ଫୁରସତ |

ଟାବି ନକ୍ଷତ୍ରର ରହସ୍ୟମୟ ଆଲୋକ

ଟାବି ନକ୍ଷତ୍ରର ରହସ୍ୟମୟ ଆଲୋକ
ଓ୍ବାଶିଂଟନ୍‌ ରହସ୍ୟମୟ ଟାବି ନକ୍ଷତ୍ରରୁ ମିଳୁଥିବା ଅସ୍ପଷ୍ଟ ଆଲୋକର ଅସ୍ବାଭାବିକ ଉଜ୍ଜ୍ୱଳତା ଧୂଳିକଣାଦ୍ୱାରା ଗଠିତ ବାଦଲ ଯୋଗୁ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଏହି ଅସ୍ବାଭାବିକ ଚିତ୍ର ପାଇଁ ଏଲିଏନ୍‌ ସଭ୍ୟତାକୁ ଦାୟୀ କରାଯାଉଥିଲେ ହେଁ ଏଭଳି ଏକ କାଳ୍ପନିକ ତତ୍ତ୍ୱକୁ ବୈଜ୍ଞାନିକମାନେ ଭୁଲ ପ୍ରମାଣିତ କରିଛନ୍ତି। ଏହି ନକ୍ଷତ୍ରକୁ କେଆଇସି ୮୪୬୨୮୫୨ ନାମକରଣ କରାଯାଇଛି। ଏହାକୁ ମଧ୍ୟ ବୋୟାଜିଆନ’ସ ଷ୍ଟାର ବା ଟାବି’ସ୍‌ ଷ୍ଟାର ବୋଲି କୁହାଯାଏ। ଉକ୍ତ ନକ୍ଷତ୍ରର ଆଲୋକ ଧୂଳିକଣା ମିଶ୍ରିତ ବାଦଲ ଉପରେ ପଡ଼ି ଏକ ଅସ୍ବାଭାବିକ ଚିତ୍ର ସୃଷ୍ଟି କରିଥାଏ। ନାସାର କେପ୍‌ଲର ସ୍ପେସ୍‌ ଟେଲିସ୍କୋପ୍‌ ଦ୍ୱାରା ଉକ୍ତ ଆଲୋକ ରେଖାର ଫଟୋଚିତ୍ରରୁ ଏହା ସ୍ପଷ୍ଟ ଜଣାପଡ଼େ। ସୂର୍ଯ୍ୟଙ୍କଠାରୁ ଅଧିକ ଓଜନିଆ ନକ୍ଷତ୍ର ଉତ୍ସରୁ ମଧ୍ୟ ଏଭଳି ଦୃଶ୍ୟ ଆଶା କରାଯାଇ ନ ପାରେ। ଏହାକୁ ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଛି ତାହା ହେଲା-ଏଲିଏନ୍‌ ଜଗତ ଉକ୍ତ ନକ୍ଷତ୍ରରୁ ଆଲୋକ ଗ୍ରହଣ କରି ତିଷ୍ଠି ରହିଛି। ଏହାଦ୍ୱାରା ଏହି ଜଗତ ଆଲୋକମୟ ହୋଇଛି ଏବଂ ଅସ୍ପଷ୍ଟ ଆଲୋକର ଛବି ଭଳି ଜଣାପଡୁଛି। ଆମେରିକାର ଆରିଜୋନା ୟୁନିଭର୍ସିଟି ଗବେଷକମାନେ ନାସାର ସ୍ପିଜର ଓ ସ୍ବିଫ୍ଟ ମିଶନ୍‌ ଏବଂ ବେଲ୍‌ଜିଆନ୍‌ ଆଷ୍ଟ୍ରୋ ଲାବ୍‌ ଆଇରିଶ୍‌ ଅବଜରଭେଟୋରି ବ୍ୟବହାର କରି ଦେଖିବାକୁ ପାଇଛନ୍ତି ଯେ, ଦୀର୍ଘଦିନ ଧରି ଏଭଳି ନିଷ୍ପ୍ରଭ ଆଲୋକ ଦେଖାଯିବାର କାରଣ ହେଉଛି ଏକ ଅସମ ଧୂସରବାଦଲ ଏହି ନକ୍ଷତ୍ର ଚତୁଃପାର୍ଶ୍ୱରେ ଘୂରିବୁଲୁଛି।
All Right Reserved By

ଫୁରସତ |

ଦାମୀ ଚକୋଲେଟ୍‌

ଦାମୀ ଚକୋଲେଟ୍‌

ଛୋଟରୁ ବଡ ସଭିଙ୍କର ପ୍ରିୟ ଚକୋଲେଟ୍‌। ଦୋକାନରେ ଦେଖିଦେବା ମାତ୍ରେ ପିଲାଟିଏ ଜିଦ୍ଦି କରେ ତାକୁ ନେବା ପାଇଁ। ହେଲେ କିଛି ଚକୋଲେଟ୍‌ ଅଛି ଯଦି ତା’ ପାଇଁ ପିଲାଟିଏ ଜିଦ୍ଦି କରେ ତେବେ ତାକୁ କିଣିବା ଅସମ୍ଭବ ମନେ ହେବ। କାରଣ ସେସବୁ ହେଉଛି ପୃଥିବୀର ସବୁଠୁ ଦାମୀ ଚକୋଲେଟ୍‌...

ଶ୍ରୁତିରୁ ପ୍ରାମାଣିକ

ଶ୍ରୁତିରୁ ପ୍ରାମାଣିକ

ବେଦକୁ ପବିତ୍ର ବୋଲି କୁହାଯାଇଥାଏ। ଏହାର ଆଉ ଏକ ନାମ ଶ୍ରୁତି। କାରଣ, ଏହାକୁ ଶୁଣିଶୁଣି ମନେ ରଖାଯାଇଥାଏ। 

ରାଶି ଅନୁଯାୟୀ ବୃତ୍ତି

ରାଶି ଅନୁଯାୟୀ ବୃତ୍ତି

ମେଷ: ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ସାହସୀ ଏବଂ ବୀର ସ୍ବଭାବର ହୋଇଥାନ୍ତି। 

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

ବଡୋଦରା: ଏମ୍‌ଏସ୍‌ ୟୁନିଭର୍ସିଟି ଇଞ୍ଜିନିୟରିଂ ଛାତ୍ରଙ୍କ ଉଦ୍‌ଭାବନ ସଡକ ଦୁର୍ଘଟଣାରେ  ଗୋଡ ହରାଇଥିବା କୁକୁରଙ୍କ ପାଇଁ ସାହାରା ହେବ। ମେକାନିକାଲ୍‌ ଇଞ୍ଜିନିୟରିଂ ଷ୍ଟ୍ରିମ୍‌ ଶେଷବର୍ଷର ଦୁଇ ଛାତ୍ର କୁକୁରଙ୍କ ନିମନ୍ତେ ସ୍ବଳ୍ପ ମୂଲ୍ୟର ଆଡଜଷ୍ଟେବଲ୍‌ ହୁଇଲଚେୟାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। 

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ବେଜିଂ: ଖୁବ୍‌ଶୀଘ୍ର ଆକାଶରେ ଆଉ ଏକ ଜହ୍ନ ଝଲସିବାକୁ ଯାଉଛି। ଏହାକୁ ମଧ୍ୟ ଦ୍ୱିତୀୟ ଜହ୍ନ କୁହାଯାଇପାରେ। ଚନ୍ଦ୍ରର ଆଲୋକ ଖୁବ୍‌ ମନମତାଣିଆ ଆଉ ଆକର୍ଷଣୀୟ ହୋଇଥିବା ବେଳେ ସୂର୍ଯ୍ୟାଲୋକର ୪ଲକ୍ଷ ଭାଗରୁ ୧ଭାଗ ହିଁ ଆମେ ପାଇଥାଉ। ଚନ୍ଦ୍ର ବାସ୍ତବରେ ରାତ୍ରିର ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାକୁ ସମର୍ଥ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚାଇନାର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ କୃତ୍ରିମ ଜହ୍ନ ଆକାଶକୁ ଛାଡ଼ିବାକୁ ଯାଉଛନ୍ତି। 

ଇଣ୍ଟରଭ୍ୟୁ ଗେଟ୍‌ଅପ୍‌

ଇଣ୍ଟରଭ୍ୟୁ ଗେଟ୍‌ଅପ୍‌

ସବୁ ଆଶାୟୀ ପ୍ରାର୍ଥୀ ଜବ୍‌ ଇଣ୍ଟରଭ୍ୟୁରେ ଭଲ କରିବାକୁ ଚାହାନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ   ପ୍ରସ୍ତୁତ ହୋଇ ନିଜର ବେଷ୍ଟ ଦେବା ସତ୍ତ୍ୱେ କେବେ କେବେ ସଫଳତା ମିଳି ନ ଥାଏ ।  ଏହା ପଛରେ ଅନ୍ୟ ଏକ କାରଣ ହେଉଛି ଗେଟ୍‌ଅପ୍‌ । କାରଣ ଏହା  ମଧ୍ୟ  ପର୍ସନାଲିଟିକୁ ପ୍ରଭାବିତ କରିଥାଏ । ତେଣୁ ଜବ୍‌ ଇଣ୍ଟରଭ୍ୟୁ ପାଇଁ ଯାଉଥିଲେ କିପରି ଗେଟ୍‌ଅପ୍‌ ନେବେ ଜାଣି ରଖନ୍ତୁ ...

ଫେଷ୍ଟିଭ୍‌ ଅଫର୍‌

ଫେଷ୍ଟିଭ୍‌ ଅଫର୍‌

ଫେଷ୍ଟିଭ୍‌ ସିଜନ୍‌ । ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ଦୋକାନ ତଥା ମଲ୍‌ଗୁଡିକରେ ପ୍ରତ୍ୟେକ ସାମଗ୍ରୀରେ ମିଳୁଛି ଆକର୍ଷଣୀୟ ଅଫର। ଯଦିଓ ଏହା ସବୁ ବର୍ଗଙ୍କ ଲାଗି ଉପଲବ୍ଧ ହେଲେ ବିଶେଷ କରି ଏହାର ଭରପୁର ଫାଇଦା ନେଉଛନ୍ତି ଯୁବପିଢି.... 

ଫାଇଭ୍‌ ଷ୍ଟାର ଜେଲ

ଫାଇଭ୍‌ ଷ୍ଟାର ଜେଲ

ଜେଲ ନାଁ ଶୁଣିଲା ମାତ୍ରେ ମନରେ ଆସେ ଏକ ଅନ୍ଧାରୁଆ କୋଠରୀ, ଅସନା ଚଟାଣ, ଚାରିପଟ ଘେରା ଏକ ବିରାଟ ପାଚେରି ଏବଂ ଏହା ଭିତରେ କଏଦୀମାନେ ବନ୍ଦି ଜୀବନ ଅତିବାହିତ କରୁଥିବାର ଦୃଶ୍ୟ।

ଗଛ ଗୋଟିଏ, ଫଳ ୪୦ ପ୍ରକାର

ଗଛ ଗୋଟିଏ, ଫଳ ୪୦ ପ୍ରକାର

ଫଳ ଅନେକଙ୍କର  ପ୍ରିୟ ହୋଇଥାଏ। କାହାକୁ ସେଓ ଭଲ ଲାଗେ ତ କାହାକୁ କମଳା, ଆମ୍ବ, ନାସପାତି, ଲିଚୁ ଓ ଷ୍ଟ୍ରବେରୀ। କେହି କେହି ତ ମନପସନ୍ଦର ଫଳ ଗଛ ନିଜ ବାଡ଼ିରେ ଲଗାଇ ଦିଅନ୍ତି। ଯେମିତି କି ବଜାରକୁ ଯାଇ ସେହି ଫଳ ଖୋଜି କିଣିବାକୁ ନ ପଡ଼େ।

ଅଜବ ଅଟୋ

ଅଜବ ଅଟୋ

ବିବିଧତାର ଦେଶ ଭାରତ।  ଏଠି ଜାତି, ଧର୍ମ, ବର୍ଣ୍ଣ ସବୁଥିରେ ରହିଛି ବିବିଧତା। ଏହି ବିବିଧତା ମଧ୍ୟରେ ଅନେକ କିଛି ଅଜବ ବି ଦେଖିବାକୁ ମିଳେ।

ପ୍ରାଣୀ ପରି ଚାଲନ୍ତି ୫ ଭାଇଭଉଣୀ

ପ୍ରାଣୀ ପରି ଚାଲନ୍ତି ୫ ଭାଇଭଉଣୀ

ପୃଥିବୀରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ଅଜବ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଡାକ୍ତର ଓ ଗବେଷକମାନେ ଏଭଳି ରୋଗ ଉପରେ ଅନେକ ଗବେଷଣା କରନ୍ତି। 

କାଠି ଠାକୁରାଣୀ

କାଠି ଠାକୁରାଣୀ

ପ୍ରତି ମଙ୍ଗଳବାର ରାତିରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା- କାଠି ଠାକୁରାଣୀଙ୍କ ଭେଟଯାତ୍ରା ହୋଇଥାଏ। ଏହି ଆଧାରରେ ଦଶହରା ପୂର୍ବରୁ, ଦଶହରା ଦିନ ଓ ଦଶହରା ପରେ ବି ବାଣପୁର ଅଞ୍ଚଳରେ ବିଭିନ୍ନ ଗ୍ରାମରେ ସେହି ଗ୍ରାମର ଗ୍ରାମଦେବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କ ପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳେ।