ଜୀବନଚର୍ଯ୍ୟା |

ଛୁଟି ଦିନରେ ଅଧିକ ବିଶ୍ରାମ ନିଅନ୍ତି ପୁରୁଷ

ଛୁଟି ଦିନରେ ଅଧିକ ବିଶ୍ରାମ ନିଅନ୍ତି ପୁରୁଷ

ଓ୍ବାଶିଂଟନ୍‌
ଆଧୁନିକ ସମାଜରେ ଏବେ ବି ଲିଙ୍ଗଗତ ବିଭେଦ ରହିଛି। ପୁରୁଷଙ୍କ ତୁଳନାରେ ମହିଳାମାନେ କମ୍‌ ସୁଯୋଗ ପାଉଥିବା ଦେଖାଯାଉଛି। କର୍ମକ୍ଷେତ୍ରରେ ଉଭୟ ସମାନ ସୁବିଧା ପାଉଥିଲେ ସୁଦ୍ଧା ପରିବାରରେ ଏହି ପାର୍ଥକ୍ୟ ବିଶେଷମାତ୍ରାରେ ଦେଖିବାକୁ ମିଳିଥାଏ। ପରିବାରର ଯେଉଁଠି ଉଭୟେ ସ୍ତ୍ରୀସ୍ବାମୀ ଚାକିରି କରିଥାନ୍ତି ସେ କ୍ଷେତ୍ରରେ ଛୁଟିରେ ପୁରୁଷମାନେ ବିଶ୍ରାମ କରିବାକୁ ପସନ୍ଦ କରୁଥିବାବେଳେ ମହିଳାମାନେ ଘରକାମ ସହ ପିଲାଙ୍କ ଯତ୍ନ ନେବାରେ ସମୟ କାଟିଥାନ୍ତି। ଏପରି କି ଛୁଟିରେ ଯେତେବେଳେ ପୁରୁଷମାନେ ପିଲାଙ୍କ ଯତ୍ନ ନେଇଥାନ୍ତି ସେତେବେଳେ ମହିଳାମାନେ ମଧ୍ୟ ସ୍ବାମୀଙ୍କୁ ସହଯୋଗ କରିଥାନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ମହିଳାମାନେ ଛୁଟି ଦିନରେ ଘରେ ଯଦି ୪୬ ରୁ ୪୯ ମିନିଟ ବିଶ୍ରାମ ନେଉଛନ୍ତି ସେଠି ପୁରୁଷମାନେ ମହିଳାଙ୍କ ଅପେକ୍ଷା ୨ଗୁଣାରୁ ଅଧିକ ସମୟ ଅର୍ଥାତ ୧୦୧ ମିନିଟ ବିଶ୍ରାମ ନେଇଥାନ୍ତି। ଦମ୍ପତି ଉଭୟ ଚାକିରି କରିଥିଲେ ସୁଦ୍ଧା ଘର କାମ ଓ ପିଲାଙ୍କ ଯତ୍ନ ନେବାରେ ଏବେବି ସମାଜରେ ଅସାମାନତା ଦେଖା ଦେଉଛି ବୋଲି ଆମେରିକାର ଓହିଓ ଷ୍ଟେଟ ଯୁନିଭର୍ସିଟିର ଆସୋସିଏଟ ପ୍ରଫେସର କ୍ଲାରେ କାମ୍ପ ଡସ୍‌ କହିଛନ୍ତି। ପ୍ରଥମ ଗର୍ଭଧାରଣର ଶେଷ ପର୍ଯ୍ୟାୟ ଏବଂ ସନ୍ତାନ ଜନ୍ମର ୩ମାସ ପରେ ୫୨ ଦମ୍ପତିଙ୍କୁ ନେଇ କ୍ଲାରେ ଏକ ସର୍ଭେ କରିଥିଲେ। ଏଥିରେ ସେ ସପ୍ତାହର କାର୍ଯ୍ୟ ଦିବସ ଏବଂ ଛୁଟିଦିନର କାର୍ଯ୍ୟସୂଚୀ ସମ୍ପର୍କରେ ଡାଏରୀରେ ଉଲ୍ଲେଖ କରିବାକୁ ଦମ୍ପତିଙ୍କୁ କହିଥିଲେ। ଦେଖାଯାଇଥିଲା ଯେ, ସନ୍ତାନ ଜନ୍ମର ୩ମାସ ମଧ୍ୟରେ କାର୍ଯ୍ୟଦିବସ ଗୁଡ଼ିକରେ ସ୍ତ୍ରୀ ଓ ସ୍ବାମୀ ସମାନ ସମୟ ଘର କାମ କରନ୍ତି। ଏପରି କି ଛୁଟି ଦିନରେ ମଧ୍ୟ ପିଲାଙ୍କ ଯତ୍ନ ନେବାରେ ଉଭୟେ ସମାନ ସମୟ ଦେଇଥାନ୍ତି। ମାତ୍ର ଯେତେବେଳେ ସନ୍ତାନଙ୍କୁ ୩ମାସରୁ ଅଧିକ ହୋଇଯାଏ ସେତେବେଳେ ସ୍ତ୍ରୀଙ୍କ ଅପେକ୍ଷା ସ୍ବାମୀ ଅଧିକ ସମୟ ବିଶ୍ରାମରେ କଟାଇ ଥାନ୍ତି ବୋଲି ସର୍ଭେରୁ ଜଣାପଡ଼ିିଛି।

