ସମ୍ପାଦକୀୟ |

ବିଶ୍ୱ ଜୀବନର ଶିଳ୍ପୀ

ବିଶ୍ୱ ଜୀବନର ଶିଳ୍ପୀ
ଡ. ପ୍ରଫୁଲ୍ଲ କୁମାର ସାହୁ ଓଡ଼ିଆ ଯାତ୍ରା ସାହିତ୍ୟର ବିକାଶ କ୍ରମରେ ଯେଉଁମାନେ ବତିଖୁଣ୍ଟ ପରି ଓଡ଼ିଶାର ଜନଜୀବନକୁ ଆଲୋକିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଗଣକବି ବୈଷ୍ଣବ ପାଣି ଅଗ୍ରଗଣ୍ୟ। କଟକ ଜିଲା ମାହାଙ୍ଗା ଥାନାର କୋଠପଦା ଗ୍ରାମରେ ୧୮୮୨ ମସିହା କୁମାରପୂର୍ଣ୍ଣିମା ରାତିରେ ଜନ୍ମଗ୍ରହଣ କରିଥିବା ଗଣକବି ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଅଭିନୟ, ଓସ୍ତାଦି, ଗୀତ ରଚନା, ନାଟ୍ୟ ରଚନା, ସଙ୍ଗୀତ ସଂଯୋଜନା ଆଦି ନାଟ୍ୟକଳାର ପ୍ରତ୍ୟେକ ବିଭାଗରେ ଥିଲା ତାଙ୍କର ସଶ୍ରଦ୍ଧ ପ୍ରବେଶ। ସବୁଠି ପୁଣି ସିଦ୍ଧିର ସ୍ବାକ୍ଷର। ଏ ସଫଳତା ତାଙ୍କୁ ମିଳିଛି ବିନା ଗୁରୁରେ। କାରଣ ପାଣି ଥିଲେ ନିଜେ ନିଜର ଆଦର୍ଶ। ଜଣେ ମୌଳିକ ଯାତ୍ରାକାର। ଦାରିଦ୍ର୍ୟ ତାଙ୍କୁ ଉଚ୍ଚଶିକ୍ଷା ଲାଭରୁ ବଞ୍ଚତ୍ତ କରିଥିଲା ସତ, ମାତ୍ର ତାଙ୍କ ହାତରୁ ଛଡେଇ ନେଇପାରି ନ ଥିଲା କଲମ। ମାହାଙ୍ଗା ନିକଟସ୍ଥ କଅଁରପୁର ଗ୍ରାମରେ ପ୍ରତିଷ୍ଠିତ ଦେବତା ବିନୋଦବିହାରୀଙ୍କ ଆଶୀର୍ବାଦ ତଥା ସ୍ବୀୟ ସାଧନା ବଳରେ ମାତ୍ର ୨୧ ବର୍ଷ ବୟସରେ ତାଙ୍କ କଲମରୁ ଜନ୍ମ ନେଇଥିଲା ପ୍ରଥମ ଗୀତିନାଟ୍ୟ ‘ମେଘନାଦ ବଧ’। ଏହା ତାଙ୍କୁ ଏତେ ସଫଳତା ଆଣିଦେଲା ଯେ ଆଉ ପଛକୁ ଫେରି ଚାହିଁବା ପାଇଁ ମିଳିଲାନି ଅବସର। ତାଙ୍କ ଅଜସ୍ରସ୍ରାବୀ ଲେଖନୀରୁ ଆମତ୍ପ୍ରକାଶ କଲା ‘ରଙ୍ଗସଭା’, ‘ନଳଦମୟନ୍ତୀ’, ‘ଧ୍ରୁବଚରିତ’, ‘ଦାନବୀର ହରିଶ୍ଚନ୍ଦ୍ର’, ‘ଦକ୍ଷଯଜ୍ଞ’, ‘ରାବଣବଧ’, ‘କୀଚକବଧ’, ‘କପଟପାଶା’, ‘ଶ୍ରୀୟା ଚଣ୍ଡାଳୁଣୀ’, ‘ଭକ୍ତ ସୁଦାମା’ ଓ ‘ବସନ୍ତରାସ’ ଆଦି ଶତାଧିକ କାଳଜୟୀ ଗୀତିନାଟ୍ୟ। ତାଙ୍କ ଯାତ୍ରାର ଲୋକପ୍ରିୟତା ସମ୍ପର୍କରେ ଜଣେ ଆଲୋଚକ ଲେଖିଛନ୍ତି, ଯେଉଁଠି ବୈଷ୍ଣବ ପାଣି ଗୀତିନାଟ୍ୟ ପରିବେଷଣ କରନ୍ତି ସେଠାରେ ଯେଭଳି ଜନସମାଗମ ହୁଏ ତାହା ବର୍ଣ୍ଣନାତୀତ। ରାତ୍ରି କାଳରେ ଜନଶୂନ୍ୟ ହୋଇଯାଏ ସାହିବସ୍ତି। ଫଳରେ ସେଠାରେ ବୃଦ୍ଧି ପାଏ ଚୋରି ଡକାୟତି ଆଦି ଅସାମାଜିକ କାର୍ଯ୍ୟ। କଟକ ସହରରେ ଏଭଳି ଅବସ୍ଥା ଉପୁଜିବାରୁ ସହରରେ ପାଣିଙ୍କ ଯାତ୍ରା ପରିବେଷଣ ଉପରେ କଟକଣା ଜାରି କରିଥିଲେ ତତ୍କାଳୀନ ପୋଲିସ ଅଧିକାରୀ ଶ୍ରୀକୃଷ୍ଣ ମହାପାତ୍ର। ପାଶ୍ଚାତ୍ୟ ପ୍ରଭାବରେ ଓଡ଼ିଆ ନାଟକ ଯେତେବେଳେ ବିଲୁପ୍ତପ୍ରାୟ, ଠିକ୍‌ ସେତିକିବେଳେ ନିଜ ଅସାଧାରଣ ପ୍ରତିଭାର ଯାଦୁକରୀ ସ୍ପର୍ଶରେ ପ୍ରଚଳିତ ଭାବ, ଭାଷା ଓ ଶୈଳୀକୁ ମାର୍ଜିତ କରି ସେ ଯାତ୍ରା ସାହିତ୍ୟକୁ ଦେଲେ ନୂଆ ଦିଗନ୍ତ। ଗୀତିନାଟ୍ୟକୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ସେ ହିଁ ପ୍ରଥମେ ସଙ୍ଗୀତ ସହିତ ସଂଯୋଜିତ କଲେ ଗଦ୍ୟସଂଳାପ। ଆଜି ଭଳି ସେତେବେଳେ ନ ଥିଲା ମୁକ୍ତ ରଙ୍ଗମଞ୍ଚରେ ବିଜୁଳି ଆଲୁଅର ମଞ୍ଚମାୟା। ସାମାନ୍ୟ ବାଦ୍ୟଯନ୍ତ୍ରକୁ ସମ୍ବଳକରି ପରିବେଷିତ ହେଉଥିଲା ଯାତ୍ରା। ମାତ୍ର ଗଣକବିଙ୍କୁ ଜଣାଥିଲା ସଙ୍ଗୀତ ଓ ସଂଳାପ ମାଧ୍ୟମରେ ବିଶାଳ ଜନଅରଣ୍ୟକୁ ଆକୃଷ୍ଟ କରିବାର କଳା। ସେ ଜନତାର ରସ ପିପାସାକୁ ବୁଝିଥିଲେ ଏବଂ ତା’ର ବୋଧଶକ୍ତିକୁ ସ୍ପର୍ଶ କଲାଭଳି ଚରିତ୍ର ଓ ପରିବେଶ ନିର୍ମାଣ କରି ଦର୍ଶକର ମନରେ ସୃଷ୍ଟିକରି ପାରିଥିଲେ ଉନ୍ମାଦନାଭରା ଶିହରଣ। ତେଣୁ ଶବ୍ଦଚୟନ ଓ ସ୍ବରଲାଳିତ୍ୟ ଗଣକବିଙ୍କ ସଙ୍ଗୀତରେ ସୃଷ୍ଟି କରିଛି ଅପୂର୍ବ ମାୟା। ଏହାକୁ ଆହୁରି ବର୍ଣ୍ଣାଢ୍ୟ କରିଛି ଯମକ ଓ ଅନୁପ୍ରାସ ପ୍ରୟୋଗ। ପାଣିଙ୍କ ଲେଖନୀଚାଳନା ପରେ ବଦଳିଗଲା ଓଡ଼ିଆ ଯାତ୍ରାର ରୂପରେଖ। ଦର୍ଶକଙ୍କୁ ଆମୋଦିତ, ଆଲୋଡିତ ଓ ଆହ୍ଲାଦିତ କଲା ବାକ୍ୟ ବିନ୍ୟାସର ବ୍ୟଞ୍ଜନା ଓ ହାସ୍ୟର ଆକ୍ରମଣକାରୀ ରୂପ। ପାଣିକବି ଥିଲେ ଓଡ଼ିଆ ଜାତି ଓ ଯାତ୍ରାର ଧର୍ମପଦ। ଆଶା ଓ ଆନନ୍ଦର ବିଶ୍ୱାସବୋଧ ତଥା ସତ୍ୟ ଓ ନ୍ୟାୟର ମୂଲ୍ୟବୋଧକୁ ଉପଲବ୍‌ଧି କରି ତା’ର ନାନ୍ଦନିକ ନିର୍ଯ୍ୟାସକୁ ସେ ପରଷିଛନ୍ତି କଳାର ପାଟବରେ। କଳାକୁ ଜୀବନ ସହିତ ମିଶେଇଦେବାରେ ସେ ଜଣେ ସାର୍ଥକ ଶିଳ୍ପୀ। ଗଣ ଜୀବନାଦର୍ଶର ପ୍ରତିଫଳନ ହିଁ ତାଙ୍କ ସାହିତ୍ୟର ମୂଳକଥା। ପାଣିକବି ଥିଲେ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ଗାନ୍ଧିଜୀଙ୍କ ଆଦର୍ଶ ଓ ଆହ୍ବାନକୁ ଖୋଲାଖୋଲି ଭାବେ ପ୍ରଚାରକରି ସ୍ବାଧୀନତା ପାଇଁ ସୃଷ୍ଟି କରିଛନ୍ତି ଜନଜାଗରଣ। ତାଙ୍କ ‘ଭାରତମାତାର ଶୋକ’, ‘ଗାନ୍ଧୀ ଭାଗବତ’, ‘ମୂଲିଆ ପୁଅ’, ‘ଶ୍ରୀମନ୍ଦିରରେ ହରିଜନ ପ୍ରବେଶ’ ଆଦି ରଚନାରେ ରହିଛି ଜାତୀୟତାବାଦୀ ଭାବନାର ଉଦାତ୍ତ ଉଚ୍ଚାରଣ। ସଙ୍ଗୀତ ମାଧ୍ୟମରେ ଚଟୁଳ ହାସ୍ୟରସ ପରିବେଷଣ ହେଉଛି ପାଣି ସାହିତ୍ୟର ଅନ୍ୟତମ ଚମକତ୍ାରିତା। କେବଳ ମନୋରଞ୍ଜନ ବା ଲଘୁ ପରିବେଶ ସୃଷ୍ଟି ତାଙ୍କ ହାସ୍ୟରସ ପରିବେଷଣର ଲକ୍ଷ୍ୟ ନୁହେଁ। ଶାଣିତ କଟୂକ୍ତିଭରା ହାସ୍ୟରସ ତାଙ୍କର ସମ୍ପୂର୍ଣ୍ଣ ନୀତିଶିକ୍ଷାମୂଳକ ଓ ସଂସ୍କାରଧର୍ମୀ। ନିଶା ସେବନ ଓ ମଦ୍ୟପାନର କୁପରିଣାମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାର ଆଭିମୁଖ୍ୟ ନେଇ ସେ ଲେଖିଛନ୍ତି- ”ଛି ଛି ମଦ ପିଇବି ନାହିଁ, କଳାପାଣି ପରି ଦିଶେ/ ସେହି କଳାପାଣି ପେଟରେ ପଡ଼ିଲେ ଚଉଦ ଭୁବନ ଦିଶେ।“ଦେବତାର ମାନବାୟନ ପାଣି ସାହିତ୍ୟର ସାର ସମ୍ପଦ। ଜଣେ ଏକନିଷ୍ଠ ଭକ୍ତକବି ଭାବେ ଗଣକବି ଅଜସ୍ର ଭଜନ, ଜଣାଣ ରଚନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନିବେଦନ କରିଛନ୍ତି ଅନ୍ତରର ଭକ୍ତି ଭାବନା। ତାଙ୍କ ଜୀବନ ଥିଲା ସଂଘର୍ଷମୟ। ବ୍ୟଥା, ବେଦନା ଓ ଯନ୍ତ୍ରଣା ଭିତରେ ବିତିଥିଲା ସମଗ୍ର ଜୀବନ। ସେଥିପାଇଁ ଦୁଃଖରେ କାତର ହୋଇ ମହାପ୍ରଭୁଙ୍କୁ ଗାଳି ବି ଦେଇଛନ୍ତି ଅଭିମାନବ୍ୟଞ୍ଜିତ ସ୍ବରରେ। ପାଣି ସାହିତ୍ୟ ଗଣଜୀବନର ବିଶ୍ୱକୋଷ। ପଲ୍ଲୀ ଜୀବନ ପ୍ରବାହର ମାଧୁର୍ଯ୍ୟ ଓ ସୌନ୍ଦର୍ଯ୍ୟରେ ଏହା କେବଳ ରସୋତୀର୍ଣ୍ଣ ନୁହେଁ କାଳୋତୀର୍ଣ୍ଣ। ସେ ନିଃସ୍ବ ହୋଇ ମଧ୍ୟ ବିଶ୍ୱଜୀବନର ଶିଳ୍ପୀ। ଗଣହୃଦୟର ମୁକୁଟବିହୀନ ସମ୍ରାଟ୍‌। ୧୯୫୬ ମସିହା ବୈଶାଖ ଅମାବାସ୍ୟାରେ ସେ ଦେହତ୍ୟାଗ କଲେ ସତ କିନ୍ତୁ କାଳବକ୍ଷରେ ଚିର ଅମ୍ଳାନ ହୋଇ ରହିଛି ଓ ରହିବ ତାଙ୍କ ସାହିତ୍ୟର ସୁରଭି ଓ ଦ୍ୟୋତନା। ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ-୯୪୩୮୮୫୫୦୮୮
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...