ଜୀବନଚର୍ଯ୍ୟା |

ମନ ବିଗାଡ଼ୁଛି ସ୍ମାର୍ଟଫୋନ୍‌ ନୋଟିଫିକେଶନ

ମନ ବିଗାଡ଼ୁଛି ସ୍ମାର୍ଟଫୋନ୍‌ ନୋଟିଫିକେଶନ

ଲଣ୍ଡନ: ମଣିଷର ମୁଡ୍‌ ବା ମିଜାଜ୍‌ ଭଲ ଥିଲେ ଆନନ୍ଦ ମିଳେ। କିନ୍ତୁ ଆଜିର ଅତ୍ୟାଧୁନିକ ଯୁଗରେ ସ୍ମାର୍ଟଫୋନ୍‌ରେ ବାରମ୍ବାର ଆସୁଥିବା ନୋଟିଫିକେଶନ ବା ଦୃଷ୍ଟି ଆକର୍ଷଣକାରୀ ବାର୍ତ୍ତା କିମ୍ବା ଚିତ୍ର ମଣିଷକୁ ବିରକ୍ତ କରିଦେଉଛି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ବ୍ରିଟେନର ନଟିଂହାମ୍‌ ଟ୍ରେଣ୍ଟ ୟୁନିଭର୍ସିଟିର ଗବେଷକମାନେ ପ୍ରାୟ ୫୦ ଜଣ ଅଂଶଗ୍ରହଣକାରୀଙ୍କ ମୋବାଇଲ ବ୍ୟବହାରକୁ ହିସାବକୁ ନେଇ ଅନୁଧ୍ୟାନ କରିଥିଲେ। ଏଥିପାଇଁ ୫ ସପ୍ତାହର ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ସମୟ ମଧ୍ୟରେ ଅଂଶଗ୍ରହଣକାରୀଙ୍କ ସ୍ମାର୍ଟଫୋନ୍‌କୁ ଆସିଥିବା ହଜାର ହଜାର ଡିଜିଟାଲ ଆଲର୍ଟକୁ ତର୍ଜମା କରାଯାଇଥିଲା। ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ନୋଟିଫିକେଶନ ମଧ୍ୟରୁ ୩୨ ପ୍ରତିଶତ ଅର୍ଥାତ୍‌ ଏକତୃତୀୟାଂଶ ଦୃଷ୍ଟି ଆକର୍ଷଣକାରୀ ଡିଜିଟାଲ ଆଲର୍ଟ ଲୋକଙ୍କ ମନରେ ନକାରାତ୍ମକ ଆବେଗ ସୃଷ୍ଟିକରୁଥିବା ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ଅଣ-ମାନବ ସମ୍ବନ୍ଧୀୟ ନୋଟିଫିକେଶନ ଯଥା ଜେନେରାଲ ଫୋନ୍‌ ଅପ୍‌ଡେଟ୍‌ସ ଓ ଓ୍ବାଇଫାଇର ଉପଲବ୍ଧତା ସମ୍ପର୍କିତ ବାର୍ତ୍ତା ଅଂଶଗ୍ରହଣକାରୀଙ୍କ ମିଜାଜକୁ ଅଧିକ ପ୍ରଭାବିତ କରିଥିବା ଗବେଷକମାନେ ଜାଣିପାରିଥିଲେ। ଏପରିକି ବହୁଳ ମାତ୍ରାରେ କାର୍ଯ୍ୟ ସମ୍ବନ୍ଧୀୟ ନୋଟିଫିକେଶନ ବ୍ୟବହାରକାରୀଙ୍କୁ ଅତିଷ୍ଠ କରିଦେଉଥିବା ଲକ୍ଷ୍ୟ କରାଯାଇଥିଲା। ଅନ୍ୟପକ୍ଷରେ ସୋସିଆଲ ଗ୍ରୁପ୍‌ରେ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କଠାରୁ ମିଳୁଥିବା ବାର୍ତ୍ତା ଦ୍ୱାରା ବ୍ୟବହାରକାରୀ ଆନନ୍ଦ ପାଇଥାନ୍ତି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି। ତେବେ କ୍ରମାଗତ ଭାବେ ଡିଜିଟାଲ ଆଲର୍ଟ କାର୍ଯ୍ୟଶୈଳୀରେ ବାଧା ଉପୁଜାଇଥାଏ ବୋଲି ବିଶ୍ୱବିଦ୍ୟାଳୟର ଗବେଷକ ଇମ୍ୟାନ୍‌ କାଞ୍ଜୋ ପ୍ରକାଶ କରିଛନ୍ତି। କିନ୍ତୁ ନୋଟିଫିକେଶନର ଆବଶ୍ୟକତାକୁ ବୁଝି ତାହାକୁ ଠିକ୍‌ ଭାବେ ପ୍ରୟୋଗ କରିପାରିଲେ ଜୀବନର ଗତି ସୁବିଧାଜନକ ହୋଇପାରିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏସବୁ ଜାଣିବା ନିମନ୍ତେ ଗବେଷକମାନେ ‘ନୋଟିମାଇଣ୍ଡ୍‌’ ନାମରେ ଏକ ଆପ୍‌ ବିକଶିତ କରିଥିଲେ ଓ ତାହାକୁ ଅଂଶଗ୍ରହଣକାରୀ ଡାଉନ୍‌ଲୋଡ୍‌ କରିବା ପରେ ଉପରୋକ୍ତ ତଥ୍ୟ ହାସଲ ହୋଇପାରିଛି।

