ଫୁରସତ |

ପୃଥିବୀର ସର୍ବବୃହତ୍‌ ଆଗ୍ନେୟଗିରି କ୍ଷେତ୍ର

ପୃଥିବୀର ସର୍ବବୃହତ୍‌ ଆଗ୍ନେୟଗିରି କ୍ଷେତ୍ର
ଲଣ୍ଡନ: ବୈଜ୍ଞାନିକମାନେ ବିଶ୍ୱର ସର୍ବବୃହତ୍‌ ଆଗ୍ନେୟଗିରି କ୍ଷେତ୍ର ଆବିଷ୍କାର କରିଛନ୍ତି। ଆଣ୍ଟର୍କଟିକାର ବରଫ ପୃଷ୍ଠର ୨ କି.ମି. ଗଭୀରତାରେ ପ୍ରାୟ ୧୦୦ ଆଗ୍ନେୟଗିରି ରହିଥିବା ସେମାନେ ଜାଣିବାକୁ ପାଇଛନ୍ତି। ବ୍ରିଟେନର ଏଡିନବର୍ଗ ୟୁନିଭର୍ସିଟି ଗବେଷକମାନେ ଚକିତ କରିଦେବା ଭଳି ୯୧ଟି ଆଗ୍ନେୟଗିରି ଠାବ କରିଛନ୍ତି। ଏହାପୂର୍ବରୁ ଆଣ୍ଟର୍କଟିକାରେ ୪୭ଟି ଆଗ୍ନେୟଗିରିର ସନ୍ଧାନ ମିଳିଥିଲା। ସୁଇଜରଲାଣ୍ଡର ଏଇଗର ଆଗ୍ନେୟଗିରିର ଉଚ୍ଚତା ୪୦୦୦ ମିଟର। ନବ ଆବିଷ୍କୃତ ଆଗ୍ନେୟଗିରିଗୁଡ଼ିକର ଉଚ୍ଚତା ୧୦୦ ମିଟରରୁ ୩,୮୦୦ ମିଟର। ସେଗୁଡ଼ିକ ମୋଟା ବରଫର ଆବରଣରେ ଆଚ୍ଛାଦିତ ହୋଇ ରହିଛି। ଏହି ସକ୍ରିୟ ଆଗ୍ନେୟଗିରିଗୁଡ଼ିକ ଯେଉଁ ସ୍ଥାନରେ ରହିଛି ତାକୁ ପଶ୍ଚିମ ଆଣ୍ଟର୍କଟିକା ରିଫ୍ଟ ସିଷ୍ଟମ କୁହାଯାଏ। ଏସବୁ ଆଣ୍ଟର୍କଟିକାର ରୋସ୍‌ ବରଫ ଶିଳାରୁ ଆଣ୍ଟର୍କଟିକା ଉପଦ୍ୱୀପ ଯାଏ ୩,୫୦୦ କି.ମି. ବିସ୍ତୃତ ଅଞ୍ଚଳରେ ଅବସ୍ଥିତ। ଏଡିନବର୍ଗ ୟୁନିଭର୍ସିଟିର ଗବେଷକ ରୋବର୍ଟ ବିଙ୍ଗ୍‌ହାମ୍‌ କହିଛନ୍ତି, ଏତେ ସଂଖ୍ୟକ ଆଗ୍ନେୟଗିରି ଠାବ ହେବ ବୋଲି ସେମାନେ ଆଶା କରି ନ ଥିଲେ। ସେଠାରେ ଆହୁରି ଅନେକ ଆଗ୍ନେୟଗିରି ଥାଇପାରେ ବୋଲି ଅନୁମାନ କରାଯାଉଛି। ପୂର୍ବ ଆଫ୍ରିକାର ଯେଉଁ ଅଞ୍ଚଳରେ ନିୟାରିଗୋଙ୍ଗୋ, କିଲିମାଞ୍ଜାରୋ ଏବଂ ଲଙ୍ଗୋନୋଟ୍‌ ପର୍ବତମାଳାରେ ଅବସ୍ଥିତ ସେହି କ୍ଷେତ୍ରକୁ ବିଶ୍ୱର ସର୍ବବୃହତ୍‌ ଆଗ୍ନେୟଗିରି କ୍ଷେତ୍ର ବୋଲି ପୂର୍ବରୁ କୁହାଯାଉଥିଲା। ଏବେ ଆଣ୍ଟର୍କଟିକାର ଏହି କ୍ଷେତ୍ର ଉକ୍ତ ମାନ୍ୟତା ଲାଭ କରିଛି। ଆଗ୍ନେୟଗିରି ଉଦ୍‌ଗିରଣ ହେଲେ ବରଫାଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବ। ଫଳରେ ବରଫ ତରଳି ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ବିଙ୍ଗ୍‌ହାମ ସତର୍କ କରାଇଦେଇଛନ୍ତି।
All Right Reserved By

ଫୁରସତ |

୭୨ ଘଣ୍ଟା ନୋ ଟଏଲେଟ୍‌

୭୨ ଘଣ୍ଟା ନୋ ଟଏଲେଟ୍‌

ବିବାହ ସମୟରେ ୭୨ ଘଣ୍ଟା ଟଏଲେଟ ନ ଯିବା ବିଶ୍ୱର ଟିଡୋଙ୍ଗ ଆଦିବାସୀ ସମ୍ପ୍ରଦାୟର ଏକ ପ୍ରାଚୀନ ପରମ୍ପରା। ଏହି ପରମ୍ପରା ଅନୁସାରେ ନବବିବାହିତଙ୍କୁ ବିବାହ ଦିନଠାରୁ ୩ ଦିନ ପର୍ଯ୍ୟନ୍ତ ଟଏଲେଟ୍‌ ବ୍ୟବାହର କରିବାକୁ ଦିଆଯାଇ ନ ଥାଏ। 

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

ନୂଆଦିଲ୍ଲୀ, ୨୩।୧: ଯଦି ମନୋବଳ ଦୃଢ, ତେବେ ଜୀବନରେ ଯେ କୌଣସି ଝଡଝଞ୍ଜା ଆସିଲେ ମଧ୍ୟ ତାହାର ସାମ୍ନା କରିବା ସହଜ ମନେ ହୁଏ। ଏମିତି ଜଣେ ଦୃଢମନା ବ୍ୟକ୍ତି ହେଉଛନ୍ତି ଗୁରୁଚରଣ ସିଂହ ସାନ୍ଧୁ। 

ଥଣ୍ଡାରେ କମ୍‌ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା: ପର୍ବତ ଶିଖରରେ ଚଢ଼ି ବିକିନିରେ ସେଲ୍‌ଫି ଉଠାଉଥିବା ମହିଳା ଗିଗୀ ମୃତ

ଥଣ୍ଡାରେ କମ୍‌ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା: ପର୍ବତ ଶିଖରରେ ଚଢ଼ି ବିକିନିରେ ସେଲ୍‌ଫି ଉଠାଉଥିବା ମହିଳା ଗିଗୀ ମୃତ

ତାଇଓ୍ବାନ: ବହୁତ ଲୋକଙ୍କର ପର୍ବତାରୋହଣ କରି ଶିଖର ଛୁଇଁବା ଭଳି ସଉକ ଥାଏ। ମାତ୍ର ଏପରି କରିବା ପୂର୍ବରୁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜର ସୁରକ୍ଷା ଓ ସ୍ବାସ୍ଥ୍ୟ ଆଦି ବିଷୟରେ ଧ୍ୟାନ ରଖିବା ଉଚିତ୍‌। ନଚେତ ଜୀବନ ବି ଯାଇପାରେ। ନିକଟରେ ଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ତାଇଓ୍ବାନର ଜଣେ ମହିଳା ପର୍ବତାରୋହୀ।

୧୦ ବର୍ଷରେ ଶିକାର ହେଲେଣି ୧୦୨ ଏକଶିଙ୍ଗି ଗଣ୍ଡା

୧୦ ବର୍ଷରେ ଶିକାର ହେଲେଣି ୧୦୨ ଏକଶିଙ୍ଗି ଗଣ୍ଡା

ନୋଇଡା(ୟୁପି): ୨୦୦୮ରୁ ଏପର୍ଯ୍ୟନ୍ତ ୧୦୨ ଏକଶିଙ୍ଗି ଗଣ୍ଡା ଶିକାର କରାଗଲାଣି ଏବଂ ଏଥିପାଇଁ ୨୦୯ ଶିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ଅଧିକାର ଆଇନ (ରାଇଟ୍‌ ଟୁ ଇନଫରମେଶନ୍‌) ତଥ୍ୟରୁ ଜଣାଯାଇଛି। ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନ ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି) ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ଆସାମରୁ ସର୍ବାଧିକ ୮୪ ଏକଶିଙ୍ଗି ଗଣ୍ଡା ଶିକାର କରାଯାଇଛି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ୧୭ଟି ଗଣ୍ଡା ଶିକାର କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ଗୋଟିଏ ଗଣ୍ଡାର ମୃତ୍ୟୁ ଘଟିଛି। 

ସକାଳେ ବିଛଣାଛାଡ଼ି  ଏସବୁ କାହିଁକି  ମନା...

ସକାଳେ ବିଛଣାଛାଡ଼ି ଏସବୁ କାହିଁକି ମନା...

ସକାଳେ ବିଛଣା ଛାଡିବା ପରେ ନିରୋଗ ଜୀବନଚର୍ଯ୍ୟା ଆପଣେଇବା ଆବଶ୍ୟକ। ଏହାଦ୍ୱାରା ମନ ଓ ଶରୀର ଉପରେ ପଡ଼ିଥାଏ ସକାରାତ୍ମକ ପ୍ରଭାବ।

ଚୁମ୍ବନ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଯୁବକ

ଚୁମ୍ବନ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଯୁବକ

କ୍ରିସ୍‌ ମୋନରୋ ନାମକ ଜଣେ ଯୁବକ ଏବେ ଇଣ୍ଟରନେଟର କିସିଂ ବୟ ଭାବେ ବେଶ୍‌ ପରିଚିତ। ସେ ଚୁମ୍ବନ ଦେଇ ଏବେ କୋଟି କୋଟି ଟଙ୍କା ରୋଜଗାର କରୁଥିବା କୁହନ୍ତି। ଏମିତିକି ବଲିଉଡ୍‌ ଷ୍ଟାର ତଥା ସିରିୟଲ କିସର୍‌ ଇମ୍ରାନ ହାସମିଙ୍କୁ ଏବେ ପଛରେ ପକାଇ ଦେଇଛନ୍ତି କିସିଂ ବୟ କ୍ରିସ୍‌।

ସାଙ୍ଗିଆ ପରିବର୍ତ୍ତନ

ସାଙ୍ଗିଆ ପରିବର୍ତ୍ତନ

ନିଜ ସାଙ୍ଗିଆକୁ କିଏ ବା ଭଲ ନ ପାଏ । କାରଣ ନାଁ ପରେ ଏହା ବି ମଣିଷର ପରିଚୟ ପାଲଟିଥାଏ। ତେବେ ପୁରୁଷମାନଙ୍କ କ୍ଷେତ୍ରରେ ଏହା ଶୈଶବରୁ ଆରମ୍ଭ କରି ଜୀବନର ଶେଷ ସମୟ ଯାଏ ଅପରିବର୍ତ୍ତିତ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଅନେକ ସମୟରେ ଏହା ବଦଳି ଯାଇଥାଏ...

ପାଠପଢ଼ା ଚାପ ବି ସ୍ମରଣ ଶକ୍ତିକୁ କରେ ପ୍ରଭାବିତ...

ପାଠପଢ଼ା ଚାପ ବି ସ୍ମରଣ ଶକ୍ତିକୁ କରେ ପ୍ରଭାବିତ...

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି।  ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା। 

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ କନୌଜରେ ଥିବା ମହାଦେବଙ୍କ ମନ୍ଦିର ପାଲଟିଛି ସର୍ବଧର୍ମସମନ୍ବୟର ପବିତ୍ର କ୍ଷେତ୍ର। 

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ସାଧାରଣତଃ ବିବାହ ପରେ କନ୍ୟା ବିଦା ହୋଇଥାଏ। ତେବେ ଝାଡ଼ଖଣ୍ଡ ଉତ୍ତର ଛୋଟନାଗପୁର ଅଞ୍ଚଳରେ ରହିଛି ଏକ ପରମ୍ପରା। ଏଠାରେ ବିବାହର କିଛି ଦିନ ପୂର୍ବରୁ ବରଘର ଲୋକେ କନ୍ୟାଘରେ ପହଞ୍ଚିଥାନ୍ତି।

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ନୂଆଦିଲ୍ଲୀ, ୨୧।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।  

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“