ସମ୍ପାଦକୀୟ |

ଖଣ୍ଡିଏ ମାତ୍ର ପୋଷ୍ଟକାର୍ଡ

ଖଣ୍ଡିଏ ମାତ୍ର ପୋଷ୍ଟକାର୍ଡ

ଛନ୍ଦା ମିଶ୍ର
କେଉଁଠି ସ୍ବଚ୍ଛ ପାନୀୟ ଜଳ ପାଇଁ ତ ପୁଣି କେଉଁଠି ଗାଁରେ ପକ୍କା ସଡ଼କର ବନ୍ଦୋବସ୍ତ କରିବା ନେଇ ଜନସାଧାରଣ ସରକାରୀ କଳ ନିକଟରେ ଅନଶନ କରନ୍ତି। ତାଙ୍କ ଅନଶନରେ କେବେ ସରକାର ନରମି ଯାଇ ଲୋକଙ୍କ ଦାବି ମୁତାବକ ପଦକ୍ଷେପ ନିଅନ୍ତି। ପୁଣି କେବେ ଲୋକଙ୍କୁ ବୋକା ବନାଇ ଫମ୍ପା ଆଶ୍ୱାସନା ଦେଇ ଅଭିଯୋଗଗୁଡିକୁ କିଛିଦିନ ଟାଳିଯାଆନ୍ତି। ହେଲେ ଏବେ ଘଟିଛି ଏକ ଆଚମ୍ବିତ କଥା। ଆମ୍ଭେ ଗ୍ୟାରେଣ୍ଟି ଦେଇ କହିବୁ ଯେ, ପାଠକେ ଆପଣେ, କାନ ଉଠିଲା ଦିନୁ ଏପରିକା ଦାବିଟିଏ ବିଷୟରେ ଶୁଣି ନ ଥିବେ। କଥା କ’ଣ କି, ଅଳ୍ପ କିଛିଦିନ ତଳେ ଆମ ପୋଲିସବାବୁଙ୍କ ନିଦ ଚାଏଁ କିନା ଭାଙ୍ଗିଗଲା। ସେ ସାଏଁ ସାଏଁ ସାଇରନ୍‌ ମାରି, ନିଜ ଦଳବଳ ସହ ଓଡିଶାର ବିଭିନ୍ନ ଜେଲରେ ଏକା ସମୟରେ କଲେ ଚଢ଼ାଉ। ଜେଲ୍‌ ଭିତରୁ ଖାନ୍‌ତଲାସି ବେଳେ ମଦ, ସିଗାରେଟ, ଗୁଟ୍‌ଖା, ଚିଲମ ଓ ନୋଟ୍‌ ବିଡା ଆଦି ହେଲା ବରାମଦ୍‌। ଜେଲ୍‌ରେ ଏସବୁ ମାଦକ ଦ୍ରବ୍ୟର ପ୍ରବେଶ ନିମନ୍ତେ କଟକଣା ଯଦିଓ ଆଗରୁ ଥିଲା, କିନ୍ତୁ ଜେଲ୍‌ କର୍ମଚାରୀଙ୍କର ପୁଣି ଦୟାମାୟା ବୋଲି କିଛି ଅଛି ନା ନାହିଁ। ଯେଉଁ ଲୋକ ଦିନେ ନିଶାପାଣି ନ ହେଲେ ଚଳିପାରିବନି, ଅସ୍ତବ୍ୟସ୍ତ ହେବ, ତାକୁ ତମାଖୁ ଟିକିଏ ବା ଛୋଟ ମଦ ବୋତଲଟିଏ ଧରାଇଦେଲେ ପାପ ହେବ ନା ପୁଣ୍ୟ? ହଁ ଏ କଥା ଭିନ୍ନ ଯେ, ସେହି କର୍ମଚାରୀମାନଙ୍କ ପକେଟ୍‌ ମଧ୍ୟ ଏହା ମାଧ୍ୟମରେ ଗରମ ହୋଇଥାଏ। ଏଇଟା ଏବେ କୋଉ ବଡ କଥା କି, ଦୀପ ତେଜିଲା ଲୋକର ହାତ ତେଲିଆ ହେବା ତ ଥୟ। ତେବେ ଗଣମାଧ୍ୟମ ଜବତ ସାମଗ୍ରୀଗୁଡିକୁ ବାରମ୍ବାର ଦେଖାଇବା ଫଳରେ ଜେଲ୍‌ବାଲାଏ ଭାବିଲେ, ନାଇଁ ଯାହା ହେଲା ହେଲା, ଏଥର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ପଡିବ। କେଉଁଠି