Dharitri News
ଫୁରସତ |

ବାହାଘର ଉତ୍ସବକୁ ହେଲିକପ୍ଟରରେ ଯାଉଥିଲେ, ପହଞ୍ଚତ୍ଗଲେ ଜେଲ

ବାହାଘର ଉତ୍ସବକୁ ହେଲିକପ୍ଟରରେ ଯାଉଥିଲେ, ପହଞ୍ଚତ୍ଗଲେ ଜେଲ ଢାକା: ଭଡ଼ା ଗାଡ଼ି ନେଇ କେଉଁଠିକୁ ଯାଉଥିବା ଲୋକଙ୍କୁ ବେଳେବେଳେ କେତେକ ସମସ୍ୟା ଭୋଗିବାକୁ ପଡ଼ିଥାଏ ଯେତେବେଳେ ଡ୍ରାଇଭର ରାସ୍ତା ଭୁଲି ଅନ୍ୟ ବାଟରେ ଚାଲିଯାଏ। ଠିକ୍‌ ସେହିଭଳି ଏକ ରୋଚକ ଘଟଣାରେ ଜେଲରେ କିଛି ସମୟ ପାଇଁ ଅଟକ ରହିବାକୁ ପଡ଼ିଥିଲା ଏକ ପରିବାରର ୫ଜଣଙ୍କୁ, ଯେଉଁମାନେ ବାହାଘର ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ହେଲେ ସେମାନେ କୌଣସି ଭଡ଼ା ଗାଡ଼ି ନୁହେଁ, ଏକ ଘରୋଇ ହେଲିକପ୍ଟରରେ ଯାତ୍ରା କରି ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଘଟଣାଟି ଘଟିଛି ବାଂଲାଦେଶରେ। ଏକ ଧନୀ ପରିବାରର ୫ଜଣ ସଦସ୍ୟ ଗତ ଗୁରୁବାର ଭଡ଼ା ହେଲିକପ୍ଟରରେ ବସି ଯାଉଥିଲେ ନିଜ ସମ୍ପର୍କୀୟଙ୍କ ବାହାଘର ଉତ୍ସବରେ ଯୋଗଦେବା ପାଇଁ। ହେଲେ ପାଇଲଟ ଭୁଲରେ ବାହାଘର ଉତ୍ସବସ୍ଥଳ ପରିବର୍ତ୍ତେ ନିକଟରେ ଥିବା କାଶିମ୍‌ପୁର ସେଣ୍ଟ୍ରାଲ ଜେଲ ପରିସରରେ ହେଲିକପ୍ଟରକୁ ଓହ୍ଲାଇ ଦେଇଥିଲେ। ଏହାଦେଖି ଜେଲ୍‌ ସୁରକ୍ଷାକର୍ମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାଳେ ଆତଙ୍କବାଦୀମାନେ ଜେଲ୍‌ରେ ଥିବା ସେମାନଙ୍କ ସାଥୀଙ୍କୁ ଖଲାସ କରିନେବାକୁ ଆସିଛନ୍ତି ଭାବି ଜେଲ ପକ୍ଷରୁ ତୁରନ୍ତ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିଲା। ସଶସ୍ତ୍ର ସୁରକ୍ଷାକର୍ମୀମାନେ ହେଲିକପ୍ଟରକୁ ସାଙ୍ଗେ ସାଙ୍ଗେ ଘେରି ଯାଇଥିଲେ। ଏହାପରେ ହେଲିକପ୍ଟରରୁ ଲୋକଙ୍କୁ ବାହାର କରାଯାଇ ଅଟକ ରଖାଯାଇଥିଲା। ସେମାନଙ୍କୁ ପଚରାଉଚରା କରାଯିବାପରେ ସତ୍ୟତା ଜଣାପଡ଼ିଥିଲା ବୋଲି କୁହନ୍ତି ଜେଲର ଇନ୍ସପେକ୍ଟର ଜେନେରାଲ ସୟେଦ ଇଫତେଖର ଉଦ୍ଦିନ। ଉଦ୍ଦିନଙ୍କ କହିବାନୁଯାୟୀ ତାଙ୍କୁ ପୂର୍ବରୁ ଗୋଇନ୍ଦା ସୂଚନା ମିଳିଥିଲା ଯେ, ଆତଙ୍କବାଦୀମାନେ ସେମାନଙ୍କ ସାଥୀଙ୍କୁ ଜେଲରୁ ଖଲାସ କରିବା ପାଇଁ ଆକ୍ରମଣ କରିପାରନ୍ତି। ଏନେଇ ସେମାନେ ସଜାଗ ଥିଲେ। ଏଭଳି ପରିସ୍ଥିତିରେ ହେଲିକପ୍ଟର ପାଇଲଟଙ୍କ ଭୁଲ କେବଳ ବାହାଘର ଉତ୍ସବକୁ ଯାଉଥିବା ଲୋକଙ୍କୁ ନୁହେଁ ଜେଲ୍‌ କର୍ମଚାରୀ ଓ ଅଧିକାରୀଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଥିଲା। କିନ୍ତୁ ଉକ୍ତ ହେଲିକପ୍ଟର ସେବା ଯୋଗାଉଥିବା ସଂସ୍ଥା ପକ୍ଷରୁ କ୍ଷମାପ୍ରାର୍ଥନା କରାଯିବା ପରେ ସମସ୍ତ ଯାତ୍ରୀଙ୍କୁ ମୁକ୍ତ କରାଯାଇଥିଲା। ଏହାପରେ ସେମାନେ ନିକଟସ୍ଥ ଗ୍ରାମରେ ହେଉଥିବା ବାହାଘର ଉତ୍ସବରେ ଯୋଗଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ବାହାଘର ଉତ୍ସବକୁ ଯାଉଥିବା ବାଂଲାଦେଶୀ ବ୍ୟକ୍ତିଜଣକ ମାଲେସିଆରେ ରୁହନ୍ତି। ସେ ସ୍ତ୍ରୀ ଓ ପିଲାମାନଙ୍କ ସହ ହେଲିକପ୍ଟରରେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ।

