ସମ୍ପାଦକୀୟ |

ଦେଶ ଗଠନରେ ମାଆ

ଦେଶ ଗଠନରେ ମାଆ
ସୁଧିରାଜ ରାଉତ ପୃଥିବୀର ସବୁଠୁ ମଧୁର ଶବ୍ଦ ‘ମା’। ସବୁଠୁ ପବିତ୍ର ଓ ଆପଣାର ଶବ୍ଦ ‘ମା’। ଗତ ଭୟଙ୍କର ସୁନାମିର ଘଟଣା- ପାହାଡ଼ ଉଚ୍ଚାର ଢେଉ ସମୁଦ୍ର ଭିତରୁ କୂଳ ଆଡକୁ ମାଡ଼ି ଆସୁଛି...ସମସ୍ତେ ଦୌଡ଼ୁଛନ୍ତି ହୋଟେଲ ଆଡ଼କୁ ସୁରକ୍ଷିତ ସ୍ଥାନକୁ। କିନ୍ତୁ ଜଣେ ମହିଳା ସମୁଦ୍ର ଆଡ଼କୁ ଦୌଡ଼ୁଛନ୍ତି କାରଣ ତାଙ୍କର କୁନି ପିଲାଟି ସମୁଦ୍ର ପାଣି ପାଖରେ ଖେଳୁଛି। କେବଳ ମଣିଷ ନୁହେଁ ପ୍ରତିଟି ଜୀବରୂପୀ ମା’ ମଧ୍ୟରେ ଏହି ଗୁଣଟି ସ୍ବତଃ ବିଦ୍ୟମାନ। ଯେଭଳି ଚିତାବାଘ ମାଙ୍କଡ଼ ଶିକାର କରିବାକୁ ଗଛ ଉପରକୁ ଚଢିଲେ ପିଲାମାଙ୍କଡ ଯଦି ନିଜକୁ ବଞ୍ଚେଇ ନ ପାରେ ମା’ ମାଙ୍କଡ ପିଲାକୁ ବଞ୍ଚେଇବାକୁ ଯାଇ ଚିତା ହାତରେ ନିଜକୁ ଧରେଇ ଦିଏ। ଚିଲ ଆକ୍ରମଣ କଲେ ମା’ କୁକୁଡା ପିଲାମାନଙ୍କୁ ନିଜ ଡେଣା ତଳେ ସୁରକ୍ଷିତ କରିନିଏ କିନ୍ତୁ ନିଜକୁ ବଞ୍ଚେଇବାର ଆବଶ୍ୟକତାକୁ ଭୁଲି ଯାଇଥାଏ। ଏହିଭଳି ଅସରନ୍ତି ଉଦାହରଣ, ସନ୍ତାନ ପାଇଁ ସମର୍ପିତ ମାତୃ ଜୀବନ ଆମେ ଦେଖିଥାଉ। ଏହି ଅନନ୍ୟ ଅତୁଳନୀୟ ଗୁଣ ସବୁ ମା’ ପ୍ରାଣୀଙ୍କଠାରେ ସ୍ବତଃ ବିଦ୍ୟମାନ, କିନ୍ତୁ ପ୍ରକୃତି ମନୁଷ୍ୟଠାରୁ ଅଧିକ କିଛି ଚାହୁଁଛି କି? ଶ୍ରୀଅରବିନ୍ଦ କହନ୍ତି ମଣିଷକୁ ନେଇ ପ୍ରକୃତି ଏଠି ଦେବତା ଅବା ଅତିମାନବ ଗଢିବା ପାଇଁ ପ୍ରୟାସ କରୁଛି। ମଣିଷ ସଚେତନ ସହଯୋଗ କଲେ ଏହା ଶୀଘ୍ର ସମ୍ଭବ ହେବ। ମାତୃରୂପୀ ପ୍ରକୃତିର ଏଇ ସୁନ୍ଦର ସୃଷ୍ଟିକୁ ସଚେତନ ସହଯୋଗ ଦ୍ୱାରା ଅଧିକ ଅମୃତମୟ କରାଯାଇ ପାରିବ କି? ବିବେକାନନ୍ଦ କହନ୍ତି ଜଣେ ଶିଶୁ ଜନ୍ମରୁ ଦେବତା ଅବା ରାକ୍ଷସ ହୋଇ ଜନ୍ମ ହୋଇଥାଏ। ଜନ୍ମ ପରେ ଆମର ଶିକ୍ଷା, ସମସ୍ତ ପ୍ରୟାସ ହୁଏତ ଜଣେ ରାକ୍ଷସକୁ ଶୃଙ୍ଖଳିତ ରାକ୍ଷସ, ଜଣେ ଦେବତାକୁ ସ୍ବେଚ୍ଛାଚାରୀ ଦେବତା କରିପାରେ। ବାହି୍ୟକ ଶିକ୍ଷା ସତ୍ତ୍ୱେ ଜଣେ ରାକ୍ଷସ ରାକ୍ଷସ ହୋଇ ରହିବ ଏବଂ ଜଣେ ଦେବତା ଦେବତା ହୋଇ ରହିବ। ବିବେକାନନ୍ଦଙ୍କ ଏହି ଉକ୍ତି କହୁଛି- ଜନ୍ମ ପୂର୍ବରୁ ସବୁ କିଛି ହୋଇ ସାରିଥାଏ। ଯାହା ହେବା କଥା ତାହା ଗଢା ସରିଥାଏ। ଆମ୍ଭେମାନେ ଆଜି ଆଧୁନିକତା ନାମରେ ଅତୀତର ବହୁ ମୂଲ୍ୟବାନ୍‌ ଉପଲବ୍ଧି ସବୁକୁ, ମହାନ୍‌ ଦ୍ରଷ୍ଟା ଋଷିମାନଙ୍କ ପରାମର୍ଶକୁ ଅନ୍ଧବିଶ୍ୱାସ କହି ହସରେ ଉଡାଇ ଦେଉଛୁ। କିଛି ବର୍ଷ ତଳେ ଏକ ବୈଜ୍ଞାନିକ ପରୀକ୍ଷଣଟିଏ ପଢିଥିଲି- କିଛି ଯୁବ ବୈଜ୍ଞାନିକ ଗର୍ଭସ୍ଥ ଶିଶୁ ଉପରେ ବାହ୍ୟ ପ୍ରଭାବ କିଭଳି ପଡୁଛି ପରୀକ୍ଷା କରିଥିଲେ। ୪ ମାସର ଗର୍ଭସ୍ଥ ଶିଶୁଟିକୁ ଏକ ସପ୍ତାହ ନିର୍ଦ୍ଦିଷ୍ଟ ବାଦ୍ୟ ସଙ୍ଗୀତ ଶୁଣାଯାଇଥିଲା। ପିଲାଟି ଜନ୍ମ ପରେ ଯେବେ କାନ୍ଦେ, ଉକ୍ତ ବାଦ୍ୟ ସଙ୍ଗୀତଟିକୁ ବଜାଇଦେଲେ କାନ୍ଦ ବନ୍ଦ କରି ନୀରବ ହୋଇ ତାହା ଶୁଣୁଥିଲା ଏବଂ ପୁଲକିତ ହେଉଥିଲା। ଏହା ପ୍ରମାଣ କରୁଛି ବାହ୍ୟ ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ଅବଶ୍ୟ ପଡିଥାଏ। ପୃଥିବୀର ସବୁ ପୁରାତନ ମହାନ ସଭ୍ୟତାର ମନୀଷୀମାନେ ଶିଶୁର ଗର୍ଭାବସ୍ଥାକୁ ଜୋର ଦେଉଥିଲେ। ସେଥିପାଇଁ ହିନ୍ଦୁମାନଙ୍କ ମଧ୍ୟରେ ଗର୍ଭାଧାନ, ପୁଂସବନ, ସୀମନ୍ତୋନ୍ନୟନ ଆଦି ଦଶବିଧ ସଂସ୍କାରର ବ୍ୟବସ୍ଥା ରହିଛି। କେଉଁ ଯୁଗରୁ ଇହୁଦୀମାନେ ସ୍ବାଭାବିକ ଭାବେ ବିଶ୍ୱାସ କରନ୍ତି ଜଣେ ମା’ ଯେଭଳି ଚାହିଁବ ସେହିଭଳି ଶିଶୁ ସନ୍ତାନର ଜନନୀ ହୋଇପାରିବ। ଗ୍ରୀସ୍‌ର ସ୍ବର୍ଣ୍ଣଯୁଗ ପୂର୍ବରୁ ସେ ସମୟର ଶାସକମଣ୍ଡଳୀ ଚିନ୍ତା କଲେ ଏକ ସ୍ବର୍ଣ୍ଣାଭ, ମହିମାମୟ ଗ୍ରୀସ୍‌ ଗଢିବା ପାଇଁ। ଗର୍ଭଧାରିଣୀ ମହିଳାମାନଙ୍କୁ ଏକ ସୁନ୍ଦର ପ୍ରକୃତି ଶୋଭିତ ପରିବେଶ ମଧ୍ୟରେ ସମସ୍ତ ଅଭାବ, ଅସୁବିଧା ରହିତ ବାତାବରଣରେ ରଖାଗଲା ଏବଂ ସେହି ମହିଳାମାନେ ସଚେତନ ଥିଲେ ଯେ ସେମାନେ ଏଠି ନୂତନ ଗ୍ରୀସ୍‌ ଗଢିବା ପାଇଁ, ଅସାଧାରଣ ସନ୍ତାନଙ୍କ ଜନନୀ ହେବାକୁ ଅଛନ୍ତି। ଗ୍ରୀସ୍‌ ଯେ ସମସ୍ତ କ୍ଷେତ୍ରରେ ଜଗତକୁ ଯେଉଁ ନୂତନ ଜ୍ଞାନ ଆଲୋକ ଦେଇଛି, ତାହାର ଅୟମାରମ୍ଭ ଏହି ଅନନ୍ୟ ପ୍ରୟାସରୁ ଆରମ୍ଭ ହୋଇଥିଲା। ଭାରତର ପୁରାତନ ସାହିତ୍ୟରେ ଏହାର ଅସରନ୍ତି ଉଦାହରଣ ରହିଛି। ରାଜା ଅଶ୍ୱପତି ଏବଂ ରାଣୀ ଦୀର୍ଘ ଦିନ ଧରି ତପସ୍ୟା କରିଥିଲେ ସନ୍ତାନ ପ୍ରାପ୍ତି ପାଇଁ। ଏହି ତପସ୍ୟାରୁ ଯେଉଁ ସନ୍ତାନ ଜନ୍ମ ହେଲା, ସେହି ସାବିତ୍ରୀ ହେଲେ ସର୍ବଗୁଣସମ୍ପନ୍ନା। ସେ ଏଭଳି ସାମର୍ଥ୍ୟର ଅଧିକାରିଣୀ ହେଲେ ଯେ ମୃତ୍ୟୁ ଦେବତାଙ୍କଠାରୁ ମୃତ ସ୍ବାମୀଙ୍କ ଜୀବନକୁ ଛଡାଇ ଆଣିପାରିଥିଲେ। ତପସ୍ୟା ଓ ପ୍ରାର୍ଥନା ଦ୍ୱାରା ଜନ୍ମିତ ଶିଶୁଟି କେତେ ସାମର୍ଥ୍ୟଯୁକ୍ତ ହୋଇଥାଏ, ଭାରତୀୟ ସାହିତ୍ୟରେ ଏହା ଏକ ବଳିଷ୍ଠ ଉଦାହରଣ। ଆଉ ଏକ ଘଟଣା କହୁଛି - ନିକଷାଙ୍କୁ ତାଙ୍କ ପିତା ଓ ଭାଇମାନେ ବିଶ୍ରବା ଋଷିଙ୍କ ସହ ବିବାହ ଦେବା ପଛରେ ଏକ ଗୁପ୍ତ ଉଦ୍ଦେଶ୍ୟ ଥିଲା। ଋଷିଙ୍କ ପ୍ରଚଣ୍ଡଜ୍ଞାନ ଓ ଅସୁରଙ୍କ ସାମର୍ଥ୍ୟ ନେଇ ଯେଉଁ ସନ୍ତାନ ଜନ୍ମ ହେବ ସେ ଅସୁରକୁଳକୁ ପୁନଃ ପ୍ରତିଷ୍ଠା କରିବ। ତାହା ହିଁ ମହାଜ୍ଞାନୀ ‘ରାବଣ’ଙ୍କ ଜନ୍ମ ରହସ୍ୟ। ମା’ ନିକଷା ବାପା, ଭାଇଙ୍କ ଗୁପ୍ତ ଉଦ୍ଦେଶ୍ୟ ଜାଣିବା ପରେ ନିଜେ ଦୁଃଖୀ ହୋଇଗଲେ କରୁଣାମୟ ଋଷି ସ୍ବାମୀଙ୍କୁ ଛଳନା କରିଥିବାରୁ। ଦୁଃଖ ଓ ଉଦାସ ଅବସ୍ଥାରୁ ଯିଏ ଜନ୍ମନେଲା ସେ ‘କୁମ୍ଭକର୍ଣ୍ଣ’। ସେଥିପାଇଁ କୁମ୍ଭକର୍ଣ୍ଣ ଉଦାସ, ନିଷ୍କ୍ରିୟ ହୋଇ ଶୋଇ ରହୁଥିଲେ। ଯେତେବେଳେ ନିକଷା ଉଦାସ ଭାବକୁ ଡେଇଁଗଲେ, ଆନନ୍ଦ ସହ ଋଷିଙ୍କ ଯଥାର୍ଥ ପତ୍ନୀ ହୋଇ ଉଠିଲେ, ତାଙ୍କ ଗର୍ଭରୁ ଯିଏ ଜନ୍ମ ନେଲା ସେ ସତ୍ୟ, ନ୍ୟାୟର ସମର୍ଥକ ‘ବିଭୀଷଣ’। ଏହି ସବୁ ମହାନ୍‌ ଘଟଣା ଆମକୁ ସୂଚାଉଛି, ଶିଶୁଟି ଗର୍ଭରେ ଥିବାବେଳେ ମା’ର ମାନସିକତା, ବାହ୍ୟ ପରିବେଶ ତାକୁ କେତେଦୂର ପ୍ରଭାବିତ କରିଥାଏ। ଆମ ସନ୍ତାନମାନେ ଆମ ପ୍ରବୃତ୍ତିର, ଆମ ବାସନାର, ଆମ କାମ ଚରିତାର୍ଥର ପରିଣାମ ନା ଆମ ପ୍ରାର୍ଥନା ଓ ଆମ ତପସ୍ୟାର ପ୍ରତୀକ? ଭୁବନେଶ୍ୱରୀ ଦେବୀ ସ୍ବାମୀଙ୍କ ସହ ବିଳେଶ୍ୱର ମନ୍ଦିର ଯାଇଥାନ୍ତି ପ୍ରଭୁଙ୍କୁ ଦର୍ଶନ କରିବାକୁ। ପ୍ରଭୁଙ୍କୁ ଦେଖୁ ଦେଖୁ ଅଝଟ କଲେ ତୁମେ ମୋର ପୁତ୍ର ହୋଇ ଜନ୍ମ ହୁଅ, ମୋ ଜୀବନକୁ ଧନ୍ୟ କର। ହୃଦୟରୁ ଆତୁର ପ୍ରାର୍ଥନା, ଆଖିରେ ଆନନ୍ଦର ଲୁହ। ପରେ ଭୁବନେଶ୍ୱରୀ ଦେବୀ ଯେଉଁ ସନ୍ତାନକୁ ଜନ୍ମ ଦେଲେ ପ୍ରଭୁ ବିଳେଶ୍ୱରଙ୍କ ନାମରେ ତାଙ୍କୁ ବିଲେ ଡାକୁଥିଲେ। ସେହି ବିଲେ ବଡ଼ ହୋଇ ବିବେକାନନ୍ଦ ହୋଇଥିଲେ। ସେ ସମୟରେ ଜର୍ମାନୀ ପରାଧୀନ, ପଡୋଶୀ ଦେଶସମୂହ ଜର୍ମାନୀକୁ ଖଣ୍ଡେ ଖଣ୍ଡେ ମାଡି ବସିଥାନ୍ତି। ବର୍ଲିନର ରାଜଦାଣ୍ଡରେ ବିଜେତା ସୈନିକଙ୍କ ବୁଟ୍‌ ଶବ୍ଦ ଜଣେ ମହୀୟସୀ ନାରୀଙ୍କ ହୃଦୟରେ କଣ୍ଟା ବିଦ୍ଧ କରୁଥିଲା। ହୃଦୟରୁ ଉଠୁଥିଲା ଆକୁଳ ପ୍ରାର୍ଥନା- ଜର୍ମାନୀ କ’ଣ ତା’ ପୂର୍ବର ମହାନତାକୁ ଫେରି ପାଇବନାହିଁ? ଜର୍ମାନୀ କ’ଣ ପୁନଃ ପ୍ରତିଷ୍ଠିତ ହେବ ନାହିଁ? ସେହି ନାରୀ ପରବର୍ତ୍ତୀ ସମୟରେ ବିସ୍‌ମାର୍କଙ୍କ ଜନନୀ ହୋଇଥିଲେ। ଏସବୁ କାହାଣୀ ନୁହେଁ ଇତିହାସର କଥା। ଶ୍ରୀମା ଜାପାନରେ ଥିବାବେଳେ ଯାଁଳାପିଲା ଦୁହିଁଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ। ପିଲା ଦୁଇଟି ଅବିକଳ ବହୁପୂର୍ବରୁ ଦେଖିଥିବା ଜଣେ ଇଉରୋପୀୟ ଶିଳ୍ପୀଙ୍କର ଚିତ୍ରର ସଂପୂର୍ଣ୍ଣ ଅନୁରୂପ ଥିଲେ। ଶ୍ରୀମା ସେ ଦୁହିଁଙ୍କ ସହ ତାଙ୍କ ଘରକୁ ଯାଇ ତାଙ୍କ ମା-ବାପାଙ୍କୁ ଜାପାନୀ ଦେଖି ଅଧିକ ବିସ୍ମିତ ହେଲେ। ପରେ ଜାଣିଲେ ଉକ୍ତ ଭଦ୍ର ମହିଳା ସେହି ଚିତ୍ରଟିକୁ ବହୁତ ଭଲ ପାଉଥିଲେ ଏବଂ ସେହି ଚିତ୍ର ଅନୁରୂପ ତାଙ୍କ ସନ୍ତାନ ହୁଅନ୍ତୁ ବୋଲି ଚାହୁଁଥିଲେ। ତାଙ୍କ ଶୋଇବା ଘରେ ସେ ସେହି ଶିଳ୍ପୀଙ୍କ ଚିତ୍ରଟିକୁ ସୁନ୍ଦର ଭାବେ ଟାଙ୍ଗିଥିଲେ। ଯଦି ମନର ଭାବନା, ଚାହିଁବା ସ୍ଥୂଳ ଦେହ ଉପରେ ଏତେ ପ୍ରଭାବ ପକାଇ ପାରୁଛି ତେବେ ଆମ ଚାହିଁବା, ଆମ ପ୍ରାର୍ଥନା ଅସାଧାରଣ ପ୍ରାଣବନ୍ତ ଓ ଜ୍ଞାନବନ୍ତ ସନ୍ତାନକୁ ନିଶ୍ଚୟ ଜନ୍ମ ଦେଇପାରିବ। ମା’ମାନେ ଚାହିଁଲେ ସୁନାଗରିକମାନଙ୍କୁ ଜନ୍ମଦେଇ ଆମ ଦେଶକୁ ପୁଣି ମହାନ୍‌ ଦେଶରେ ପରିଣତ କରିପାରିବେ। ଇନ୍ଦ୍ରାବତୀ, ନବରଙ୍ଗପୁର ମୋ-୯୮୬୧୯୬୯୬୭୮
All Right Reserved By

ସମ୍ପାଦକୀୟ |

ସିଆଇସିର କାର୍ଯ୍ୟବୋଝ

ସିଆଇସିର କାର୍ଯ୍ୟବୋଝ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଆବଶ୍ୟକ ସଂଖ୍ୟକ ସୂଚନା ଆୟୁକ୍ତଙ୍କ ଅଭାବରୁ ବର୍ଦ୍ଧିତ କାର୍ଯ୍ୟଭାର ତୁଲାଇବାକୁ ବହୁ ହଇରାଣର ସମ୍ମୁଖୀନ ହେଉଛି। ୨୦୧୬ରୁ ଚାରିଜଣ ସୂଚନା କମିଶନର ଅବସର ନେବା ପରେ ସିଆଇସିଙ୍କ ସମେତ ମୋଟ ସୂଚନା ଆୟୁକ୍ତଙ୍କ ସଂଖ୍ୟା ୭କୁ ଖସିଆସିଛି। ଖାଲିସ୍ଥାନ ପୂରଣ ପାଇଁ ବିଜ୍ଞାପନ ଦିଆଯିବା ଓ ଦରଖାସ୍ତ ଆହ୍ବାନ କରାଯିବା ସତ୍ତ୍ୱେ ସରକାର ଏ ଯାବତ୍‌ ଉକ୍ତ ପଦବୀଗୁଡ଼ିକ ପୂରଣ କରିନାହାନ୍ତି। ସରକାର ଯଦି ଉକ୍ତ ଖାଲିସ୍ଥାନଗୁଡ଼ିକ ପୂରଣ ନ କରନ୍ତି ତେବେ ଆସନ୍ତା ଡିସେମ୍ବର ମାସରେ ସୂଚନା ଆୟୁକ୍ତଙ୍କ ସଂଖ୍ୟା ୩କୁ ଖସିଯିବ। ପୁନଶ୍ଚ ଅଞ୍ଜଳି ଚାନ୍ଦ ବିଦା ହେବା ପରଠାରୁ ଆୟୋଗର ସେକ୍ରେଟାରୀ ପଦ ମଧ୍ୟ ଖାଲି ପଡ଼ିଛି। ପ୍ରାପ୍ତ...

 ସମୟର ବହୁ ଆଗରେ ଅଟଳ ବିହାରୀ

ସମୟର ବହୁ ଆଗରେ ଅଟଳ ବିହାରୀ

ନରେନ୍ଦ୍ର ମୋଦି 

ଅଟଳଜୀ ଆଉ ନାହାନ୍ତି। ମୋ ମନ କିନ୍ତୁ ମାନୁନି। ଲାଗୁଛି ଅଟଳଜୀ ମୋ ଆଖି ସାମ୍ନାରେ ଅଛନ୍ତି। ସେମିତି ସ୍ଥିର ନିଶ୍ଚଳ ହୋଇ ଭାବଗମ୍ଭୀର ମୁଦ୍ରାରେ ବସି ରହିଛନ୍ତି, ଯାହାଙ୍କ ହାତ ମୋ ପିଠି ଥାପୁଡ଼େଇ ଦେଉଥିଲା, ଯିଏ ମୋତେ ସ୍ନେହବୋଳା ହସରେ ଅନେକବାର କୁଣ୍ଢେଇ ଧରୁଥିଲେ, ଏବେ ସେ ସ୍ଥିର। ଅଟଳଜୀଙ୍କ ଏଭଳି ସ୍ଥିରତା ମୋତେ କେମିତି ବ୍ୟତିବ୍ୟସ୍ତ କରି ପକାଉଛି, ମନକୁ ଅସ୍ଥିର କରିଦେଉଛି। ଆଖିରେ କେମିତି ଏକ ଜ୍ୱଳନ ଅନୁଭବ କରୁଛି, ମୋ ଅନ୍ତରାମତ୍ା କିଛି କହିବାକୁ ଚାହୁଁଛି, ଢେର୍‌ କିଛି କହିବାକୁ ଚାହୁଁଛି। ହେଲେ କିଛି ବ୍ୟକ୍ତ କରିପାରୁନାହିଁ। ମୁଁ ନିଜକୁ ବାରମ୍ବାର ବିଶ୍ୱାସ ଦେବାକୁ ପ୍ରୟାସ କରୁଛି ଯେ ଅଟଳଜୀ ଏବେ ନାହାନ୍ତି। କିନ୍ତୁ ଏଭଳି ବିଚାର ମନକୁ ଆସିବା ମାତ୍ରେ ମୁଁ ନିଜକୁ ନିଜେ ଏଭଳି ଚିନ୍ତନରୁ ମୁକ୍ତ କରୁଛି। ସତରେ କ’ଣ ଅଟଳଜୀ ଆଉ ନାହାନ୍ତି? ନା। ମୁଁ ନିଜ ଭିତରେ ତାଙ୍କ କଣ୍ଠସ୍ବରର ଗୁଞ୍ଜରଣ ଅନୁଭବ କରିପାରୁଛି। ତା’ହେଲେ କେମିତି ମାନିଯିବି ଯେ ସେ ଆଉ ନାହାନ୍ତି! ...

ଏଇ ଭାରତରେ

ଏଇ ଭାରତରେ

ଦକ୍ଷିଣ ଗୋଆରେ ଥିବା ଏକ ଜଳଖିଆ ଦୋକାନ ପୂର୍ବରୁ ପର୍ତ୍ତୁଗୀଜ୍‌ କଲୋନିର ଅଂଶବିଶେଷ ଥିଲା। ପ୍ରତିବର୍ଷ ଅଗଷ୍ଟ ୧୫ରେ ଏଠାରେ  ପତାକା ଉତ୍ତୋଳନ ସହିତ ଅତୀତର ସ୍ମୃତିଚାରଣ କରାଯାଏ। ‘ଭାରତ କାଫେ’ ନାମକ ଏହି ଜଳଖିଆ ଦୋକାନ ପର୍ତ୍ତୁଗୀଜ୍‌ ଅମଳର ସ୍ମୃତି ବହନ କରିଛି। ଦକ୍ଷିଣ ଗୋଆର ଓଲ୍ଡ ମାର୍ଗାଓ ମାର୍କେଟରେ ଏହା ଅବସ୍ଥିତ। ଚଳିତବର୍ଷ ସ୍ବାଧୀନତା ଦିବସ ପାଇଁ ଏହାକୁ ବେଶ୍‌ ସୁସଜ୍ଜିତ...

ଆଜିର ଅର୍ଥନୀତି/ଟଙ୍କା ନିମ୍ନଗାମୀ

ଆଜିର ଅର୍ଥନୀତି/ଟଙ୍କା ନିମ୍ନଗାମୀ

ଭାରତୀୟ ମୁଦ୍ରା ଟଙ୍କାର ସମସ୍ୟା ସରିବା ପରି ଲାଗୁନାହିଁ। ଗୁରୁବାର ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଖସି ସର୍ବକାଳୀନ ରେକର୍ଡ ନିମ୍ନସ୍ତରରେ ୭୦ ଟଙ୍କା ୨୦ ପଇସାରେ ପହଞ୍ଚିଛି। ଦିବସ ଆରମ୍ଭରୁ ଟଙ୍କାର ମୂଲ୍ୟ ତୀବ୍ରବେଗରେ ଖସିବାକୁ ଆରମ୍ଭ କରି ୪୨ ପଇସା ପର୍ଯ୍ୟନ୍ତ ଖସିଯାଇଥିଲା, ଯାହା ସର୍ବକାଳୀନ ରେକର୍ଡ ଏବଂ ଏକ ଡଲାରର ମୂଲ୍ୟ ୭୦ ଟଙ୍କା ୩୨ ପଇସାରେ ପହଞ୍ଚିଥିଲା। ଟଙ୍କାର ଅବମୂଲ୍ୟାୟନର ସଦ୍ୟତମ ମୁଖ୍ୟ କାରଣ ହେଉଛି ତୁର୍କୀ ସଂକଟ ଏବଂ ଆମେରିକୀୟ ଡଲାରର ଚାହିଦା ବୃଦ୍ଧି।   ମଙ୍ଗଳବାର ଡଲାର ...

ଭରସା ହରାଉଛି ହୀରାକୁଦ ଡ୍ୟାମ୍‌

ଭରସା ହରାଉଛି ହୀରାକୁଦ ଡ୍ୟାମ୍‌

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

କିଛିଦିନ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ହୀରାକୁଦ ବନ୍ଧରେ ମାତ୍ରାଧିକ ଜଳପ୍ରବାହକୁ ଦୃଷ୍ଟିରେ ରଖି ଏବେ ଆଉ ଅଧିକ ୫ଟି ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ସରକାର ପଦକ୍ଷେପ ନେଲେଣି। ବର୍ତ୍ତମାନ ରହିଥିବା ୩୪ କ୍ରେଷ୍ଟ ଗେଟ୍‌ (ଉପର ଗେଟ୍‌)ରେ ସେକେଣ୍ଡକୁ ୪୨,୪୫୦ ଘନମିଟର ଜଳ ନିଷ୍କାସନ କ୍ଷମତା ଥିଲାବେଳେ, ଏହାକୁ ୬୯,୬୩୨ ଘନମିଟରକୁ ବୃଦ୍ଧି କରିବାକୁ ଅତିରିକ୍ତ ସ୍ଲୁଇସ୍‌ ଗେଟ୍‌ ଆବଶ୍ୟକ ବୋଲି କୁହାଯାଉଛି। ୨୦୧୬ରେ ଏହି ଅତିରିକ୍ତ ସ୍ଲୁଇସ୍‌ ଗେଟ୍‌ ପାଇଁ ୫୯୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା, ଯାହା ଏବେ ଅଧିକ ବଢିଯିବ। ନୂତନ ନିର୍ମାଣ କରାଯିବା ଦ୍ୱାରା ଡ୍ୟାମ୍‌ ତଳି ଅଞ୍ଚଳରେ ଥିବା ୭ଟି ପଡ଼ାର ୭୧୬ ପରିବାର ବିସ୍ଥାପିତ ...

ଏତେ ତରତର

ଏତେ ତରତର

ଅଞ୍ଜନ ଚାନ୍ଦ

ବନସ୍ତ ଭିତରେ ପଥଟିଏ। ପଥରେ ପଥିକ ଜଣେ ସାଧୁ। ଗୁଣୁଗୁଣୁ ଭଜନ ଗାଇ ଚାଲିଛନ୍ତି। ପଛରୁ ଜଣେ ବାଟୋଇ ଆସିଲେ। ତାଙ୍କୁ ଅତିକ୍ରମ କରି ଆଗକୁ ଚାଲିଗଲେ। ସାଧୁ ପଚାରିଲେ- ଏତେ ତରତର? ହଁ, ମୁଁ ଘରକୁ ଯିବି- ସେ ଉତ୍ତର ଦେଲେ।
ସାଧୁ କହିଲେ, ଯିଏ ଯାଉଛନ୍ତି ତାଙ୍କର ଗୋଟେ ଠିକଣା ଅଛି। ତେବେ ସେଥିପାଇଁ ଏତେ ବ୍ୟସ୍ତ କାହିଁକି?...

ଏଇ ଭାରତରେ

ଏଇ ଭାରତରେ

ଅନେକ ପିଲା ନିଖୋଜ ହୋଇଯାଆନ୍ତି। ସେମାନଙ୍କୁ ଖୋଜି ପାଇବା ମୁସ୍କିଲ୍‌ ହୋଇପଡେ। କିନ୍ତୁ ହାଇଦ୍ରାବାଦର ଜଣେ ୬ବର୍ଷର ବାଳକ ବର୍ଷକ ତଳେ ନିଖୋଜ ହୋଇଯାଇଥିଲେ ବି ତେଲେଙ୍ଗାନା ପୋଲିସର ଅଭିନବ ଉଦ୍ୟମ ଦ୍ୱାରା ତାଙ୍କର ସନ୍ଧାନ ମିଳିବା ସହଜ ...

ସମ୍ପାଦକୀୟ/ମାନ୍ୟତାରେ ସ୍ମାର୍ଟ

ସମ୍ପାଦକୀୟ/ମାନ୍ୟତାରେ ସ୍ମାର୍ଟ


୨୦୧୬ ଜାନୁୟାରୀରେ ଦେଶର ସ୍ମାର୍ଟ ସିଟି ତାଲିକାର ଏକ ନମ୍ବରରେ ଭୁବନେଶ୍ୱର ରହିଥିଲା। ଏହି ମାନ୍ୟତା ପାଇବା ପରେ ରାଜଧାନୀବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଥିଲା। ଲୋକେ ଭାବିଲେ ସ୍ମାର୍ଟ ସିଟି ଯୋଗ୍ୟତା ହାସଲ ହୋଇ ପାରିଥିବାରୁ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରାଯାଇ ଭିତ୍ତିଭୂମି ସୁଦୃଢ଼ କରାଯିବ। ହେଲେ ଡ୍ରେନ୍‌ରେ ଭାସିଯାଇ ଲୋକଙ୍କ ମୃତ୍ୟୁ ଘଟିବା ଭଳି ଖବର ବିପରୀତ ଚିତ୍ର ପ୍ରଦର୍ଶନ କରୁଛି। ୨୦୧୮ ଅଗଷ୍ଟ ୧୩ ସନ୍ଧ୍ୟାରେ ୟୁନିଟ୍‌ ୬ ବନଦୁର୍ଗା ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଖୋଲା ଡ୍ରେନ୍‌ରେ ଭାସିଯାଇ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷାରେ ସମ୍ପୃକ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। ମେଲା ପଡ଼ିଥିବା ଡ୍ରେନ୍‌ ଉପରେ ଜଳସ୍ରୋତ ଚାଲିଥିବା ଜାଣି ....

 ଦଳିତ, ଅନୁସୂଚିତ ଜାତି ଓ ସମ୍ବିଧାନ

ଦଳିତ, ଅନୁସୂଚିତ ଜାତି ଓ ସମ୍ବିଧାନ

ଅନିଲ କୁମାର ମଲ୍ଲିକ

ଆମେ ଦଳିତ କାହାକୁ କହିବା? ଯେଉଁମାନେ ଦରିଦ୍ର ବା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ନା ଯେଉଁମାନେ ଜାତି ଆଧାରରେ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି? ହଜାର ହଜାର ବର୍ଷ ଧରି କଳଙ୍କିତ ଜାତିପ୍ରଥାର ଶିକାର ହୋଇ ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଅବହେଳିତ, ନିଷ୍ପେଷିତ ହୋଇ ରହିଥିବା ବର୍ଗ ଦଳିତ ନା ଜଣେ ସାଧାରଣ ବର୍ଗର ଲୋକ ଯିଏ ଜାତିପ୍ରଥାର ଶ୍ରେଷ୍ଠ ଆସନରେ ଆସୀନ, କିନ୍ତୁ କେବଳ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ସେମାନେ?...

ଦେଶପ୍ରେମର ଗାନ

ଦେଶପ୍ରେମର ଗାନ

ଡ. କିଶୋର ମହାନ୍ତି

ଦେଶପ୍ରେମର ଗାନ ମାଧ୍ୟମରେ ମାଟି ମା’ର ପଦସେବା କରେ ଦେଶପ୍ରେମୀ ବିପ୍ଳବୀ କବି। ଏମିତି ବିପ୍ଳବୀ କବି ସୃଷ୍ଟି ହେଉଥିଲେ ଆମ ସ୍ବାଧୀନତା ସଂଗ୍ରାମ ସମୟରେ। ଗାନ୍ଧିଜୀଙ୍କ ଡାକରାରେ ସମଗ୍ର ଦେଶ ପ୍ରକମ୍ପିତ ହୋଇ ଉଠୁଥିଲା। ହିମାଚଳଠାରୁ କୁମାରିକା ଯାଏ କବିଙ୍କର ଗାନ ପ୍ରତିଟି ପ୍ରାଣରେ ଅଗ୍ନିସ୍ଫୁଲିଙ୍ଗ ସୃଷ୍ଟି କରିଥିଲା। ଜାତୀୟ ମୁକ୍ତି ସଂଗ୍ରାମକୁ ତୀବ୍ରତର କରିବା ପାଇଁ ସେମାନଙ୍କ ଲେଖନୀ ବଜ୍ରଠାରୁ କଠିନ ଓ ଶକ୍ତିଶାଳୀ ହୋଇଉଠିଥିଲା। ଭାରତଜନନୀର ଚରଣ ବନ୍ଦନା କରି କବି ନିଜେ ଗର୍ବିତ ହୁଏ ଯେମିତି ଆମ କବି ଗାଇ ଉଠିଥିଲେ- ”ତୁହି ମା ଜନମଭୂମି ପବିତ୍ର ଭାରତଭୂମି, ତୋହରି ସନ୍ତାନ ଆମେ ଅଟୁ ସରବେ...।“ (ଭକ୍ତକବି ମଧୁସୂଦନ)...

ଏଇ ଭାରତରେ

ଏଇ ଭାରତରେ

ଦିନକୁ ଦିନ ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏହାର ନିରାକରଣ ଲାଗି ଅନେକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ବେଙ୍ଗାଲୁରୁରେ ସଡ଼କ ଦୁର୍ଘଟଣା ସମ୍ପର୍କରେ ସଚେତନତା ବୃଦ୍ଧି ଲାଗି ସ୍ଥାନୀୟ ପୋଲିସ ଏକ ଅଭିନବ ପନ୍ଥା ଆପଣାଇଛି। ଏଥିପାଇଁ ‘ଭଗବାନ୍‌ ଗଣେଶ’ଙ୍କ ସହାୟତା ନିଆଯାଇଛି। ମୃତ୍ୟୁର ଦେବତା ‘ଯମରାଜ’ଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଧ...

 ଚିଲିକା ବଞ୍ଚାଅ

ଚିଲିକା ବଞ୍ଚାଅ

ସମ୍ପାଦକୀୟ/ତଥାଗତ ସତପଥୀ

ଓଡ଼ିଶାର ଚିଲିକା ହ୍ରଦ ତା’ର ବିଶେଷତ୍ୱ ପାଇଁ ସାରା ବିଶ୍ୱରେ ପରିଚିତ। ଲବଣ ଜଳର ଏହି ହ୍ରଦ ଜୈବ ବିବିଧତା ବଜାୟ ରଖିବାରେ ଭାରତର ପ୍ରଥମ ଆର୍ଦ୍ରଭୂମି ବା ସନ୍ତସନ୍ତିଆ ଅଞ୍ଚଳ ଭାବେ ୧୯୮୧ରେ ରାମ୍‌ସର କନ୍‌ଭେନ୍‌ଶନରେ ମାନ୍ୟତା ପାଇଥିଲା। ଉଲ୍ଲେଖଯୋଗ୍ୟ, ୧୯୭୧ ମସିହାରେ ଇରାନ୍‌ର ରାମ୍‌ସର ନଗରରେ ଅନ୍ତର୍ଜାତୀୟ ସମ୍ମିଳନୀ ଜରିଆରେ ଆର୍ଦ୍ରଭୂମି ସଂରକ୍ଷଣ ଲାଗି ପଦକ୍ଷେପ ଆରମ୍ଭ ହୋଇଥିଲା। ଚିଲିକା ୨୦୦୨ରେ ରାମ୍‌ସର କଞ୍ଜରଭେଶନ୍‌ ପୁରସ୍କାର ପାଇ ପୃଥିବୀର ପ୍ରକୃତିପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଚିଲିକାକୁ ଦେଖିଥିବା ପର୍ଯ୍ୟଟକ ଜାଣନ୍ତି ଯେ କେବଳ ଭାରତ ନୁହେଁ, ଦୂରଦୂରାନ୍ତରୁ ମଧ୍ୟ ବିଭିନ୍ନ ପ୍ରକାରର ଚଢ଼େଇ ଏଠାକୁ ଅସ୍ଥାୟୀ ବାସ ଭାବେ ବାଛିଥାନ୍ତି। ଫ୍ଲାମିଙ୍ଗୋ, ନର୍ଦନ ପିନ୍‌ଟେଲସ୍‌ ଭଳି ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ପ୍ରକାରର ବିଦେଶୀ ପକ୍ଷୀ ପ୍ରତ୍ୟେକ ବର୍ଷ ଚିଲିକାକୁ ଆସିଥାନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଶୀତଋତୁରେ ଚିଲିକାକୁ ଭାରତୀୟ ଉପମହାଦେଶର ସର୍ବବୃହତ୍‌ ଭ୍ରମଣକାରୀ ପକ୍ଷୀଙ୍କୁ ଆକୃଷ୍ଟ କରୁଥିବା ସ୍ଥଳୀ ଭାବେ ଦିଆଯାଇଥିବା ମାନ୍ୟତାକୁ କୌଣସି ଅମଲାତାନ୍ତ୍ରିକ କିମ୍ବା ରାଜନୈତିକ ପେଞ୍ଚରେ ମିଳିପାରିବ ନାହିଁ। ଅ...