ତଳିଆ କର୍ମଚାରୀଙ୍କୁ ହାତଗୁଞ୍ଜା ତ କେଉଁ ସମ୍ପର୍କୀୟଙ୍କୁ ନେହୁରା ହୋଇ ଯୋଗାଡ ହେଉଥିବା ମାଦବ ଦ୍ରବ୍ୟ ଉପରେ ଲଗାହେଲା କଟକଣା। ହେଲେ ନିଜର ପ୍ରିୟ ଅଭ୍ୟାସଟିକୁ ମଣିଷ ଛାଡି ରହିପାରିଲେ ତ! ତେଣୁ ଆରମ୍ଭ ହୋଇଗଲା ଅନଶନ। ସମ୍ବଲପୁର ମଣ୍ଡଳ କାରାଗାରରେ ତିନିଶହ କଏଦୀ, ତାଙ୍କୁ ନିଶାଦ୍ରବ୍ୟ ସେବନ ପାଇଁ ସୁଯୋଗ ଦିଆଯାଉ କହି ଆରମ୍ଭ କଲେ ହରତାଳ। ଏହି ଦାବିକୁ ଜୋରଦାର କରିବାକୁ ଯାଇ ସେମାନେ ରାତ୍ରିଭୋଜନ ଓ ସକାଳର ଜଳଖିଆ କଲେ ବର୍ଜନ। ଗାନ୍ଧୀ ଜୟନ୍ତୀ, ଅଗଷ୍ଟ ପନ୍ଦର ଓ ଜାନୁୟାରୀ ଛବିଶରେ ମଦଦୋକାନ ବନ୍ଦ ରହେ, କିନ୍ତୁ କ’ଣ ଦୋକାନ ବନ୍ଦ ହେବ ବୋଲି ଲୋକେ ମଦ ପିଇବେନି? ତେଣୁ ଶହେକୁ ପାଁଶହରେ ବିକି ଦୋକାନୀ ମାଲାମାଲ୍‌ ହେବାଟା ଥୟ। ଏଥିପାଇଁ ଗୋଟିଏ ପରିବାର ଦୁଇଦିନ ଉପାସ ରହିପାରେ, କେଉଁ ରଙ୍କୁଣୀର ଶେଷ ସନ୍ତକ ସୁନା କାନଫୁଲ ହଳକ ବନ୍ଧକ ରଖିବାକୁ ପଡିପାରେ କିମ୍ବା ରୋଗଣୀ ମା’ର ଔଷଧ ଟିକକ ନ ଆସିପାରେ। ମଦ, କେତେ ଯେ ସଂସାର ଉଜାଡି ଦେଲାଣି, ଆଗକୁ ଆହୁରି କେତେ ଯେ ଅମୂଲ୍ୟ ଜୀବନ ଏଥିରେ ସ୍ବାହା ହୋଇଯିବ ତା’ର କଳନା ନାହିଁ। ଏଥିପାଇଁ ପ୍ରତିଦିନ ଅନେକ ଅଭାବନୀୟ ଘଟଣା ଘଟିଚାଲିଛି। କିନ୍ତୁ ସରକାରଙ୍କର ରାଜସ୍ବ ଆଦାୟରେ ମତଲବ। ତେଣିକି କାହାର ସଂସାର ଭାସିଗଲେ ତାଙ୍କର ଯାଏ ଆସେ କେତେ! ଆମ ମୁଖ୍ୟମନ୍ତ୍ରୀ ୨୦୧୩ ଏପ୍ରିଲରେ ମଦମୁକ୍ତ ଗ୍ରାମ କଥା କହିଥିଲେ। ଏ ପର୍ଯ୍ୟନ୍ତ ଗୋଟିଏ ବି ଗ୍ରାମ ନିଶାମୁକ୍ତ ହୋଇପାରି ନାହିଁ। ବରଂ ଅବକାରୀ ରାଜସ୍ବ ବୃଦ୍ଧି ସୂଚାଇ ଦିଏ ଯେ, ରାଜ୍ୟରେ ଅଧିକରୁ ଅଧିକ ଲୋକେ ନିଶାସକ୍ତ ହୋଇପଡୁଛନ୍ତି। ୨୦୦୦ ମସିହା ବେଳକୁ ଅବକାରୀ ରାଜସ୍ବ ପରିମାଣ ଥିଲା ୧୩୫ କୋଟି ଟଙ୍କା। ୨୦୧୭-୧୮ରେ ସରକାର ୩୬୦୦ କୋଟି ଟଙ୍କାର ଅବକାରୀ ରାଜସ୍ବ ଆଦାୟ କରିବାର ଲକ୍ଷ୍ୟ ରଖିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ସମୁଦାୟ ୪୦୭୪ଟି ସ୍ବୀକୃତିପ୍ରାପ୍ତ ମଦଦୋକାନ ରହିଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜପଥ ପାର୍ଶ୍ୱରେ ଥିବା ୧୨୪୦ଟି ମଦଦୋକାନ ବନ୍ଦ ହୋଇଥିଲା ଓ ୮୧୨ଟିକୁ ସ୍ଥାନାନ୍ତର କରାଯାଇଛି। ମାତ୍ର ରାଜସ୍ବ ଆଦାୟ ଗତବର୍ଷ ତୁଳନାରେ ୧.୫ପ୍ରତିଶତ ବଢିଛି। ଯେଉଁ ଓଡିଶା ନିଜକୁ ପଛୁଆ ରାଜ୍ୟ ବୋଲି କହିଆସୁଛି, ସେଠାରେ ବାର୍ଷିକ ୫୦ ହଜାର କୋଟିରୁ ୬୦ ହଜାର କୋଟି ଟଙ୍କା ଲୋକେ ନିଶାପାଣିରେ ଖର୍ଚ୍ଚ କରୁଛନ୍ତି। ବୁଦ୍ଧିଜୀବୀଙ୍କ ମତରେ ରାଜ୍ୟ ସରକାର, ରାଜସ୍ବ ଆଦାୟ ମୋହରେ ରାଜ୍ୟର ଦାରିଦ୍ର୍ୟ ଓ ଅନଗ୍ରସରତାକୁ ବଢାଇଦେଲେଣି ଏବଂ ମଦ ପାଇଁ ଅପରାଧ ବଢ଼ୁଛି। ଦୁର୍ଘଟଣା, ରୋଗବ୍ୟାଧି ବଢିବାରେ ମଦ ମଧ୍ୟ ଦାୟୀ। ଯେଉଁ ପରିବାରରେ ପୁରୁଷଟିଏ ମଦ୍ୟପାନ କରୁଛି ସେହି ପରିବାରର ଅନ୍ୟ ସଦସ୍ୟ ଅକଳ୍ପନୀୟ ମାନସିକ ଓ ଶାରୀରିକ ନିର୍ଯାତନା ଭୋଗ କରୁଛନ୍ତି। ସହିବାର ସବୁ ସୀମା ଟପିଗଲା ପରେ ସେମାନେ ଏବେ ଅଣ୍ଟାରେ କାନି ଗୁଡେଇ, ହାତରେ ବାଡି ଧରି ରାଜରାସ୍ତା ଉପରକୁ ଓହ୍ଲେଇଲେଣି। ଗାଁ ଗାଁରେ ମଦବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଲାଣି। କେବଳ ସରକାରଙ୍କ ଉପରେ ଦୋଷ ଲଦିଦେଇ ଆମେ ଚୁପ୍‌ ବସିବା ନାହିଁ। ନିଶାକୁ ଘୃଣା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିନମ୍ର ଅନୁରୋଧ ଖଣ୍ଡିଏ ମାତ୍ର ପୋଷ୍ଟକାର୍ଡ କିଣି ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାକୁ ମଦମୁକ୍ତ କରିବା ପାଇଁ ଚିଠିଟିଏ ଲେଖନ୍ତୁ। ଆପଣଙ୍କ ହୃଦୟର ଏହି ପବିତ୍ର ଓ ସଚ୍ଚା ଅନୁରୋଧଟି ହୁଏତ ଆମର ପର ପିଢି ପାଇଁ ଏକ ଶୁଭ ସକାଳର ଆବାହନୀ ହୋଇପାରେ।
ମୋ- ୯୪୩୭୪୫୩୬୧୦

All Right Reserved By
Karnatak Exit Poll

Model This Week

ସନ୍ତୋଷ

ସମ୍ପାଦକୀୟ |

ସମ୍ପାଦକୀୟ/ପରିବେଶ କଥା ପରେ

ସମ୍ପାଦକୀୟ/ପରିବେଶ କଥା ପରେ

ଜଳବାୟୁ ପରିବର୍ତ୍ତନ ପୃଥିବୀ ପାଇଁ ବୃହତ୍‌ ବିପଦ ଭାବେ ଉଭା ହୋଇଥିବାରୁ ତାହାକୁ ନେଇ ଚାରିଆଡ଼େ ଚିନ୍ତା ପଶିଛି। ଅନ୍ତର୍ଜାତୀୟ ସ୍ତରରେ ପ୍ରତିବର୍ଷ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହେଉଛି। କିଭଳି ପଦକ୍ଷେପ ନେଲେ ଏଥିରୁ ତ୍ରାହି ମିଳିପାରିବ ସେହି ଦିଗରେ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପ୍ରସ୍ତାବ ରଖି ଚାଲୁଛନ୍ତି । ହେଲେ ସେମାନେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାରୁ ସମ୍ମଳିନୀରୁ କୌଣସି ନିଷ୍କର୍ଷ ମିଳିପାରୁ ନାହିଁ। ନିକଟରେ ଦକ୍ଷିଣ ଆଫ୍ରିକାର ଡର୍ବାନଠାରେ ୨୬ତମ ବାସିକ୍‌ (ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଭାରତ ଏବଂ ଚାଇନା) ପରିବେଶ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଅବସରରେ ଭାରତର ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ ଜଳବାୟୁ ପରିବର୍ତ୍ତନ ନେଇ ବିକଶିତ ରାଷ୍ଟ୍ର ଉପରେ ଦୋଷ ଲଦିଥିଲେ। ସେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ...

କୌଶଳ ବିକାଶ ଯୋଜନା

କୌଶଳ ବିକାଶ ଯୋଜନା

ସହଦେବ ସାହୁ ପୃଥିବୀରେ ଜନ୍ମହାର ହ୍ରାସ ଓ ଆୟୁଷ ବୃଦ୍ଧି ଯୋଗୁ କର୍ମକ୍ଷମ ଅର୍ଥାତ୍‌ ୧୮ରୁ ୫୫ ବର୍ଷର ଲୋକଙ୍କ ଅନୁପାତ ମୋଟ ଜନସଂଖ୍ୟା ତୁଳନାରେ କମି କମି ଯାଉଛି, ଫଳରେ ବୟସ୍କ ଲୋକଙ୍କ ପାଇଁ ଦେଶର ବ୍ୟୟ ବଢୁଛି କିନ୍ତୁ ରୋଜଗାରକ୍ଷମ ଲୋକଙ୍କ ସଂଖ୍ୟା କମୁଥିବାରୁ ଆୟ କମୁଛି। କମ୍‌ ସଂଖ୍ୟାର ରୋଜଗାରୀଙ୍କ ଉପରେ ବେଶି ସଂଖ୍ୟାର ବସି ରହୁଥିବା ଲୋକ ନିର୍ଭର କରୁଛନ୍ତି; ଅନ୍ୟ ଉପରେ ନିର୍ଭରଶୀଳତା- ଡିପେଣ୍ଡେନ୍ସି ରେସିଓ ବଢୁଛି। ଏ ଦୃଷ୍ଟିରୁ ଆମ ଦେଶ ଭଲ ଅବସ୍ଥାରେ ଅଛି, କର୍ମକ୍ଷମ ଲୋକସଂଖ୍ୟା ବଢି ବଢି ଚାଲିଛି। ସମସ୍ତେ ରୋଜଗାରରେ ଲାଗିଗଲେ, ଭାରତ ଜନସଂଖ୍ୟା ବୃଦ୍ଧିର ଲାଭ (ଡିମୋଗ୍ରାଫିକ୍‌ ଡିଭିଡେଣ୍ଡ) ଉଠାଇବ। ...

ଜାତୀୟ ସଂହତି ଓ ଭଞ୍ଜ

ଜାତୀୟ ସଂହତି ଓ ଭଞ୍ଜ

ଡା. ଶୈଳେଶ୍ୱର ନନ୍ଦ ସପ୍ତଦଶ ଶତାବ୍ଦୀର ଶେଷଭାଗରେ ଘୁମୁସର ରାଜ ପରିବାରରେ ଜନ୍ମନେଲେ କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ। ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟକୁ ପଦାଘାତ କରି ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାର ସଂକଳ୍ପ ନେଇ ସୃଷ୍ଟି କରିଥିଲେ ସଂସ୍କୃତ ସାହିତ୍ୟର ସମକକ୍ଷ ଅସଂଖ୍ୟ କାବ୍ୟକବିତା। ସମଗ୍ର ଭାରତବର୍ଷକୁ ନିଜର କର୍ମଭୂମି କରି ଓଡ଼ିଶାର ସାଂସ୍କୃତିକ ଚେତନା ଓ ଗର୍ବଗୌରବକୁ ଜାତୀୟ ସ୍ତରରେ ସଂସ୍ଥାପିତ କରିବାର ଇଚ୍ଛାନେଇ ସେ ଆଣିଥିଲେ ଏକ ଜାତୀୟ ସଂହତି ନିଜର ସୃଜନଶୀଳ କାବ୍ୟକବିତା ମାଧ୍ୟମରେ। ଉତ୍ତରଭାରତଠାରୁ ଦକ୍ଷିଣଭାରତ ପର୍ଯ୍ୟନ୍ତ, ପଶ୍ଚିମଭାରତରୁ ପୂର୍ବଭାରତ ପର୍ଯ୍ୟନ୍ତ ସମସ୍ତ ଭାରତ ଭୂଖଣ୍ଡର ପ୍ରାକୃତିକ ଶୋଭା, ...

ଏଇ ଭାରତରେ

ଏଇ ଭାରତରେ

ବିଦେଶରେ ବଡ଼ କମ୍ପାନୀରେ ଚାକିରି, ବାର୍ଷିକ ୧୫ ଲକ୍ଷ ଟଙ୍କାର ପ୍ୟାକେଜ, କମ୍ପାନୀ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗକୁ ଛାଡି କେହି କ’ଣ ରାଜରାସ୍ତାକୁ ଓହ୍ଲାଇ ଆସିବାକୁ ପସନ୍ଦ କରିବେ? ଆଜିର ଯୁବପିଢ଼ିକୁ ଯଦି ଏହି ପ୍ରଶ୍ନ କରାଯିବ ତେବେ ନା ଶବ୍ଦ ହିଁ ଶୁଣିବାକୁ ମିଳିବ। କିନ୍ତୁ ଉତ୍ତରାଖଣ୍ଡର ପୌଡି ଜିଲା ସମ୍ପଲା ଗ୍ରାମନିବାସୀ ୩୬ ବର୍ଷୀୟ ପ୍ରମୋଦ ବମରାଡାଙ୍କ କ୍ଷେତ୍ରରେ ମୋଟାଅଙ୍କର ଦରମା, ବିଳାସ ସବୁ ତୁଚ୍ଛ ହୋଇଗଲା। ଆମେରିକାର ଏକ ବଡ କମ୍ପାନୀ ଚାକିରି ଛାଡି ସେ ଫେରିଆସିଛନ୍ତି ଗାଁକୁ। ଦିଲ୍ଲୀରୁ ଏକ ନାମୀ କଲେଜରୁ ଏମ୍‌ବିଏ କରିବା ପରେ ସେ ଆମେରିକାର ମେଟ୍ରୋ ଡିଜାଇନ କରୁଥିବା କମ୍ପାନୀ ଏକାମ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ବାର୍ଷିକ ପ୍ୟାକେଜ ଥିଲା ...

