ଫୁରସତ |

୧୯୪୭ରୁ ଉଡୁଛି ତ୍ରିରଙ୍ଗା

୧୯୪୭ରୁ ଉଡୁଛି ତ୍ରିରଙ୍ଗା
ମାଡ୍ରାସ୍‌,୧୪ା୮ (ପି.ଟି.): ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନ ହେବା ଦିନଠାରୁ ତାମିଲନାଡୁର ମାଡ୍ରାସ୍‌ଠାରେ ଥିବା ଫୋର୍ଟ ସେଣ୍ଟ ଜର୍ଜଠାରେ ଉଡ଼ୁଛି ତ୍ରିରଙ୍ଗା। ଏହା ହେଉଛି ଦେଶର ଏକମାତ୍ର ଭିଣ୍ଟେଜ୍‌ ଜାତୀୟ ପତାକା, ଯାହା ଦୀର୍ଘ ୭୦ ବର୍ଷ ହେଲା ଉକ୍ତ ଦୁର୍ଗରେ ସୁରକ୍ଷିତ ହୋଇ ରହିଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ପକ୍ଷରୁ ଏହାକୁ ବହୁସ୍ତରୀୟ ସୁରକ୍ଷା ପ୍ରଦାନ କରାଯାଇଛି। ଅର୍ଥାତ୍‌ ଏହାର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଦାୟିତ୍ୱ ରହିଛି ଏଏସ୍‌ଆଇ ହାତରେ। ଏଏସ୍‌ଆଇର ‘ରିଜର୍ଭ କଲେକ୍‌ଶନ୍‌’ ମଧ୍ୟରେ ଦୀର୍ଘ ଦଶନ୍ଧି ହେଲା ଏହାକୁ ସଂରକ୍ଷିତ କରି ରଖାଯାଇଛି। ୨୦୧୩ ଜାନୁୟାରୀ ୨୬ରେ ପ୍ରଥମକରି ଫୋର୍ଟ ସେଣ୍ଟ ଜର୍ଜ ପରିସରରେ ଥିବା ଫୋର୍ଟ ମ୍ୟୁଜିୟମ୍‌ରେ ସର୍ବସାଧାରଣଙ୍କ ପାଇଁ ଏହାର ପ୍ରଦର୍ଶନ ହୋଇଥିଲା। ତେବେ ପତାକାକୁ ଏଭଳି ଭାବେ ସଂରକ୍ଷଣ କରିବା ସେତେ ସହଜ ନୁହେଁ। ଏକ ଏୟାର ଟାଇଡ୍‌ କାଠ ଏବଂ କାଚ ଶୋ କେସ୍‌ରେ ଏହାକୁ ରଖାଯାଇଛି। ପତାକାର ଚାରିପାର୍ଶ୍ୱରେ ସିଲିକା ଜଲେ୍‌ର ୬ଟି ପାତ୍ର ରହିଛି। ଏହାଦ୍ୱାରା ସବୁ ସମୟରେ ଶୋ କେସ୍‌ର ଆର୍ଦ୍ରତା ନିୟନ୍ତ୍ରଣ ହେବା ସହ ତାହାକୁ ଶୋଷିନେଇଥାଏ। ପତାକା ରହିଥିବା ହଲ୍‌ ଏବଂ ଶୋ କେସ୍‌ରେ ସବୁବେଳେ ଲାଇଟ୍‌ ନିୟନ୍ତ୍ରଣ କରିବା ଲାଗି ଏକ ଲ୍ୟୁକ୍ସ ମିଟର୍‌ ବ୍ୟବସ୍ଥା କରାଯାଇଛି। ପ୍ରତିଟି ମୁହୂର୍ତ୍ତରେ ସେଠାକାର ତାପମାତ୍ରା ଏବଂ ଶୀତତାପକୁ ନିୟନ୍ତ୍ରଣ କରାଯାଇଥାଏ। ହଲ୍‌ରେ ଭ୍ରମଣକାରୀ ପହଞ୍ଚିଲେ ସେଠାରେ ବ୍ୟବସ୍ଥିତ ମାନବସମ୍ବେଦୀ ଲାଇଟ୍‌ ଆପେ ଆପେ ଜଳି ଉଠିଥାଏ। ଶୋ କେସ୍‌ରେ ଯେଭଳି ବାହାରର ଆଲୁଅ, ପବନ, ଧୂଳିକଣା ପ୍ରବେଶ କରି ନ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସେଠାରେ ସୁରକ୍ଷାବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିଲାଗି ସାଇରନ୍‌ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏତେବର୍ଷ ପୁରୁଣା ହେବା ଯୋଗୁ ପତାକାର କିଛି ଅଂଶ ଫାଟି ଯାଇଛି। ଶୁଦ୍ଧ ରେଶମ କପଡ଼ାରେ ପ୍ରସ୍ତୁତ ଏହି ପତାକାର ଦୈର୍ଘ୍ୟ ୧୨ ଫୁଟ୍‌ ରହିଥିବାବେଳେ ପ୍ରସ୍ଥ ରହିଛି ୮ ଫୁଟ୍‌। ଭାରତ ସ୍ବାଧୀନ ଘୋଷିତ ହେବା ପରେ ୧୯୪୭ ଅଗଷ୍ଟ ୧୫ ତାରିଖ ସକାଳ ୫ଟା ୫ ମିନିଟ୍‌ରେ ଫୋର୍ଟ ସେଣ୍ଟ ଜର୍ଜଠାରେ ବ୍ରିଟିଶ୍‌ ୟୁନିୟନ୍‌ ପତାକା ହଟାଇ ତ୍ରିରଙ୍ଗାକୁ ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ହଜାର ହଜାର ଲୋକ ସେଠାରେ ଉପସ୍ଥିତ ଥିଲେ। ତେବେ ସେହି ପତାକା କିଏ ଉତ୍ତୋଳନ କରିଥିଲେ ସେ ନେଇ ପ୍ରଶାସନ ପାଖରେ କିଛି ରେକର୍ଡ ନ ଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।
All Right Reserved By

ଫୁରସତ |

ଯେଉଁଠି ୨୦ ଟଙ୍କାରେ ବିକ୍ରି ହୁଅନ୍ତି ଯୁବତୀ

ଯେଉଁଠି ୨୦ ଟଙ୍କାରେ ବିକ୍ରି ହୁଅନ୍ତି ଯୁବତୀ

ମଧ୍ୟପ୍ରଦେଶ ଶିବପୁରୀ ଦେଶର ସବୁଠାରୁ ବଡ଼ ରେଡ ଲାଇଟ୍‌ ଏରିଆ ଭାବେ ପରିଚିତି ହାସଲ କରିଛି। ଏଠାରେ ଘରେ ଘରେ ଯୁବତୀଙ୍କୁ ପରିବାର ଲୋକେ ଦେହବେପାର ପାଇଁ ଶିକ୍ଷା ଦିଅନ୍ତି। 

ପରଫ୍ୟୁମ୍‌ ,ହେୟାର ସ୍ପ୍ରେ କରୁଛି ବାୟୁ ପ୍ରଦୂଷଣ

ପରଫ୍ୟୁମ୍‌ ,ହେୟାର ସ୍ପ୍ରେ କରୁଛି ବାୟୁ ପ୍ରଦୂଷଣ

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। 

ସର୍ବସ୍ବାନ୍ତ କରିଛି କୋହୀନୂର...

ସର୍ବସ୍ବାନ୍ତ କରିଛି କୋହୀନୂର...

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ କରେ ଆକର୍ଷିତ। ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। 

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଇଟାଲୀରେ  ରହିଛି ଏପରି ଏକ ଦ୍ୱୀପ। ଏଠାକୁ ଯାଉଥିବା କୌଣସି ପ୍ରାଣୀ ଫେରି ଆସି ନ ଥାନ୍ତି। ଏହାକୁ ଆଇଲ୍ୟାଣ୍ଡ ଅଫ୍‌ ଡେଡ୍‌ ବା ମୃତ୍ୟୁର ଦ୍ୱୀପ କୁହାଯାଏ । 

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

କଳା, ସଂସ୍କୃତି ଓ ଭାସ୍କର୍ଯ୍ୟରେ ପୂର୍ଣ୍ଣ ଓଡ଼ିଶାରେ ସର୍ବତ୍ର ଶକ୍ତି ପୀଠମାନ ରହିଛି। ପ୍ରତ୍ୟେକ ଶକ୍ତିପୀଠର ସ୍ବତନ୍ତ୍ରତା ଭିନ୍ନ। ସ୍ବତନ୍ତ୍ର ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି। ହେଲେ ମା’ ଓ ପୁଅଙ୍କ ପୂଜାର୍ଚ୍ଚନା ଶକ୍ତିପୀଠ ହୁଏତ ବିରଳ। ଗଞ୍ଜାମ ଜିଲା କଙ୍କୋରଡାରେ ରହିଛି ମା’ନାରାୟଣୀ ଶକ୍ତିପୀଠ, ଯେଉଁଠି ମାତା ଅମ୍ବିକା ଏବଂ ପୁତ୍ର ଗଣେଶ ରହିଛନ୍ତି।

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଅଳ୍ପ ବୟସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଷ୍ଟାଇଲିଷ୍ଟ ଆଉ ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। 

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

୧୯୮୮-୮୯ ମସିହା ଘଟଣା। ପିଜି ପ୍ରବେଶିକା ପରୀକ୍ଷା ଦେବା ପାଇଁ ସମ୍ବଲପୁରର ବୁର୍ଲା ମେଡିକାଲ କଲେଜକୁ ଯାଇଥାଏ। ସେଠାରୁ ଫେରିଲା ବେଳକୁ ରାତି ୩ଟା ବାଜିଯାଇଥାଏ। 

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ମନ ପସନ୍ଦର ସାଥୀଟିଏ ମିଳିଗଲେ ତା’ ସହ ସୁଖଦୁଃଖ ଶେୟାର କରିହୁଏ। ବେଳେବେଳେ ଠିକ୍‌ ବାଟରେ ଯିବାକୁ ସାଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ତେଣୁ ଜୀବନରେ ଭଲ ସାଥୀଟିଏ ନିହାତି ଲୋଡା। 

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ମୟୂର ପର ରଖିଲେ ଅନେକ ବାଧାବିଘ୍ନ କଟିଯାଇଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମୟୂର ପର ବୁଧ ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରେ। 

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। 

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ସାଧାରଣତଃ ଚାକିରି ଖଣ୍ଡେ ପାଇଁ ବାରମ୍ବାର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ବିବାହ ପୂର୍ବରୁ ମନପସନ୍ଦର କନ୍ୟା ପାଇବା ପାଇଁ କେବେ ବର ପରୀକ୍ଷା ଦେବା କଥା ଶୁଣିଛନ୍ତି କି?

୪ ବୃହତ୍‌ ଗ୍ରହ ଆବିଷ୍କାର

୪ ବୃହତ୍‌ ଗ୍ରହ ଆବିଷ୍କାର

ଲଣ୍ଡନ: ବୈଜ୍ଞାନିକମାନେ ଏକ ନୂଆ ନକ୍ଷତ୍ରମଣ୍ଡଳରେ ୪ଟି ବୃହତ୍‌ ଗ୍ରହ ଆବିଷ୍କାର କରିଛନ୍ତି। ଏଗୁଡିକର ଆକୃତି ବୃହସ୍ପତି ଓ ଶନିଗ୍ରହ ସହିତ ସମାନ। ଉକ୍ତ ନକ୍ଷତ୍ର ‘ସିଆଇ ଟାଉ’ ୫୦୦ ଆଲୋକବର୍ଷ ଦୂରତାରେ ଅବସ୍ଥିତ। ଏହା ଗାଲାକ୍ସିର ‘ନର୍ସରି’ ରିଜିୟନ୍‌ ମଧ୍ୟରେ ରହିଥିବା କେମ୍ବ୍ରିଜ ୟୁନିଭର୍ସିଟିର ଗବେଷକମାନେ ପ୍ରକାଶ କରିଛନ୍ତି।