ମେଟ୍ରୋ |

ପରଲୋକରେ ବର୍ଷୀୟାନ ଅଭିନେତା ପୂର୍ଣ୍ଣଚନ୍ଦ୍ର

ପରଲୋକରେ ବର୍ଷୀୟାନ ଅଭିନେତା ପୂର୍ଣ୍ଣଚନ୍ଦ୍ର
ପୁରୀ ଅଫିସ, ୨୧ା୭: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା, ମଞ୍ଚ ନାଟକ ଓ ଗୀତିନାଟ୍ୟ ନିର୍ଦ୍ଦେଶକ ତଥା ବରିଷ୍ଠ ସେବାୟତ ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀଙ୍କର ଶୁକ୍ରବାର ଅପରାହ୍ନରେ ହରଚଣ୍ଡୀସାହିସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୭୮ ବର୍ଷ ହୋଇଥିଲା। ଶଯ୍ୟା ନିକଟରେ ଦୁଇ ପୁଅ, ଝିଅ, ଜ୍ୱାଇଁ ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବଡ଼ପୁଅ ଗଣେଶ ପ୍ରତିହାରୀ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବରିଷ୍ଠ ମଞ୍ଚ ଏବଂ ଓଡ଼ିଆ ସିନେ ଅଭିନେତା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ସତୁରୀ ଦଶକରେ ମଞ୍ଚ ଜଗତରେ ପାଦ ଥାପିଥିଲେ। ଅନ୍ନପୂର୍ଣ୍ଣା ଥିଏଟରରୁ ଆରମ୍ଭ ହୋଇଥିଲା ତାଙ୍କ କଳା ଜୀବନ। ସିନ୍ଦୂର ବିନ୍ଦୁରେ ପ୍ରଥମେ ଅଭିନୟ କରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ଏଥିସହିତ ସେ କୃଷ୍ଣା କାବେରୀ, ପକା କମ୍ବଳ ପୋତ ଛତା, ଏମିତି ଭାଇ ଜଗତେ ନାହିଁ ପ୍ରଭୃତି ଓଡ଼ିଆ ସିନେମାରେ ନିଖୁଣ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଅନ୍ନପୂର୍ଣ୍ଣାରେ ମଧ୍ୟ ନିଜ କଳା ଜୀବନ ଜାରି ରଖିଥିଲେ। ଅନେକ ନାଟକରେ ଅଭିନୟ କରିବା ସହ ପ୍ରାୟ ଶତାଧିକ ନାଟକର ନିର୍ଦ୍ଦେଶନା ଦେଇଥିଲେ। ଏହା ମଧ୍ୟରେ ମହିଷା ମର୍ଦ୍ଦିନୀ, କଂସା କବାଟ, ପୁଣି ଚାଖିଆ ଲେଉଟିଲା, ରେବତୀ ପ୍ରଭୃତି ନାଟକ ଜନାଦୃତ ହୋଇଥିଲା। ରବୀନ୍ଦ୍ର ମଣ୍ଡପରେ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ପଦ୍ମପାଖୁଡ଼ା ସୂର୍ଯ୍ୟ’କୁ ଦର୍ଶକ ବେଶ୍‌ ପ୍ରଶଂସା କରିଥିଲେ। ଏଥିସହିତ ସେ ଦୂରଦର୍ଶନରେ ପ୍ରସାରିତ କିଛି ନାଟକରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ଗତ ୬ମାସ ଧରି ସେ ପକ୍ଷାଘାତ ରୋଗରେ ପୀଡିତ ଥିଲେ। ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ନିଜ ବାସଭବନରେ ଚିକିତ୍ସିତ ହେଉଥିଲେ।
All Right Reserved By

ମେଟ୍ରୋ |

ଆଜି ଆସୁଛନ୍ତି ମୋଦି, ୨୬ରେ ଆସିବେ ରାହୁଲ

ଭୁବନେଶ୍ୱର, ୨୩।।୪(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୯ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଉଭୟ ଭାଜପା ଓ କଂଗ୍ରେସର କେନ୍ଦ୍ରୀୟ ନେତା ପ୍ରଚାର ପାଇଁ ଆସିବେ। ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଆସନ ପାଇଁ ଭୋଟ୍‌ ହେବ। ଭାଜପା ଏଥର ଓଡ଼ିଶାର ଲୋକ ସଭା ଆସନ ଉପରେ ବିଶେଷ ନଜର ରଖିଛି।

ଇଲେକ୍ସନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌କୁ ମାଡ଼ ଘଟଣା: ଜେଲରୁ ଡାକ୍ତରଖାନା ଗଲେ ମହାରଥୀ

ଭୁବନେଶ୍ୱର (ବ୍ୟୁରୋ)/ପୁରୀ ଅଫିସ/ ପିପିଲି (ଡି.ଏନ.ଏ.),୨୩।୪: ଇଲେକ୍ସନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ସୋମବାର ମହାରଥୀଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା।

ଅସୁରଗଡ଼ରୁ ମିଳିଲା ଟେରାକୋଟା କୂଅ: ଲୌହଯୁଗୀୟ ସଭ୍ୟତା ଉପସ୍ଥିତି ଅନୁମାନ

ଅସୁରଗଡ଼ରୁ ମିଳିଲା ଟେରାକୋଟା କୂଅ: ଲୌହଯୁଗୀୟ ସଭ୍ୟତା ଉପସ୍ଥିତି ଅନୁମାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ କଳାହାଣ୍ଡି ଜିଲା ନର୍ଲା ତହସିଲ ଅନ୍ତର୍ଗତ ଅସୁରଗଡ଼ ଦୁର୍ଗ ଅଞ୍ଚଳରେ ଚାଲିଥିବା ଉତ୍‌ଖନନ ଇତିମଧ୍ୟରେ ଶେଷ ହୋଇଥିବା ବେଳେ ଏଥିରୁ ଏଏସ୍‌ଆଇ ହାତକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସିଛି।

ଆଜି ବିଶ୍ୱ ପୁସ୍ତକ ଦିବସ  ଡିଜିଟାଲ ଯୁଗରେ ପୁସ୍ତକର ସଂଘର୍ଷ

ଆଜି ବିଶ୍ୱ ପୁସ୍ତକ ଦିବସ ଡିଜିଟାଲ ଯୁଗରେ ପୁସ୍ତକର ସଂଘର୍ଷ

ଭୁବନେଶ୍ୱର,୨୩।୪(ସସ୍ମିତା ପାଇକରାୟ): ପୁସ୍ତକ, କାହା ପାଇଁ ମନୋରଞ୍ଜନର ମାଧ୍ୟମ ତ କାହା ପାଇଁ ଜ୍ଞାନର ପରିଭାଷା। ଭାଷା ଓ ବିଷୟ ଯାହା ହୋଇଥାଉ ନା କାହିଁକି, ମଣିଷ ପାଇଁ ଏହା ସୁଖଦୁଃଖର ସାଥୀ। ହେଲେ ସମୟ ସହ ତାଳଦେଇ ବଦଳିଛି ପୁସ୍ତକର ପରିଭାଷା। 

ଆଜି ୭ ଜିଲାକୁ ସତର୍କ ସୂଚନା

ଆଜି ୭ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତ ଦୁଇଦିନ ହେବ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ରହୁଥିବା ବେଳେ ସୋମବାର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ରେକର୍ଡ କରାଯାଇଛି।

ବୋମାମାଡ଼ ପରେ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି:  ଜଗନ୍ନାଥ, ଅନନ୍ତଙ୍କୁ ପୋଲିସ ଏସ୍‌କର୍ଟ

ବୋମାମାଡ଼ ପରେ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି: ଜଗନ୍ନାଥ, ଅନନ୍ତଙ୍କୁ ପୋଲିସ ଏସ୍‌କର୍ଟ

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଘଟିଛି। ରବିବାର ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମା ମାଡ଼ ହୋଇଛି।