ବିକ୍ରି ପାଇଁ ନୁହଁ

ବିକ୍ରି ପାଇଁ ନୁହଁ

ସପ୍ତାହବ୍ୟାପୀ ଚାଲିଥିବା କର୍ନାଟକ କ୍ଷମତା ଅକ୍ତିଆର ନାଟକ ମେ ୧୯ରେ ଶେଷ ହୋଇଛି। କେହି ଆଶା କରୁ ନ ଥିଲେ ଯେ ଭାଜପା ଆବଶ୍ୟକ ବିଧାୟକ କିଣିବାରେ ଅସଫଳ ହେବ। ଶେଷରେ କେବଳ ଦୁଇ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଭାଜପା ନେତା ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଶକ୍ତି ପ୍ରଦର୍ଶନ ପୂର୍ବରୁ ଇସ୍ତଫା ଦେଇଛନ୍ତି। ସମ୍ଭବତଃ ସାଧାରଣ ନାଗରିକଙ୍କ ପାଇଁ ଏହା ଏକ ବଡ଼ ବାର୍ତ୍ତା ଦେଇଛି।

ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟର ଗନ୍ତାଘର

ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟର ଗନ୍ତାଘର

ଅରୁଣ କୁମାର ପଣ୍ଡା/ ୧୯୬୪ ମସିହାରେ କେନ୍ଦୁଝର ସାହିତ୍ୟ ସଂସଦର ବାର୍ଷିକୋତ୍ସବରେ ଅତିଥି ଭାବେ ଯୋଗଦେବାକୁ ଆସିଥାନ୍ତି ଓଡ଼ିଶାର ଦୁଇଜଣ ମୂର୍ଦ୍ଧନ୍ୟ ବ୍ୟକ୍ତିତ୍ୱ, ବୋଧହୁଏ ସେପ୍ଟେମ୍ବର ମାସରେ। ଜଣେ ହେଲେ ଓଡ଼ିଆ ସାହିତ୍ୟର ଆଗ ଧାଡ଼ିର ଗାଳ୍ପିକ, ସ୍ବର୍ଗତ ରାଜକିଶୋର ରାୟ। ଆମ ଛାତ୍ରମାନଙ୍କ ମଧ୍ୟରେ ସେ ପ୍ରିୟ ଥିଲେ ତାଙ୍କର ଗଳ୍ପ ‘ଦଶହରା ଭେଟି’ ପାଇଁ। ତାଙ୍କ ସହିତ ଆସିଥିଲେ ପ୍ରଖ୍ୟାତ ବ୍ୟଙ୍ଗ ସାହିତି୍ୟକ ‘ନିଆଁଖୁଣ୍ଟା’ର ସମ୍ପାଦକ ସ୍ବର୍ଗତ ଗୋଦାବରୀଶ ମହାପାତ୍ର।

ଅପ୍ରିୟ ସତ୍ୟ

ଅପ୍ରିୟ ସତ୍ୟ

ଦ୍ୱିତୀ ଚନ୍ଦ୍ର ସାହୁ / ଡାକ୍ତର ଆସିଲେ ଘରକୁ ଚିକିତ୍ସା କରିବାକୁ। ଶଯ୍ୟାଶାୟୀ ବୁଢୀ ମାଆ। ସ୍ନାୟବିକ ରୋଗରେ ସେ ଦୀର୍ଘଦିନ ଧରି ପୀଡିତା। ହାତଗୋଡ ଅଚଳ। ଏକପ୍ରକାର ବୁହା ହୋଇଯାଆନ୍ତି ପାଇଖାନା କିମ୍ବା ପରିସ୍ରା ଲାଗି। ଅନ୍ୟ ହାତରେ ପିଲାଟି ଭଳି ଖାଇବାକୁ ପଡେ। ଖାଇଲାବେଳେ ଢୋକିବାରେ ବି ସମସ୍ୟା। ଏଣେ ପ୍ରବଳ ଦାନ୍ତବ୍ୟଥା। ବୋହୁଥିବା ଲାଳ ତକିଆକୁ ଭିଜେଇ ଦେଉଛି।

ଏଇ ଭାରତରେ

ଏଇ ଭାରତରେ

ସମସ୍ତେ ଜାଣନ୍ତି ମନ୍ଦିରର ପୂଜକ ଅତ୍ୟନ୍ତ ନିଷ୍ଠାପର। ଭକ୍ତ ଭଗବାନଙ୍କୁ ଦର୍ଶନ ପାଇଁ ଆସି ପୂଜକ ଜରିଆରେ ମାନସିକ ପୂରଣ କରିଥାଏ। କୁହାଯାଏ ପୂଜକର ନିଷ୍ଠା ହିଁ ଯଜମାନର ମଙ୍ଗଳ କରିଥାଏ। କିନ୍ତୁ ନିକଟରେ କେତେକ ମନ୍ଦିରରେ ପୂଜକଙ୍କ ଭ୍ରଷ୍ଟାଚାର ପଦାକୁ ଆସିଛି। ପୂଜକଙ୍କ ଦ୍ୱାରା ମନ୍ଦିର ପରିସରରୁ ଚୋରି, ବଳାତ୍କାର ଆଦି ଘଟଣା ଦେବସ୍ଥାନର ପବିତ୍ରତାକୁ ନଷ୍ଟ କରିଛି।

 ଦଳବଦଳ ନିରୋଧୀ ଆଇନ

ଦଳବଦଳ ନିରୋଧୀ ଆଇନ

ଆକାର ପଟେଲ ୧୯୮୫ ମସିହାରେ କଂଗ୍ରେସ ୪୦୦ରୁ ଅଧିକ ଆସନ ଜିତି ବିପୁଳ ବିଜୟ ହାସଲ କରିବା ପରେ ରାଜୀବ ଗାନ୍ଧୀ ପାର୍ଲାମେଣ୍ଟରେ ଦଳବଦଳ ନିରୋଧୀ ଆଇନ ପାସ କରାଇଲେ। ଏହି ଆଇନ ଅନୁସାରେ: ଯଦି କୌଣସି ବିଧାୟକ ଦଳର ନେତୃତ୍ୱକୁ ଅବମାନନା କରି ଭୋଟ ଦିଅନ୍ତି, ତେବେ ତାଙ୍କୁ ଦଳତ୍ୟାଗୀ ବୋଲି ଧରାଯିବ ଏବଂ ସେ ଅଯୋଗ୍ୟ ବିବେଚିତ ହେବେ। ଏହାର ଅର୍ଥ ହେଲା, ଯଦି ଦଳ ଥରେ ହ୍ବିପ୍‌ ଜାରି କରେ, ତେବେ ଜଣେ ବିଧାୟକ ଆଉ ନିଜ ଇଚ୍ଛାରେ କାହାକୁ ଭୋଟ ଦେଇପାରିବେ ନାହିଁ। ଦଳ ଯାହାକୁ କହିବ, ସେ ତାକୁ ହିଁ ଭୋଟ ଦେବାକୁ ବାଧ୍ୟ। ଏପରି କି ଯଦି ବିଧାୟକ ଜଣକ ଅନୁପସ୍ଥିତ ରହି ଭୋଟ ନ ଦିଅନ୍ତି, ତେବେ ବି ତାଙ୍କୁ ...

ଉଚ୍ଚ ମଣିଷର ପରିଚୟ

ଉଚ୍ଚ ମଣିଷର ପରିଚୟ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ନିତିଦିନ ସମାଜରେ ଘଟୁଥିବା ନାନା ଅନ୍ୟାୟ, ଅନାଚାର ଓ ଅନୀତିର କାହାଣୀ କାନରେ ପଡି ପଡି ଆମ ଜୀବନ ତା’ର ମଧୁମୟ ସ୍ବାଦ ହରାଇଲାଣି। ବଞ୍ଚିବାକୁ ମନ ଲୋଡୁଥିବା ସଂସାରଟିଏ ମିଳୁ ନ ଥିବାରୁ ଜୀବନ ଆସ୍ତେ ଆସ୍ତେ ବୋଝ ହୋଇ ଉଠିଲାଣି। ଘରେ, ବାହାରେ, ଚାରିଆଡେ ଖାଲି ସ୍ବାର୍ଥସର୍ବସ୍ବ ଜୀବନର କୋଳାହଳ ଶୁଣି ଶୁଣି ‘ମଣିଷ ଦେହେ ଦିବ୍ୟଜ୍ଞାନ’ ଭଳି ଭାଗବତର ସେଇ ଅମୃତବାଣୀ ଉପରୁ ଭରସା ତୁଟିଗଲାଣି। ଏମନ୍ତ ସମୟରେ କାଁ ଭାଁ ଯେତେବେଳେ ଭଲ କଥାଟିଏ କାନରେ ପଡୁଛି ବା କାହାର ଭଲ କାମଟିଏ ଆଖିକୁ ଆସୁଛି, ସେତେବେଳେ ଏକ ମୁଗ୍ଧ ଅନୁଭବରେ ବିଭୋର ହୋଇଉଠେ ହୃଦୟ। ଭଲ କଥାଟିର ନିମିତ୍ତ ହୋଇଥିବା ଲୋକଟିକୁ କୋଳେଇ ଧରିବାକୁ ମନରେ ଇଚ୍ଛା ଜାଗେ। ସକଳ ବିଘଟନ ସତ୍ତ୍ୱେ ଏ ପୃଥିବୀ ତଥାପି ...

