ଫୁରସତ |

ସାଣ୍ଟା କ୍ଲଜ୍‌ଙ୍କ ସମାଧି ଠାବ

ସାଣ୍ଟା କ୍ଲଜ୍‌ଙ୍କ ସମାଧି ଠାବ

ଲଣ୍ଡନ:
ତୁର୍କୀରୁ ଉଦ୍ଧାର ହୋଇଛି ସେଣ୍ଟ ନିକୋଲାସ୍‌ଙ୍କ ସମାଧି। ଲୋକଙ୍କୁ ଗୋପନ ଭାବେ ଉପହାର ପ୍ରଦାନ କରୁଥିବା ସାଣ୍ଟା କ୍ଲଜ୍‌ ଭାବେ ପରଚିତ ସେଣ୍ଟ ନିକୋଲସ୍‌ଙ୍କ ଏହି ସମାଧି ଦେଶର ଡେମ୍‌ରେ ଜିଲାରେ ସେଣ୍ଟ ନିକୋଲାସ୍‌ ଚର୍ଚ୍ଚର ଭଗ୍ନାବଶେଷ ତଳୁ ଉଦ୍ଧାର ହୋଇଛି। ଏହା ସାଣ୍ଟା କ୍ଲଜ୍‌ଙ୍କ ସମାଧି ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାବି କରିଛନ୍ତି। ଏହା ଉପରେ ଅଧିକ ଅଧ୍ୟୟନ ସାଣ୍ଟା କ୍ଲଜ୍‌ କିମ୍ବଦନ୍ତୀ ଉପରେ ଅଧିକ ରହସ୍ୟ ଉନ୍ମୋଚନ କରିବ ବୋଲି ଆଶା କରାଯାଉଛି।
ଚର୍ଚ୍ଚରେ ବୈଷୟିକ ଏବଂ ବୈଜ୍ଞାନିକଙ୍କ ଏକ ଟିମ୍‌ ଯାଞ୍ଚ କାର୍ଯ୍ୟ କରୁଥିବାବେଳେ ସେଠାରୁ ଏକ ସ୍ବତନ୍ତ୍ର ବସ୍ତୁ ଠାବ କରାଯାଇଥିଲା। ଉକ୍ତ ସ୍ଥାନରେ ସାଣ୍ଟା କ୍ଲଜ୍‌ଙ୍କ ସମାଧି ରହିଥିବା ଅନୁମାନ କରାଯାଉଥିଲା। ଦେଶର ବିଭିନ୍ନ ସ୍ଥାନରୁ ଗବେଷକ ଦଳ ସେଠାକୁ ଆସି ତାହାର ଡିଜିଟାଲ୍‌ ସର୍ଭେ କରିଥିଲେ। ଏହାପରେ ଉକ୍ତ ସ୍ଥାନରେ ଏକ ସମାଧି ରହିଥିବା ଜାଣିବାକୁ ମିଳିଥିଲା ବୋଲି ତୁର୍କୀର ଆନ୍‌ତାଲ୍ୟା ଡିରେକ୍ଟର ଅଫ୍‌ ସର୍ଭେଇଂ ଆଣ୍ଡ ମନୁମେଣ୍ଟର କେମିଲ କାରାବେରାମ୍‌ କହିଛନ୍ତି। ସେ କହିଛନ୍ତି ଯେ, ସେଣ୍ଟ ନିକୋଲାସ୍‌ଙ୍କ ଅସ୍ଥି ଇଟାଲୀରେ ଥିବା ନେଇ ପୂର୍ବରୁ ବିଶ୍ୱାସ କରାଯାଉଥିଲା। ଏ ବିଷୟରେ ଅଧିକ ଜାଣିବା ଲାଗି ୧୯୪୨ରୁ ୧୯୬୬ ମଧ୍ୟରେ ସମସ୍ତ ନଥିପତ୍ରର ଅନୁଧ୍ୟାନ କରାଯାଇଥିଲା। ଏଠାରେ ମଧ୍ୟ କିଛି ନଥିପତ୍ର ରହିଛି। ଏହି ଡକ୍ୟୁମେଣ୍ଟ ମୁତାବକ ଏହି ଚର୍ଚ୍ଚକୁ ଭଙ୍ଗାଯାଇ ପୁନଃନିର୍ମାଣ କରାଯାଇଥିଲା। ପୁନଃନିର୍ମାଣ ବେଳେ ସମ୍ଭବତଃ ଅସ୍ଥି ସେଠାରୁ କାଢ଼ି ନିଆଯାଇଥାଇପାରେ ଏବଂ ତାହା ଇଟାଲୀରେ ପହଞ୍ଚି ଥାଇପାରେ। କିନ୍ତୁ ଉକ୍ତ ନଥିପତ୍ର ଅନୁଯାୟୀ ଇଟାଲୀରେ ଥିବା ଅସ୍ଥି ସେଣ୍ଟ ନିକୋଲାସ୍‌ଙ୍କର ନୁହେଁ, ବରଂ ଅନ୍ୟ କୌଣସି ପାଦ୍ରିଙ୍କର ହୋଇଥାଇପାରେ ବୋଲି କାରାବେରାମ୍‌ ପ୍ରକାଶ କରିଛନ୍ତି।

All Right Reserved By

Model This Week

ନିକିତା

ଫୁରସତ |

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ମେକ୍ସିକୋ, ୨୦।୪ : ପାଠ ପଢ଼ିବା ପାଇଁ ବୟସ ବାଧକ ସାଜେ ନାହିଁ। ଏହାର ଉଦାହରଣ ଦେଇଛନ୍ତି ମେକ୍ସିକୋର ଜଣେ ୯୬ ବର୍ଷ ବୟସ୍କା ବୃଦ୍ଧା। ସେ ହେଉଛନ୍ତି ଗୌଡାଲୁପେ ପାଲାସିଓସ୍‌। ପିଲାଦିନୁ ତାଙ୍କର ପାଠ ପଢ଼ିବା ପାଇଁ ଭାରି ସୌକ୍‌ ଥିଲା। ତେବେ ଅର୍ଥ ଅଭାବରୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନ ଥିଲା।

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

କଲିକତା, ୨୦।୪ : ଜୀବନସାଥିଙ୍କ ମୃତ୍ୟୁପରେ ଏକୁଟିଆ ଜୀବନ କାଟୁଥିବା ବରିଷ୍ଠ ନାଗରିକଙ୍କ ଜୀବନରେ ଆନନ୍ଦ ଭରିବା ପାଇଁ କଲିକତାର ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ କ୍ଲବ୍‌ରେ ଏପ୍ରିଲ୍‌ ୨୨ତାରିଖରେ ଏକ ସ୍ବୟଂମ୍ବରର ଆୟୋଜନ କରାଯାଇଛି। ବିବାହ କରିବାକୁ ଚାହୁଁଥିବା ବୃଦ୍ଧମାନଙ୍କୁ ଏଥିପାଇଁ ୬ ଶହ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ହେବ।

ମଙ୍ଗଳରେ ସୁଶୁପ୍ତ ଜୀବନ

ମଙ୍ଗଳରେ ସୁଶୁପ୍ତ ଜୀବନ

ମିଆମି,୧୯।୪: ପୃଥିବୀର ଅନେକ ମରୁଭୂମିରେ ବର୍ଷ ବର୍ଷ ଧରି ବର୍ଷା ହୋଇ ନ ଥାଏ। କିନ୍ତୁ ସେଠାରେ ଅନେକ ଅଣୁଜୀବ ସୁଶୁପ୍ତ ଅବସ୍ଥାରେ ରହିଛନ୍ତି। ଉପଯୁକ୍ତ ପରିବେଶରେ ସେଭଳି ଅଣୁଜୀବ ବଂଶ ବିସ୍ତାର କରିଥାନ୍ତି। ସେହିପରି ମଙ୍ଗଳ ଗ୍ରହରେ ମଧ୍ୟ ସୁଶୁପ୍ତ ଅବସ୍ଥାରେ ଅନେକ ଅଣୁଜୀବ ରହିଛନ୍ତି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଦକ୍ଷିଣ ଆମେରିକାର ଆଟାକାମା ମରୁଭୂମିରେ ପ୍ରାୟ ୧୦ ବର୍ଷରେ ଥରେ ବର୍ଷା ହୋଇଥାଏ।

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ନାଗପୁର,୧୯।୪: ଚା’କୁ ଭଲପାଉଥିବା ଓ ଜୀବନରେ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ ଇଞ୍ଜିନିୟରିଂ କ୍ୟାରିୟର ଛାଡି ଦମ୍ପତି ଚା’ ଦୋକାନ କରିଛନ୍ତି। ପୂଜା ଓ ତାଙ୍କ ସ୍ବାମୀ ନୀତିନ ବିୟାନି ପୁଣେରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରୁଥିଲେ।

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ। ଚଳିତମାସ ଏହାର ମହାକାଶ ଯାତ୍ରା ନେଇ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ଆଣି ଚଳିତବର୍ଷ ଶେଷବେଳକୁ ଅକ୍ଟୋବର-ନଭେମ୍ବରରେ ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ କରିବା ଲାଗି ଯୋଜନା କରାଯାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ୍‌ ବୁଧବାର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

ଓ୍ବାଶିଂଟନ୍‌,୧୮ା୪: ପୁରୁଷ ପ୍ରାଧାନ୍ୟ ବ୍ୟବସ୍ଥାକୁ ଜଣେ ମହିଳା ଉତ୍ତୀର୍ଣ୍ଣ ହେଲେ ସେ ତାଙ୍କର ଅଧସ୍ତନ ମହିଳା କର୍ମଚାରୀଙ୍କୁ ଖରାପ ବ୍ୟବହାର କରନ୍ତି ବୋଲି ଯାହା କୁହାଯାଏ ତାହା ମନଗଢ଼ା। ଏହା ଏକ ସଦ୍ୟତମ ଅଧ୍ୟୟନରୁ ଜାଣିବାକୁ ମିଳିଛି।

ଭାରତୀୟ ବୈଜ୍ଞାନିକଙ୍କ କମାଲ: ଡେଙ୍ଗୁ ନିରୋଧୀ ଆୟୁର୍ବେଦିକ୍‌ ଔଷଧ

ଭାରତୀୟ ବୈଜ୍ଞାନିକଙ୍କ କମାଲ: ଡେଙ୍ଗୁ ନିରୋଧୀ ଆୟୁର୍ବେଦିକ୍‌ ଔଷଧ

ନୂଆଦିଲ୍ଲୀ,୧୮ା୪- ଡେଙ୍ଗୁ ରୋଗ ନିରାକରଣ ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ବୈଜ୍ଞାନିକମାନେ। ବିଶ୍ୱରେ ଏହା ପ୍ରଥମ ବୋଲି କୁହାଯାଉଛି। ଆସନ୍ତା ବର୍ଷ ସୁଦ୍ଧା ଏହି ଔଷଧ ବଜାରକୁ ଆସିବା ନେଇ ଅନୁମାନ କରାଯାଉଛି।

ପଶ୍ଚିମବଙ୍ଗ: ମାଟିତଳେ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ପଶ୍ଚିମବଙ୍ଗ: ମାଟିତଳେ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ହଂସଖାଲି (ପଶ୍ଚିମବଙ୍ଗ),୧୮ା୪: ପଶ୍ଚିମବଙ୍ଗରୁ ଠାବ ହୋଇଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ବୋମା। ରାଜ୍ୟର ନଦୀୟା ଜିଲାର ହଂସଖାଲି ଥାନା ଅନ୍ତର୍ଗତ ଛୋଟୋ ଚୁପ୍ରିଆ ଗ୍ରାମରେ ପୋଖରୀ ଖୋଳୁଥିବାବେଳେ ଦୁଇଟି ବୋମା ମାଟିତଳୁ ବାହାରିଛି। ସିଲିଣ୍ଡର ଭଳି ଦୁଇଟି ଜିନିଷ ମାଟିତଳୁ ବାହାରିଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କୃଷି ଅନୁକୂଳର ପର୍ବ

କୃଷି ଅନୁକୂଳର ପର୍ବ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଆ ନବବର୍ଷର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏହି ମହାନ୍‌ କୃଷି ଭିତ୍ତିକ ପର୍ବ ଆମ ରାଜ୍ୟ ତଥା ଦେଶରେ ପାରମ୍ପରିକ ରୀତିରେ ପାଳିତ ହୋଇ ଆସୁଅଛି । ସକଳ କୃଷି କାର୍ଯ୍ୟ ଆଜି ଦିନ ଠାରୁ ହିଁ ଆରମ୍ଭ କରା ଯାଇଥାଏ । ତେଣୁ ଚାଷୀ ଭାଇମାନେ ଏହି ଦିବସଟିକୁ ସମସ୍ତ ଚାଷ କାର୍ଯ୍ୟର ଶୁଭାରମ୍ଭ ଦିବସ ଭାବେ ଗ୍ରହଣ କରି ଅକ୍ଷିମୁଠି ବୁଣିଥାନ୍ତି ।

 ମାଟି ଓ ବିହନ ବିଶୋଧନ

ମାଟି ଓ ବିହନ ବିଶୋଧନ

ରୋଗ, ପୋକ ଆକ୍ରମଣ ଯୋଗୁ ଆମ ରାଜ୍ୟର ଧାନ, ପନିପରିବା, ତୈଳବୀଜ, ଡାଲିଜାତୀୟ ଇତ୍ୟାଦି ବିଭିନ୍ନ ଫସଲର ଉତ୍ପାଦନ ହ୍ରାସ ପାଇଥାଏ। ସାଧାରଣତଃ ଆମ ରାଜ୍ୟରେ ଚାଷ କରାଯାଉଥିବା ଫସଲରେ ମାଟି ଏବଂ ବିହନଜନିତ ରୋଗର ମାତ୍ରା ବହୁଳ ଭାବେ ପରିଲକ୍ଷିତ ହୋଇଥାଏ ।

୨୩ ଭାଷାରେ ପିଲାଙ୍କୁ ଜ୍ଞାନ ବାଣ୍ଟୁଛି ରୋବଟ୍‌

୨୩ ଭାଷାରେ ପିଲାଙ୍କୁ ଜ୍ଞାନ ବାଣ୍ଟୁଛି ରୋବଟ୍‌

ପିଲାମାନେ ପାଠ ପଢିବା ବେଳେ ସାଧାରଣତଃ ଟିକେ ଭୟ କରିଥାଆନ୍ତି। କେଉଁଠି କିଛି ଭୁଲ୍‌ ହୋଇଗଲେ ମାଡ କିମ୍ବା ଗାଳି ଖାଇବାର ଭୟ ମଧ୍ୟ ଥାଏ। ସେଥିପାଇଁ ସେମାନେ ବେଳେବେଳେ ପ୍ରଶ୍ନ ପଚାରିବାକୁ ମଧ୍ୟ ଭୟ କରିଥାନ୍ତି।

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

ନୂଆଦିଲ୍ଲୀ, ୧୬।୪ : ଲଗାତର ୯ ଶହ ବର୍ଷ ଧରି ମରୁଡ଼ି ପଡିବା ଯୋଗୁ ସିନ୍ଧୁ ସଭ୍ୟତା ଲୋପ ପାଇଥିଲା। ଏନେଇ ଖଡ଼ଗପୁର ବୈଜ୍ଞାନିକ ଦଳ ତଥ୍ୟ ଭିତ୍ତିକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୪ ହଜାର ୩୫୦ ବର୍ଷ ପୁରୁଣା ସିନ୍ଧୁ ସଭ୍ୟତା ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ଦୀର୍ଘଦିନ ଧରି ବର୍ଷା ହୋଇ ନ ଥିଲା।