ସହର ସୌନ୍ଦର୍ଯ୍ୟକରଣ ପ୍ରୀତି ଅଢେଇ ଦିନିଆ:  ରାଜନୈତିକ ପୋଷ୍ଟରରେ ବିକୃତ ରାଜଧାନୀ

ସହର ସୌନ୍ଦର୍ଯ୍ୟକରଣ ପ୍ରୀତି ଅଢେଇ ଦିନିଆ: ରାଜନୈତିକ ପୋଷ୍ଟରରେ ବିକୃତ ରାଜଧାନୀ

ଭୁବନେଶ୍ୱର, ୨୩।୪(ବ୍ୟୁରୋ)- ହକି ବିଶ୍ୱକପ୍‌ ଲାଗି ଭୁବନେଶ୍ୱରକୁ ନୂଆ ରୂପରେ ଦେଖିବାକୁ ମିଳିଥିଲା। ଖୁବ୍‌ କମ୍‌ ସମୟ ମଧ୍ୟରେ ବିଶ୍ୱକପ୍‌ ଆୟୋଜନ ସହ ସହରର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। 

ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ରାଜ୍ୟପାଳଙ୍କୁ ଚିଠି

ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ରାଜ୍ୟପାଳଙ୍କୁ ଚିଠି

ଭୁବନେଶ୍ୱର, ୨୩।୪(ବ୍ୟୁରୋ)- ପାଠ୍ୟକ୍ରମ ଶେଷ ହୋଇନି। କିନ୍ତୁ ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକ କଲେଜଗୁଡ଼ିକରେ ମେ’ ୪ରୁ ଏହି ପରୀକ୍ଷା ଆରମ୍ଭ ହୋଇ ୧୦ ତାରିଖରେ ସରିବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି।

୬ ଲୋକ ସଭା, ୪୨ ବିଧାନସଭାରେ  ମତଦାନ:  ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୯୨ଲକ୍ଷ ଭୋଟର

୬ ଲୋକ ସଭା, ୪୨ ବିଧାନସଭାରେ ମତଦାନ: ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୯୨ଲକ୍ଷ ଭୋଟର

ଭୁବନେଶ୍ୱର,୨୩। ୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ପାଇଁ ୯୨.୫ ଲକ୍ଷ ଭୋଟର ୪୧୭  ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। 

ସିଆଲଦା-ପୁରୀ ମଧ୍ୟରେ ସ୍ବତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ

ସିଆଲଦା-ପୁରୀ ମଧ୍ୟରେ ସ୍ବତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ

ଭୁବନେଶ୍ୱର,୨୨-୪: ଗ୍ରୀଷ୍ମକାଳୀନ ଯାତ୍ରୀ ଭିଡକୁ ଏଡାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସିଆଲଦା ଏବଂ ପୁରୀ ମଧ୍ୟରେ ଏକ ସ୍ବତନ୍ତ୍ର ଏସି ଟ୍ରେନ ଚଳାଚଳ ସମ୍ପର୍କରେ ଘୋଷଣା କରାଯାଇଛି।

ଆପୋଲୋରେ ଆଲ୍‌କୋହଲ ସେପ୍‌ଟାଲ୍‌ ଆବ୍‌ଲେଶନର ସଫଳ ଚିକିତ୍ସା

ଆପୋଲୋରେ ଆଲ୍‌କୋହଲ ସେପ୍‌ଟାଲ୍‌ ଆବ୍‌ଲେଶନର ସଫଳ ଚିକିତ୍ସା

ଭୁବନେଶ୍ୱର,୨୨-୪: ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର କାର୍ଡିଆକ୍‌ ସାଇନ୍ସ ବିଭାଗ  ପକ୍ଷରୁ ଆଲ୍‌କୋହଲ ସେପ୍‌ଟାଲ୍‌ ଆବ୍‌ଲେଶନ(ଏଏସ୍‌ଏ) ପଦ୍ଧତିରେ ସଫଳ ଚିକିତ୍ସା କରାଯାଇଛି।

ମୁଖ୍ୟମନ୍ତ୍ରୀ ବିରାଡ଼ି ବୈଷ୍ଣବ ଭଳି ଚୁପ୍‌ ରହୁଛନ୍ତି: ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀ ବିରାଡ଼ି ବୈଷ୍ଣବ ଭଳି ଚୁପ୍‌ ରହୁଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ବିଷୟ ନ ରଖି  କେବଳ କେନ୍ଦ୍ର ଉପରେ ଅଭିଯୋଗ କରୁଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri