ବ୍ରହ୍ମପୁର

ଅଟୋ ସଂଘ, ପୋଲିସ ବୈଠକ ଅଟୋରେ ବେଶୀ ଛାତ୍ରୀଛାତ୍ର ନ ନେବାକୁ ଗୁରୁତ୍ୱ

ଅଟୋ ସଂଘ, ପୋଲିସ ବୈଠକ ଅଟୋରେ ବେଶୀ ଛାତ୍ରୀଛାତ୍ର ନ ନେବାକୁ ଗୁରୁତ୍ୱ

ଭଞ୍ଜନଗର,୧୬।୮(ଡି.ଏନ.ଏ.)-ବୁଧବାରଠାରୁ ଟ୍ରାଫିକ୍‌ ଆଇନକୁ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଟ୍ରାଫିକ୍‌ ଆଇନ କଡ଼ାକଡ଼ି ଲାଗୁ ହେବା ଦ୍ୱାରା ଅଟୋ ମାଲିକମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଆଗକୁ ଜୀବନ ଜିବୀକା ବିପର୍ଯ୍ୟସ୍ତ ହୋଇପଡ଼ିବାର ସମ୍ଭାବନା ରହିଛି। ଯାହାକୁ ନେଇ ଅଟୋ ମାଲିକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ବୁଧବାର ଅଟୋ ମାଲିକ ସଂଘ ପକ୍ଷରୁ ପୋଲିସ ସହ ଆଲୋଚନା ପାଇଁ ୨ଘଣ୍ଟା କାମ ବନ୍ଦ କରାଯାଇଥିଲା। ଏସ୍‌ଡ଼ିପିଓ ଉତ୍କଳ କେଶରୀ ଦାସ, ଥାନାଧିକାରୀ ଅଶ୍ୱିନୀ ସାହୁଙ୍କ ସହ ଅଟୋ ମାଲିକ ସଂଘର କର୍ମକର୍ତ୍ତାମାନେ ଆୟୋଜିତ ବୈଠକରେ ଆଲୋଚନା କରିଥିଲେ। ଅଧିକ ସଂଖ୍ୟକ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଅଟୋରେ ଯେପରି ନିଆଯାଇ ନ ପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ସାଧାରଣ ଯାତ୍ରୀ ନେବା ନିୟମକୁ ସାମାନ୍ୟ କୋହଳ କରିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା। ଅଧିକାଂଶ ବାଇକ୍‌ ଚାଳକ ହେଲମେଟ୍‌ ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଛି। ହେଲ୍‌ମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ ନିୟମକୁ ବୁଧବାରଠାରୁ କଡାକଡି ହୋଇଥିବାରୁ ହେଲମେଟ୍‌ ଦୋକାନଗୁଡ଼ିକରେ ଭିଡ଼ ଜମିଛି। କିନ୍ତୁ ୪ ଚକିଆ ଯାନ ଚାଳକମାନେ ସିଟ୍‌ ବେଲ୍ଟ ବାନ୍ଧୁ ନ ଥିବା ଲକ୍ଷ୍ୟ କରାଯାଉଛି। ଏଥିସହ ବସ୍‌ଗୁଡ଼ିକ ଦ୍ରୁତ ଗତିରେ ଯାତାୟତ କରୁଛି। ଏଥିପ୍ରତି ପ୍ରଶାସନ ଦୃଷ୍ଠି ଦେବାପାଇଁ ସାଧାରଣରେ ଦାବି ହୋଇଛି।

All Right Reserved By

ବ୍ରହ୍ମପୁର

ବ୍ରହ୍ମପୁରରେ ପ୍ରଥମ ପେନସନ ଅଦାଲତ: ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ ମଞ୍ଜୁର

ବ୍ରହ୍ମପୁରରେ ପ୍ରଥମ ପେନସନ ଅଦାଲତ: ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ ମଞ୍ଜୁର

ବ୍ରହ୍ମପୁର ଅଫିସ,୨୨।୭: ବ୍ରହ୍ମପୁର ଭି.ଭି. ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପ୍ରଥମ ପେନସନ ଅଦାଲତ ରବିବାର ଅନୁଷ୍ଠିତ ହୋଇଯାଇଛି। ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିବା କର୍ମଚାରୀ ମାନେ ବିଭିନ୍ନ କାରଣରୁ ପେନସନ ପାଇବାରୁ ବଞ୍ଚିତ ହୋଇଥିଲେ। ୧୯୮ ଜଣ କର୍ମଚାରୀ ଅବସର ସତ୍ତ୍ୱେ ପେନସନ ପାଇପାରିନାହାନ୍ତି। ସେମାନଙ୍କ ସମସ୍ୟା ଦୂର କରିବା ସହ ଅଭିଯୋଗ ଶୁଣିବା ପାଇଁ ଏହି ଅଦାଲତର ଆୟୋଜିତ ହୋଇଥିଲା।

ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଅଭିଯାନ

ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଅଭିଯାନ

ବ୍ରହ୍ମପୁର ଅଫିସ,୨୨।୭: ବ୍ରହ୍ମପୁର ଜିଲା ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଅଭିଯାନ ରବିବାର ଆରମ୍ଭ ହୋଇଯାଇଛି। ପାତାଳେଶ୍ୱର ମନ୍ଦିର ନିକଟ ପଞ୍ଚୁ ଦେଉଳ ମଠଠାରେ ରବିବାର ସକାଳେ ଏହାର ଉଦ୍‌ଘାଟନ ଉତ୍ସବ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇ ଚାରା ବଣ୍ଟନ ଆରମ୍ଭ କରିଥିଲେ।

ଶେରଗଡ଼ରେ ଠାକୁରଙ୍କ କାଞ୍ଚି ଅଭିଯାନ ବେଶ

ଶେରଗଡ଼ରେ ଠାକୁରଙ୍କ କାଞ୍ଚି ଅଭିଯାନ ବେଶ

ଶେରଗଡ଼,୨୨।୭(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡରେ ରବିବାର ଥିଲା ଠାକୁରଙ୍କ ରଥଯାତ୍ରାର ଅଷ୍ଟମ ଦିନ। ଶନିବାର ଏଠାରେ ଥିବା ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଶେଷ ଦର୍ଶନ ହୋଇଥିଲା।

ଅଲାରିଗଡ଼ରେ ବାହୁଡା ଯାତ୍ରା ପାଇଁ ଭକ୍ତଙ୍କ ସମାଗମ

ଅଲାରିଗଡ଼ରେ ବାହୁଡା ଯାତ୍ରା ପାଇଁ ଭକ୍ତଙ୍କ ସମାଗମ

ଶେରଗଡ଼,୨୨।୭(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରିଗଡ ଗ୍ରାମରେ ନୂତନ ମନ୍ଦିର ଓ ରଥଟଣା ଦେଖିବାକୁ ଭକ୍ତଙ୍କ ଭିଡ ଜମିଛି। ପାଗ ଅନୁକୂଳ ଥିବାରୁ ଚଳିତବର୍ଷ ରଥଯାତ୍ରା ଦେଖିବାକୁ ଶହ ଶହ ଭକ୍ତଙ୍କ ଭିଡ ଲାଗିଛି।

ବିଏମ୍‌ସି ପକ୍ଷରୁ ଖୋଲାଗଲା ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌

ବ୍ରହ୍ମପୁର ଅଫିସ,୨୨ା୭-ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇଦିନ ହେଲା ବର୍ଷା ଲାଗି ରହିଛି। ଗତ ଦୁଇଦିନ ମଧ୍ୟରେ ସହରରେ ୫୯ ମିମି ବର୍ଷା ରେକର୍ଡ କରାଯାଇଥିବା ସୂଚନା ମିଳିଛି। କେତେକ ସ୍ଥାନରେ ବର୍ଷା ପାଣି ଜମି ରହିଛି। ବିଶେଷ କରି ୩୩ ନଂ. ୱାର୍ଡ ଅନ୍ତର୍ଗତ ଗଜପତିନଗର ଓ ନୀଳକଣ୍ଠନଗରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ୪ ଇଞ୍ଚ ଉଚ୍ଚତାରେ ଜମି ରହିଛି। ଉଦ୍‌ବୃତ୍ତ ଜଳ ନିଷ୍କାସନ ପାଇଁ ଥିବା ଡ୍ରେନ୍‌ ଅଳିଆ ଆବର୍ଜନାରେ ପୋତି ହୋଇଯାଇଥିବାରୁ ସେହି ବାଟ ଦେଇ ବର୍ଷା ଜଳ ନିଷ୍କାସିତ ହୋଇ ପାରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ରାଜମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟା ମାମଲା, ୫ ଗିରଫ

ରାଜମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟା ମାମଲା, ୫ ଗିରଫ

ଛତ୍ରପୁର,୨୨।୭(ଡି.ଏନ.ଏ) - ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଟାଙ୍ଗଣାପଲ୍ଲୀ ପଞ୍ଚାୟତ ନୂଆ ନଗରଡିହର ଗୋଚର ଜମିରୁ ଗତ୧୫ ତାରିଖରେ ଗୋପାଳପୁର ଥାନା ଶୀତଳାପଲ୍ଲୀ ଗାଁର ତଥା ରାଜମିସ୍ତ୍ରି ଏଙ୍କା ରେଡ୍ଡୀ (୩୮)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ୫ ଜଣଙ୍କୁ ଚମାଖଣ୍ଡି ପୋଲିସ ଗିରଫ କରିଛି। ସେମାନେ ହେଲେ ଗୋପାଳପୁର ଥାନା ଶୀତଳାପଲ୍ଲୀ ଗାଁର ମଙ୍ଗୁଳୁ ଦାସ, ନୀର ଦାସ, ସୁଶାନ୍ତ ମହାରଣା, ବାବୁଲା ଦାସ ଓ ସୁରେଶ ଦାସ। ଏମାନଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଏଥିସହ ଏମାନଙ୍କଠାରୁ ୨ଟି ବାଇକ ଜବତ ହୋଇଛି।

ବର୍ଷାରେ ଘର ଭାଙ୍ଗିଲା

ବର୍ଷାରେ ଘର ଭାଙ୍ଗିଲା

ଛତ୍ରପୁର,୨୨।୭(ଡି.ଏନ.ଏ.)- ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ପଞ୍ଚାୟତର କେଉଟପଲ୍ଲୀ ଗାଁରେ ଶନିବାର ଜଣଙ୍କ ଘରର କାନ୍ଥ ଭୁଶୁଡି ପଡିଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏହା ଘଟିଛି। ମାତ୍ର ଅଳ୍ପକେ ପରିବାରବର୍ଗ ଏଥିରୁ ରକ୍ଷା ପାଇଯାଇଛନ୍ତି। ପଦୀ ବେହେରା(୬୫)ଙ୍କ ଘରର କାନ୍ଥ ସକାଳ ପ୍ରାୟ ୭ଟାରେ ଭୁଶୁଡି ପଡିଥିଲା। ଫଳରେ ମୂଲ୍ୟବାନ ଆସବାବପତ୍ର, ସାଇକେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ। ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗଇ ଦେବାକୁ ଦାବି ହୋଇଛି।