All Right Reserved By

ଜୀବନଚର୍ଯ୍ୟା |

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ରେଡିଏଟର ପାଣି ପିଇ ୭ ଦିନ ବଞ୍ଚିଲେ ଯୁବତୀ

ଓ୍ବାଶିଂଟନ: ଆମେରିକା କାଲିଫର୍ନିଆର ଏକ ପାହାଡ ତଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବତୀ ୭ ଦିନ ପର୍ଯ୍ୟନ୍ତ ରେଡିଏଟର ପାଣି ପିଇ ଜୀବନ ବଞ୍ଚାଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୋର୍ଟଲାଣ୍ଡ ନିବାସି ଏଞ୍ଜେଲା ଏର୍ନାଡେଜ(୨୩) ଏକ ଦୁର୍ଘଟଣାର ଶିକାର ହେବା ପରେ ପ୍ରାୟ ୨ଶହ ଫୁଟ ଉଚ୍ଚରୁ ତଳକୁ ପଡିଯାଇଥିଲେ।

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ସ୍ବାମୀଙ୍କ ନାମ ନ ଧରିବା ପଛର କାରଣ

ହିନ୍ଦୁ ଧର୍ମ ଅନୁଯାୟୀ ସ୍ବାମୀଙ୍କ ନାଁ ଧରିବା ଅଶୁଭ ବୋଲି କୁହାଯାଏ। ସ୍ବାମୀଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଉଥିବା ବେଳେ ସ୍ତ୍ରୀ ନାଁ ଧରି ଡାକିଲେ ଏହାର ଅପମାନ ହୋଇଥାଏ ବୋଲି କୁହାଯାଏ।

ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ମୁଦି

ନିର୍ବନ୍ଧରେ ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ମୁଦି

ନିର୍ବନ୍ଧ ସମୟରେ କନ୍ୟା ସବୁବେଳେ ବାମ ହାତର ଅନାମିକା ଆଙ୍ଗୁଠିରେ ମୁଦି ପିନ୍ଧିଥାଏ। ସେହିପରି ବର ଡାହାଣ ହାତର ଅନାମିକା ଆଙ୍ଗୁଠିରେ ଏହା ପିନ୍ଧିଥାଏ। ଏହାକୁ ବିବାହର ପୂର୍ବ ସନ୍ତକ ବୋଲି କୁହାଯାଏ।

