଦିବ୍ୟାଙ୍ଗଙ୍କ ପେଶା ଭିକ୍ଷାବୃତ୍ତି: ମାସିକ ଆୟ ୩୦ ହଜାର ଘରେ ଅଛନ୍ତି ୩ ସ୍ତ୍ରୀ

ଦିବ୍ୟାଙ୍ଗଙ୍କ ପେଶା ଭିକ୍ଷାବୃତ୍ତି: ମାସିକ ଆୟ ୩୦ ହଜାର ଘରେ ଅଛନ୍ତି ୩ ସ୍ତ୍ରୀ

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚି ତଥା ପେଶା ବଦଳିବାରେ ଲାଗିଛି। ଏବେ ଅନେକ ଭିକ୍ଷାବୃତ୍ତିକୁ ନିଜର ପେଶାଭାବେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। 

ଯୌବନରେ ପ୍ରେମରୁ ଜାତହୁଏ ଏଭଳି ସ୍ବଭାବ...

ଯୌବନରେ ପ୍ରେମରୁ ଜାତହୁଏ ଏଭଳି ସ୍ବଭାବ...

ମଣିଷର ଚାରିଟି ଅବସ୍ଥା ଶୈଶବ, କୈଶୋର, ଯୌବନ ଓ ବାର୍ଦ୍ଧକ୍ୟ ମଧ୍ୟରୁ ଯୌବନାବସ୍ଥାକୁ ବହୁ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ବୋଲି ଧରାଯାଏ। ଏହି ସମୟରେ ମଣିଷର ଶାରୀରିକ ଓ ମାନସିକସ୍ତରରେ ଆସିଥାଏ ସର୍ବାଧିକ ପରିବର୍ତ୍ତନ।

ଯେଉଁ ରେଷ୍ଟୁରାଣ୍ଟରେ ଖାଦ୍ୟ ପରସନ୍ତି ବିକିନି ଗର୍ଲ

ଯେଉଁ ରେଷ୍ଟୁରାଣ୍ଟରେ ଖାଦ୍ୟ ପରସନ୍ତି ବିକିନି ଗର୍ଲ

ଚାଇନାର ସେଙ୍ଗଡଙ୍ଗ ସହରରେ ରହିଛି ଏକ ନିଆରା ରେଷ୍ଟୁରାଣ୍ଟ। ଏଠାରେ ନିଜର ବିଜନେସ୍‌ ବଢ଼ାଇବା ପାଇଁ ଜଣେ ମାଲିକ ନିଜ ରେଷ୍ଟୁରାଣ୍ଟରେ ବିକିନି ଗର୍ଲଙ୍କୁ ଓ୍ବେଟର ଭାବେ ନିଯୁକ୍ତି ଦେଇଛନ୍ତି।

ଯେଉଁଠି ପ୍ରସବ ପୂର୍ବରୁ ତଡ଼ିଦିଆଯାଏ ଗର୍ଭବତୀଙ୍କୁ

ଯେଉଁଠି ପ୍ରସବ ପୂର୍ବରୁ ତଡ଼ିଦିଆଯାଏ ଗର୍ଭବତୀଙ୍କୁ

ଆଫ୍ରିକାର ଏମିତି କେତେକ ସମ୍ପ୍ରଦାୟରେ ଅଜବ ନିୟମ ରହିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏହି ନିୟମକୁ ସେଠାକାର ଲୋକେ ଦୀର୍ଘଦିନରୁ ପାଳନ କରିଆସୁଛନ୍ତି। ଦକ୍ଷିଣ ଘାନାସ୍ଥିତ ମାଫିଦୋବେ ଗାଁରେ ଏମିତି ଅଜବ ନିୟମ ରହିଛି। 

ବାସ୍କେଟ ଆକୃତିର ଅଫିସ୍‌

ବାସ୍କେଟ ଆକୃତିର ଅଫିସ୍‌

ପୃଥିବୀରେ ରହିଛି ଏପରି ଅନେକ ସ୍ଥାପତ୍ୟ ଯାହାର ନିର୍ମାଣଶୈଳୀ ଦେଖିବାକୁ ଖୁବ୍‌ ଅଜବ। ଆକାର, ଆକୃତିରେ ଭିନ୍ନତା ହେତୁ ଏହି ସ୍ଥାପତ୍ୟଗୁଡିକ ସ୍ବତନ୍ତ୍ରତା ବଜାୟ ରଖେ। 

ଉଲ୍‌ କାରିଗରି

ଉଲ୍‌ କାରିଗରି

ଦିନେ ଏକ ଉଲ୍‌ର କଣ୍ଢେଇ ଦେଖି ସେମିତି କଣ୍ଢେଇ ତିଆରି କରିବାକୁ ଭାବିଥିଲେ। ଆଉ ତିନି ବର୍ଷ ପୂର୍ବେ ଆରମ୍ଭ କରିଥିଲେ ଉଲ୍‌ର କଣ୍ଢେଇ ତିଆରି କରିବା। 

ଦୋଷ ନ ଥାଇ ଜେଲ ଗଲେ ୧୦୪ ବର୍ଷର ବୃଦ୍ଧା

ଦୋଷ ନ ଥାଇ ଜେଲ ଗଲେ ୧୦୪ ବର୍ଷର ବୃଦ୍ଧା

ମଣିଷ କିଛି ଅପରାଧ କଲେ ପୋଲିସ ଜେଲର ବନ୍ଦ କୋଠରିରେ ପୂରାଇ ଦେଇଥାଏ। କିନ୍ତୁ ଜଣେ ୧୦୪ ବର୍ଷୀୟା ବୃଦ୍ଧାଙ୍କୁ ପୋଲିସ ବିନା ଅପରାଧରେ ଗିରଫ କରିଛି। 

ଖୁସିରେ ରହିବାକୁ ଚାହୁଁଛନ୍ତି ତ ଆପଣାନ୍ତୁ ୩ ଉପାୟ

ଖୁସିରେ ରହିବାକୁ ଚାହୁଁଛନ୍ତି ତ ଆପଣାନ୍ତୁ ୩ ଉପାୟ

ଆପଣ ସର୍ବଦା ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି। ମାନସିକ ଦୁଶ୍ଚିନ୍ତା ଭିତରେ ଗତି କରୁଛନ୍ତି ଯଦି ବାବା ଭୈରବନାଥଙ୍କୁ ଆରାଧନା କରନ୍ତୁ। ଦେଖିବେ ସମସ୍ତ ଦୁଃଖକ୍ଳେଶ ଦୂର ହୋଇଯିବ।

ଫାଷ୍ଟ ଇମ୍ପ୍ରେସନ୍‌

ଫାଷ୍ଟ ଇମ୍ପ୍ରେସନ୍‌

ସାଧାରଣତଃ ଆପଣ ଯେତେବେଳେ କାହା ସହ ପ୍ରଥମ ଥର କଥା ହେବାକୁ ଯାଉଛନ୍ତି ତେବେ କିପରି କଥାହେବେ, ନିଜର ସ୍ବଭାବ,  ଆଚାର ବ୍ୟବହାର  କେମିତି ରହିଲେ ତାହା ଅନ୍ୟଙ୍କୁ  ପ୍ରଭାବିତ କରିବ ଜାଣନ୍ତୁ ସେ ସମ୍ପର୍କରେ  ଟିପ୍ସ...


Model This Week

ରଶ୍ମି
Why Dharitri