 ଉତ୍ତମ ମୂର୍ତ୍ତିକାର

ଉତ୍ତମ ମୂର୍ତ୍ତିକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଭାରତୀୟ କଳାକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବା ଦିଗରେ ଲଳିତ କଳା ଏକାଡେମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛି। ୧୯୫୪ରେ ପ୍ରତିଷ୍ଠିତ ଏହି କଳାନୁଷ୍ଠାନ କଳାକାରଙ୍କୁ ମେଧାବୃତ୍ତି ଓ ଫେଲୋଶିପ୍‌ ପ୍ରଦାନ କରିବା ସହ ବିଭିନ୍ନ ପ୍ରକାର ପ୍ରଦର୍ଶିନୀର ଆୟୋଜନ କରିଥାଏ। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏହି ସଂସ୍ଥାର ଅଧ୍ୟକ୍ଷ ପଦବୀ ମଣ୍ଡନ କରୁଥିବା ବ୍ୟକ୍ତି ଜଣେ ଉଚ୍ଚମାନର କଳାକାର ହୋଇଥାଆନ୍ତି। ବହୁଦିନ ଧରି ଖାଲି ରହିବା ପରେ ୨୦୧୮ ମେ ୧୭ରେ ଏକାଡେମୀର ଅଧ୍ୟକ୍ଷ ଭାବେ ବିଶିଷ୍ଟ ସ୍ଥପତି ଓ ମୂର୍ତ୍ତିକାର ଉତ୍ତମ ପଚର୍ନେଙ୍କୁ ନିଯୁକ୍ତ କରାଯାଇଛି। ଫଳରେ ଏବେ ତାଙ୍କ ବ୍ୟକ୍ତିତ୍ୱ ...

ଏଇ ଭାରତରେ

ଏଇ ଭାରତରେ

ଆପରାଧିକ ଇଚ୍ଛାଶକ୍ତିକୁ ପୂରଣ କରିବାକୁ କେତେକ ଲୋକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଯେପରି ମହାରାଷ୍ଟ୍ର ନାଗପୁର ଜଲଗାଓଁ ଅଞ୍ଚଳର ଜଣେ ୩୦ବର୍ଷୀୟ ଯୁବକ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ରୋଗୀଙ୍କ ସମ୍ପର୍କୀୟ ମହିଳାଙ୍କୁ ଅସଦାଚରଣ କରି ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି। ନାଗପୁରସ୍ଥିତ ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରକାଶ ଓ୍ବାଙ୍ଖଡେ ନାମକ ଜଣେ ଯୁବକ ହସ୍ପିଟାଲ୍‌କୁ ଆସୁଥିବା ରୋଗୀଙ୍କ ଉପରେ ନଜର ରଖୁଥିଲେ। ରୋଗୀଙ୍କ ଅବସ୍ଥା ଓ ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟାକୁଳତା ଦେଖି ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରଥମେ ପ୍ରତିଶ୍ରୁତି ଦିଅନ୍ତି। ଏହାକୁ ବିଶ୍ୱାସ କରି ରୋଗୀଙ୍କ ମହିଳା ସମ୍ପର୍କୀୟମାନେ ଯେତେବେଳେ ଓ୍ବାଙ୍ଖଡେଙ୍କ ସହଯୋଗ ଲୋଡ଼ନ୍ତି ସେତେବେଳେ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରନ୍ତି। ନିକଟରେ ଜଣେ କର୍କଟ ପୀଡ଼ିିତ ରୋଗୀଙ୍କୁ ସରକାରୀ ଯୋଜନାରେ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ...