Dharitri News
ବ୍ରହ୍ମପୁର

ବାଇକ୍‌ ଦୁର୍ଘଟଣାରେ ଯୁବକ ମୃତ, ୩ ଆହତ

ବାଇକ୍‌  ଦୁର୍ଘଟଣାରେ ଯୁବକ ମୃତ, ୩ ଆହତ ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୬।୮(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ସମସ୍ତଙ୍କ ଘର ଗଞ୍ଜାମ ଜିଲା ଲୁଚାପଡ଼ା ଗ୍ରାମରେ। ମୃତ ଯୁବକ ଜଣକ ହେଲେ ଗଞ୍ଜାମ ଜିଲା ଲୁଚାପଡ଼ା ଗ୍ରାମର ଆଦିତ୍ୟ ପ୍ରଧାନ। ଆହତ ଲୁଚାପଡ଼ା ଗ୍ରାମର ବିକ୍ରମ ନାୟକ, କବିର ମଲ୍ଲିକ ଓ ଗଜପତି ଜିଲା ଅଡ଼ବା ଅଞ୍ଚଳର ଚନ୍ଦନ ନାୟକଙ୍କୁ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ମୃତଦେହକୁ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ସୂଚନାଯୋଗ୍ୟ, ଆଦିତ୍ୟ, ବିକ୍ରମ, କବିର ଓ ଚନ୍ଦନ ବିପଦଜନକ ଅବସ୍ଥାରେ ଏକ ବାଇକ୍‌ (ନଂ.ଓଆର୦୭କ୍ୟୁ-୦୫୫୩)ରେ ବ୍ରହ୍ମପୁର ପଟୁ ବ୍ରାହ୍ମଣୀଗାଁ ଦେଇ ଗଦାପୁର ଅଞ୍ଚଳକୁ ଯାଉଥିଲେ। ବ୍ରାହ୍ମଣୀଗାଁଠାରୁ କିଛି ଦୂର ପୁଇଗୁଡା ଗ୍ରାମର ମଶାଣିପଦା ବୁଲାଣି ରାସ୍ତାରେ ଚାଳକ ଗାଡି ଉପରୁ ଭାରସାମ୍ୟ ହରାଇ ଏକ ପଥରକୁ ଧକ୍କା ଦେଇଥିଲେ। ଏଥିରେ ସମସ୍ତେ ଆହତ ହୋଇଥିଲେ। ସେମାନଙ୍କୁ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବ୍ରାହ୍ମଣୀଗାଁ ଆଇଆଇସି କମଳଲୋଚନ ବେହେରା, ଏଏସଆଇ ପ୍ରମୋଦ ଦୀପ୍‌ ପ୍ରମୁଖ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏ ନେଇ ନଂ.୩୨/୧୭ରେ ଏକ ମାମଲା ରୁଜୁ ହୋଇଛି।

ବ୍ରହ୍ମପୁର

ନୂଆ ଜେଟି ନିର୍ମାଣ, ପଥରବନ୍ଧେଇ ଉପରେ ଗୁରୁତ୍ୱ

ନୂଆ ଜେଟି ନିର୍ମାଣ, ପଥରବନ୍ଧେଇ ଉପରେ ଗୁରୁତ୍ୱ

ଛତ୍ରପୁର,୨୦।୧(ଡି.ଏନ.ଏ.)- ଗୋପାଳପୁର ପୋର୍ଟରେ ଥିବା ମତ୍ସ୍ୟ ବିଭାଗ ଜେଟିର ଚ୍ୟାନେଲ ଖନନ ୧୫ ଦିନ ହେଲା ଚାଲିଛି। ଏହି କାମ କିଭଳି ଚାଲିଛି ସେସମ୍ପର୍କରେ ଜାଣିବାକୁ ଶନିବାର ଛତ୍ରପୁର ବିଧାୟକ ଡା. ପ୍ରିୟାଂଶୁ ପ୍ରଧାନ ସେଠାକୁ ଯାଇ ପରିଦର୍ଶନ କରିଛନ୍ତି। ଚ୍ୟାନେଲ ପୋତି ହୋଇ ଯାଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ଆସିବାରେ ଅସୁବିଧାର ହେଉଛି। ଫଳରେ ମାଛ ମାରିବାକୁ ଡଙ୍ଗାରେ ଯିବାକୁ ଅସୁବିଧା ହେଉଛି।

ଶ୍ୱଶୁର ଖଣ୍ଡା ଚୋଟରେ ଜ୍ୱାଇଁଙ୍କ ମୃତ୍ୟୁ

ଶ୍ୱଶୁର ଖଣ୍ଡା ଚୋଟରେ ଜ୍ୱାଇଁଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୦।୧(ଡ଼ି.ଏନ.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ତଥା ପୁରୁଷୋତ୍ତମପୁର ବ୍ଲକ ଝାଡ଼ବାଇ ଗ୍ରାମରେ ଶନିବାର ମଧ୍ୟାହ୍ନରେ ପାରିବାରିକ କଳହରୁ କରୁଣ ପରିଣତି ଘଟିଛି। ଶ୍ୱଶୁରଙ୍କ ଖଣ୍ଡା ଚୋଟରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ରାଉଳବନ୍ଧ ଗ୍ରାମର ପି ମନୁ ରେଡ୍ଡୀ। ପାରିବାରିକ କଳହରୁ ମନୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ତାଙ୍କ ଶ୍ୱଶୁର ଝାଡ଼ବାଇର ଜଗନ୍ନାଥ ରେଡ୍ଡୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି।

ସରକାରୀ ବସ୍‌ରୁ ଗଞ୍ଜେଇ ଜବତ

ସରକାରୀ ବସ୍‌ରୁ ଗଞ୍ଜେଇ ଜବତ

ଫିରିଙ୍ଗିଆ, ୨୦।୧- କନ୍ଧମାଳ ଜିଲା ଗୋଚ୍ଛାପଡା ପୋଲିସ ଶୁକ୍ରବାର ଏକ ସରକାରୀ ବସ୍‌ରୁ ୨୩କେଜି ୪ଶହଗ୍ରାମ ଗଞ୍ଜେଇ ଜବତ କରିଛି। ହେଲେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପୂର୍ବାହ୍ନ ପ୍ରାୟ ୯ଟାରେ ଗୋଚ୍ଛାପଡାରୁ ଫୁଲବାଣୀ ଆସୁଥିବା ସରକାରୀ ବସ୍‌ ନଂ.ଓଡି ୧୨ ୩୬୮୧କୁ ହାଟପଦା ଛକରେ ଅଟକାଇ ତଲାସି କରିଥିଲା। ଗାଡିରୁ ଗୋଟିଏ ବସ୍ତାରେ ଥିବା ଗଞ୍ଜେଇ ମିଳିଥିଲା।

ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ

ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସେଥିରେ ବସିଥିବା ପ୍ରାୟ ୫୦ ଜଣ ଯାତ୍ରୀ ବର୍ତ୍ତିଯାଇଛନ୍ତି। ପୁରୀରୁ ତାରାତାରିଣୀ ଦର୍ଶନ ଲାଗି ଯାତ୍ରୀଙ୍କୁ ନେଇ ଆସିଥିବା ବସ୍‌ ନଂ. ଓଆର୧୦ଜି-୨୮୦୪ ଯାଉଥିବା ବେଳେ ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ଗଡସାହିଛକରେ ହଠାତ୍‌ ନିଅଁା ଲାଗିଯାଇଥିଲା।

ଉପଜିଲାପାଳଙ୍କୁ ଦିଆଗଲା ତଦନ୍ତ ରିପୋର୍ଟ

ବ୍ରହ୍ମପୁର ଅଫିସ,୨୦।୧- ବ୍ରହ୍ମପୁର ସହର କର୍ପୋରେଶନ ରୋଡସ୍ଥିତ ଗଜପତି ପ୍ଲାଜା ନିକଟ ମୁସଲମାନ ବସ୍ତିରେ ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୫୬ରୁ ଊର୍ଦ୍ଧ୍ୱ ବଖରା ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। କ୍ଷତିଗ୍ରସ୍ତ ହୋଇଥିବା ଅଧିକାଂଶ ପରିବାର ଗରିବ ଶ୍ରେଣୀର। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ୟ ଶର୍ଟଶର୍କିଟ କିମ୍ବା ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇ ବିସ୍ଫୋରଣ ଘଟିବା ଯୋଗୁ ଏପରି ଘଟିଥିବା ସନ୍ଦେହ କରାଯାଉଥିଲା। ତେବେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତଦନ୍ତ କରି ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ରିପୋର୍ଟ ଦାଖଲ କରି କରିବାକୁ ଉପଜିଲାପାଳ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଥିଲେ।

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ବ୍ରହ୍ମପୁର ଅଫିସ,୨୦।୧-ସ୍ଥାନୀୟ ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ମୀନାକ୍ଷୀନଗରରେ ଶୁକ୍ରବାର ବିଳମ୍ବିତ ରାତିରେ କେତେକ ଯୁବକ ବସି ଡକାୟତି ଯୋଜନା କରୁଥିବା ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା। ଚଢାଉ ବେଳେ ସେଠାରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଯୁବକମାନେ ହେଲେ ମନୋଜ ସାମନ୍ତରାୟ, ପିଣ୍ଟୁ ବେହେରା, ସୁନୀଲ ମିଶ୍ର, ସୁମନ ପାଢୀ, ଦିପୁନା ନାୟକ ଓ ତାରିଣୀ ଜେନା। ସେମାନଙ୍କ ପାଖରୁ ପୋଲିସ ଗୋଟିଏ ଖଣ୍ଡା, ୩ଟି ବୋମା, ଓ ଲାଠି ଜବତ କରିଛି। ଏ ନେଇ ଥାନାରେ ନଂ. ୮/୧୮ରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ କୁଳମଣି ସେଠୀ କହିଛନ୍ତି।

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ବ୍ରହ୍ମପୁର ଅଫିସ/ବାଲିପଡ଼ା,୨୦।୧- ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଲୋଚାପଡା ଅଞ୍ଚଳରେ ଏକ ଭଡା ଘରେ ରହୁଥିବା ଜଣେ ମହିଳାଙ୍କ ଝୁଲନ୍ତା ଶବକୁ ପୋଲିସ ଉଦ୍ଧାର କରିଛି। ସେ ହେଲେ ଗଞ୍ଜାମର ଟୁନା ସ୍ବାଇଁଙ୍କ ସ୍ତ୍ରୀ ଶ୍ରୀମତିନୀ। ମୋ ଝିଅକୁ ହତ୍ୟା କରାଯାଇଛି ବୋଲି ଶ୍ରୀମତିନୀଙ୍କ ପିତା ଛତ୍ରପୁର ଅଞ୍ଚଳର ଡମ୍ବରୁଧର ବାରିକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୨୩/୧୮) ରୁଜୁ କରିଛି।

ସ୍ବଦେଶୀ ମେଳାରେ ମନୋଜଙ୍କ ୪ ରେକର୍ଡ

ସ୍ବଦେଶୀ ମେଳାରେ ମନୋଜଙ୍କ ୪ ରେକର୍ଡ

ବ୍ର୍ରହ୍ମପୁର ଅଫିସ,୨୦।୧- ଗଞ୍ଜାମ ଜିଲା ଭାବରଡା ଗ୍ରାମର ମନୋଜ ମହାରଣା ପୁଣି ୪ଟି ରେକର୍ଡ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରାଉରକେଲା ମେଳଣ ପଡିଆଠାରେ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଚାଲିଥିବା ସ୍ବଦେଶୀ ମେଳାରେ ଶୁକ୍ରବାର ମନୋଜ ଯୋଗ ଦେଇଥିଲେ। ଏହି ଅବସରରେ ସେ ନିଜ କଳାପ୍ରଦର୍ଶନ କରି ପୂର୍ବରୁ ଗିନିଜ ବୁକ ଅଫ ୱାଲର୍‌ଡରେକର୍ଡରେ ରହିଥିବା ୪ଟି ରେକର୍ଡକୁ ଭାଙ୍ଗି ଚର୍ଚ୍ଚିତ ହୋଇଥିଲେ।