ଚା’ କହିଦେବ କିପରି ବ୍ୟକ୍ତିତ୍ୱ

ଚା’ କହିଦେବ କିପରି ବ୍ୟକ୍ତିତ୍ୱ

ଅଧିକାଂଶଙ୍କ ଘରେ ଚା’ ଠାରୁ ଦିନଟି ଆରମ୍ଭ ହୋଇଥାଏ। ସକାଳୁ ଚା’ ପିଇବା ଦ୍ୱାରା ମନ ଫ୍ରେସ୍‌ ଲାଗେ ଓ ସବୁ କାମ କରିବାକୁ ଇଚ୍ଛା ହୁଏ। କିଛି ଲୋକଙ୍କୁ ନାଲି ଚା’ ପସନ୍ଦ ହୋଇଥାଏ ତ ପୁଣି କାହାକୁ କ୍ଷୀର ଚା’। ତେବେ ଏଥିରୁ ଲୋକଙ୍କ ବ୍ୟକ୍ତିତ୍ୱ ଜାଣିହୋଇଥାଏ ବୋଲି ନିକଟରେ ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

କାହିଁକି ଆସେ ଏପରି ସ୍ବପ୍ନ

କାହିଁକି ଆସେ ଏପରି ସ୍ବପ୍ନ

ରାତିରେ ଶୋଇଥିବା ସମୟରେ କେତେକ ଭୟଙ୍କର ସ୍ବପ୍ନ ଦେଖିଥାନ୍ତି। ତେବେ ଏପରି ସ୍ବପ୍ନ କାହିଁକି ଆସିଥାଏ, ଏହାର ଅନେକ କାରଣ ରହିଛି। ଚିକିତ୍ସା ବିଜ୍ଞାନୀ ଏହାକୁ ଏକ ପ୍ରକାର ଫୋବିଆ ବା ମାନସିକ ରୋଗ କହିଥାନ୍ତି।

ରକ୍ତହୀନତା ଦୂରକରେ ଜାମୁକୋଳି

ରକ୍ତହୀନତା ଦୂରକରେ ଜାମୁକୋଳି

ଜାମୁକୋଳିରେ ରହିଛି କ୍ୟାଲସିୟମ, ପୋଟାସିୟମ, ଆଇରନ୍‌ ଓ ଭିଟାମିନ୍ସ। ଏହାକୁ ଖାଇଲେ ଶରୀର ଅନେକ ରୋଗଠାରୁ ଦୂରେଇ ରହିଥାଏ ବୋଲି ଆୟୁର୍ବେଦ ଚିକିତ୍ସକମାନେ ମତ ଦିଅନ୍ତି।

ପୂର୍ବଜନ୍ମ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି...

ପୂର୍ବଜନ୍ମ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି...

ପୂର୍ବଜନ୍ମରେ ଜଣେ କ’ଣଥିଲେ, ସେ ସମ୍ପର୍କରେ ଜାଣିବା ଲାଗି ଅନେକଙ୍କ ମନରେ ଦେଖାଦେଇଥାଏ ଉତ୍ସୁକତା। ଏନେଇ ଜ୍ୟୋତିଷାଶାସ୍ତ୍ରରେ ଏକ ଗଣନା ରହିଛି। ଯାହାଦ୍ୱାରା ପୂର୍ବଜନ୍ମ ବିଷୟରେ ସୂଚନା ମିଳିପାରିଥାଏ। ଜାତକରେ ଦେବଗୁରୁ ବୃହସ୍ପତିଙ୍କୁ ସ୍ଥିତି ନେଇ ଏହା ଗଣନା କରାଯାଇଥାଏ।

