ବ୍ରହ୍ମପୁର

ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଦିଗପହଣ୍ଡି, ୧୬ା୮ (ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ପଞ୍ଚାୟତ ଅଧୀନ ଜୁଆଣପଲ୍ଲୀ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ର ୬ ମାସରୁ ଉର୍ଦ୍ଧ୍ୱ ହେଲା ଖୋଲାଯାଉ ନ ଥିବାରୁ ଗ୍ରାମର ଶିଶୁ ଓ ଗର୍ଭବତୀଙ୍କୁ ସହାୟତା ମିଳୁନାହିଁ। ଏହାର ପ୍ରତିବାଦରେ ଗ୍ରାମବାସୀ ବୁଧବାର ଦିଗପହଣ୍ଡିରେ ପହଞ୍ଚତ୍ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଙ୍ଗନଓ୍ବାଡି କେନ୍ଦ୍ର ନିୟମିତ ଖୋଲାଯାଉ ନ ଥିବା ଓ କୌଣସି ପ୍ରକାର ସରକାରୀ ସହାୟତା ସମ୍ପର୍କରେ ମହିଳା ହିତାଧିକାରୀମାନଙ୍କୁ ସଚେତନ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା। ସିପିଆଇ ରାଜ୍ୟ ପରିଷଦ ସଦସ୍ୟ ଅଳକନାଥ ମିଶ୍ରଙ୍କ ନେତୃତ୍ୱରେ ଓ୍ବାର୍ଡସଭ୍ୟା ଦମୁଣି ମଳିକ, ସନ୍ତୋଷ କୁମାର ଗୌଡ ପ୍ରମୁଖଙ୍କ ସମେତ ବହୁସଂଖ୍ୟକ ଗ୍ରାମବାସୀ ସିଡିପିଓ ସରୋଜବାଳା ଆଚାର୍ଯ୍ୟଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ।

All Right Reserved By

ବ୍ରହ୍ମପୁର

ପ୍ରବଳ ବର୍ଷାରେ ବେହାଲ କୋଦଳା

ପ୍ରବଳ ବର୍ଷାରେ ବେହାଲ କୋଦଳା

କୋଦଳା,୧୫।୭: ମୌସୁମୀ ଆସିବାରେ ବିଳମ୍ବ ହେବାରୁ ଗଞ୍ଜାମ ଜିଲା କୋଦଳା ଅଞ୍ଚଳରେ ଗଜା ମରୁଡ଼ି ଆଶଙ୍କା ଦେଖା ଦେଇଥିଲା। ମାତ୍ର ଗତ ଶନିବାର ଠାରୁ ପ୍ରବଳ ବର୍ଷା ଯୋଗୁ ଧାନତଳି ଧୋଇ ବିଲରେ ବାଲି ମାଡ଼ି ଯାଇଛି।

ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ବେଗୁନିଆପଡ଼ା,୧୫।୭(ଡି.ଏନ.ଏ.): ବେଗୁନିଆପଡ଼ା ବ୍ଲକରେ ଗତ ଶନିବାର ପ୍ରବଳ ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଘରେ ପାଣି ପଶିବା ସହ ରାସ୍ତାରେ ନର୍ଦ୍ଦମା ପାଣି ପ୍ରବାହିତ ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ବାଡେନାଯୁରେ ଚାରା ରୋପଣ କାର୍ଯ୍ୟକ୍ରମ

ବାଡେନାଯୁରେ ଚାରା ରୋପଣ କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫।୭(ଡି.ଏନ.ଏ.): ଜି.ଉଦୟଗିରି ବ୍ଲକ ମାଲିକପଡ଼ି ପଞ୍ଚାୟତ ବାଡ଼େନାଯୁ ଗ୍ରାମରେ ଶନିବାର ଚାରା ରୋପଣ କରାଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହେଡ ପକ୍ଷରୁ ଗ୍ରାମର ନାଣ୍ଡାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବଚ୍ଛ ଭାରତ ମିଶନ ଦ୍ୱାରା ବିଦ୍ୟାଳୟ ପରିସରକୁ ସଫା ରଖିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

ପାର୍କ ସଫା କଲେ ଯୁବକ

ପାର୍କ ସଫା କଲେ ଯୁବକ

ବୁଗୁଡ଼ା,୧୫।୭(ଡି.ଏନ.ଏ.): ବୁଗୁଡ଼ା ବଳଦେବ ସ୍ବାମୀ ନୂତନ ବସଷ୍ଟାଣ୍ଡରେ ଥିବା ପାର୍କକୁ ସଫା କରିଛନ୍ତି ଯୁବକ। ଦିନକୁ ଦିନ ପାର୍କଟି ଅପରିଷ୍କାର ହୋଇ ଲଟାବୁଦା ମାଡି ଯାଇଥିବାବେଳେ ବୁଗୁଡ଼ା ଘରୋଇ ବସ ମାଲିକ ସଂଘ ଓ ଅଟୋ ମାଲିକ ସଂଘର କିଛି ଯୁବକ ମିଶି ବସ୍‌ଷ୍ଟାଣ୍ଡରେ ଥିବା ପାର୍କକୁ ସଫା କରିଛନ୍ତି।

ରଥଟଣାବେଳେ ଯୁବକଙ୍କୁ ଛୁରାମାଡ଼

ଦିଗପହଣ୍ଡି,୧୫ା୭(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମରେ ଶନିବାର ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ରଥଟଣାବେଳେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି।

ଭତ୍ତା ପାଇଁ ଆସି ନିରାଶରେ ଫେରିଲେ ହିତାଧିକାରୀ

ଭତ୍ତା ପାଇଁ ଆସି ନିରାଶରେ ଫେରିଲେ ହିତାଧିକାରୀ

ଦାରିଙ୍ଗବାଡ଼ି,୧୫।୭(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଦିନରେ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରାଯାଇନାହିଁ। ପ୍ରତି ମାସର ୧୫ ତାରିଖଠାରୁ ଭତ୍ତା ବଣ୍ଟନ ପାଇଁ ନିୟମ ରହିଛି। ସେହି ଅନୁଯାୟୀ ରବିବାର କେତେକ ପଞ୍ଚାୟତରେ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ଦାୟିତ୍ୱରେ ଥିବା ଅଧିକାରୀମାନେ ଆସି ନ ଥିବାରୁ ଭତ୍ତା ନପାଇ ନିରାଶରେ ଫେରିଥିବା ଦେଖାଯାଇଛି।

୧୪ଟି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

୧୪ଟି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

ସୋରଡ଼ା,୧୫।୭ (ଡି.ଏନ୍‌.ଏ.): ସୋରଡା ବ୍ଲକର ବିଭିନ୍ନ ଗ୍ରାମରେ ରବିବାର ୧୪ଟି ରାସ୍ତା ସହ ଗୋଟିଏ ଉନ୍ନିତ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆସିକା ଏମ୍‌ପି ଲଡୁକିଶୋର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସୋରଡ଼ା ବିଧାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ବର୍ଷା ବିତ୍ପାତ: ଉପୁଡ଼ିଲା ଗଛ, ହଟାଇବା ବେଳେ ଅଗ୍ନିଶମ କର୍ମଚାରୀ ଆହତ

ବର୍ଷା ବିତ୍ପାତ: ଉପୁଡ଼ିଲା ଗଛ, ହଟାଇବା ବେଳେ ଅଗ୍ନିଶମ କର୍ମଚାରୀ ଆହତ

ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ସଦର ଥାନା ଅଞ୍ଚଳ କୁକୁଦଖଣ୍ଡି ନିକଟରେ ରାସ୍ତା ଉପରେ ଏକ ବଡ଼ ଗଛ ଉପୁଡ଼ି ପଡିଥିଲା। ଗଛକୁ କାଟି ରାସ୍ତା ଉପରୁ ହଟାଉଥିବା ସମୟରେ ରବିବାର କୁକୁଡ଼ାଖଣ୍ଡି ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କ ହାତ ଗୁରୁତରଭାବେ ଆହତ ହୋଇଛି ।

ଦୁର୍ଘଟଣାରେ ଯୁବତୀ ମୃତ

ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁରସ୍ଥିତ ହଳଦିଆପଦର ଓଭରବ୍ରିଜ ନିକଟରେ ରବିବାର ପୂର୍ବାହ୍ନ ୧୧ ଟାରେ ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁଘଟିଛି। ମୃତ ଯୁବତୀ ଜଣକ ହେଉଛନ୍ତି କନିଷି ଅଞ୍ଚଳର ପଲ୍ଲବୀ ଜେନା।

ଘୋଡ଼ାହାଡ଼ ଡ୍ୟାମରେ ବଢ଼ୁଛି ଜଳପତ୍ତନ

ଘୋଡ଼ାହାଡ଼ ଡ୍ୟାମରେ ବଢ଼ୁଛି ଜଳପତ୍ତନ

ଦିଗପହଣ୍ଡି,୧୫।୭(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ ଘୋଡ଼ାହାଡ଼ ଡ୍ୟାମର ଜଳପତ୍ତନ ବଢ଼ିବାରେ ଲାଗିଛି। ଡ୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ବିପଦ ସଙ୍କେତ ୧୧୭.୩୦ ରହିଛି। ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଜଳପତ୍ତନ ୧୧୭.୨୮ ଥିବା ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ରୋଟାରୀ କ୍ଲବର ୬୪ତମ ଅଧିଷ୍ଠାନ ଉତ୍ସବ: ଦାୟିତ୍ୱ ଗ୍ରହଣ କଲେ ନୂତନ ସଭାପତି

ରୋଟାରୀ କ୍ଲବର ୬୪ତମ ଅଧିଷ୍ଠାନ ଉତ୍ସବ: ଦାୟିତ୍ୱ ଗ୍ରହଣ କଲେ ନୂତନ ସଭାପତି

ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ରୋଟାରୀ କ୍ଲବର ୬୪ତମ ଅଧିଷ୍ଠାନ ଉତ୍ସବ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କ୍ଲବର ନୂତନ ସଭାପତି ଶ୍ରୀନିବାସ ପୃଷ୍ଟି ଏବଂ ସମ୍ପାଦକ ସତ୍ୟଭାମା ପାତ୍ର ଦାୟିତ୍ୱ ଗ୍ରହଣ କରିଥିଲେ।

ଏଟିଏମ୍‌ ଲୁଟ ଉଦ୍ୟମ

ଏଟିଏମ୍‌ ଲୁଟ ଉଦ୍ୟମ

ପାଟପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଫ ଗ୍ରାମରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲୁଟ କରିବାକୁ ଉଦ୍ୟମ କରିଥିବା ରବିବାର ସକାଳେ ଜଣାପଡ଼ିଛି। ଏଟିଏମ୍‌କୁ ଭାଙ୍ଗିବାରେ ଦୁର୍ବୃତ୍ତମାନେ ବିଫଳ ହୋଇଛନ୍ତି। ମାତ୍ର ବାହାର ତାଲା ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି।

Model This Week

ରୂପେଶ