ଫୁରସତ |

ବିରଳ ଗାୟକ ପକ୍ଷୀ ଲୁପ୍ତ

ବିରଳ ଗାୟକ ପକ୍ଷୀ ଲୁପ୍ତ
ଲଣ୍ଡନ: ସହଜରେ ଧରାପଡୁ ନ ଥିବା ବିଶ୍ୱର ଏକ ପ୍ରଜାତିର ଗାୟକ ପକ୍ଷୀଙ୍କୁ ଠାବ କରିବା କଷ୍ଟକର। କାରଣ ଏହି ପକ୍ଷୀ ବଞ୍ଚତ୍ଥାଇ ନ ପାରନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଲାଇବେରିଆନ୍‌ ଗ୍ରୀନ୍‌ବୁଲ୍‌ ନାମକ ଏହି ପକ୍ଷୀ ବିଶେଷଜ୍ଞମାନଙ୍କୁ ଦୀର୍ଘ ଦଶନ୍ଧି ଧରି ଆକର୍ଷିତ କରିଆସିଛି। ୧୯୮୦ ପ୍ରାରମ୍ଭରେ ପଶ୍ଚିମ ଆଫ୍ରିକୀୟ ଦେଶର ଏକ ଜଙ୍ଗଲରେ ଏହି ପକ୍ଷୀକୁ ଠାବ କରାଯାଇଥିଲା। ଏହି ଏକମାତ୍ର ପ୍ରଜାତି ସାଧାରଣଭାବେ ଦେଖାଯାଉଥିବା ଇକ୍‌ଟେରାଇନ୍‌ ଗ୍ରୀନ୍‌ବୁଲଠାରୁ ବାରିହୋଇପଡ଼େ। କାରଣ ଏହା ପରରେ ଧଳା ଟିପିଟିପି ଦାଗ ରହିଛି। ଲାଇବେରିଆନ୍‌ ଗ୍ରୀନ୍‌ବୁଲ୍‌ ଦୀର୍ଘଦିନରୁ ବିଶ୍ୱର ସର୍ବାଧିକ ଦୁର୍ବଳ ପ୍ରଜାତିର ପକ୍ଷୀ ଭାବରେ ପରିଚିତ ଏବଂ ୨୦୧୬ ପର୍ଯ୍ୟନ୍ତ ଏହାକୁ ଅତ୍ୟନ୍ତ ଲୁପ୍ତପ୍ରାୟ ପକ୍ଷୀ ଭାବରେ ତାଲିକାଭୁକ୍ତ କରାଯାଇଥିଲା। ବର୍ତ୍ତମାନ ସ୍କଟ୍‌ଲାଣ୍ଡସ୍ଥିତ ଆବର୍‌ଡିନ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ ଡିଏନ୍‌ଏ ବିଶ୍ଳେଷଣ କରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ସେମାନଙ୍କ କହିବାନୁଯାୟୀ, ଲାଇବେରିଆନ୍‌ ଗ୍ରୀନ୍‌ବୁଲ୍‌ ହେଉଛି ଇକ୍‌ଟେରାଇନ୍‌ ଗ୍ରୀନ୍‌ବୁଲ୍‌ର ଏକ ଅସ୍ବାଭାବିକ ପ୍ରଜାତି। ଏହି ପକ୍ଷୀଙ୍କ ପର ବଢ଼ୁଥିବାବେଳେ ପୁଷ୍ଟିକର ଖାଦ୍ୟର ଅଭାବ ଘଟିଲେ ଏପରି ହୋଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି। ଏ ସମ୍ପର୍କିତ ଏକ ଅଧ୍ୟୟନ ଅର୍ନିଥୋଲୋଜି ଜର୍ନାଲ୍‌ରେ ପ୍ରକାଶ ପାଇଛି। ଲାଇବେରିଆନ୍‌ ଗ୍ରୀନ୍‌ବୁଲ୍‌ ନମୁନାର ଡିଏନଏ, ଇକ୍‌ଟେରାଇନ୍‌ ଗ୍ରୀନ୍‌ବୁଲ୍‌ର ଡିଏନ୍‌ଏ ତୁଳନା କରି ଦେଖାଯାଇଛି ଯେ, ଏହି ଦୁଇ ପ୍ରଜାତିର ପକ୍ଷୀ ମଧ୍ୟରେ ସେଭଳି କୌଣସି ଉଲ୍ଲେଖନୀୟ ଗୁଣସୂତ୍ରଭିତ୍ତିକ ପାର୍ଥକ୍ୟ ନାହିଁ।
All Right Reserved By

ଫୁରସତ |

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଛତିଶଗଡର ମହାସମୁନ୍ଦ୍‌ ଜିଲାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଆଳତି ଦେଖିବା ପାଇଁ ଭାଲୁମାନେ ଆସିଥାନ୍ତି। ଘୁଞ୍ଚାପାଲି ଗ୍ରାମରେ ରହିଛି ଚଣ୍ଡି ଦେବୀଙ୍କ ମନ୍ଦିର।

ପୂଜା ଶପିଂ

ପୂଜା ଶପିଂ

ଦଶହରା ପାଇଁ ଝଲସୁଛି ଦେବୀପୀଠ। ଗାଁରୁ ସହର ପର୍ଯ୍ୟନ୍ତ ବେଶ୍‌ ଚଳଚଞ୍ଚଳ। କେବଳ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଦେଖିବାରେ ନୁହେଁ, ବରଂ ଶପିଂ ପାଇଁ ମାର୍କେଟରେ ମହିଳାମାନଙ୍କ ଭିଡ଼ ଜମିବାରେ ଲାଗିଛି। ଏହି ସମୟରେ ସାମାନ୍ୟ ଅସାବଧାନ ରହିଲେ ଠକାମିର ଶିକାର ହେବା ଆଶଙ୍କା ରହିଛି। ତେବେ ଏହି ସମୟରେ କି କି ସତର୍କତା ଅବଲମ୍ବନ କରିବେ ସେ ସମ୍ପର୍କରେ...

ପୃଥିବୀର ୫ ଦାମୀ ବହି

ପୃଥିବୀର ୫ ଦାମୀ ବହି

ପୃଥିବୀରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ରହିଛି ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର ସବୁଠାରୁ ଦାମିକା ବହି। 

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ଝିଅମାନେ ସୁନ୍ଦର ଦିଶିବା ପାଇଁ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। ମାତ୍ର ସୁନ୍ଦର ଦେଖାଯିବା ପାଇଁ ଜଣେ ଯେ କୁକୁର ପରିସ୍ରା ପିଇବ, ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। 

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। 

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା। 

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପାର୍ବଣ ଅବସରରେ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଏହା ଦ୍ୱାରା କାର୍ଯ୍ୟରେ କୌଣସି ବିଘ୍ନ ସୃଷ୍ଟି ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ସମୟରେ କିଛି ବାସ୍ତୁ କାର୍ଯ୍ୟ କରିବା ଦ୍ୱାରା ଗୃହ ତଥା ବ୍ୟବସାୟ ଆଦିରେ ଶୁଭଫଳ ପ୍ରାପ୍ତି ହୋଇଥାଏ।  

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଲାଗି ଗାଁଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ପାଇଁ ସମସ୍ତେ ପ୍ରସ୍ତୁତି ଚଳାଇଛନ୍ତି।