ବୃଦ୍ଧଙ୍କୁ ହତ୍ୟା ଘଟଣାରେ ଯୁବକ ଗିରଫ

ବୁଗୁଡ଼ା,୨୨ା୭(ଡି.ଏନ.ଏ.):ବୁଗୁଡ଼ା ଥାନା ନୂଆପାଣିକେଶର ଗ୍ରାମର ଜଣେ ବୃଦ୍ଧଙ୍କୁ କାତିରେ ଆକ୍ରମଣ କରି ହତ୍ୟା ଘଟଣାରେ ବୁଗୁଡ଼ା ପୋଲିସ ଶନିବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ନୂଆପାଣିକେଶର ଗ୍ରାମର ପାଣ୍ଡା ପ୍ରଧାନ। ଏନେଇ ବୁଗୁଡ଼ା ଥାନାରେ ୧୩୧/୧୮ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ପ୍ରକାଶ ଯେ, ନୂଆପାଣିକେଶର ଗ୍ରାମର ଅଜ୍ଞାନ ସ୍ବାଇଁଙ୍କ ପରିବାର ସହ ପାଣ୍ଡା ପ୍ରଧାନଙ୍କ ପରିବାରଙ୍କର ପ୍ରାୟ ଦେଢ଼ବର୍ଷ ହେଲା ଶତ୍ରୁତା ଲାଗି ରହିଥିଲା। ଜୁନ ୨୦ ରାତି ପ୍ରାୟ ୮ଟାରେ ବୃଦ୍ଧ ଅଜ୍ଞାନ ଦୋକାନରୁ ସଉଦା କିଣି ଘରକୁ ଫେରୁଥିବାବେଳେ ପାଣ୍ଡା ଠେଙ୍ଗା ଓ କାତିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଅଜ୍ଞାନଙ୍କୁ ପ୍ରଥମେ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ପରେ ପାଣ୍ଡା ଫେରାର ହୋଇଯାଇଥିଲେ। ପ୍ରାୟ ମାସେ ପରେ ବୁଗୁଡ଼ା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ସଦଳବଳ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ଥାନା ଆମ୍ବପୁଆ ଠାରେ ଚଢାଉ କରି ପାଣ୍ଡାଙ୍କୁ ଗିରଫ କରିଛି।

ଜମିରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା

ଭଞ୍ଜନଗର,୨୨।୭(ଡି.ଏନ.ଏ.)-ତାରସିଂ ଥାନା ଅନ୍ତର୍ଗତ ଗାଲେରିର ଗନ୍ଧି ଗୌଡ଼ (୫୫) ଶୁକ୍ରବାର ଅପରାହ୍ନରେ ଜମିକୁ ଚାଷ କରିବାକୁ ଯାଇଥିବା ବେଳେ ବିଷ ପିଇ ଦେଇଥିଲେ। ଖବର ପାଇ ପରିବାର ଲୋକେ ଗନ୍ଧିଙ୍କୁ ଉଦ୍ଧାର କରି ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଥିବା ବେଳେ ସେହି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଶନିବାର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଚଳାଇଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ। ଗନ୍ଧିଙ୍କ ପୁଅ ଶିବ ରଞ୍ଜନ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ଶୁକ୍ରବାର ଅପରାହ୍ନରେ ବାପା ଜମି ଆଡ଼େ କାମ କରିବାକୁ ଯାଇଥିବା ବେଳେ ବିଷ ପିଇ ଦେଇଥିଲେ। କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ପରିବାର ଲୋକେ ଜାଣିନାହାନ୍ତି। ଏନେଇ ଗାଲେରି ଫାଣ୍ଡି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଗନ୍ଧିଙ୍କ ଆତ୍ମହତ୍ୟା ସହ ଋଣର କିଛି ସମ୍ପର୍କ ନାହିଁ।

ଶିବଶଙ୍କରଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର ଅଫିସ ୨୨ା୭-ଅନୁସୂଚିତ ଜନଜାତି ବର୍ଗର ଜଣେ ବ୍ୟକ୍ତିଙ୍କ ଜମି ହଡପ ମାମଲାରେ ସମ୍ପୃକ୍ତ ଥିବା ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ତଥା ଭାଜପା ନେତା ଶିବଶଙ୍କର ଦାସଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଶନିବାର ଗଞ୍ଜାମ ଜିଲା କୋର୍ଟରେ ଜିଲା ଜଜ୍‌ ବିଭୁ ପ୍ରସାଦ ରାଉତରାୟ ଏହି ମାମଲାର ବିଚାର କରି ଶିବଶଙ୍କରଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।

ଫୁଲବାଣୀ-ବୌଦ୍ଧ ୧୫୭ ନଂ. ଜାତୀୟ ରାଜପଥ ବିଚ୍ଛିନ୍ନ

ଫୁଲବାଣୀ-ବୌଦ୍ଧ ୧୫୭ ନଂ. ଜାତୀୟ ରାଜପଥ ବିଚ୍ଛିନ୍ନ

ଖଜୁରିପଡା,୨୨ା୭(ଡି.ଏନ.ଏ.)-ଲଗାଣ ବର୍ଷା ପୋଲ କାମରେ ବାଧକ ସାଜିଛି । ଫୁଲବାଣୀ-ବୌଦ୍ଧ ୧୫୭ ନଂ. ଜାତୀୟ ରାଜପଥ ରାଣୀପଥର ଉପରେ ନିର୍ମାଣ ହେଉଥିବା ପୋଲକାମ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ନିର୍ମାଣ କାର୍ଯ୍ୟ ଆଗକୁ ବଢି ପାରୁନାହିଁ। ତିନିଥର ସେଣ୍ଟ୍ରିଂ କାମ ଧୋଇ ହୋଇ ଗଲାଣି। ଶନିବାର ଲଗାଣ ବର୍ଷା ଯୋଗୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷ ଭାସି ଯାଇଛି। ଡାଇଭର୍ସନ ରାସ୍ତା ଉପରେ ୮ଫୁଟର ପାଣି ଯିବାରୁ ଫୁଲବାଣୀ-ବୌଦ୍ଧ ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ମଦ ଜବତ ୩ଗିରଫ

ମଦ ଜବତ ୩ଗିରଫ

ଶଙ୍କରାଖୋଲ, ୨୨ା୭ (ଡି.ଏନ୍‌.ଏ)-ଟିକାବାଲି ପୋଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ମଦବିକ୍ରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନ ହେଲେ ଅରକ୍ଷିତ ଭୋଇ, ଶ୍ୟାମଘନ ଦଣ୍ଡିଆ, ସୁରେନ୍ଦ୍ର ପ୍ରଧାନ୍‌। ଟୁଡୁବାଲି ଗ୍ରାମରେ ଚଢ଼ାଉ କରି ୧୩ ଲିଟର ବିଦେଶୀ ମଦ ଜବତ କରି ଅରକ୍ଷିତ ଭୋଇଙ୍କୁ ଗିରଫ କରିଥିବାବେଳେ ମିଡ଼ାବାଲି ଗ୍ରାମରେ ଚଢାଉ କରି ୧୦ଲିଟର ଦେଶୀ ମହୁଲିମଦ ଜବତ କରିବା ସହ ଶ୍ୟାମଘନ ଦଣ୍ଡିଆକୁ ଗିରଫ କରିଛି। ସେହିପରି ଶିକରିଡି ଗ୍ରାମରେ ଚଢ଼ାଉ କରି ୧୫ ଲିଟର ମହୁଲି ମଦ ଜବତ କରିବା ସହ ସୁରେନ୍ଦ୍ର ପ୍ରଧାନଙ୍କୁ ପୋଲିସ ଗିରଫ କରିଛି। ଏନେଇ ଟିକାବାଲି ଥାନାରେ ନଂ ୬୧/୧୮, ୬୨/୧୮, ୬୩/୧୮ରେ ମାମଲା ରୁଜୁ ହୋଇଥିବା ଆଇଆଇସି ଆଦିତ୍ୟ କୁମାର ସେଠୀ ସୂଚନା ଦେଇଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