Dharitri News
ଜାତୀୟ |

ଖୁର୍ସିଦଙ୍କ ବିରୋଧରେ ଫତୱା ଜାରି

ଖୁର୍ସିଦଙ୍କ ବିରୋଧରେ ଫତୱା ଜାରି ପାଟନା, ୩୦।୭: ବିହାରର ନୀତୀଶ କୁମାରଙ୍କ ସରକାରରେ ଥିବା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଖୁର୍ସିଦ ଅହମଦଙ୍କ ବିରୋଧରେ ଫତୱା ଜାରି ହୋଇଛି। ତାଙ୍କ ବିରୋଧରେ ଇସଲାମିକ ସଂଗଠନ ଶରିୟା ପକ୍ଷରୁ ଫତୱା ଜାରି କରାଯାଇଛି। ଜୁଲାଇ ୨୮ରେ ନୀତୀଶ ଆସ୍ଥାଭୋଟରେ ଜିତିବା ପରେ ସେ ବିଧାନସଭାରେ ‘ଜୟ ଶ୍ରୀରାମ‘ ନାରା ଲଗାଇଥିବାରୁ ତାଙ୍କ ନାଁରେ ଫତୱା ଜାରି କରାଯାଇଛି। ଏହି ମର୍ମରେ  ଖୁର୍ସିଦ ଅହମଦ କହିଛନ୍ତି, ଇସଲାମ ଧର୍ମ କାହାକୁ ଘୃଣା କରିବା ଶିଖାଏ ନାହିଁ। ଏହା ସବୁବେଳେ ପ୍ରେମର ବାର୍ତ୍ତା ଦେଇଥାଏ। ରାମ୍-ରହିମ୍ ଗୋଟିଏ ରୂପର ଦୁଇ ଭିନ୍ନ ସ୍ବରୂପ। ତେଣୁ ଏପରି କହିଲେ ଧର୍ମ ପ୍ରତି ବିରୁଦ୍ଧାଚରଣ ଦର୍ଶାଇ ନ ଥାଏ ବୋଲି ସେ କହିଛନ୍ତି।

ଜାତୀୟ |

ବିନା ଯୁଦ୍ଧରେ ୧୩ ବର୍ଷରେ ଶହୀଦ ହୋଇଛନ୍ତି ୧୬ ଶହ ଯବାନ

ବିନା ଯୁଦ୍ଧରେ ୧୩ ବର୍ଷରେ ଶହୀଦ ହୋଇଛନ୍ତି ୧୬ ଶହ ଯବାନ

ବମ୍ବେ, ୧୭।୧: ବିନା ଯୁଦ୍ଧରେ ଗତ ୧୩ ବର୍ଷ ମଧ୍ୟରେ ସୀମାରେ ଜାରି ରହିଥିବା ଗୁଳିଗୋଳା ବିନିମୟ ଘଟଣାରେ ୧,୬୮୪ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ଶିବସେନା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।

ସୁଖୋଇରେ ଉଡ଼ିଲେ ପ୍ରତିରକ୍ଷା ମନ୍ତ୍ରୀ

ସୁଖୋଇରେ ଉଡ଼ିଲେ ପ୍ରତିରକ୍ଷା ମନ୍ତ୍ରୀ

ଯୋଧପୁର, ୧୭।୧: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରମଣ ବୁଧବାର ବାୟୁସେନା ଯୁଦ୍ଧ ବିମାନ ସୁଖୋଇ-୩୦ ଏମ୍‌କେଆଇରେ ବସି ପ୍ରାୟ ୪୫ ମିନିଟ୍‌ ବୁଲିଛନ୍ତି।

 ୩ ବର୍ଷରେ ଅମରନାଥ ଯାତ୍ରା କରିଛନ୍ତି ୮ ଲକ୍ଷ ତୀର୍ଥଯାତ୍ରୀ

୩ ବର୍ଷରେ ଅମରନାଥ ଯାତ୍ରା କରିଛନ୍ତି ୮ ଲକ୍ଷ ତୀର୍ଥଯାତ୍ରୀ

ଜମ୍ମୁ, ୧୭।୧: ପ୍ରଭୁ ଅମରନାଥଙ୍କ ଦର୍ଶନ ପାଇଁ ଗତ ୩ ବର୍ଷ ମଧ୍ୟରେ ୮ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଆସିଛନ୍ତି। ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତରଦେଇ ସ୍ବାସ୍ଥ୍ୟମନ୍ତ୍ରୀ ବାଲି ଭଗତ୍‌ ଏହା ସୂଚିତ କରିଛନ୍ତି।

 ଉତ୍ତର-ପୂର୍ବ ରାଜ୍ୟରେ ଅନୁପ୍ରବେଶ ୮୫ ପ୍ରତିଶତ କମିଛି

ଉତ୍ତର-ପୂର୍ବ ରାଜ୍ୟରେ ଅନୁପ୍ରବେଶ ୮୫ ପ୍ରତିଶତ କମିଛି

ନୂଆଦିଲ୍ଲୀ, ୧୭।୧: ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ସୀମାପାର ଅନୁପ୍ରବେଶ ୮୫ ପ୍ରତିଶତ କମିଛି। ଏ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ବୁଧବାର ସୂଚନା ଦେଇଛନ୍ତି।

 ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ସେନା କ୍ୟାପଟେନ ଆହତ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ସେନା କ୍ୟାପଟେନ ଆହତ

ଶ୍ରୀନଗର, ୧୭।୧: ଜମ୍ମୁ-କଶ୍ମୀର ପୁଞ୍ଚ୍‌ ଜିଲା ଚଖନ ଦା ବାଗ୍‌ଠାରେ ଥିବା ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଏହା ପାଲଟା ଜବାବରେ ଭାରତୀୟ ସେନା ପକ୍ଷରୁ ଗୁଳିଗୋଳା ବର୍ଷଣ କରାଯାଇଥିଲା।

ନିୟନ୍ତ୍ରଣ ରେଖାରେ ଉତ୍ତେଜନା: ସୀମାପାର ବ୍ୟବସାୟ ଉପରେ ପଡୁଛି ପ୍ରଭାବ

ନିୟନ୍ତ୍ରଣ ରେଖାରେ ଉତ୍ତେଜନା: ସୀମାପାର ବ୍ୟବସାୟ ଉପରେ ପଡୁଛି ପ୍ରଭାବ

ଶ୍ରୀନଗର, ୧୭।୧: ନିୟନ୍ତ୍ରଣ ରେଖାଠାରେ ବାରମ୍ବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ସୀମାପାର ବ୍ୟବସାୟ ପ୍ରଭାବିତ ହେଉଛି ବୋଲି ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ ସୂଚିତ କରାଯାଇଛି।

 ସୁପ୍ରିମ୍‌କୋର୍ଟ ସଙ୍କଟ: ଆଲୋଚନା ପୂର୍ବରୁ ଛୁଟିରେ ଗଲେ ଚେଲେମଶ୍ୱର

ସୁପ୍ରିମ୍‌କୋର୍ଟ ସଙ୍କଟ: ଆଲୋଚନା ପୂର୍ବରୁ ଛୁଟିରେ ଗଲେ ଚେଲେମଶ୍ୱର

ନୂଆଦିଲ୍ଲୀ, ୧୭।୧: ସୁପ୍ରିମ୍‌କୋର୍ଟ ସଙ୍କଟର ସମାଧାନ ପାଇଁ ପ୍ରଧାନ ବିଚାରପତି ଦୀପକ ମିଶ୍ର ବିଦ୍ରୋହୀ ବିଚାରପତିଙ୍କ ସହିତ ଆଲୋଚନା ପାଇଁ ବୁଧବାର ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଏହା ପୂର୍ବରୁ ବିଚାରପତି ଜେ.ଚେଲେମଶ୍ୱର ଛୁଟିରେ ଯାଇଛନ୍ତି।

 ଶହେ କୋଟି ଅଚଳ ଟଙ୍କା ଜବତ

ଶହେ କୋଟି ଅଚଳ ଟଙ୍କା ଜବତ

କାନପୁର, ୧୭।୧: ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବୁଧବାର କାନପୁରଠାରୁ ବିପୁଳ ପରିମାଣର ଅଚଳ ଟଙ୍କା ଜବତ କରାଯାଇଛି। ଏହା ପ୍ରାୟ ଶହେ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଆତଙ୍କବାଦୀଙ୍କୁ ବିଦେଶୀ ରାଷ୍ଟ୍ର ଯୋଗାଉଛନ୍ତି ଆଣବିକ ଅସ୍ତ୍ରଶସ୍ତ୍ର

ଆତଙ୍କବାଦୀଙ୍କୁ ବିଦେଶୀ ରାଷ୍ଟ୍ର ଯୋଗାଉଛନ୍ତି ଆଣବିକ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୧୭।୧: ଆତଙ୍କବାଦୀଙ୍କୁ ବିଦେଶୀ ରାଷ୍ଟ୍ର ଅତ୍ୟାଧୁନିକ ଆଣବିକ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି। ସେମାନଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ବିଦେଶୀ ରାଷ୍ଟ୍ରମାନଙ୍କର ପ୍ରୋତ୍ସାହନ ମିଳୁଛି ବୋଲି ସେନାମୁଖ୍ୟ ବିପିନ ରାଓ୍ବତ ବୁଧବାର ସୂଚିତ କରିଛନ୍ତି।

ଭିକାରୀ ଚିହ୍ନଟ କଲେ ମିଳିବ ୫ଶହ ଟଙ୍କା ପୁରସ୍କାର

ଭିକାରୀ ଚିହ୍ନଟ କଲେ ମିଳିବ ୫ଶହ ଟଙ୍କା ପୁରସ୍କାର

ହାଇଦ୍ରାବାଦ୍‌, ୧୭।୧: ତେଲେଙ୍ଗାନାକୁ ଭିକାରୀ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏକ ଅନନ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଉଦ୍ୟମ ଅନ୍ତର୍ଗତ ଭିକାରୀକୁ ଚିହ୍ନଟ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ଶହ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।

ଚଳିତ ବର୍ଷରୁ ଶେଷ ହେବ ହଜ୍‌ ରିହାତି

ଚଳିତ ବର୍ଷରୁ ଶେଷ ହେବ ହଜ୍‌ ରିହାତି

ନୂଆଦିଲ୍ଲୀ,୧୬।୧: ଚଳିତ ବର୍ଷରୁ କେନ୍ଦ୍ର ସରକାର ହଜ ଯାତ୍ରା ପାଇଁ ରିହାତି ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏନେଇ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍‌ ଆବ୍ବାସ୍‌ ନକ୍‌ଭି ମଙ୍ଗଳବାର ସୂଚନା ଦେଇଛନ୍ତି।

‘ପଦ୍ମାବତ୍‌’କୁ ପୁଣି ରେଡ୍‌ ସିଗ୍‌ନାଲ୍‌

‘ପଦ୍ମାବତ୍‌’କୁ ପୁଣି ରେଡ୍‌ ସିଗ୍‌ନାଲ୍‌

ନୂଆଦିଲ୍ଲୀ,୧୬।୧: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’କୁ ହରିୟାଣାରେ ମଧ୍ୟ ନିଷିଦ୍ଧ କରାଗଲା। ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ପରେ ଏବେ ହରିୟାଣା ସରକାର ଏହି ଫିଲ୍ମକୁ ରାଜ୍ୟରେ ରିଲିଜ୍‌ କରିବାକୁ ବାରଣ କରିଛନ୍ତି।