ସମ୍ପାଦକୀୟ |

ଆମ ଡାକ ସେବା

ଆମ ଡାକ ସେବା
ଡ. ସନ୍ତୋଷ କୁମାର କମିଳାଅକ୍ଚୋବର ୯ ତାରିଖକୁ ସାରା ପୃଥିବୀରେ ବିଶ୍ୱ ଡାକ ଦିବସ ଭାବେ ପାଳନ କରାଯାଏ । ବିଶ୍ୱର ୧୫୦ରୁ ଅଧିକ ଦେଶ ଏହା ପାଳନ କରନ୍ତି। ସାରା ବିଶ୍ୱର ଡାକ ସେବାରେ ସମନ୍ବୟ ରକ୍ଷା, ପ୍ରତି ଦେଶର ବିଭିନ୍ନ ଡାକ ସେବାକାରୀ ସଂସ୍ଥା ମଧ୍ୟରେ ଯୋଗସୂତ୍ର ସ୍ଥାପନ ଓ ଡାକ ସେବାର କାର୍ଯ୍ୟଶୈଳୀରେ ନୂତନତା ଆଣିବା ଏହି ବିଶ୍ୱ ଡାକ ସଂଘର ମୁଖ୍ୟ କାର୍ଯ୍ୟ। ଭାରତରେ ଅକ୍ଟୋବର ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଜାତୀୟ ଡାକ ସପ୍ତାହ ପାଳନ କରାଯାଏ। ପ୍ରଥମ ଦିନଟି ବିଶ୍ୱ ଡାକ ଦିବସ ଏବଂ ଅନ୍ୟ ଦିନଗୁଡ଼ିକୁ ଯଥାକ୍ରମେ ବ୍ୟାଙ୍କ ଦିବସ, ଡାକ ଜୀବନ ବୀମା ଦିବସ, ଫିଲାଟେଲି ଦିବସ, ଡାକ ବ୍ୟବସାୟ ବିକାଶ ଦିବସ ଏବଂ ଚିଠିପତ୍ର ଦିବସ ହିସାବରେ ପାଳନ କରାଯାଏ। ଚିଠି ପତ୍ର, ମନି ଅର୍ଡ଼ର, ପାର୍ସଲ ଇତ୍ୟାଦି ସେବାରେ ବିବିଧ ପରିବର୍ତ୍ତନ ଦେଖାଦେଇଛି। ତେଣୁ ଡାକସେବାର ଆବଶ୍ୟକତା ବଦଳି ଯାଇଛ। ଯୁଗର ଆବଶ୍ୟକତାକୁ ଚାହିଁ ଡାକଘରେ କମ୍ପୁଟରୀକରଣ କରାଯିବା ସାଙ୍ଗକୁ ଇଣ୍ଟରନେଟ୍‌ ମାଧ୍ୟମରେ ଏଗୁଡିକୁ ଯୋଡ଼ାଯାଇଛି। ସାଧାରଣ ଲୋକଙ୍କ ସୁବିଧା ପାଇଁ ଇ-ପୋଷ୍ଟ, ଇ-ପେମେଣ୍ଟ, ଇ-ମନିଅର୍ଡର, Western-Union Money Transfer, ଇଣ୍ଟରନ୍ୟାଶନାଲ Money Transfer ଇତ୍ୟାଦି ନୂତନ କମ୍ପୁଟର ଓ ଇଣ୍ଟରନେଟଭିତ୍ତିକ ସେବା ଡାକଘର ଯୋଗାଇ ଦେଉଛି। ନିଜର କମ୍ପୁଟର ନ ଥାଇ ମଧ୍ୟ ଆପଣ ଡାକଘରେ ଏ୪ ସାଇଜର କାଗଜରେ ଲେଖାଥିବା ଚିଠି, ଚିତ୍ର କିମ୍ବା ମ୍ୟାପ ଇତ୍ୟାଦି ୧୦ ଟଙ୍କାରେ ସ୍କାନ କରି ପ୍ରାପକ ପାଖକୁ ସଙ୍ଗେ ସଙ୍ଗେ ଇ-ପୋଷ୍ଟ ସେବା ମାଧ୍ୟମରେ ପଠାଇ ପାରିବେ। ଆଗକାଳର ମନିଅର୍ଡର ସ୍ଥାନ ନେଇଛି ଇଲେକ୍ଟ୍ରୋନିକ ମନିଅର୍ଡର। ତା’ ପରଦିନ ପ୍ରାପକ ଟଙ୍କା ପାଇପାରୁଛନ୍ତି। e-MO, Registered Letter, Speed Post ଇତ୍ୟାଦି ପଠାଇବା ପରେ ସେସବୁର ଗତିପଥ, ବିତରଣର ତାରିଖ www.indiapost.gov.in web-siteକୁ ଯାଇ ଟ୍ରାକ୍‌ ଏବଂ ଟ୍ରେସ୍‌ କରାଯାଇପାରୁଛି। ସମସ୍ତ ଡାକ ଉପଭୋକ୍ତା ଏସବୁ ପଠାଇବା ବେଳେ ପ୍ରାପକ ଓ ନିଜର ମୋବାଇଲ ନମ୍ବର ଲେଖିବା ଉଚିତ, ଯାହାଦ୍ୱାରା ଚିଠି ଆଦି ବିତରଣ ସହଜ ହେବ। ତା’ ସାଙ୍ଗକୁ ଇ-ଏମ୍‌ଓ ଆଦି ବିତରଣ ବେଳକୁ ଗ୍ରାହକଙ୍କ ମୋବାଇଲ ନମ୍ବରକୁ SMS ଆସିଯିବ। ଆଜିକାଲି ପୋଷ୍ଟମ୍ୟାନମାନଙ୍କୁ ମୋବାଇଲ ଆପ୍‌ ଯୋଗାଇ ଦିଆଯାଇଛି। ପ୍ରାପକ ତହିଁରେ ଦସ୍ତଖତ କଲାପରେ ପଠାଇବା ଲୋକକୁ ବିତରଣ ଖବର ସଙ୍ଗେ ସଙ୍ଗେ ଚାଲିଯାଉଛି। ଡାକଘର ଏକାଧାରରେ ବ୍ୟାଙ୍କ ଓ ଇନ୍ସୁରାନ୍ସ କମ୍ପାନୀ ହିସାବରେ କାମ କରେ। ଡାକଘରରେ ସେଭିଙ୍ଗସ ବ୍ୟାଙ୍କ, RD, ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ଜମା ଯୋଜନା, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଇତ୍ୟାଦି ଆକାଉଣ୍ଟ ଖୋଲାଯାଇପାରୁଛି। ପୋଷ୍ଟ ଅଫିସ ATM ବା ଅନ୍ୟ ATMରୁ ଡାକଘର ଖାତାରୁ ଟଙ୍କା ଉଠାଣ ହୋଇପାରୁଛି। ୧୦ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଝିଅମାନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଆମେ ଚେଷ୍ଟା କରୁଛୁ। ସବୁ ଡାକଘରେ ଏହି ସୁବିଧା ଉପଲବ୍ଧ। ସେହିପରି ବର୍ଷକୁ ମାତ୍ର ୧୨ ଟଙ୍କା ପ୍ରିମିୟମ ଦେଇ ଦୁଇ ଲକ୍ଷ ଟଙ୍କାର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପୋଷ୍ଟ ଅଫିସ ସେଭିଙ୍ଗସ ବ୍ୟାଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ଖାସ୍‌ କରି ଓଡ଼ିଶାର ପ୍ରତ୍ୟେକ ପୋଷ୍ଟମ୍ୟାନ ଓ GDS ଡାକ ବିତରଣକାରୀମାନେ ଆପଣମାନଙ୍କୁ ତାଙ୍କର ବିଟ୍‌ରେ ଡେଲିଭରି ବେଳେ ଡାକ ଟିକଟ, ଲଫାପା, ପୋଷ୍ଟକାର୍ଡ ବିକ୍ରି କରୁଛନ୍ତି ଓ ଆପଣ ଚାହିଁଲେ Registered Letter, Speed Post ଓ ଅନ୍ୟାନ୍ୟ ସାଧାରଣ ଚିଠିକୁ ସେମାନେ ଆପଣଙ୍କ ଗୃହ, କାର୍ଯ୍ୟାଳୟ ବା ଦୋକାନରୁ ନେଇଯାଇ ପୋଷ୍ଟଅଫିସରେ ବୁକିଙ୍ଗ କରି ତା’ର ରସିଦ ପରଦିନ ଆପଣଙ୍କୁ ପ୍ରଦାନ କରିବାର ସୁବିଧା ଦିଆଯାଉଛି। ବିଦ୍ୟୁତ୍‌ ବିଲ୍‌ ପୋଷ୍ଟଅଫିସ ମାଧ୍ୟମରେ ପଇଠ କରିବା ପାଇଁ ସୁବିଧା କରାଯାଇଛି। ବର୍ତ୍ତମାନ ରାଉରକେଲା, ସମ୍ବଲପୁର ଓ କୋରାପୁଟ ମୁଖ୍ୟ ଡାକଘରେ ପୋଷ୍ଟଅଫିସ ପାସପୋର୍ଟ ସେବା ଯୋଗାଇ ଦିଆଯାଉଛି, ଯାହାଦ୍ୱାରା ସେହି ଜିଲା ଓ ନିକଟସ୍ଥ ଅଞ୍ଚଳର ଉପଭୋକ୍ତାମାନଙ୍କୁ ପାସପୋର୍ଟ ପାଇଁ ଆଉ ଭୁବନେଶ୍ୱର ପାସପୋର୍ଟ ଅଫିସ ଯିବାକୁ ପଡୁନାହିଁ। ଆଗାମୀ ଦିନରେ ଏଭଳି ଅଧିକରୁ ଅଧିକ ପାସପୋର୍ଟ କେନ୍ଦ୍ର ଖୋଲା ଯିବାର ଯୋଜନା ଅଛି। ସେହିପରି ନୂତନ ଆଧାର କାର୍ଡ କରିବା ପାଇଁ ଓ ଆଧାର କାର୍ଡରେ ତ୍ରୁଟି ସଂଶୋଧନ କରିବା ପାଇଁ କେନ୍ଦ୍ରମାନ ଡାକଘରେ ଖୋଲାଯିବାର ବ୍ୟବସ୍ଥା କରାଯାଇଛି। ଡାକ ଜୀବନ ବୀମା ଓ ଗ୍ରାମୀଣ ଡାକ ଜୀବନ ବୀମା ଡାକ ବିଭାଗର ଏକ ବିଶେଷ ଆକର୍ଷଣ। ସବୁଠାରୁ ପୁରୁଣା ଜୀବନବୀମା ସେବା ହିସାବରେ ଏହା ୧୮୮୪ ମସିହାରୁ ପ୍ରଚଳିତ। ମୁଖ୍ୟ ମହାଡାକପାଳ, Email: cpmg_ori@indiapost.gov.in
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ। 

ଡ୍ୟାନ୍ସ ବାର୍‌ ସଂସ୍କୃତି

ଡ୍ୟାନ୍ସ ବାର୍‌ ସଂସ୍କୃତି

ଆକାର ପଟେଲ

ଡ୍ୟାନ୍ସ ବାର୍‌ ସଂସ୍କୃତି ମୁମ୍ବାଇରୁ, ବିଶେଷତଃ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ସହ ସମ୍ଭବତଃ ଲାଓ୍ବଣୀର ସମ୍ପର୍କ ଅଛି। ଢୋଲକୀ ବାଜାର ତାଳେ ତାଳେ ନାଚ-ଗୀତକୁ ଲାଓ୍ବଣୀ କହନ୍ତି, ଯାହା ହେଉଛି ମହାରାଷ୍ଟ୍ରର ଏକ ପ୍ରାଚୀନ ଲୋକନୃତ୍ୟ। ପୁରୁଷମାନଙ୍କର ଛୋଟ ଛୋଟ ଦଳ ଏବଂ ବେଳେବେଳେ ସେମାନଙ୍କ ପରିବାର ଟେବୁଲରେ ବସି ଏକ ଖୋଲା ସ୍ଥାନ ଆଡ଼କୁ ଚାହିଁଥାନ୍ତି, ଯେଉଁଠି ଅଧ ଡଜନ ମହିଳା ହିନ୍ଦୀ ଗୀତର ତାଳେ ତାଳେ ନୃତ୍ୟ କରୁଥାନ୍ତି। ନୃତ୍ୟାଙ୍ଗନାମାନେ ସମ୍ପୂର୍ଣ୍ଣ ଦେହକୁ ଆବୃତ କଲାଭଳି ବସ୍ତ୍ର ପନ୍ଧିଥାନ୍ତି। ପରିଚାରିକାମାନେ ଦର୍ଶକମାନଙ୍କ ଟେବୁଲ ଉପରେ ମଦ ପରଷନ୍ତି। ଏଠାରେ ଏପରି କି ମୃଦୁ ପାନୀୟ ପାଇଁ ମଧ୍ୟ ବିୟର ଭଳି ମୂଲ୍ୟ ନିଆଯାଏ। କିଛି ପୁ..

ଅସତ୍ୟ ସହରର ରାତି

ଅସତ୍ୟ ସହରର ରାତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ପୂର୍ବରୁ ଆମ ରାଜଧାନୀ ସହରର ଚେହେରା ଦେଖିଥିବା ଲୋକ ଏ ସହରର ବାସିନ୍ଦା ହୋଇ ନ ପାରିଥିବାର ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦିବାର କାରଣ ଥିଲା ବେଶ୍‌ ଯୁକ୍ତିଯୁକ୍ତ। ବିଶ୍ୱକପ୍‌ ହକି ଅନୁଷ୍ଠିତ  ହେଉଥିବାର ବିରଳ ଗୌରବବୋଧ ନେଇ ଏ ସ୍ମାର୍ଟ ସହର ଯେମିତି ସୁସଜ୍ଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ଆକର୍ଷଣୀୟ ରୂପରେ ସଜେଇ ହୋଇଥିଲା, ତହିଁରେ ଏଠାରେ ରହୁ ନ ଥିବା ଯେ କୌଣସି ଲୋକ ମନରେ ଈର୍ଷାର ଅସୁରଟିଏ ମୁଣ୍ଡ ଟେକିବା ସ୍ବାଭାବିକ। ମାତ୍ର ସ୍ମାର୍ଟ..

କୁଷ୍ଠରୋଗୀଙ୍କ ସାହାରା

କୁଷ୍ଠରୋଗୀଙ୍କ ସାହାରା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ

ବିଶ୍ୱକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଆଦର୍ଶକୁ ସ୍ମରଣୀୟ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ୧୯୯୫ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଆସୁଛି। ମହାତ୍ମାଙ୍କ ୧୨୫ତମ ଜନ୍ମବାର୍ଷିକୀରୁ ସଂସ୍ଥାପିତ ଏହି ସମ୍ମାନ ଅହିଂସା ଓ ଗାନ୍ଧୀବାଦ ଜରିଆରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ରୂପାନ୍ତରଣ ଆଣିପାରୁଥିବା ବ୍ୟକ୍ତି ଓ ସଙ୍ଗଠନକୁ ଦିଆଯାଉଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ବିପ୍ଳବୀ ନେଲ୍‌ସନ ମଣ୍ଡେଲା, ଭାରତର ‘ଚିପ୍‌କୋ’ ଆନ୍ଦୋଳନର ପୁରୋଧା ଚଣ୍ଡିପ୍ରସାଦ ଭଟ୍ଟଙ୍କଠାରୁ ଆରମ୍ଭ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଭଳି ସଙ୍ଗଠନ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୧୯ ଜା..

ଏଇ ଭାରତରେ

ଏଇ ଭାରତରେ

ଭାରତୀୟ ସମାଜ ପିତୃକୈନ୍ଦ୍ରିକ ପରିବାରକୁ ନେଇ ଗଢ଼ିଉଠିଛି। କାରଣ ଆମ ଦେଶର ପରିବାରରେ ପୁରୁଷ ହେଉଛି ମୁଖ୍ୟ ବ୍ୟକ୍ତି। ତାଙ୍କ ନାମରେ ମୁଖ୍ୟତଃ ସମ୍ପତ୍ତିର ମାଲିକାନା ରହିଥାଏ। ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାନି ଚଳିଥାଆନ୍ତି। ତେଣୁ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ଭାବରେ ଗଣ୍ୟ ହୋଇଥାଏ। ନିକଟରେ ଝିଅ ନାମରେ ସମ୍ପତ୍ତି କରିବାରୁ ଖାପ୍‌ ପଞ୍ଚାୟତରେ ବାପାଙ୍କ ପ୍ରତି ଦଣ୍ଡାଦେଶ ହୋଇଛି। ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ରାଜ୍ୟର ଯୋଧପୁର ଅଞ୍ଚଳରେ। ସ୍ଥାନୀୟ ବିଲାଡା ତହସିଲ ଖେଜଡଲାରେ ଜଣେ ପିତା ତାଙ୍କ ସମ୍ପତ୍ତିର କିଛି ଅଂଶ ଝିଅ ନାମରେ କରିଥିଲେ। ତେବେ ଏହାକୁ ତାଙ୍କର ସରଗରା ସମାଜ ପକ୍ଷରୁ ପସନ୍ଦ କରାଯାଇ ନ ଥିଲା। କାରଣ ସମାଜରେ ପ୍ରଚଳିତ ପୁରୁଣା..