ସମ୍ପୂର୍ଣ୍ଣ ହୋଇନି ସଂସ୍କୃତି ଭବନ

ସମ୍ପୂର୍ଣ୍ଣ ହୋଇନି ସଂସ୍କୃତି ଭବନ

ଛତ୍ରପୁର,୨୦।୧(ଡି.ଏନ.ଏ.)- ଗଞ୍ଜାମ ଜିଲାର ଛତ୍ରପୁରରେ ଥିବା ଜିଲା ସଂସ୍କୃତି ଭବନ ଓ ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ବିଭିନ୍ନ ସାଂସ୍କୃତିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେଉଛି। ମାତ୍ର ଉକ୍ତ ୨ ସଂସ୍କୃତି ଭବନର ସମ୍ପୂର୍ଣ୍ଣ ନିର୍ମାଣ କାମ ଏବଂ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥା ହୋଇପାରିନି। ବର୍ଷ ବର୍ଷ ଧରି ଏପରି ଅଧାପନ୍ତରିଆ ରହିଛି। ବାରମ୍ବାର ସମୀକ୍ଷା ମଧ୍ୟ ହେଉଛି। ମାତ୍ର କୌଣସି ସୁଫଳ ମିଳୁନି।

ରେଳଧାରଣାରୁ ମୃତଦେହ ଉଦ୍ଧାର

ରେଳଧାରଣାରୁ ମୃତଦେହ ଉଦ୍ଧାର

ବାଲିପଡ଼ା,୨୦।୧- ବ୍ରହ୍ମପୁର ଜିଆରପି ପୋଲିସ ଶନିବାର ଏକ ମୁଣ୍ଡଗଣ୍ଡି ଅଲଗା ହୋଇଥିବା ମୃତଦେହ ଛତ୍ରପୁର ନିକଟ ରେଳଧାରଣାରୁ ଉଦ୍ଧାର କରିଥିଲା। ପରିଚୟ ନ ପାଇ ମୃତଦେହକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତ୍ରିନାଥ ରେଡ୍ଡୀ ନାମକ ଜଣେ ଯୁବକ ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ରେଳ ଧାରଣାରେ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତଦେହର ଫଟୋ ଛାଡିଥିଲେ।

ପୃଥକ୍‌ ଦୁର୍ଘଟଣା: ଜଣେ ମୃତ

ପୃଥକ୍‌ ଦୁର୍ଘଟଣା: ଜଣେ ମୃତ

ଛତ୍ରପୁର,୨୦।୧(ଡି.ଏନ.ଏ)- ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥରେ ଶନିବାର ପୂର୍ବାହ୍ନରେ ପୃଥକ ପୃଥକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ବ୍ଲକ ନରସିଂହପୁର ଗାଁର ଦୈତାରୀ ନାୟକ ତାଙ୍କ ବାଇକ (ନଂ.ଓଡି୦୭-୫୮୯୯)ରେ ଛତ୍ରପୁର ଆସୁଥିବା ବେଳେ ନାଜର ପେଟ୍ରୋଲ ଟାଙ୍କି ସମ୍ମୁଖ ଜାତୀୟ ରାଜପଥରେ ତାଙ୍କୁ ପଛପଟୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ନଂ.ଏପି୦୫ଟିଏ-୯୮୭୫) ଧକ୍କା ଦେଇଥିଲା।

ଥାଇରଏଡ୍‌ ମାସ ପାଳିତ

ଥାଇରଏଡ୍‌ ମାସ ପାଳିତ

ବ୍ରହ୍ମପୁର ଅଫିସ, ୨୦।୧: ମହାମାୟୀ ମହିଳା ମହାବିଦ୍ୟାଳୟରେ ଶନିବାର ଥାଇରଏଡ୍‌ ମାସ ପାଳିତ ହୋଇଯାଇଛି।