ଫୁରସତ |

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ଚଳଚ୍ଚିତ୍ର ‘ ପ୍ୟାର କିୟା ତୋ ଡରନା କ୍ୟା’ରେ ବଲିଉଡ ଅଭିନେତା ଅରବାଜ ଖାନ ସଲମାନଙ୍କୁ ଦଣ୍ଡ ଦେଉଥିବାର ଏକ ଦୃଶ୍ୟ ଦେଖାଯାଇଥିଲା। ଦୃଶ୍ୟରେ ଅରବାଜ୍‌ ସଲମାନଙ୍କୁ ଘୋଡା ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଠିକ୍‌ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାଇନାର ଦକ୍ଷିଣ-ପଶ୍ଚିମରେ ଥିବା ୟୁନ୍ନାନ ଅଞ୍ଚଳ ଜାଓଟାଙ୍ଗ ସହର ରାସ୍ତାରେ। ଗୁରୁବାର ଚାଇନାର ଜଣେ ମା’ ନିଜ ଶିଶୁକୁ ଦଣ୍ଡ ଦେବାପାଇଁ ନିଜ ସ୍କୁଟର ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଥରେ ଅଥବା ଦିନେ ନୁହେଁ ବରଂ ମା’ ଲଗାତାର ତିନିଦିନ ଧରି ଏପରି କରିଆସୁଥିଲେ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ଓ୍ବାଶିଂଟନ: ପୁରୁଷଙ୍କ ତୁଳନାରେ ମହିଳା ସ୍ବାସ୍ଥ୍ୟରେ ସମ୍ପ୍ରତି ଏକ ନିଦ୍ଦିଷ୍ଟ ବୟସ ପରେ ଅବନତି ଦେଖାଯାଉଛି। ଏସମ୍ପର୍କରେ ଗବେଷକ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ୨୫ରୁ ୩୦ ବର୍ଷ ପରେ ମହିଳାଙ୍କ ସ୍ବାସ୍ଥ୍ୟ କ୍ରମଶଃ ଖରାପ ହେଉଥିବାରୁ ଗବେଷକ ସୂଚିତ କରିଛନ୍ତି।

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’।

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଓ୍ବାଶିଂଟନ: ଛୋଟ ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ ବୋଲି ଗବେଷକ ସୂଚିତ କରିଛନ୍ତି। ସେମାନଙ୍କ ମସ୍ତିଷ୍କରେ ସ୍ବତଃ ଏହି ଧାରଣା ସୃଷ୍ଟି ହୋଇଥାଏ। ଗବେଷକ ଦୀର୍ଘଦିନ ଧରି କିଭଳି ଶିଶୁମାନେ ଚିନ୍ତା କରିଥାନ୍ତି ସେ ନେଇ ଅଧ୍ୟୟନ କରୁଥିଲେ।

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ଲଣ୍ଡନ: ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ।

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଓ୍ବାଶିଂଟନ: ଆଧୁନିକ ସମାଜରେ ହିଂସା ବଢ଼ୁଛି ବୋଲି ଗେବଷକ କହିଛନ୍ତି। ସଭ୍ୟ ମାନବ ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥାଏ। ଏହାର ମୁକାବିଲା ପାଇଁ ଅନେକ ସମୟରେ ହିଂସାକାଣ୍ଡ ଘଟୁଥାଏ।

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ମେଲବୋର୍ଣ୍ଣ : ମନୁଷ୍ୟ ମଧ୍ୟରେ ଏକ ନୂତନ ପ୍ରକାର ସ୍ବାଦ ଯୋଗୁ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହା ହେଉଛି ସପ୍ତମ ପ୍ରକାର ସ୍ବାଦ ଯାହାକି ମନୁଷ୍ୟଠାରେ ରହିଥିବା ଗବେଷକ ଜାଣି ପାରିଛନ୍ତି।