ଫୁରସତ |

ମୋବାଇଲରେ ବଢ଼ୁଛି ଫିଲ୍ମ ଦର୍ଶକଙ୍କ ସଂଖ୍ୟା

ମୋବାଇଲରେ ବଢ଼ୁଛି ଫିଲ୍ମ ଦର୍ଶକଙ୍କ ସଂଖ୍ୟା

ବମ୍ବେ: ଏବେ ସ୍ମାର୍ଟଫୋନ୍‌ର ଯୁଗ ଆସିଯାଇଛି। ଯେଉଁମାନଙ୍କ ହାତରେ ଏଭଳି ମୋବାଇଲ ଫୋନ୍‌ ରହିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ୪ଜି ସେବାର ଉପଯୋଗ କରୁଛନ୍ତି। ୨ ଜି, ୩ ଜି ସେବା କ୍ରମେ ପୁରୁଣାକାଳିଆ ହେବାକୁ ବସିଲାଣି। ୪ଜି ସେବାର ପ୍ରଚଳନ ଫଳରେ ସ୍ମାର୍ଟଫୋନ ବ୍ୟବହାରକାରୀମାନେ ବିଭିନ୍ନ ଡାଟା, ଫିଲ୍ମ, ଟିଭି ଏବଂ ଅନ୍ୟାନ୍ୟ ମନୋରଞ୍ଜନ ସକାଶେ ଏହା ଉପରେ ନିର୍ଭରଶୀଳ ହୋଇଯାଇଥିବା ଦେଖିବାକୁ ମିଳୁଛି। ଏହିସବୁ ସେବା ପାଇଁ ସେମାନଙ୍କୁ ଟେଲିଭିଜନ କିମ୍ବା କମ୍ପ୍ୟୁଟର ନିକଟରେ ଘଣ୍ଟା ଘଣ୍ଟା ବସିବାକୁ ପଡ଼ୁ ନାହିଁ। ପାଖରେ ୪ ଜି ସେବା ଉପଲବ୍ଧ ସ୍ମାର୍ଟଫୋନ ଥିଲେ ସବୁ ସ୍ଥାନରେ, ଯେକୌଣସି ସମୟରେ ଏହିସବୁ ଉପଲବ୍ଧ ହୋଇପାରୁଛି। ଯାତ୍ରାକାଳରେ ମଧ୍ୟ ସ୍ମାର୍ଟଫୋନ୍‌ଧାରୀମାନେ ପ୍ରତ୍ୟେକ ମୁହୂର୍ତ୍ତର ଘଟଣା ସହ ଅପ୍‌ଡେଟ୍‌ କରିପାରୁଛନ୍ତି। ଏକ ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ଗତ ଦୁଇବର୍ଷ ଧରି ଦେଖିବାକୁ ମିଳୁଛି ଯେ ଭାରତରେ ୪ ଜି ସର୍ଭିସ୍‌ ପ୍ରଦାନକାରୀ ସଂସ୍ଥାଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଛି। ସେମାନେ ସୁଲଭ ମୂଲ୍ୟରେ ମୋବାଇଲ ଡାଟା ଯୋଗାଇ ଦେଉଛନ୍ତି। କେବଳ ସେତିକି ନୁହେଁ, ଅପେକ୍ଷାକୃତ କମ୍‌ ମୂଲ୍ୟରେ ୪ଜି ସପୋର୍ଟ କରୁଥିବା ମୋବାଇଲ ଫୋନ୍‌ ମଧ୍ୟ ବଜାରରେ ଉପଲବ୍ଧ ହେଉଛି। ଅନେକ ମୋବାଇଲ ଫୋନ୍‌ ନିର୍ମାତା ବଜାରକୁ ଭିନ୍ନ ଭିନ୍ନ ମୂଲ୍ୟର ସ୍ମାର୍ଟ ଫୋନ୍‌ ଛାଡ଼ିଛନ୍ତି। ୪ଜି ସେବା ସଫଳତାର ସହ ଚାଲିଥିବା କାରଣରୁ ଡିଜିଟାଲ ଭିଡିଓ ବିଶେଷ କରି ଓଭର-ଦି-ଟପ୍‌ (ଓଟିଟି) ବାଜରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଯଦିଓ ସର୍ଟ ଫର୍ମରେ ଲେଖା (ଏସ୍‌ଏମ୍‌ଏସ୍‌) ଏବେ ମଧ୍ୟ ମୋବାଇଲ ସାମ୍ରାଜ୍ୟରେ ପ୍ରାଧାନ୍ୟ ରଖିଛି, ତେବେ ଉପଭୋକ୍ତାମାନେ ବର୍ତ୍ତମାନ ଲଙ୍ଗ୍‌-ଫର୍ମ-କଣ୍ଟେଣ୍ଟ (ଦୀର୍ଘ ଲେଖା) ପ୍ରେରଣ ପାଇଁ ଆଗ୍ରହୀ ହୋଇଛନ୍ତି ବୋଲି ସର୍ଭେ ସଂସ୍ଥା କେପିଏମ୍‌ଜି ରିପୋର୍ଟରେ ଦର୍ଶାଯାଇଛି। ଏହାକୁ ଦୃଷ୍ଟିରେ ରଖି ଓଟିଟି କମ୍ପାନୀଗୁଡ଼ିକ ଭାରତୀୟଙ୍କ ପାଇଁ ଦୀର୍ଘ ଲେଖା ପ୍ରେରଣଯୋଗ୍ୟ ମୋବାଇଲ ପ୍ରସ୍ତୁତ କରିବା ଦିଗରେ ମନୋନିବେଶ କରିଛନ୍ତି। ଯାହାଫଳରେ ଉପଭୋକ୍ତାଙ୍କ ସକାଶେ ଅଧିକ ବିକଳ୍ପ ରହିପାରିବ। କେପିଏମ୍‌ଜି ଇଣ୍ଡିଆର ମିଡିଆ ଏବଂ ମନୋରଞ୍ଜନ ମୁଖ୍ୟ ଗିରିଶ ମେନନ୍‌ଙ୍କ କହିବା ଅନୁଯାୟୀ ଭାରତରେ ଓଟିଟି ଉପଭୋଗ ଶୀର୍ଷ ସ୍ତରରେ ପହଞ୍ଚିଲାଣି। ବିଶେଷକରି ୪ ଜି ଆସିବା ପରେ ଡାଟା ଯୁଦ୍ଧର ଆରମ୍ଭ ହୋଇଯାଇଛି। ଯାହାଫଳରେ ଦେଶ ଭିତରେ ଇଣ୍ଟରନେଟ୍‌ର ବ୍ୟବହାର ଦ୍ରୁତ ଅଭିବୃଦ୍ଧି ଘଟି ଚାଲିଛି। ଏ ସମ୍ପର୍କରେ ବିସ୍ତୁତ ବର୍ଣ୍ଣନା ଦେଇ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ଓଟିଟି ନିକଟ ଭବିଷ୍ୟତରେ ଗଣଦୃଷ୍ଟି ଆକର୍ଷଣ କରିବାରେ ବିଫଳ ହେବ। ଏହାକୁ ନଜରରେ ରଖି ଏବେ ଡାଟା ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନର ଓଟିଟି ସେବା ପ୍ରଦାନକାରୀମାନେ ଅନ୍ତର୍ଜାତୀୟ ଭିତ୍ତିକ କଣ୍ଟେଣ୍ଟ ଡବିଂ କରି କିପରି ଭାରତୀୟ ବଜାରକୁ ନିଜ ହାତରେ ରଖାଯାଇପାରିବେ ସେହି ଚେଷ୍ଟା ଚଳାଇଛନ୍ତି। ତେବେ ଏ କ୍ଷେତ୍ରରେ ପ୍ରତ୍ୟେକ ସେବା ପ୍ରଦାନକାରୀ ପରସ୍ପରଠାରୁ ଭିନ୍ନ ହେବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଅନ୍ତର୍ଜାତୀୟ ମାନ ରକ୍ଷାକରି ଭାରତୀୟଙ୍କ ସକାଶେ କଣ୍ଟେଣ୍ଟ ପ୍ରସ୍ତୁତ କରୁଥିବାବେଳେ ଆଉ କେତେକ କେବଳ ଭାରତୀୟ ବଜାର ସକାଶେ ଏହି କଣ୍ଟେଣ୍ଟ ତିଆରି କରୁଛନ୍ତି।

All Right Reserved By

Model This Week

Model This Week

ଫୁରସତ |

ଫୁଲରସ ପାନ କରୁଥିବା ବିଶାଳକାୟ ମଶା

ଫୁଲରସ ପାନ କରୁଥିବା ବିଶାଳକାୟ ମଶା

ବେଜିଂ, ୨୫।୪ : ଚାଇନା ସିଚୁଆନ୍‌ ପ୍ରଦେଶରେ ବିଶାଳକାୟ ମଶା ଦେଖାଯାଇଥାନ୍ତି। ଏମାନଙ୍କର ଆକାର ଦେଖି ଯେକେହି ଭୟଭୀତ ହେବା ସ୍ବାଭାବିକ। କିନ୍ତୁ ଏଭଳି ମଶା ଫୁଲରସ ପାନ କରି ବଞ୍ଚିଥାନ୍ତି। ଏଭଳି ମଶାଙ୍କ ଆକାର ସାଢ଼େ ୪ ଇଞ୍ଚ(୧୧.୧୫ ସେମି) ହୋଇଥାଏ। ଏହି ବିଶାଳକାୟ ମଶା ଅତି ଶାନ୍ତ ସ୍ବଭାବର। ଲୋକଙ୍କ ଦେଶରେ ବସିଲେ ମଧ୍ୟ କୌଣସି କ୍ଷତି କରନ୍ତି ନାହିଁ।

ସମୁଦ୍ର ତଳେ ଶୋଇବାର ମଜା

ସମୁଦ୍ର ତଳେ ଶୋଇବାର ମଜା

ମାଲେ, ୨୫।୪ : ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ କମ୍ପାନୀ ରୋମାଞ୍ଚଭରା ଅନୁଭୁତି ପ୍ରଦାନ ସମ୍ପର୍କରେ ଘୋଷଣା କରିଥାନ୍ତି। ଏହାଦ୍ୱାରା ସେମାନଙ୍କର କାରବାର ବଢ଼ିଥାଏ। ସେହିପରି ମାଳଦୀପର କୋନାଇ ମାଳଦୀପ ରଙ୍ଗୋଲୀ ଦୀପରେ ଥିବା ଏକ ହୋଟେଲ ଗ୍ରାହକଙ୍କୁ ସମୁଦ୍ର ପାଣିତଳେ ଶୋଇବାର ଅନୁଭୁତି ପ୍ରଦାନ କରିବା ସମ୍ପର୍କରେ ଘୋଷଣା କରିଛି।

ହସ୍ପିଟାଲରେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ

ହସ୍ପିଟାଲରେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ

ହ୍ୟୁଷ୍ଟନ୍‌: ସ୍ତ୍ରୀ ଆରପାରିକୁ ଯିବାର କିଛିଦିନ ବିତିଛି କି ନାହିଁ ଏବେ ହସ୍ପିଟାଲରେ ଶଯ୍ୟାଶାୟୀ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌। ସଂକ୍ରମଣଜନିତ ରୋଗରେ ସେ ପୀଡ଼ିତ ଅଛନ୍ତି।

ବୟସର ଅପରାହ୍ନରେ ବି ସାଥୀ ଲୋଡ଼ା

ବୟସର ଅପରାହ୍ନରେ ବି ସାଥୀ ଲୋଡ଼ା

କଲିକତା: ନିଃସଙ୍ଗ ଜୀବନ ଅନେକ ଯନ୍ତ୍ରଣାଦାୟକ। ଏହା କେବଳ ମାନସିକ ସ୍ତରରେ ବ୍ୟକ୍ତିକୁ ଦୁଃଖ ଦିଏ ନାହିଁ, ଅନେକ ରୋଗକୁ ମଧ୍ୟ ଡାକିଆଣେ। ତେଣୁ ସୁସ୍ଥ ଓ ସୁଖମୟ ଜୀବନ ପାଇଁ ସାଥୀଟିଏ ଜରୁରୀ।

କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ସତ୍ୟାସତ୍ୟ ସମ୍ପର୍କରେ ମିଳିବ ତଥ୍ୟ

କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ସତ୍ୟାସତ୍ୟ ସମ୍ପର୍କରେ ମିଳିବ ତଥ୍ୟ

ଡେରାଡୁନ୍‌, ୨୪।୪ : ମହାକବି କାଳିଦାସଙ୍କ ଦ୍ୱାରା ରଚିତ ବିଶ୍ୱ ବିଖ୍ୟାତ ନାଟକ ଅଭିଜ୍ଞାନ ଶାକୁନ୍ତଳମ୍‌ର ସତ୍ୟାସତ୍ୟ ନେଇ ଏବେ ତଥ୍ୟ ମିଳିପାରିବାର ଆଶା ରହିଛି। ନାଟକରେ ବର୍ଣ୍ଣନା କରାଯାଇଥିବା ଉତ୍ତରଖଣ୍ଡ ଗଢ଼ଓ୍ବାଲ ଅଞ୍ଚଳର ଡେରଡୁନ୍‌ ନିକଟରେ ଥିବା କୋଟଦ୍‌ବାରସ୍ଥିତ କଣ୍ବାଶ୍ରମ ଅଞ୍ଚଳରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଖୋଦନ କାର୍ଯ୍ୟ ପାଇଁ ଅନୁମତି ମିଳିଛି। ଏଠାରେ ମାଳିନୀ ନଦୀ ତଟରେ କଣ୍ବାଶ୍ରମ ନାମକ ଏକ ଅଞ୍ଚଳ ରହିଛି। ତେବେ ଏଠାରେ ପୁରାତନ ଆଶ୍ରମ ଭଳି କୌଣସି ଭଗ୍ନାବଶେଷ ନାହିଁ। ହୁଏତ ଏହା ମାଟିତଳେ ପୋତି ହୋଇ ରହିଛି।

କେଟ୍‌-ଓ୍ବିଲିୟମ୍‌ଙ୍କ କୋଳରେ ୩ୟ ସନ୍ତାନ

କେଟ୍‌-ଓ୍ବିଲିୟମ୍‌ଙ୍କ କୋଳରେ ୩ୟ ସନ୍ତାନ

ଲଣ୍ଡନ: ବ୍ରିଟେନ ରାଜ ପରିବାରରେ ଖୁସିର ଲହରି। ପ୍ରିନ୍ସ ଓ୍ବିଲିୟମ୍‌ ଏବଂ ତାଙ୍କ ଅର୍ଦ୍ଧାଙ୍ଗିନୀ କେଟ୍‌ ମିଡିଲ୍‌ଟନ୍‌ ପୁଣି ପୁତ୍ର ସନ୍ତାନ ଲାଭ କରିଛନ୍ତି। ସୋମବାର ଡଚେସ୍‌ ଅଫ୍‌ କ୍ୟାମ୍ବ୍ରିଜ୍‌ ତୃତୀୟ ସନ୍ତାନକୁ ଜନ୍ମ ଦେଇଥିବା କେନ୍‌ସିଙ୍ଗ୍‌ଟନ୍‌ ପ୍ୟାଲେସ୍‌ ପକ୍ଷରୁ କୁହାଯାଇଛି। ନୂଆ ପ୍ରିନ୍ସଙ୍କ ଓଜନ ୩.୮୨ କେଜି। ଶିଶୁପୁତ୍ରର ଜନ୍ମବେଳେ ୩୫ ବର୍ଷୀୟ ଓ୍ବିଲିୟମ୍‌ ସେଠାରେ ଉପସ୍ଥିତ ଥିଲେ।

ବିଷ ବଳୟ ଆମ ରୋଷେଇଘର

ବିଷ ବଳୟ ଆମ ରୋଷେଇଘର

ରୋଷେଇଘର ଆମ ପାଇଁ ଏକ ଅତି ପବିତ୍ର ସ୍ଥାନ। ଧନଦାତ୍ରୀ ଦେବୀ ଲକ୍ଷ୍ମୀ ଏଥିମଧ୍ୟରେ ଅବସ୍ଥାନ କରନ୍ତି ବୋଲି ଆମର ବିଶ୍ୱାସ। ତେଣୁ ଆମେ ଏହାକୁ ଯଥାସମ୍ଭବ ସଫାସୁତରା ରଖୁ। ଭିନ୍ନ ଦୃଷ୍ଟିରେ ଦେଖିଲେ ସେଠାରେ ଆମ ଖାଦ୍ୟ ପ୍ରସ୍ତୁତ କରାଯାଉଥିବାରୁ ଏହା ଏକାନ୍ତ ଆବଶ୍ୟକ। କିନ୍ତୁ ଏହି ଘର ଭିତରର ଆବଦ୍ଧ ବାୟୁ ଅତ୍ୟନ୍ତ ଦୂଷିତ। କାରଣ ଏବେ ବି ଆମ ଦେଶର ଅଧିକାଂଶ ରୋଷେଇରେ ବ୍ୟବହୃତ ହେଉଛି କାଠ, କୋଇଲା ଓ ଘଷି ଭଳି ଇନ୍ଧନ, ଯହିଁରୁ ନିର୍ଗତ ହୁଏ ବହୁ ବିଷାକ୍ତ ବାଷ୍ପ, ଧୂଆଁ ଓ ଧୂଳି ।

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ଲଣ୍ଡନ, ୨୩।୪ : ଭୂମିକମ୍ପ କିମ୍ବା କୌଣସି ଦୁର୍ଘଟଣାରେ ମାଟିତଳେ ପୋତି ହୋଇ ରହିଥିବା ଲୋକଙ୍କ ସମ୍ପର୍କରେ ଏବେ ସହଜରେ ସୂଚନା ମିଳିପାରିବ। ଗବେଷକ ଏକ ସ୍ବତନ୍ତ୍ର ଧରଣର ସେନସର୍‌ ବାହାର କରିଛନ୍ତି। ଏହା ସହଜରେ ମାଟି ତଳେ ଥିବା ଜୀବଜନ୍ତୁ ଅଥବା ମଣିଷଙ୍କ ନିକଟକୁ ଏକ ପ୍ରକାର ତରଙ୍ଗ ପ୍ରେରଣ କରିବ। ସେମାନଙ୍କ ଶରୀରରେ ବାଜି ଏହି ତରଙ୍ଗ ସେନସରକୁ ଫେରିବ।

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ନୂଆଦିଲ୍ଲୀ,୨୩।୪: ବୟସର ଅପରାହ୍ନରେ ଲୋକମାନେ ପିଲାଙ୍କ ପାଇଁ ବୋଝ ପାଲଟିଯାଆନ୍ତି ବୋଲି ସାଧାରଣରେ କୁହାଯାଏ। ଆୟ ନ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଯନ୍ତ୍ରଣାରେ ଦିନ କାଟନ୍ତି। କିନ୍ତୁ ସଦ୍ୟ ଏକ ରିପୋର୍ଟ ଏହି ଧାରଣାକୁ ଭୁଲ୍‌ ପ୍ରମାଣ କରିଦେଇଛି। ଭାରତରେ ବରିଷ୍ଠ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିଛି। ଏମାନେ ଆୟ କରିବା ସହ ଦେଶର ପ୍ରମୁଖ ଗ୍ରାହକ ଗୋଷ୍ଠୀରେ ସାମିଲ ହୋଇଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେବେ ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବାରୁ ଏହି ବାବଦକୁ ଅଧିକ ଖର୍ଚ୍ଚ କରୁଛନ୍ତି।

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ନୂଆଦିଲ୍ଲୀ, ୨୩।୪ : ଅଗ୍ରା ଏତ୍ମାଦୌଲା ଥାନା ଅଞ୍ଚଳରେ ଏକ ସାମୁହିକ ବିବାହ ଉତ୍ସବରେ ଜଣେ ଯୁବତୀ ବର ବେଶରେ ତାଙ୍କ ବାନ୍ଧବୀଙ୍କୁ ବିବାହ କରିଛନ୍ତି। ପରେ ଏସମ୍ପର୍କରେ ପରିବାର ଲୋକ ଜାଣିବାରୁ ପୋଲିସର ସହାୟତା ଲୋଡିଛନ୍ତି। ଦୁଇ ବାନ୍ଧବୀଙ୍କ ଦୀର୍ଘଦିନ ଧରି ସମଲିଙ୍ଗୀ ସମ୍ପର୍କ ରହିଥିଲା। ତେବେ ଏହାକୁ କିପରି ବିବାହରେ ପରିଣତ କରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ।

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ଲଣ୍ଡନ,୨୩ା୪: ଭୂକମ୍ପର କିଛି ସମୟ ପୂର୍ବରୁ କୁକୁର, ବିରାଡି ଏପରି କି ଗୋରୁ ଗାଈ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରନ୍ତି ବୋଲି ଦୀର୍ଘଦିନରୁ ବିଶ୍ୱାସ କରାଯାଇ ଆସୁଛି। କିନ୍ତୁ ଏହା ପ୍ରମାଣସିଦ୍ଧ ନୁହେଁ ବୋଲି ସଦ୍ୟ କରାଯାଇଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଏହି ଅଧ୍ୟୟନ ‘ବୁଲେଟିନ୍‌ ଅଫ୍‌ ଦି ସିସ୍‌ମୋଲୋଜିକାଲ୍‌ ସୋସାଇଟି ଅଫ୍‌ ଆମେରିକା’ ଜର୍ନାଲ୍‌ରେ ପ୍ରକାଶ ପାଇଛି।

ଉଦ୍ଭିଦରୁ ଇନ୍ଧନ

ଉଦ୍ଭିଦରୁ ଇନ୍ଧନ

ପ୍ରତିଦିନ ପୃଥିବୀରେ ୯,୫୦,୦୦,୦୦୦ ବ୍ୟାରେଲ(ଏକ ବ୍ୟାରେଲ ୨୦୦ ଲିଟର) ପେଟ୍ରୋଲିୟମ ତୈଳ ଇନ୍ଧନ ହିସାବରେ ବ୍ୟବହୃତ ହେଉଅଛି। ଦୈନିକ ହାରାହାରି ମୁଣ୍ଡପିଛା ତିନିଲିଟର। ପେଟ୍ରୋଲିୟମ ଲାଟିନ ଶବ୍ଦ ପେଟ୍ରା (ପଥର) ଏବଂ ଓଲିୟମ (ତେଲ)ରୁ ଆସିଅଛି।