All Right Reserved By

ଜୀବନଚର୍ଯ୍ୟା |

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନ ଆରମ୍ଭ ହେଲେ ଥଣ୍ଡା, ସର୍ଦ୍ଦି, କାଶ ଓ ଜ୍ୱର ହୋଇଥାଏ। ହେଲେ ଏହି ସମୟରେ ଚା’ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଥାଆନ୍ତି। ହେଲେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଚା’ ପିଇବା ଉଚିତ୍‌।

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ ଓଦା ହେବାକୁ ତ ଭଲ ଲାଗେ। ହେଲେ ଏହାର କୁପ୍ରଭାବ ପଡ଼ିଥାଏ କେଶ ଉପରେ। କେଶ ଝଡ଼ିବାଠୁ ଆରମ୍ଭ କରି ଅନେକ ସମସ୍ୟା ଦେଖାଦିଏ। ତେଣୁ ଏହିଦିନେ କେଶକୁ ସୁସ୍ଥ ରଖିବା ଲାଗି ଆପଣାନ୍ତୁ ନିମ୍ନୋକ୍ତ କିଛି ଟିପ୍ସ...

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ସମୟରେ ଅଧିକାଂଶ ମହିଳା ଲାଲ୍‌ ରଙ୍ଗକୁ ପସନ୍ଦ କରିଥା’ନ୍ତି। ଆପଣ ଚାହିଁଲେ ଏହା ବଦଳରେ ଅନ୍ୟ କିଛି ରଙ୍ଗକୁ ବି ବ୍ରାଇଡାଲ୍‌ କଲର ଭାବେ ବାଛିପାରିବେ। ଜାଣନ୍ତୁ ସେ ସମ୍ପର୍କରେ...

ବର୍ଷାଦିନେ ଶିଶୁଙ୍କ ଯତ୍ନ

ବର୍ଷାଦିନେ ଶିଶୁଙ୍କ ଯତ୍ନ

ପ୍ରବଳ ଖରା ପରେ ବର୍ଷାଋତୁର ଆଗମନକୁ ସମସ୍ତେ ଅପେକ୍ଷା କରି ରହିଥା’ନ୍ତି । ଜଳଦାନ କରିବା ସହ ବିଭିନ୍ନ ସଂକ୍ରାମକ ରୋଗ ସଙ୍ଗରେ ନେଇ ଆସିଥାଏ ଏହି ଋତୁ । ଏହି ସଂକ୍ରାମକ ରୋଗଗୁଡ଼ିକରେ ସାଧାରଣତଃ ଶିଶୁମାନେ ଅଧିକ ପ୍ରଭାବିତ ହୁଅନ୍ତି।

କାନ୍ଦ ବି’ ଶରୀର ପାଇଁ ହିତକର

କାନ୍ଦ ବି’ ଶରୀର ପାଇଁ ହିତକର

ହସିବା ଦ୍ୱାରା ମନ ହାଲ୍‌କା ରହିବା ସହ ଶରୀର ସୁସ୍ଥ ରହିଥାଏ। କିନ୍ତୁ ବେଳେବେଳେ କାନ୍ଦିବା ଦ୍ୱାରା ମଧ୍ୟ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ।

ରକ୍ତହୀନତାରୁ ମୁକ୍ତି ଲାଗି ଖାଆନ୍ତୁ ଏହି ଶାଗ

ରକ୍ତହୀନତାରୁ ମୁକ୍ତି ଲାଗି ଖାଆନ୍ତୁ ଏହି ଶାଗ

ମୂଳାଶାଗ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ତେବେ ମୂଳା ପ୍ରାୟତଃ ଶୀତଦିନେ ହୋଇଥାଏ। ତେଣୁ ଏହି ସମୟରେ ଅଭ୍ୟାସ କରି ପ୍ରତିଦିନ ମୂଳାଶାଗ ଖାଇଲେ ରକ୍ତହୀନତାରୁ ମୁକ୍ତି ମିଳେ ବୋଲି କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏସବୁର ସୁରକ୍ଷା ଲାଗି ପିନ୍ଧାଯାଏ ମଙ୍ଗଳସୂତ୍ର

ଏସବୁର ସୁରକ୍ଷା ଲାଗି ପିନ୍ଧାଯାଏ ମଙ୍ଗଳସୂତ୍ର

ବିବାହ ସମୟରେ ନବବଧୂଙ୍କ ଗଳାରେ ମଙ୍ଗଳସୂତ୍ର ପିନ୍ଧାଯିବା ପରମ୍ପରା ଭାରତରେ ରହିଛି। ବିବାହ ସମୟରେ ବର, କନ୍ୟାକୁ ମଙ୍ଗଳସୂତ୍ର ପିନ୍ଧାଇଥାଏ । ଏହା ନ ପିନ୍ଧିବା ଯାଏ ବିବାହ ପୂର୍ଣ୍ଣ ହୁଏ ନାହିଁ ।

ଯନ୍ତ୍ରଣାକୁ ଲାଘବ କରେ ଆଲିଙ୍ଗନ

ଯନ୍ତ୍ରଣାକୁ ଲାଘବ କରେ ଆଲିଙ୍ଗନ

ଆଲିଙ୍ଗନ କଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହିତ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ନିକଟରେ ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।

ରାତିରେ ମହିଳାଙ୍କୁ ମୁଣ୍ଡ କୁଣ୍ଡାଇବାକୁ ମନା କରାଯାଏ କାହିଁକି

ରାତିରେ ମହିଳାଙ୍କୁ ମୁଣ୍ଡ କୁଣ୍ଡାଇବାକୁ ମନା କରାଯାଏ କାହିଁକି

ଭାରତୀୟ ପରମ୍ପରାରେ ରାତିରେ ମହିଳାମାନଙ୍କୁ ମୁଣ୍ଡ କୁଣ୍ଡାଇବାକୁ ବାରଣ କରାଯାଇଥାଏ। ଏହାଦ୍ୱାରା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ବୋଲି କେତେକଙ୍କର ରହିଛି ବିଶ୍ୱାସ। ଏହା ସହିତ ରାତିରେ ମୁଣ୍ଡ କୁଣ୍ଡାଇଲେ ପ୍ରେତାତ୍ମା ଶରୀରରେ ପ୍ରବେଶ କରିଥାନ୍ତି। ଲମ୍ବା କେଶ ପ୍ରତି ପ୍ରେତାତ୍ମାର ଲୋଭ ରହିଥାଏ।

ଆସିଗଲା ବର୍ଷାଦିନ, ହୋଇଯାନ୍ତୁ ସାବଧାନ

ଆସିଗଲା ବର୍ଷାଦିନ, ହୋଇଯାନ୍ତୁ ସାବଧାନ

ପଣମାନେ ଖରା ଆଉ ଗୁଳୁଗୁଳିରେ ବଡ଼ ସନ୍ତୁଳି ହେଉଥିଲେ। ମୌସୁମୀ ଆସିଯିବାରୁ ଅସ୍ବସ୍ତିରୁ ମୁକ୍ତି ମିଳିଗଲା। ମୌସୁମୀ ସିନା ଆଶ୍ୱସ୍ତି ଆଣିଦେଲା, ହେଲେ ସେ ଏକା ଆସିନି। ସେ ସାଥିରେ ଧରି ଆସିଛି ଅନେକ ବେପାର। ତେଣୁ ଯଥେଷ୍ଟ ସାବଧାନ ନ ହେଲେ ବର୍ଷାଋତୁକାଳୀନ ବେମାରଗୁଡ଼ିକର ଶିକାର ହୋଇପଡ଼ିବା କିଛି ଅସମ୍ଭବ ନୁହେଁ।

କେଉଁ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ

କେଉଁ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ

ବ୍ଲଡ୍‌ ଗ୍ରୁପ୍‌ରୁ ଜଣକୁ କେଉଁ ପ୍ରକାର ରୋଗ ହେବ ତାହା ସହଜରେ ଜାଣିହେବ। ଏନେଇ ନିକଟରେ ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ଲଡ୍‌ ଗ୍ରୁପ୍‌ ‘ଏ’ର ବ୍ୟକ୍ତିଙ୍କଠାରେ ବିଶେଷ କରି ଆଲର୍ଜି ଜନିତ ସମସ୍ୟା ଅଧିକ ଦେଖାଯାଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ଓ ଅତ୍ୟଧିକ ଔଷଧ ସେବନ

ରୋଗ ପ୍ରତିରୋଧକ ଶକ୍ତି ଓ ଅତ୍ୟଧିକ ଔଷଧ ସେବନ

ଆମକୁ ରୋଗ ହେଲେ ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାଉ। ଆବଶ୍ୟକତାଠାରୁ ଅଧିକ ଦିନ ଔଷଧ ଖାଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ବିଶେଷଭାବରେ ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ ବୋଲି ସିଡନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

Model This Week

ରୂପେଶ