ଅନଗୁଳ-ଢେଙ୍କାନାଳ

ଛାତ୍ରୀଛାତ୍ରଙ୍କ ଅନ୍ଦୋଳନ ପ୍ରତ୍ୟାହୃତ

ଛାତ୍ରୀଛାତ୍ରଙ୍କ ଅନ୍ଦୋଳନ ପ୍ରତ୍ୟାହୃତ
ନବରଙ୍ଗପୁର,୧୬ା୮(ବି.ପ୍ର)- ନବରଙ୍ଗପୁର ଜିଲା ହିରଲି ସ୍ଥିତ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ର ମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ା ୭ ଦଫା ଦାବି ନେଇ ଜିଲାପାଳଙ୍କ ଫାଟକ ସମ୍ମୁଖରେ ବୁଧବାର ପ୍ଲା କାର୍ଡ ଧରି ଆନ୍ଦୋଳନ କରିଥିଲେ ା ପରେ ଘଟଣା ସ୍ଥଳରେ ଜିଲାପାଳ ରଶ୍ମିତା ପଣ୍ଡା ଏବଂ ଜିଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ ପହଞ୍ଚି ଦାବି ପତ୍ର ଗ୍ରହଣ କରି ଦାବି ପୂରଣର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ା ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ରହିଛି ଶିକ୍ଷକ ନିଯୁକ୍ତି, ଲ୍ୟାବ୍‌ ସମସ୍ୟା ଓ ଇନଷ୍ଟ୍ରକ୍ଟର ନିଯୁକ୍ତି ଭଳି ସମସ୍ୟା ା
All Right Reserved By

ଅନଗୁଳ-ଢେଙ୍କାନାଳ

କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

ଭୁବନ, ୨୧।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୩ନଂ. ଓ୍ବାର୍ଡ ଗୋପାଳ ସାହିରେ ନବନିର୍ମିତ କଲ୍ୟାଣ ମଣ୍ଡପ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପିତ କରିଛନ୍ତି।

ରାମିଆଳରେ ନିଖୋଜ ଦମ୍ପତିଙ୍କ ପତ୍ତା ମିଳୁନି

ରାମିଆଳରେ ନିଖୋଜ ଦମ୍ପତିଙ୍କ ପତ୍ତା ମିଳୁନି

କାମାକ୍ଷନଗର, ୨୧।୯(ଡି.ଏନ.ଏ.)-ମହୁସଂଗ୍ରହ କରିବାକୁ ଯାଇଥିବାବେଳେ ରାମିଆଳ ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଦମ୍ପତି କୁଶ ପଧାନ (୨୪) ଏବଂ ତାଙ୍କ ସ୍ତ୍ରୀ ରିଙ୍କି (୨୨)ଙ୍କ ପତ୍ତା ମିଳୁନି। 

ଦୁର୍ଗାପୂଜା ଲାଗି ଉଠିଲା ଶୁଭମାଟି

ଦୁର୍ଗାପୂଜା ଲାଗି ଉଠିଲା ଶୁଭମାଟି

କାମାକ୍ଷାନଗର, ୨୧।୯(ଡି.ଏନ୍‌.ଏ.)-କାମାକ୍ଷାନଗର ମୁଣ୍ଡିଦେଉଳି ମଉଡ଼ମଣି ପୂଜା ପ୍ରତିଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଦୁର୍ଗାପୂଜା ପାଇଁ ଶୁଭମାଟି ଅନୁକୂଳ କରାଯାଇଛି। ଏହି ଅବସରରେ ଏକ ପଟୁଆର ବାହାର ରାମିଆଳ ନଦୀକୂଳରେ ପହଞ୍ଚତ୍ଥିଲା।

କଣିହାଁ ବନାଞ୍ଚଳରେ ୧୪ ହାତୀ; ଫସଲ ଖାଇଲେ, ନଳକୂଅ ଭାଙ୍ଗିଲେ

କଣିହାଁ ବନାଞ୍ଚଳରେ ୧୪ ହାତୀ; ଫସଲ ଖାଇଲେ, ନଳକୂଅ ଭାଙ୍ଗିଲେ

କଣିହାଁ, ୨୧।୯(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ବନାଞ୍ଚଳରେ ଗୁରୁବାର ରାତିରେ ୧୪ଟି ହାତୀ ପଶି ଉପଦ୍ରବ କରିଛନ୍ତି। ହାତୀପଲ ବହୁ ଚାଷୀଙ୍କ ଧାନ ଫସଲ ନଷ୍ଟ କରିଥିବାବେଳେ ଅଞ୍ଚଳରେ ଥିବା କେତୋଟି ନଳକୂଅ ଭାଙ୍ଗି ଦେଇଛନ୍ତି।

ଲକ୍ଷ୍ମୀ ପୂଜା ପାଇଁ ବ୍ରାହ୍ମଣୀରୁ ଅଣାଗଲା ଶୁଭ ମାଟି

ଲକ୍ଷ୍ମୀ ପୂଜା ପାଇଁ ବ୍ରାହ୍ମଣୀରୁ ଅଣାଗଲା ଶୁଭ ମାଟି


ଢେଙ୍କାନାଳ ଅଫିସ,୨୧।୯-ସୁନିଆ ପର୍ବ ଅବସରରେ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ପାଇଁ ବ୍ରାହ୍ମଣୀ ନଦୀ ଓ ବଡ଼ଯୋରା ନାଳରୁ ଶୁକ୍ରବାର ଶୁଭ ମାଟି ଅଣାଯାଇଛି। 