ମାଛ ଖାଇବା ପରେ କ୍ଷୀର ପିଇଲେ କ’ଣ ହୁଏ

ମାଛ ଖାଇବା ପରେ କ୍ଷୀର ପିଇଲେ କ’ଣ ହୁଏ

ସୁସ୍ଥ ସ୍ବାସ୍ଥ୍ୟ ଲାଗି ଆୟୁର୍ବେଦରେ ଅନେକ ନୀତି ନିୟମ ତଥା ଆଚାର ବ୍ୟବହାର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଆୟୁର୍ବେଦରେ ସୂଚିତ ହୋଇଛି ଯେ, ମାଛ ଖାଇବା ପରେ କ୍ଷୀର ପିଇଲେ ଶରୀର ଉପରେ ପଡ଼ିଥାଏ ଖରାପ ପ୍ରଭାବ। ଏହାଦ୍ୱାରା ଲ୍ୟୁକୋଡର୍ମା ହେବାର ଆଶଙ୍କା ରହିଥାଏ ।

ଭୋଜନ ପରେ ଏସବୁ କରିବା ମନା

ଭୋଜନ ପରେ ଏସବୁ କରିବା ମନା

ଭୋଜନ ପୂର୍ବରୁ ତଥା ପରେ କ’ଣ କରାଯିବା ଆବଶ୍ୟକ ସେନେଇ ଆୟୁର୍ବେଦରେ ନାନା ପରାମର୍ଶ ଉଲ୍ଲେଖ ରହିଛି। ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହିତ ବିଭିନ୍ନ ରୋଗ ପ୍ରଭାବରୁ ମିିଳିଥାଏ ମୁକ୍ତି। ଭୋଜନ ପରେ ଫଳ ଖାଇଲେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ।

ମନ୍‌ସୁନ୍‌ ଫ୍ୟାଶନ

ମନ୍‌ସୁନ୍‌ ଫ୍ୟାଶନ

ଦିନ ଥିଲା ବର୍ଷାଋତୁ ଆସିଲେ ଆଉଟ୍‌ଫିଟ୍‌କୁ ନେଇ ବଢ଼ିଯାଉଥିଲା ଚିନ୍ତା। ହେଲେ ଏବେ ସେ ସମୟ ଆଉ ନାହିଁ। ସ୍ପେଶାଲ ବର୍ଷାଦିନ ପାଇଁ ମାର୍କେଟ୍‌ରେ ବିଭିନ୍ନ ପୋଷାକଠାରୁ ଆରମ୍ଭକରି ଅନେକ ଓ୍ବାଟରପ୍ରୁପ୍‌ ଆସେସରିଜ୍‌ ପର୍ଯ୍ୟନ୍ତ ସବୁକିଛି ଉପଲବ୍ଧ। କେବଳ ଏତିକି ନୁହେଁ, ମଡର୍ନ ଦୁନିଆର ଚାହିଦା ଅନୁଯାୟୀ ବର୍ଷାରୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ଛତା ଏବଂ ରେନ୍‌କୋଟ୍‌ର ବି ବଦଳିଯାଇଛି ରୂପ।

କୋଲେଷ୍ଟରଲ କମାଏ ଛତୁ

କୋଲେଷ୍ଟରଲ କମାଏ ଛତୁ

ଛତୁରେ ବିଭିନ୍ନ ପୋଷକତ୍ବ ରହିଥାଏ। ଏହାକୁ ପ୍ରତିଦିନ ଖାଇଲେ ଶରୀରର ଅନେକ ଉପକାର ହୁଏ। ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ ।

ଅଧିକାଂଶ ସିଜରିଆନ୍‌ ଶିଶୁ ମେଦବହୁଳ ହୁଅନ୍ତି କାହିଁକି

ଅଧିକାଂଶ ସିଜରିଆନ୍‌ ଶିଶୁ ମେଦବହୁଳ ହୁଅନ୍ତି କାହିଁକି

କେତେକ ସିଜରିଆନ୍‌ ଶିଶୁ ମେଦବହୁଳ ହୋଇଥାନ୍ତି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଳେଖ ରହିଛି। ସିଜରିଆନ୍‌ ଶିଶୁ ଓ ମେଦବହୁଳତା ମଧ୍ୟରେ ଗଭୀର ସମ୍ପର୍କ ଥିବା ଗବେଷକ ରିପୋର୍ଟ ଦର୍ଶାଇଛନ୍ତି।

Model This Week

ରୂପେଶ