ଫୁରସତ |

ସିଆରପିଏଫ୍‌ ଯବାନଙ୍କ ହୃଦ୍‌ଘାତ, ଆତ୍ମହତ୍ୟାଜନିତ ମୃତ୍ୟୁ ଅଧିକ

ସିଆରପିଏଫ୍‌ ଯବାନଙ୍କ ହୃଦ୍‌ଘାତ, ଆତ୍ମହତ୍ୟାଜନିତ ମୃତ୍ୟୁ ଅଧିକ
ନୂଆଦିଲ୍ଲୀ: ବିଗତ ଦୁଇବର୍ଷ ମଧ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ଯେତେସଂଖ୍ୟକ ସିଆରପିଏଫ୍‌ ଯବାନଙ୍କ ମୃତ୍ୟୁ ଘଟିଛି, ତାହାର ୧୫ଗୁଣ ହୃଦ୍‌ଘାତ ଓ ଆତ୍ମହତ୍ୟା ଯୋଗୁ ହୋଇଥିବା ସରକାର ସଂସଦରେ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି. ଅହିର ଲୋକ ସଭାରେ ଏକ ଲିଖିତ ଉତ୍ତର ଦେଇ କହିଛନ୍ତି, ୨୦୧୬ରୁ ୨୦୧୮ ଜୁଲାଇ ମଧ୍ୟରେ ମୋଟ ୧୨୯୪ ସିଆରପିଏଫ୍‌ ଯବାନ୍‌ ମୃତ୍ୟୁବରଣ କରିଥିବା ବେଳେ ବିହାର, ଛତିଶଗଡ, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନକ୍ସଲ ବିରୋଧୀ ଅଭିଯାନରେ ୮୫ ଯବାନ୍‌ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୭ରେ ୧୫୬ ସିଆରପିଏଫ୍‌ ଯବାନ୍‌ ହୃଦ୍‌ଘାତ, ୬ଜଣ ମ୍ୟାଲେରିଆ ଓ ଡେଙ୍ଗୁ, ୩୮ଜଣ ମାନସିକ ଚାପ ଏବଂ ୪୩୫ ଜଣ ଅନ୍ୟ କାରଣ ଯୋଗୁ ମୃତ୍ୟୁବରଣ କରିଛନ୍ତି। ସେହିପରି ୨୦୧୬ରେ ୯୨ ଯବାନ୍‌ ହୃଦ୍‌ଘାତ, ୫ଜଣ ଡେଙ୍ଗୁ ଓ ମ୍ୟାଲେରିଆ, ୨୬ଜଣ ମାନସିକ ଚାପ ଓ ଆତ୍ମହତ୍ୟା ଏବଂ ୩୫୩ ଜଣ ଅନ୍ୟ କାରଣ ପାଇଁ ମୃତ୍ୟୁବରଣ କରିଛନ୍ତି। ଚଳିତବର୍ଷ ଜୁଲାଇ ସୁଦ୍ଧା ୩୯ଜଣ ହୃଦ୍‌ଘାତ, ୫ଜଣ ମ୍ୟାଲେରିଆ ଓ ଡେଙ୍ଗୁ, ୧୯ଜଣ ମାନସିକ ଚାପ ଓ ଆତ୍ମହତ୍ୟା ଏବଂ ୧୨୪ଜଣ ଅନ୍ୟ କାରଣ ପାଇଁ ମୃତ୍ୟୁବରଣ କରିଛନ୍ତି। ୩ଲକ୍ଷରୁ ଊର୍ଦ୍ଧ୍ୱ ଯବାନ୍‌ଙ୍କୁ ନେଇ ଗଠିତ ସିଆରପିଏଫ୍‌ ହେଉଛି ଦେଶର ବୃହତ୍‌ ସଶସ୍ତ୍ର ପୋଲିସ ବାହିନୀ। ଏହି ଯବାନମାନେ ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ହେବା ସହିତ ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ମୁତୟନ ରହନ୍ତି। ବିଗତ ଦୁଇବର୍ଷର ସମ୍ମିଳିତ ତଥ୍ୟାବଳୀରୁ ଜଣାଯାଏ ନକ୍ସଲ ବିରୋଧୀ ଅଭିଯାନରେ ଯେତେ ସଂଖ୍ୟକ ଯବାନ୍‌ ନିହତ ହୋଇଛନ୍ତି ତାହାର ୧୫ଗୁଣ ଯବାନ୍‌ ମାନସିକ ଚାପ, ହୃଦ୍‌ଘାତ, ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟ କାରଣ ପାଇଁ ମୃତ୍ୟୁବରଣ କରିଛନ୍ତି। ନକ୍ସଲ ବିରୋଧୀ ଅଭିଯାନରେ ମୁତୟନ ଯବାନ୍‌ଙ୍କ ନୈତିକ ବଳ ବୃଦ୍ଧି କରିବା ପାଇଁ ଆପତ୍‌କାଳୀନ ଭତ୍ତା, ବୀମା, ବିଭିନ୍ନ ଅଗ୍ରିମ ଅର୍ଥ, ଋଣ ଯୋଗାଇ ଦିଆଯାଉଛି। ଉପଯୁକ୍ତ ବାସଗୃହ, ଡାକ୍ତରୀ ଚିକିତ୍ସା, ଆହତ ଯବାନ୍‌ଙ୍କୁ ତୁରନ୍ତ ମେଡିକାଲ୍‌ ସ୍ଥାନାନ୍ତର, ପଦୋନ୍ନତି, ସାହସିକ ପୁରସ୍କାର, ଅଭିଯୋଗର ଶୁଣାଣି ଓ ଫଇସଲା ଆଦି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ଅହିର ପ୍ରକାଶ କରିଥିଲେ।
All Right Reserved By

ଫୁରସତ |

ମାନସିକ ଚାପରୁ ବି ଦୂରେଇ ରଖେ ଯୋଗ

ମାନସିକ ଚାପରୁ ବି ଦୂରେଇ ରଖେ ଯୋଗ

ଯୋଗ ଶରୀର ପାଇଁ ବେଶ୍‌ ଉପଯୋଗୀ। ଯୋଗ ମାଧ୍ୟମରେ ବିଭିନ୍ନ ରୋଗରୁ ସହଜରେ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ଯେଉଁଠି ୫ ଡଲାରରେ ମିଳେ ଢେର୍‌ ଖୁସି...

ଯେଉଁଠି ୫ ଡଲାରରେ ମିଳେ ଢେର୍‌ ଖୁସି...

କୁହାଯାଏ, ଖୁସିକୁ କେହି ଟଙ୍କା ଦେଇ କିଣିପାରନ୍ତି ନାହିଁ। ମାତ୍ର ଚାଇନାବାସୀ ଏହାକୁ ସତ କରି ଦେଖାଇଛନ୍ତି। ଏଠି ୫ ଡଲାରରେ ମିଳେ ଢେର୍‌ ଖୁସି।

ଯେଉଁଠି ଋଣ ପାଇଁ ନିଆଯାଏ ନିର୍ବସ୍ତ୍ର ସେଲଫି...

ଯେଉଁଠି ଋଣ ପାଇଁ ନିଆଯାଏ ନିର୍ବସ୍ତ୍ର ସେଲଫି...

ଚାଇନାରେ ବ୍ୟାଙ୍କ ତଥା ଅନ୍ୟାନ୍ୟ ସଂସ୍ଥାରୁ ଋଣ କରୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି ଏକ ନୂଆ ନିୟମ। ଋଣ ଧାରକଙ୍କୁ ଏଠାରେ ଅନ୍ୟ ଆବଶ୍ୟକ ଡକୁମେଣ୍ଟ ସହିତ ତାଙ୍କର ନିର୍ବସ୍ତ୍ର ସେଲଫି ଦାଖଲ କରିବାକୁ ପଡ଼ିଥାଏ। 

ପ୍ରେମ ଓ ସୌଭାଗ୍ୟର ସୂଚନା ଦିଏ ଓଠର ତିଳ ଚିହ୍ନ

ପ୍ରେମ ଓ ସୌଭାଗ୍ୟର ସୂଚନା ଦିଏ ଓଠର ତିଳ ଚିହ୍ନ

ମଣିଷ ଶରୀରରେ ତିଳ ଚିହ୍ନର ମହତ୍ତ୍ୱ ରହିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଓଠରେ ତିଳ ଚିହ୍ନ ଥିଲେ ଏହା ପ୍ରେମ ବିବାହ କରାଇବାରେ ସହାୟକ ହୋଇଥାଏ ବୋଲି ଅନେକ ଜ୍ୟୋତିଷ ସୂଚିତ କରିଥାନ୍ତି। 

ଝିଅକୁ ଶିଖାନ୍ତୁ  ସମ୍ପର୍କ ଯୋଡ଼ି ରଖିବାର କଳା

ଝିଅକୁ ଶିଖାନ୍ତୁ ସମ୍ପର୍କ ଯୋଡ଼ି ରଖିବାର କଳା

ଝିଅଟିଏ ବୋହୂ ହୋଇ ଶାଶୁଘରକୁ ଗଲେ ତାହାର ଦାୟିତ୍ୱ ବଢ଼ିଯାଏ। ଶାଶୁଘର ସଦସ୍ୟଙ୍କ ସହ ମନ ମିଳାଇ ତାକୁ ଚାଲିବାକୁ ପଡ଼େ। ତେବେ ସେଠାରେ ସେ କିପରି ସୁସମ୍ପର୍କ ରଖିପାରିବ, ସେନେଇ ତାକୁ ବିବାହ ପୂର୍ବରୁ କିଛି ଶିଖିବାକୁ ପଡିଥାଏ। ସେ ସମ୍ପର୍କରେ...

ପୁରୁଷ ବି ବ୍ୟବହାର କରିପାରିବେ ଗର୍ଭନିରୋଧକ ଟ୍ୟାବଲେଟ୍‌...

ପୁରୁଷ ବି ବ୍ୟବହାର କରିପାରିବେ ଗର୍ଭନିରୋଧକ ଟ୍ୟାବଲେଟ୍‌...

ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା  ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ।

ଜୀବନରେ ସରସତା ଭରିବା ପାଇଁ କରନ୍ତୁ ଏପରି...

ଜୀବନରେ ସରସତା ଭରିବା ପାଇଁ କରନ୍ତୁ ଏପରି...

ପାଟିରୁ ବାହାରୁଥିବା ଶବ୍ଦ କେତେବେଳେ ମଣିଷକୁ ଖୁସି କରାଏ ତ କେତେବେଳେ କରାଇଥାଏ ଦୁଃଖୀ ।

ନାନାବାୟା ଗୀତ ଶୁଣିଲେ କାହିଁକି ଶୋଇଯାଆନ୍ତି ଶିଶୁ...

ନାନାବାୟା ଗୀତ ଶୁଣିଲେ କାହିଁକି ଶୋଇଯାଆନ୍ତି ଶିଶୁ...

ଛୋଟ ଅଝଟ ଶିଶୁଙ୍କୁ ଶୁଆଇବା ପାଇଁ ମା’ମାନେ ନାନାବାୟା ଗୀତର ସାହାରା ନେଇଥାନ୍ତି। ପୃଥିବୀର ସମସ୍ତ ସଂସ୍କୃତି ତଥା ପରମ୍ପରାରେ ଏଭଳି ନାନାବାୟା ଗୀତକୁ ଲୋକଗୀତ ବୋଲି କୁହାଯାଇଥାଏ। ତେବେ ଏହା ଛୋଟ ଶିଶୁ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଲଣ୍ଡନର ଗ୍ରେଟ୍‌ ଔରମଣ୍ଡ  ଷ୍ଟ୍ରିଟ୍‌ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

 ବିବାହ  ପୂର୍ବରୁ ରକ୍ତ ପାନ କରେ ବର

ବିବାହ ପୂର୍ବରୁ ରକ୍ତ ପାନ କରେ ବର

ଭାରତର ବିଭିନ୍ନ ପ୍ରାନ୍ତରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାସ କରୁଥିବା ଗୋଣ୍ଡ ଜନଜାତିରେ ଅଛି ଏକ ଅଜବ ପରମ୍ପରା। ଏହି ଜନଜାତିଙ୍କ ବିବାହରେ ବରକୁ ଘୁଷୁରି ମାରିବାକୁ ପଡିଥାଏ।

ଏହି ଲେଡି ପୋଲିସଙ୍କ ହାତରେ ଗିରଫ ହେବାକୁ ଭୂଲ୍‌ କରୁଛନ୍ତି ଲୋକେ

ଏହି ଲେଡି ପୋଲିସଙ୍କ ହାତରେ ଗିରଫ ହେବାକୁ ଭୂଲ୍‌ କରୁଛନ୍ତି ଲୋକେ

ଜର୍ମାନୀର ପୋଲିସ ଅଫିସର ଏଡ୍ରିଏନ୍‌ ମୋଲେସଜର ଏବେ ଦେଖେଣାହାରୀଙ୍କ ମୁଣ୍ଡ ବିଗାଡିଛନ୍ତି। ଏମିତିକି ତାଙ୍କ ହାତରେ ଗିରଫ ହେବା ପାଇଁ ଏବେ ଅନେକ ଲୋକ କିଛି ନା କିଛି ଭୂଲ୍‌ କରିବସୁଛନ୍ତି। 

କୃତ୍ରିମ ଚନ୍ଦ୍ର

କୃତ୍ରିମ ଚନ୍ଦ୍ର

ଅତୀତରେ ଯାହା ଦିନେ ଥିଲା କବିର କଳ୍ପନା, ତାହା ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଚାଇନାର ବୈଜ୍ଞାନିକମାନେ ୨୦୨୦ ମସିହା ସୁଦ୍ଧା ଆକାଶରେ ଏକ କୃତ୍ରିମ ଚନ୍ଦ୍ର ସ୍ଥାପନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି କୃତ୍ରିମ ଚନ୍ଦ୍ରକୁ ସିଚୁଆନ୍‌ ପ୍ରଦେଶର ରାଜଧାନୀ ଚେଙ୍ଗଡୁ  ସହର ଉପରେ ଅବସ୍ଥାପିତ କରାଯିବ...

ଦରଦାମ ବୃଦ୍ଧିର ଇଏ ବି ଏକ କାରଣ...

ଦରଦାମ ବୃଦ୍ଧିର ଇଏ ବି ଏକ କାରଣ...

ଦରଦାମ ବୃଦ୍ଧିର ଅନେକ କାରଣ ରହିଛି। ସେଥିମଧ୍ୟରେ ମୁଖ୍ୟ କାରଣ ହେଉଛି ମହିଳାଙ୍କ ଶପିଂ ଅଭ୍ୟାସ।