ସମ୍ପ୍ରସାରଣ ହେଲା ଚକ୍ଷୁ ବିଭାଗ

ସମ୍ପ୍ରସାରଣ ହେଲା ଚକ୍ଷୁ ବିଭାଗ

କାମାକ୍ଷାନଗର, ୨୧।୯(ଡି.ଏନ.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଭାଗ ସମ୍ପ୍ରସାରଣ ହୋଇଛି। ନେତ୍ରଜ୍ୟୋତି ଯୋଜନାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସାଇଡ୍‌ ସେଭର’ ପକ୍ଷରୁ ଏହାର ସମ୍ପ୍ରସାରଣ କରାଯାଇଛି। ଏନ୍‌ଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁବାର ଏହାକୁ ଲୋକାର୍ପିତ କରିଛନ୍ତି। 

ଫଟୋଗ୍ରାଫି ପେସା ନୁହେଁ ନିଶା: ଏଡିଏମ୍‌

ଫଟୋଗ୍ରାଫି ପେସା ନୁହେଁ ନିଶା: ଏଡିଏମ୍‌

ଅନୁଗୋଳ ଅଫିସ, ୨୧ା୯- ଅନୁଗୋଳ ଫଟୋଗ୍ରାଫର ଆସୋସିଏଶନ (ପା)ର ପଞ୍ଚମ ବାର୍ଷିକ ଉତ୍ସବ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଫଟୋଗ୍ରାଫି ଏକ ନିଶା।

ମାଛ ଜାଲରେ ଅଜଗର

ମାଛ ଜାଲରେ ଅଜଗର

ଅନୁଗୋଳ ଅଫିସ, ୨୧ା୯ ଅନୁଗୋଳ ଡେରଜାଙ୍ଗ ଡ୍ୟାମ୍‌ରୁ ଗୁରୁବାର ସକାଳେ ଏକ ୯ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି।

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ


ବନ୍ତଳା,୨୧ା୯(ଡି.ଏନ.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। 

ଲକ୍ଷ୍ମୀପୂଜା ପାଇଁ ଅଣାଗଲା ଶୁଭମାଟି

ଲକ୍ଷ୍ମୀପୂଜା ପାଇଁ ଅଣାଗଲା ଶୁଭମାଟି

ଭୁବନ, ୨୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ପୂଜା ପାଉଥିବା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଶୁକ୍ରବାର ଶୁଭ ମାଟି ଅଣାଯାଇଛି। ଗ୍ରାମର ନୂଆ ବଜାର, ଅରାସାହି, କଶାରି ସାହି, ଗୋପାଳ ମଣ୍ଡପ, ଉଳଛକ, ସାଥୁଆ ସାହି, ବାଜିଛି, ଗୂଜୁରୀହାଟ ଓ ଲତାବିଲ ଅଞ୍ଚଳରେ ଥିବା ପୂଜା ମଣ୍ଡପ ପକ୍ଷରୁ ଶୁଭ ମାଟି ଅଣାଯାଇଛି।

ବର୍ଷା ପବନରେ ଭାଙ୍ଗିଲା ବିଶ୍ୱକର୍ମା ତୋରଣ

ବର୍ଷା ପବନରେ ଭାଙ୍ଗିଲା ବିଶ୍ୱକର୍ମା ତୋରଣ

ବଅଁରପାଳ,୨୧।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ନଗରରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଳିତ ହେଉଛି। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ତୋରଣ ଓ ସାଜସଜ୍ଜା କରାଯାଇଥିଲା। 

ହାତୀ ଚିନ୍ତାରେ ଚାଷୀ

ହାତୀ ଚିନ୍ତାରେ ଚାଷୀ

ଢେଙ୍କାନାଳ ଅଫିସ, ୨୧।୯:ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ତୀବ୍ର ରୂପ ନେଇଛି। ଓଡ଼ାପଡ଼ା ବ୍ଲକ ଗଦାଶିଳା ସେକ୍ସନରେ ଅଧୀନରେ ଏକ ପଲରେ ୩୫ଟି ହାତୀ  କିଛି ଦିନ ହେବ  ଆତଙ୍କ ସୃଷ୍ଟି କରି ଚାଲିଛନ୍ତି। ପ୍ରତିଦିନ ରାଜପଥରେ ହାତୀଙ୍କ ବିଚରଣ ଯାତାୟାତରେ ବାଧକ ସାଜଛି। ସେମାନଙ୍କୁ ଦେଖିବାକୁ ପ୍ରବଳ ଗହଳି ହେଉଛି। ଲୋକଙ୍କ ଚିତ୍କାର, ଶବ୍ଦ, ମୋବାଇଲ୍‌ରେ ଫଟୋ ଉଠାଇବା ହାତୀଙ୍କୁ ବିବ୍ରତ କରି ପକାଉଥିବାରୁ ସେମାନେ ପାଲଟା ଆକ୍ରମଣ କରୁଛନ୍ତି। ରାତିରେ ଜନବସତିମୁହଁା ହେଉଥିବା ହାତୀପଲ ଘର ଭାଙ୍ଗି ଦେବା ସହ ଧାନ ଫସଲ ଉଜାଡ଼ି ଦେଉଛନ୍ତି। ଏଭଳି ଘଟଣା ବଢ଼ି ଚାଲିଥିବାବେଳେ ବନ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଛି। ହାତୀ ଘଉଡ଼ାଇବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନ ଥିବା କହି ବନ କର୍ମଚାରୀ ନିଜର ଅସହାୟତା ପ୍ରକାଶ କରୁଥିବାବେଳେ କ୍ଷତିଗ୍ରସ୍ତ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଲେଣି।