ସମ୍ପାଦକୀୟ |

ସୁଯୋଗ ଓ ଅଭିପ୍ରାୟ

ସୁଯୋଗ ଓ ଅଭିପ୍ରାୟ

ଡ. ବାସୁଦେବ ମିଶ୍ର
ସଂସାରରେ ନିଜ ଜୀବନକୁ ଇଚ୍ଛାମୁତାବକ ବଞ୍ଚତ୍ବା ପାଇଁ ଖୁବ୍‌ କମ୍‌ ଲୋକ ସୁଯୋଗ ପାଆନ୍ତି। ଶାରୀରିକ, ମାନସିକ, ଆର୍ଥତ୍କ, ସାମାଜିକ ଏମିତି ଅନେକ ଦୃଷ୍ଟିକୋଣରୁ ଏହି ଅପୂର୍ଣ୍ଣତାକୁ ଅନୁଭବ କରେ ମଣିଷ। କେତେକେ ସେଥିପାଇଁ ନିଜ ଭାଗ୍ୟକୁ ଦୋଷ ଦେଉଥିବାବେଳେ ଅନ୍ୟ କେହି ନିଜ କର୍ମକୁ ଦୋଷ ଦିଅନ୍ତି। ତେବେ ଯେଉଁମାନେ ଏହି ସୁଯୋଗ ପୂର୍ଣ୍ଣତଃ ଅଥବା ଆଂଶିକ ପ୍ରାପ୍ତ ହୁଅନ୍ତି, ସେମାନେ ନିଜକୁ ଧନ୍ୟ ମନେକରନ୍ତି ନିଶ୍ଚୟ। ଭଲ ପାଠ ପଢୁତ୍ଥିବା, ଉତ୍ତମ ଚରିତ୍ରର ପିଲାଟି ପାଇଁ ସୁଯୋଗ ଏକାଧିକବାର ଆସିଥାଏ। କାରଣ ହେଲା ତା’ର ସେଥିପାଇଁ ଯୋଗ୍ୟତା ଅଛି। ତେବେ ଭଲ ଚାକିରିଟିଏ ପାଇବା ପରେ ଯଦି ତାକୁ ମୁକ୍ତଭାବେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଦିଆ ନ ଯାଏ, ତେବେ ସେପରି ସୁଯୋଗ ନିଶ୍ଚିତରୂପେ ମୂଲ୍ୟହୀନ ହୋଇଯାଏ। ଠିକ୍‌ ସେମିତି ମନେ କରାଯାଉ ପିଲାଟି ଭଲ ପଢେ, ବର୍ଷସାରା ଖୁବ୍‌ ପରିଶ୍ରମ କରି ପାଠକୁ ଆୟତ୍ତ କରି ବର୍ଷ ଶେଷରେ ପରୀକ୍ଷା ଦେବାକୁ ଯାଇ ଦେଖିଲା, ସେଠାରେ ପରୀକ୍ଷା ଦେବାର ଉପଯୁକ୍ତ ବାତାବରଣ ନାହିଁ। ଏମିତି ଅନେକ କ୍ଷେତ୍ରରେ ଦେଖାଯାଏ ସୁଯୋଗ ସେଇମାନଙ୍କ ପାଖରେ ଖୁନ୍ଦି ହୋଇଥାଏ ଯେଉଁମାନେ ବସ୍ତୁତଃ ସେଥିପାଇଁ ଯୋଗ୍ୟ ନୁହନ୍ତି। ଯୋଗ୍ୟତାସମ୍ପନ୍ନ ବ୍ୟକ୍ତିଟିଏ ସେବାକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ଥାନିତ ହେଲେ ତାହା ସମାଜ ପାଇଁ ମଙ୍ଗଳକର ହୋଇଥାଏ। କିନ୍ତୁ ଆମ ଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଅଯୋଗ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଅଧିକୃତ ବୋଲି ଆମେ ଜାଣୁ। ଏହି ଯୋଗ୍ୟତା କେବଳ ପାଠପଢି ଡିଗ୍ରୀ ହାସଲ କରିବାରେ ନ ଥାଏ। ପାଠ ପଢି ବିଷୟଗତ ଜ୍ଞାନ ଅର୍ଜନ ସହିତ ଯୋଗ୍ୟତାର ଅନ୍ୟ ବିଷୟଗୁଡିକ ହୋଇପାରେ ବିନୟମିଶ୍ରିତ ବ୍ୟବହାର, ସଚ୍ଚୋଟତା, ସେବାପ୍ରାଣତା, ନିରହଙ୍କାରତା ଇତ୍ୟାଦି। ଭଲ ପାଠ ପଢୁଥିବା ପିଲାଟି ସ୍କୁଲ କଲେଜରେ ଭଲ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ପରିବାରଠାରୁ ଆରମ୍ଭ କରି ଗାଁ, ଦେଶର ଲୋକେ ମଧ୍ୟ ଖୁସି ହୁଅନ୍ତି। ସମୟକ୍ରମେ ସେବା କରିବା ନିମିତ୍ତ ଉଚ୍ଚ ପଦବୀଯୁକ୍ତ ଚାକିରିର ସୁଯୋଗଟିଏ ମଧ୍ୟ ପାଏ ସେ। ହେଲେ କେତେକ କ୍ଷେତ୍ରରେ ସେହି ଖୁସି ବେଶି ଦିନ ରହେନାହିଁ। ସେହି ପିଲା କ୍ଷମତା ଲୋଭରେ ଅନ୍ଧହୋଇ ବା ଅର୍ଥଲୋଭରେ ପଡି ଅନ୍ୟାୟ ଅନୀତିର ଆଶ୍ରୟ ନିଏ। ସାଧାରଣ ଲୋକଙ୍କୁ ଧୋକାଦେଇ ଦେଶର ସମ୍ପତ୍ତିକୁ ନିଜର କରିବାକୁ ଚେଷ୍ଟା କରେ। ସେମାନଙ୍କଠାରୁ ଲାଞ୍ଚ ନିଏ। ମିଛ କହି ଲୋକଙ୍କୁ ଠକେ। ଶେଷରେ ଧରାପଡି ମାମଲାରେ ଛନ୍ଦିହୁଏ। ଜେଲ ଯାଏ। ଯେଉଁ ପରିବାର ଗାଁ ଗଣ୍ଡାର ଲୋକେ ତା’ର ଭଲ ପଢିବାରେ, ପରୀକ୍ଷାରେ ଭଲ ନମ୍ବର ରଖିବାରେ, ଉଚ୍ଚ ପଦପଦବୀ ପାଇବାରେ ଦିନେ ଖୁସିହୋଇ ନାଚୁଥିଲେ, ସେମାନେ ଲଜ୍ଜାରେ ନତମସ୍ତକ ହୁଅନ୍ତି। ଦୁଃଖରେ ଭାଙ୍ଗିପଡନ୍ତି। ହାତପାହାନ୍ତାରେ ଆସିଥିବା ସୁଯୋଗକୁ ଈଶ୍ୱରଙ୍କ ଆଶୀର୍ବାଦ ବୋଲି ମନେକରି ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ତାହା ବ୍ୟକ୍ତି, ପରିବାର ତଥା ଜାତିପ୍ରତି ଆଶୀର୍ବାଦ ରୂପେ କାର୍ଯ୍ୟ କରିଥାଏ। ସୁଯୋଗକୁ ନିଜର ପାରିବାପଣିଆ ବୋଲି ମନେକରି କାର୍ଯ୍ୟ କରିବାକୁ ଗଲେ ତା’ ସହିତ ଅଭିପ୍ରାୟଟିଏ ଯୋଡି ହୋଇଯାଏ। ଚାକିରି ଆରମ୍ଭରୁ ବଡ ସହରରେ ଜମି ସାଙ୍ଗକୁ କୋଠାବାଡି, ଦାମୀ କାର୍‌, ବ୍ୟାଙ୍କ ବାଲାନ୍ସ ଇତ୍ୟାଦି ହାତେଇବାର ଖସଡାଟିଏ ପ୍ରସ୍ତୁତ ହୋଇଯାଏ ମନରେ। ସେପରି ଉଦ୍ଦେଶ୍ୟ ରଖି ବାଟ ଚାଲୁଚାଲୁ କେବେ ବିଧି ବାମ ହେଲା ତ ହାତକଡା ପଡି ଜେଲକୁ ଯିବା ନିଶ୍ଚିତ ହୋଇଯାଏ। ସେଦିନ ଜଣେ ବରିଷ୍ଠ ଅଫିସ ସହଯୋଗୀ ଭାବେ ସଦ୍ୟ ଚାକିରିରୁ ଅବସର ନେଇଥିବା ଜଣେ ସମ୍ପର୍କୀୟ ବଡଭାଇଙ୍କ ସହିତ ସାକ୍ଷାତ ହେବାପରେ କଥାପ୍ରସଙ୍ଗରେ ସେ ଯାହା କହିଲେ ତାହାର ସାରାଂଶ ହେଲା- ଚାକିରିରେ ଥିବାବେଳେ ନିଜ ଦରମା ବ୍ୟତୀତ ତା’ର ବହୁଗୁଣ ଅର୍ଥ ତାଙ୍କ ପକେଟକୁ ଆସୁଥିଲା ଭିନ୍ନ ବାଟରେ। ଅବଶ୍ୟ ନିଜକୁ କଳୁଷିତ କରି, ନିଜ ସଚ୍ଚୋଟତାକୁ ବଳିଦେଇ, ନିରୀହ ଜନତାଙ୍କର ସ୍ବାର୍ଥକୁ ନଷ୍ଟ କରି। ତେବେ ଜଣେ ଉଚ୍ଚପଦସ୍ଥ ଅଫିସରଙ୍କ ପକ୍ଷରେ ଏହା ତାଙ୍କ ଦରମାର କେତେଗୁଣ ହେଉଥିବ, ତାହା ଅନୁମାନ କରିବା କଷ୍ଟକର। ଏମାନଙ୍କର ରୋଜଗାର ଏତେ ବେଶୀ ହୁଏ ଯେ ନିଜ ନାଆଁରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟ ଭର୍ତ୍ତିହୋଇଯାଏ ଅକାତରରେ। ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଭର୍ତ୍ତି ହେବାପରେ ନିଜ ସ୍ତ୍ରୀପିଲାଙ୍କ ଆକାଉଣ୍ଟ ଖୋଲାଯାଏ, ସେଗୁଡିକ ଭର୍ତ୍ତିହେବା ପରେ ଶ୍ୱଶୁରଘର ଲୋକଙ୍କ ନାଆଁରେ ଖୋଲାହୁଏ ଆକାଉଣ୍ଟ। ତାଙ୍କ ନାଆଁରେ ଜମି କିଣାହୁଏ, ଦାମୀ ଗାଡି କିଣାହୁଏ, ସହରରେ ଦାମୀ ପ୍ଲଟ୍‌ କିଣାହୁଏ, ସେଇଠି ବହୁତଳ ପ୍ରାସାଦ ଗଢାହୁଏ, ଏମିତି ଅନେକ। ଲୋକଲୋଚନକୁ ଆସେ କଥା। କୋଟିପତି କିରାଣୀ, କୋଟିପତି ଅଫିସର ଶିରୋନାମାରେ ସମ୍ବାଦ ପ୍ରକାଶ ପାଏ। ସେମାନଙ୍କ ଘରେ ରେଡ୍‌ ହୋଇଥିବାର ଖବରରେ ଝଲସିଉଠେ ଖବରକାଗଜର ପୃଷ୍ଠା, ଟେଲିଭିଜନର ପରଦା। ପୋଲିସ ଗାଡିରେ ବସି ଜେଲକୁ ଯାଉଥିବାବେଳେ, ଲାଜରେ ଅନ୍ୟମାନଙ୍କୁ ନିଜ ମୁହଁ ଦେଖାଇପାରନ୍ତି ନାହିଁ ସେମାନେ। ଢାଙ୍କି ଦିଅନ୍ତି ଗାମୁଛାରେ। କି ଜୀବନ ଇଏ ? ଜୀବନ ନା ଜୀବନ ଥାଉଥାଉ ମୃତ୍ୟୁ! ଆମ ଉପନିଷଦରେ ଦାନ ସମ୍ପର୍କରେ କୁହାଯାଇଛି- ଶ୍ରଦ୍ଧୟା ଦେୟମ୍‌, ଅଶ୍ରଦ୍ଧୟା ଅଦେୟମ୍‌, ଭିୟା ଦେୟମ୍‌, ହ୍ରିୟା ଦେୟମ୍‌, ସମ୍ବିଦା ଦେୟମ୍‌। ଅର୍ଥାତ୍‌ ଅନ୍ୟକୁ କିଛି ଦେବା ସମୟରେ ମନରେ ଶ୍ରଦ୍ଧା, ଭୟ, ଲଜ୍ଜା ଏବଂ ଚେତନା ରହିବା ଉଚିତ। ଈଶ୍ୱରଙ୍କର ଅପାର କୃପାରୁ ମୁଁ ଦାନ କରିବାର ସୁଯୋଗ ପ୍ରାପ୍ତ ହୋଇଛି। ଏହା ମୋର ପରମ ଭାଗ୍ୟ। ଏହି ସୁଯୋଗର ସଦ୍‌ବିନିଯୋଗ କରି ନ ପାରିଲେ ଏହା ମୋଠାରୁ ପ୍ରତ୍ୟାହାର କରି ନିଆଯାଇପାରେ। ସେହିପରି ସମାଜକୁ ସେବା ପ୍ରଦାନ କରିବା ସମୟରେ ମନରେ ଏହି ଭାବନା ଜାଗ୍ରତ ହେଲେ ସୁଯୋଗର ସଦ୍‌ବିନିଯୋଗ କରିବା ପାଇଁ ମନରେ ଆଗ୍ରହ ସୃଷ୍ଟିହୁଏ। ସୁଯୋଗକୁ ଈଶ୍ୱରଙ୍କର ବରଦାନ ବୋଲି ନ ଭାବି ଧନାଗମର ମାଧ୍ୟମ ବୋଲି ମାନିନେଲେ ମନରେ ଅଯଥା ଅଭିପ୍ରାୟଗୁଡିଏ ଭିଡ ଜମାନ୍ତି। ସାରା ଜୀବନ ବ୍ୟସ୍ତରହି ସେହି ଅଭିପ୍ରାୟଗୁଡିକୁ ପୂରଣ କରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ସେଗୁଡିକ ସେମିତି ଅପୂରିତ ହୋଇ ରହିଥାଏ।
ମୋ- ୯୪୩୮୩୨୮୭୫୫

All Right Reserved By
I&PR

Model This Week

ସନ୍ତୋଷ

ସମ୍ପାଦକୀୟ |

ପ୍ରାଣୀଙ୍କ ଉପରେ ପରୀକ୍ଷା

ପ୍ରାଣୀଙ୍କ ଉପରେ ପରୀକ୍ଷା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆପଣ ଯେତେବେଳେ ଜର୍ମାନ୍‌ କାର୍‌ କିଣୁଛନ୍ତି, ସେତେବେଳେ ସେମାନଙ୍କ ମାଙ୍କଡ଼ ଓ ମଣିଷ ମାରିବା ଓ ଆହତ କରିବାକୁ ସମର୍ଥନ ଦେଉଛନ୍ତି। ଡିଜେଲ ଧୂଆଁ ଆଘ୍ରାଣ କଲେ ମାଙ୍କଡ଼ ଓ ମଣିଷଙ୍କ ଉପରେ କି ପ୍ରଭାବ ପଡ଼ୁଛି, ତା’ ଉପରେ ଅନୁଧ୍ୟାନ କରିବା ପାଇଁ ଜର୍ମାନ୍‌ କାର୍‌ ନିର୍ମାତାମାନେ ପାଣ୍ଠି ଯୋଗାଇଛନ୍ତି। ନ୍ୟୁୟର୍କ ଟାଇମ୍ସ ଓ ବିଭିନ୍ନ ଜର୍ମାନ୍‌ ଖବରକାଗଜରେ ପ୍ରକାଶ ପାଇଛି ଯେ, ଭକ୍ସଓ୍ବାଗନ୍‌, ବିଏମ୍‌ଡବ୍‌ଲ୍ୟୁ ଓ ଡେମ୍ଲର ୨୦୧୪ରେ ଅନୁଷ୍ଠିତ ଏକ ଅନୁଧ୍ୟାନ ପାଇଁ ପାଣ୍ଠି ଯୋଗାଇଥିଲେ। ପରିବହନ କ୍ଷେତ୍ର (ଇୟୁଜିଟି) ବା କାର୍‌ ଶିଳ୍ପର ପରିବେଶ ଓ ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡ଼ୁଛି ତାହା ଉପରେ ୟୁରୋପୀୟ ରିସର୍ଚ୍ଚ ଗ୍ରୁପ୍‌ ଏହି ଅନୁଧ୍ୟାନ...

ଅମଳ ରଖିବାକୁ ଜାଗା କାହିଁ

ଅମଳ ରଖିବାକୁ ଜାଗା କାହିଁ

ବିଚିତ୍ର ବିଶ୍ୱାଳ ତିନିମାସ ତଳେ ଟମାଟୋ କିଲୋ ଟଙ୍କାଟିଏ ହୋଇଥିଲା ଆମ ରାଜ୍ୟରେ। ବ୍ରହ୍ମପୁରରେ ଚାଷୀମାନେ ଟମାଟୋ କିଲୋ ପ୍ରତି ଏକଟଙ୍କାରେ ବିକିବାରୁ ବିରୋଧୀଦଳମାନେ ବିଧାନସଭା ବି ଅଚଳ କରିଦେଇଥିଲେ। ବଲାଙ୍ଗୀର ଓ ବରଗଡ଼ରେ ଚାଷୀମାନେ ଟମାଟୋ ଜମିରେ ଗୋରୁ ଚରେଇଦେଲେ। କାରଣ ଏତେ କଷ୍ଟରେ ଚାଷ କରି ଟମାଟୋ ଫଳେଇବା ସତ୍ତ୍ୱେ ତା’ର ମୂଲ୍ୟ ଯଦି ମାତ୍ର ଟଙ୍କାଟିଏ ହେବ ତା’ହେଲେ ତାକୁ ଅମଳ କରିବା ଅପେକ୍ଷା ଗୋରୁ ଖୁଆଇଦେଲେ ଅନ୍ତତଃପକ୍ଷେ ତୋଳିବାର ପରିଶ୍ରମ ତ ପଡ଼ିବ ...

ଓଡ଼ିଶା ଓ ମାଓବାଦ

ଓଡ଼ିଶା ଓ ମାଓବାଦ

ଯଶୋବନ୍ତ ସେଠୀ ଦୀର୍ଘ ଷାଠିଏ ଦଶକରେ ନକ୍ସଲବାଡ଼ିରୁ ଅଙ୍କୁରୋଦ୍‌ଗମ ହୋଇଥିବା ଚାରୁ ମଜୁମଦାରଙ୍କ ନକ୍ସଲବାଦ ରୂପକ ଚାରାଗଛଟି ଆଜି ହିଂସ୍ର ମାଓବାଦ ରୂପକ ପୂର୍ଣ୍ଣ ବୟସ୍କ ବୃକ୍ଷରେ ପରିଣତ ହୋଇଯାଇଛି। ମାଓ ସେ ତୁଙ୍ଗଙ୍କର ମୌଳିକ ତତ୍ତ୍ୱକୁ ଅତିରଞ୍ଜିତ କରି ଆଜିର ତଥାକଥିତ ମାଓବାଦୀ ବୋଲାଉଥିବା ଏହି ସଂଗଠନର ପ୍ରତିଟି କାର୍ଯ୍ୟକଳାପକୁ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ କରି ଦେଖିଲେ ଆତଙ୍କବାଦୀ, ସନ୍ତ୍ରାସବାଦୀ ଓ ମାଓବାଦୀଙ୍କ ଭିତରେ ବିଶେଷ କିଛି ଫରକ ମିଳିବ ନାହିଁ। ଦେଶର ଅନ୍ତଃସୁରକ୍ଷା ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଥିବା ଏହି ନିଷିଦ୍ଧ ସଂଗଠନ ବରଂ ଆତଙ୍କବାଦଠାରୁ ବହୁ ଗୁଣରେ ଅଧିକ କ୍ଷତିକାରକ ବୋଲି ପ୍ରମାଣିତ ହୋଇ ...

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷା ଗ୍ରହଣରେ କୌଣସି ବୟସର ପ୍ରତିବନ୍ଧକ ନାହିଁ। ପରିଣତ ବୟସରେ ବ୍ୟକ୍ତି ମଧ୍ୟ ସ୍କୁଲ, କଲେଜ ଶିକ୍ଷା ସମ୍ପୂର୍ଣ୍ଣ କରିବା ପାଇଁ ବ୍ୟଗ୍ରତା ଦେଖାଉଥିବାର ନଜିର ରହିଛି। ହରିୟାଣା ଫତେହାବାଦ ଜିଲା ଗୋରଖପୁର ଗ୍ରାମର ଦିବ୍ୟାଙ୍ଗ ମହିଳା ସୁନୀତା ଯାହା କରି ଦେଖାଇଛନ୍ତି ତାହା ଅନନ୍ୟ। ଜଣେ ଦିନମଜୁରିଆଙ୍କ ସ୍ତ୍ରୀ ସୁନୀତା। ଅଳ୍ପ ବୟସରୁ ବିବାହ ହୋଇଯାଇଥିବାରୁ ପାଠପଢାରେ ଡୋରି ବନ୍ଧାଯାଇଥିଲା। କିନ୍ତୁ ପାଠ ପ୍ରତି ତାଙ୍କର ଥିଲା ପ୍ରବଳ ଆଗ୍ରହ। ଦୁଇ ସନ୍ତାନର ମା’ ସୁନୀତାଙ୍କର ଏଭଳି ଆଗ୍ରହ ଦେଖି ସ୍ବାମୀ ତାଙ୍କୁ ସୁଯୋଗ ଦେଲେ। ଗାଁ ସ୍କୁଲରେ ନା ଲେଖାଇଲେ ସୁନୀତା। ପୁଅ ଝିଅଙ୍କ ସହ ସ୍କୁଲ ଗଲେ। ବଡ ଝିଅ ଜେବିକା ଷଷ୍ଠ ଏବଂ ସାନ ପୁଅ ଡେବିଡ ତୃତୀୟ ଶ୍ରେଣୀରେ ପଢୁଛନ୍ତି। ସୁନୀତା ଦିବ୍ୟାଙ୍ଗ ହୋଇଥିବାରୁ ପ୍ରତିଦିନ ସ୍ବାମୀ ତାଙ୍କର ସ୍ତ୍ରୀ, ପୁଅ, ଝିଅଙ୍କୁ ସ୍କୁଲ ଛାଡିବାକୁ ...

ସମ୍ପାଦକୀୟ/ ଗରିବ ରହିଯିବା

ସମ୍ପାଦକୀୟ/ ଗରିବ ରହିଯିବା

କର୍ନାଟକ ବିଧାନସଭା ନିର୍ବାଚନ ଶେଷ ହେବା ପରଠାରୁ ଭାରତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲ୍‌ ଦର ପ୍ରତିଦିନ ବୃଦ୍ଧି ପାଇ ଚାଲିଛି। ଏହି ନିର୍ବାଚନର ୧୯ଦିନ ପୂର୍ବରୁ ତୈଳ ଦର ବୃଦ୍ଧି ଘଟିଥିଲା। ଭୋଟ୍‌ ଥିବାରୁ କେନ୍ଦ୍ର ସରକାର ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ ପକାଇ ଏହି ବୃଦ୍ଧି ଧାରାକୁ ସାମୟିକ ବନ୍ଦ କରିଦେଇଥିଲେ। ଏବେ ଯେଉଁ ହାରରେ ଏହି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟୁଛି, ତାହା ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କଲାଣି। କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଘଟୁଥିବା ଦର୍ଶାଇ ଏବଂ ରାଜ୍ୟଗୁଡ଼ିକ ଭାଟ୍‌ ହ୍ରାସ କରୁ ନ ଥିବା କହି ନିଜ ଉପରୁ ଦୋଷ ଖସାଇବାକୁ ପ୍ରୟାସ କରୁଛନ୍ତି। ତୈଳ ଉପରେ କେନ୍ଦ୍ର ସରକାର ନେଉଥିବା ଉତ୍ପାଦ ଶୁଳ୍କ ହ୍ରାସ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି। ...

ତିନି ମାସରେ ନଦୀ ନୀତି

ତିନି ମାସରେ ନଦୀ ନୀତି

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ମହାନଦୀକୁ ନେଇ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ମେ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗର ‘ସମୀକ୍ଷା’ ପରେ ସନ୍ଧ୍ୟାରେ ଟୁଇଟରରେ ଅନେକ କଥା କହିଥିଲେ, କିନ୍ତୁ ତହିଁରେ ମହାନଦୀର ନାଁ ନ ଥିଲା। ହଠାତ୍‌ ତା’ ପରଦିନ ବିଭାଗର ପ୍ରମୁଖ ସଚିବ କୌଣସି ସବିଶେଷ ତଥ୍ୟ ନ ଦେଇ ଘୋଷଣା କରିଦେଲେ ଯେ ରାଜ୍ୟ ସରକାର ମହାନଦୀରେ ସାତଟି ଏବଂ ତାହାର ଉପନଦୀଗୁଡ଼ିକରେ ଆହୁରି ୨୨ଟି ଆନିକଟ ତିଆରି କରିବେ। ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ କୁଆଡ଼େ ପ୍ରମୁଖ ସଚିବ କହିଲେ ଯେ, ମହାନଦୀର ପ୍ରାୟ ୫୨ ପ୍ରତିଶତ ଜଳ ସମୁଦ୍ରକୁ ବହିଯାଉଛି ଏବଂ ସେହି ନଷ୍ଟ ହୋଇଯାଉଥିବା ଜଳକୁ ରୋକି ...

ଅତି ପ୍ରତ୍ୟାଶା ଠିକ୍‌ ନୁହେଁ

ଅତି ପ୍ରତ୍ୟାଶା ଠିକ୍‌ ନୁହେଁ

ରଞ୍ଜନ ସାହୁ ପିଲାମାନଙ୍କ ପଢ଼ାପଢ଼ିରେ ମାତାପିତାଙ୍କର ଅନୁପ୍ରବେଶ ଓ ଅତିରିକ୍ତ ହସ୍ତକ୍ଷେପ ବର୍ତ୍ତମାନ ସମାଜରେ ପ୍ରଭୂତ ପରିମାଣରେ ପରିଦୃଷ୍ଟ ହେଉଛି। ପ୍ରତ୍ୟେକ ମଣିଷ ଚାହଁୁଛି ସେମାନଙ୍କ ପିଲା ସବା ଆଗରେ ରହୁ। ଅନ୍ୟ ସମସ୍ତଙ୍କୁ ଅତିକ୍ରମ କରି ନିଜର ପରାକାଷ୍ଠା, ପାରଦର୍ଶିତା ପ୍ରତିପାଦନ କରୁ। ତା’ର ପ୍ରାଜ୍ଞତା ସର୍ବଜନବିଦିତ ହେଉ! ଏ ପରିସ୍ଥିତିରେ ପିଲାମାନଙ୍କ ମଧ୍ୟରେ ଯେଉଁ ଘୋଡ଼ାଦୌଡ଼ ହୁଏ, ସେଥିରେ କେତେକ କୃତକାର୍ଯ୍ୟ ହେଉଥିଲେ ହେଁ ଅନେକେ ବିଫଳ ହୋଇ ଭଗ୍ନ ମନୋରଥରେ ବ୍ୟର୍ଥତାର ଶିକାର ହୁଅନ୍ତି ଏବଂ ମାନସିକ ବିଷାଦ ଭୋଗନ୍ତି। ଏଥିପାଇଁ ମାତାପିତା ସମ୍ପୂର୍ଣ୍ଣଭାବେ ଦାୟୀ।...

ଏଇ ଭାରତରେ

ଏଇ ଭାରତରେ

ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କିନ୍ତୁ କେତେକ ଶିକ୍ଷକ ପିଲାମାନଙ୍କ ଦୋଷ ନ ଥିଲେ ମଧ୍ୟ ସେମାନଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍‌ ଅନ୍ତର୍ଗତ ଏକ ସରକାରୀ ପ୍ରାଥମିକ ସ୍କୁଲରେ ଜଣେ ଛାତ୍ରଙ୍କୁ ଅଧ୍ୟକ୍ଷ ଲୁହାରଡ୍‌ରେ ପିଟିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୧୧ ବର୍ଷର ଛାତ୍ର ରାହୁଲଙ୍କର ଦୋଷ ଥିଲା ଯେ ସେ ମଧ୍ୟାହ୍ନ ଭୋଜନର ମାନ ଉପରେ ପ୍ରଶ୍ନ ଉଠାଇଥିଲେ। ଖାଦ୍ୟ ଭଲ ଲାଗୁ ନାହିଁ ବୋଲି ଅଧ୍ୟକ୍ଷ ନାସ୍‌ରିନ୍‌ ବାନୋଙ୍କ ନିକଟରେ ଅଭିଯୋଗ କରିଥିଲେ। ଏତିକିରେ ବାନୋ ରାଗିଯାଇଥିଲେ। ପାଖରେ ଥିବା ଲୁହାରଡ୍‌ରେ ...

ସମ୍ପାଦକୀୟ/ପରିବେଶ କଥା ପରେ

ସମ୍ପାଦକୀୟ/ପରିବେଶ କଥା ପରେ

ଜଳବାୟୁ ପରିବର୍ତ୍ତନ ପୃଥିବୀ ପାଇଁ ବୃହତ୍‌ ବିପଦ ଭାବେ ଉଭା ହୋଇଥିବାରୁ ତାହାକୁ ନେଇ ଚାରିଆଡ଼େ ଚିନ୍ତା ପଶିଛି। ଅନ୍ତର୍ଜାତୀୟ ସ୍ତରରେ ପ୍ରତିବର୍ଷ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହେଉଛି। କିଭଳି ପଦକ୍ଷେପ ନେଲେ ଏଥିରୁ ତ୍ରାହି ମିଳିପାରିବ ସେହି ଦିଗରେ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପ୍ରସ୍ତାବ ରଖି ଚାଲୁଛନ୍ତି । ହେଲେ ସେମାନେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାରୁ ସମ୍ମଳିନୀରୁ କୌଣସି ନିଷ୍କର୍ଷ ମିଳିପାରୁ ନାହିଁ। ନିକଟରେ ଦକ୍ଷିଣ ଆଫ୍ରିକାର ଡର୍ବାନଠାରେ ୨୬ତମ ବାସିକ୍‌ (ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଭାରତ ଏବଂ ଚାଇନା) ପରିବେଶ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଅବସରରେ ଭାରତର ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ ଜଳବାୟୁ ପରିବର୍ତ୍ତନ ନେଇ ବିକଶିତ ରାଷ୍ଟ୍ର ଉପରେ ଦୋଷ ଲଦିଥିଲେ। ସେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ...

କୌଶଳ ବିକାଶ ଯୋଜନା

କୌଶଳ ବିକାଶ ଯୋଜନା

ସହଦେବ ସାହୁ ପୃଥିବୀରେ ଜନ୍ମହାର ହ୍ରାସ ଓ ଆୟୁଷ ବୃଦ୍ଧି ଯୋଗୁ କର୍ମକ୍ଷମ ଅର୍ଥାତ୍‌ ୧୮ରୁ ୫୫ ବର୍ଷର ଲୋକଙ୍କ ଅନୁପାତ ମୋଟ ଜନସଂଖ୍ୟା ତୁଳନାରେ କମି କମି ଯାଉଛି, ଫଳରେ ବୟସ୍କ ଲୋକଙ୍କ ପାଇଁ ଦେଶର ବ୍ୟୟ ବଢୁଛି କିନ୍ତୁ ରୋଜଗାରକ୍ଷମ ଲୋକଙ୍କ ସଂଖ୍ୟା କମୁଥିବାରୁ ଆୟ କମୁଛି। କମ୍‌ ସଂଖ୍ୟାର ରୋଜଗାରୀଙ୍କ ଉପରେ ବେଶି ସଂଖ୍ୟାର ବସି ରହୁଥିବା ଲୋକ ନିର୍ଭର କରୁଛନ୍ତି; ଅନ୍ୟ ଉପରେ ନିର୍ଭରଶୀଳତା- ଡିପେଣ୍ଡେନ୍ସି ରେସିଓ ବଢୁଛି। ଏ ଦୃଷ୍ଟିରୁ ଆମ ଦେଶ ଭଲ ଅବସ୍ଥାରେ ଅଛି, କର୍ମକ୍ଷମ ଲୋକସଂଖ୍ୟା ବଢି ବଢି ଚାଲିଛି। ସମସ୍ତେ ରୋଜଗାରରେ ଲାଗିଗଲେ, ଭାରତ ଜନସଂଖ୍ୟା ବୃଦ୍ଧିର ଲାଭ (ଡିମୋଗ୍ରାଫିକ୍‌ ଡିଭିଡେଣ୍ଡ) ଉଠାଇବ। ...

ଜାତୀୟ ସଂହତି ଓ ଭଞ୍ଜ

ଜାତୀୟ ସଂହତି ଓ ଭଞ୍ଜ

ଡା. ଶୈଳେଶ୍ୱର ନନ୍ଦ ସପ୍ତଦଶ ଶତାବ୍ଦୀର ଶେଷଭାଗରେ ଘୁମୁସର ରାଜ ପରିବାରରେ ଜନ୍ମନେଲେ କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ। ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟକୁ ପଦାଘାତ କରି ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାର ସଂକଳ୍ପ ନେଇ ସୃଷ୍ଟି କରିଥିଲେ ସଂସ୍କୃତ ସାହିତ୍ୟର ସମକକ୍ଷ ଅସଂଖ୍ୟ କାବ୍ୟକବିତା। ସମଗ୍ର ଭାରତବର୍ଷକୁ ନିଜର କର୍ମଭୂମି କରି ଓଡ଼ିଶାର ସାଂସ୍କୃତିକ ଚେତନା ଓ ଗର୍ବଗୌରବକୁ ଜାତୀୟ ସ୍ତରରେ ସଂସ୍ଥାପିତ କରିବାର ଇଚ୍ଛାନେଇ ସେ ଆଣିଥିଲେ ଏକ ଜାତୀୟ ସଂହତି ନିଜର ସୃଜନଶୀଳ କାବ୍ୟକବିତା ମାଧ୍ୟମରେ। ଉତ୍ତରଭାରତଠାରୁ ଦକ୍ଷିଣଭାରତ ପର୍ଯ୍ୟନ୍ତ, ପଶ୍ଚିମଭାରତରୁ ପୂର୍ବଭାରତ ପର୍ଯ୍ୟନ୍ତ ସମସ୍ତ ଭାରତ ଭୂଖଣ୍ଡର ପ୍ରାକୃତିକ ଶୋଭା, ...

ଏଇ ଭାରତରେ

ଏଇ ଭାରତରେ

ବିଦେଶରେ ବଡ଼ କମ୍ପାନୀରେ ଚାକିରି, ବାର୍ଷିକ ୧୫ ଲକ୍ଷ ଟଙ୍କାର ପ୍ୟାକେଜ, କମ୍ପାନୀ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗକୁ ଛାଡି କେହି କ’ଣ ରାଜରାସ୍ତାକୁ ଓହ୍ଲାଇ ଆସିବାକୁ ପସନ୍ଦ କରିବେ? ଆଜିର ଯୁବପିଢ଼ିକୁ ଯଦି ଏହି ପ୍ରଶ୍ନ କରାଯିବ ତେବେ ନା ଶବ୍ଦ ହିଁ ଶୁଣିବାକୁ ମିଳିବ। କିନ୍ତୁ ଉତ୍ତରାଖଣ୍ଡର ପୌଡି ଜିଲା ସମ୍ପଲା ଗ୍ରାମନିବାସୀ ୩୬ ବର୍ଷୀୟ ପ୍ରମୋଦ ବମରାଡାଙ୍କ କ୍ଷେତ୍ରରେ ମୋଟାଅଙ୍କର ଦରମା, ବିଳାସ ସବୁ ତୁଚ୍ଛ ହୋଇଗଲା। ଆମେରିକାର ଏକ ବଡ କମ୍ପାନୀ ଚାକିରି ଛାଡି ସେ ଫେରିଆସିଛନ୍ତି ଗାଁକୁ। ଦିଲ୍ଲୀରୁ ଏକ ନାମୀ କଲେଜରୁ ଏମ୍‌ବିଏ କରିବା ପରେ ସେ ଆମେରିକାର ମେଟ୍ରୋ ଡିଜାଇନ କରୁଥିବା କମ୍ପାନୀ ଏକାମ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ବାର୍ଷିକ ପ୍ୟାକେଜ ଥିଲା ...