Dharitri News
ରାଜ୍ୟ |

ଏଇ ଭାରତରେ

ଏଇ ଭାରତରେ ଶୀତ ତାପ ନିୟନ୍ତ୍ରିତ ଓ ପୁସ୍ ବ୍ୟାକ୍ ସିଟ୍ ଥତ୍ବା ବସ୍ରେ ଯାତ୍ରା ବେଶ୍ ଅାରାମ ଦାୟକ ହୋଇଗଲାଣି ବସ୍ ଚଳାଚଳ କରୁଥତ୍ବା ମାଲିକମାନେ ମଧ୍ୟ ଯାତ୍ରୀ ସୁବିଧାକୁ ପ୍ରାଧାନ୍ୟ ଦେବାକୁ ଚେଷ୍ଟା କରୁଛନ୍ତି ଅବଶ୍ୟ ଏଭଳି ସୁବିଧା ଘରୋଇ ବସ୍ ଗୁଡ଼ିକରେ ଉପଲବ୍ଧ ହେଉଛି ବିଭିନ୍ନ ରାଜ୍ୟରେ ଚଳାଚଳ କରୁଥତ୍ବା ସରକାରୀ ବସ୍ କିନ୍ତୁ ଅାରାମ ଦାୟକ ଯାତ୍ରୀ ସେବା ଯୋଗାଇ ଦେବା କ୍ଷେତ୍ରରେ ବହୁ ପଛରେ ସେଥତ୍ପାଇଁ ଅଧତ୍କାଂଶ ସମୟରେ ସରକାରୀ ବସ୍ରେ ଯାତ୍ରୀ ସଂଖ୍ୟା ସ୍ବଳ୍ପ ରହୁଛି ଏହାକୁ ହୃହୟଙ୍ଗମ କରି ଉତ୍ତରପ୍ରଦେଶର ପରିବହନ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂ ଏକ ଉପାୟ ଚିନ୍ତା କରିଛନ୍ତି ସରକାରୀ ବସ୍ରେ ଯାତ୍ରୀ ସେବା ଉତ୍ତମ ରହୁ ନ ଥତ୍ବା ଓ ବସ୍ ଗୁଡ଼ିକର ଅବସ୍ଥା ଭଲ ନ ଥତ୍ବା ଅଭିଯୋଗର ସତ୍ୟତା ପରଖତ୍ବା ସକାଶେ ସେ ମାସକୁ ଥରେ ସେହିସବୁ ବସ୍ରେ ଯାତ୍ରା କରିବେ ସେ କେବଳ ନିଜେ ନୁହେଁ, ତାଙ୍କ ବିଭାଗର ଅଧତ୍କାରୀ ମାନଙ୍କୁ ମଧ୍ୟ ମାସକୁ ଥରେ ସରକାରୀ ବସ୍ ଯାତ୍ରା କରି ରିପୋର୍ଟ ଦେବାକୁ ହେବ ମନ୍ତ୍ରୀଙ୍କର ଏହି ଘୋଷଣା ପରେ ଲକ୍ଷ୍ନେବାସୀ କହୁଛନ୍ତି, ଦେଖାଯାଉ ମନ୍ତ୍ରୀ ବସ୍ ଚଢ଼ିଲେ ରାଜ୍ୟ ପରିବହନ ନିଗମ ଗାଡ଼ି ଗୁଡ଼ିକର ଅବସ୍ଥା ବଦଳୁଛି କି ନାହିଁ.

ରାଜ୍ୟ |

ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ସମ୍ବଲପୁର/ମାନେଶ୍ୱର/ପଡିଆବାହାଲ, ୨୪।୧ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ପଡିଆବାହାଲ ନିକଟସ୍ଥ ଗଉଡପାଲି ବ୍ରିଜ୍‌ ଉପରୁ ମଙ୍ଗଳବାର ରାତିରେ ମାଳତି ନଦୀ ତଳକୁ ଏକ ଯାତ୍ରୀବାହୀ ବସ୍‌ ଖସି ପଡିଛି । ବୈଷ୍ଣୋଦେବୀ ନାମକ ଏହି ଯାତ୍ରୀବାହୀ ବସ୍‌ (ଓଡି ୧୫ ଏଫ୍‌-୯୦୧୧)ଟି ସମ୍ବଲପୁରରୁ କେନ୍ଦୁଝର ଯାଉଥିଲା। ହେଲେ ରାତି ପ୍ରାୟ ୧୦ ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୫୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ ଭିତରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ

ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୨୪।୧(ବ୍ୟୁରୋ):କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଛନ୍ତି।

୨୮ଘଣ୍ଟା ପରେ ଶେଷକୃତ୍ୟ

୨୮ଘଣ୍ଟା ପରେ ଶେଷକୃତ୍ୟ

ପଟ୍ଟାଙ୍ଗି,୨୪।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତା ମେଡିକାଲରେ ଥିବାବେଳେ ଯେପରି ହୀନସ୍ତା ହୋଇଥିଲେ, ମୃତ୍ୟୁ ପରେ ବି ତାଙ୍କର ମୃତଦେହ ସେଥିରୁ ବାଦ୍‌ ପଡ଼ିନାହିଁ।

ଫେବୃୟାରୀ ୨୪ରେ ବିଜେପୁର ଭୋଟ୍‌

ଫେବୃୟାରୀ ୨୪ରେ ବିଜେପୁର ଭୋଟ୍‌

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣାରେ କାହିଁକି ବିଳମ୍ବ ହେଉଛି ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିବାର ୨୪ଘଣ୍ଟା ପରେ ଓଡିଶାର ଏହି ଆସନ ସକାଶେ କମିଶନ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି।

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ଧକ୍କା

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ଧକ୍କା

ନୂଆଦିଲ୍ଲୀ,୨୪ା୧(ସ୍ବ.ପ୍ର.): ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ସୁପ୍ରିମକୋର୍ଟ ମଙ୍ଗବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

କୃଷକମାନଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ: ମୁଖ୍ୟମନ୍ତ୍ରୀ

କୃଷକମାନଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧ (ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ମାସକ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜଧାନୀରେ ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ରାଜଧାନୀରେ ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର, ୨୪।୧(ବ୍ୟୁରୋ): କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ମଙ୍ଗଳବାର ରାଜଧାନୀ ମଧ୍ୟ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା।

କାର୍ଯ୍ୟକ୍ଷମ ହେଲା ଗୋପାଳପୁର ଡପ୍‌ଲାର ରାଡାର

କାର୍ଯ୍ୟକ୍ଷମ ହେଲା ଗୋପାଳପୁର ଡପ୍‌ଲାର ରାଡାର

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- ଗୋପାଳପୁରଠାରେ ସ୍ଥାପିତ ଡପ୍‌ଲାର ରାଡାର କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ମଙ୍ଗଳବାରଠାରୁ ୭ ଦିନ ପର୍ଯ୍ୟନ୍ତ ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ଠିକ୍‌ଠାକ ଚାଲିଲେ ଫେବ୍ୟୟାରୀ ପ୍ରଥମ ସପ୍ତାହରେ ଏହାର ଉଦ୍‌ଘାଟନ କରାଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି।

ଯୁକ୍ତ୩ ପ୍ରଥମ ସେମିଷ୍ଟର ପରୀକ୍ଷା ବାତିଲ

ଯୁକ୍ତ୩ ପ୍ରଥମ ସେମିଷ୍ଟର ପରୀକ୍ଷା ବାତିଲ

ଭୁବନେଶ୍ୱର, ୨୩।୧(ବ୍ୟୁରୋ)- କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ପ୍ରସଙ୍ଗ କରି ଭାଜପା ଏବଂ କଂଗ୍ରେସ ପକ୍ଷରୁ ବୁଧବାର ହରତାଳ ଏବଂ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

ଥଣ୍ଡା କମିଲା, କୁହୁଡ଼ି ବଢ଼ିବ

ଥଣ୍ଡା କମିଲା, କୁହୁଡ଼ି ବଢ଼ିବ

ଭୁବନେଶ୍ୱର, ୨୩।୧(ବ୍ୟୁରୋ)- ଗତ କିଛିଦିନ ଧରି ଲାଗି ରହିଥିବା ଶୀତ ପ୍ରକୋପ ହଠାତ କମିଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର,୨୩।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବୁଧବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଙ୍ଗଳବାର ସୂଚନା ଦେଇଛନ୍ତି।

୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା

ଭୁବନେଶ୍ୱର,୨୩।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବୁଧବାର ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ଜିଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସା ୬ଟା ପର୍ଯ୍ୟନ୍ତ ଚକଅଖ, ଦୋକାନବଜାର, ସରକାରୀ ଅଫିସ ଓ ସ୍କୁଲ କଲେଜ ବନ୍ଦ ରଖିବାକୁ ଦଳ ଆହ୍ବାନ ଦେଇଛି।