ଅନଗୁଳ-ଢେଙ୍କାନାଳ

ବୀରାଶାଳ ଏୟାରଷ୍ଟ୍ରିପ୍‌କୁ ଏନ୍‌ଓସି

ଢେଙ୍କାନାଳ ଅଫିସ, ୧୨।୭-ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ବୀରାଶାଳସ୍ଥିତ ବିମାନ ଅବତରଣ କେନ୍ଦ୍ର। ଏଥିପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନୋ ଅବ୍‌ଜେକଶନ ସାର୍ଟିଫିକେଟ (ଏନ୍‌ଓସି) ପ୍ରଦାନ କରାଯାଇଛି। ଦୀର୍ଘଦିନର ଆଶା ସାକାର ରୂପ ନେବାକୁ ଯାଉଥିବାବେଳେ ଏପରି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଜିଲାବାସୀ। ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକ ବୀରାଶାଳରେ ରହିଛି ବହୁ ପୁରାତନ ଏୟାରଷ୍ଟ୍ରିପ୍‌। ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ରହିବା ପରେ ଏହାର ଉନ୍ନତୀକରଣ ଦିଗରେ ଚିନ୍ତା କରିଥିଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହାକୁ ବିମାନ ଅବତରଣ କେନ୍ଦ୍ରରେ ରୂପାନ୍ତରିତ କରାଯାଇଛି। ହେଲେ ଏହାକୁ କେବଳ ବିମାନ ଅବତରଣରେ ସୀମିତ ନ ରଖି ବିମାନ ଉଡ଼ାଣ ତାଲିମ କେନ୍ଦ୍ର ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାରଙ୍କ ଜେନେରାଲ ଆଡମିନିଷ୍ଟ୍ରେଶନ ଓ ପବ୍ଲିକ ଗ୍ରିଭାନ୍ସ ଡିପାର୍ଟମେଣ୍ଟ ପକ୍ଷରୁ ୨୦୧୮ ଜୁନ୍‌ ୧୯ରେ ଏନ୍‌ଓସି ସମ୍ପର୍କରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଗଭର୍ନମେଣ୍ଟ ଏଭିଏଶନ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ (ଜିଏଟିଆଇ)ର ଆକାଉଣ୍ଟାବୁଲ ମ୍ୟାନେଜରଙ୍କୁ ପତ୍ର ସଂଖ୍ୟା ନଂ. ୧୬୯୫୪ରେ ଜଣାଇ ଦିଆଯାଇଛି। ୩ବର୍ଷ ପର୍ଯ୍ୟନ୍ତ ଉକ୍ତ ଏନ୍‌ଓସି ପ୍ରଦାନ କରାଯାଇଛି। ପତ୍ରରେ କେତେକ ସର୍ତ୍ତାବଳୀ ମଧ୍ୟ ରହିଛି। ବୀରାଶାଳା ଏୟାରଷ୍ଟ୍ରିପ୍‌ କେବଳ ଜିଏଟିଆଇ ପାଇଁ ସ୍ବତନ୍ତ୍ର ଭାବେ ବ୍ୟବହାର କରିବା ଲାଗି ଉଦ୍ଦିଷ୍ଟ ହେବନାହିଁ। ଏୟାରଷ୍ଟ୍ରିପ୍‌ରେ ତାଲିମ କାର୍ଯ୍ୟକ୍ରମ ଚାଲୁ ନ ଥିବା ସମୟରେ ସରକାରୀ, ବେସରକାରୀ ବିମାନ, ହେଲିକପ୍ଟର ଅବତରଣ କରିପାରିବ। ସରକାରୀ ଓ ବେସରକାରୀ କାର୍ଯ୍ୟରେ ଏୟାରଷ୍ଟ୍ରିପ ବ୍ୟବହାର କରିବା ପାଇଁ ଏଭିଏଶନ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିବେ। ଏଥିଲାଗି ଜିଏଟିଆଇ ସହ ସମ୍ପୃକ୍ତ ବିଭାଗ ଯୋଗାଯୋଗରେ ରହିବ। ତାଲିମ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ଅନୁମତି ନେବାକୁ ପଡ଼ିବ। ଜିଏଟିଆଇ ପକ୍ଷରୁ ଉକ୍ତ ଏୟାରଷ୍ଟ୍ରିପ୍‌ କେବଳ ଉଡ଼ାଣ ତାଲିମ କାର୍ଯ୍ୟକ୍ରମରେ ବ୍ୟବହୃତ ହୋଇପାରିବ। ସାଧାରଣ ପ୍ରଶାସନ ବିଭାଗର ବିନା ଅନୁମତିରେ ଏୟାରଷ୍ଟ୍ରିପ୍‌ର ଉନ୍ନତୀକରଣ କିମ୍ବା କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ଜିଏଟିଆଇର କାର୍ଯ୍ୟପନ୍ଥାରେ ସନ୍ତୁଷ୍ଟ ହେବା ପରେ ଏନ୍‌ଓସି ରିନ୍ୟୁଆଲ ହୋଇପାରିବ ବୋଲି ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ବୀରାଶାଳ ଏୟାରଷ୍ଟ୍ରିପ୍‌ ୫୬ ଏକର ଜମିରେ ପରିବ୍ୟାପ୍ତ। ୨୦୧୩ରେ ଏହାର ଉନ୍ନତୀକରଣ କରାଯାଇ ଏହାକୁ ନବାଗତ ପାଇଲଟ୍‌ଙ୍କ ତାଲିମ ଲାଗି ବିମାନ ଅବତରଣ କେନ୍ଦ୍ର ଭାବେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ପୂର୍ତ୍ତ ବିଭାଗ ଜରିଆରେ ପ୍ରାଥମିକ ପର୍ଯ୍ୟାୟରେ ୧ କୋଟି ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପାଚେରି ନିର୍ମାଣ ହୋଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାବ ଏବଂ ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିବାରୁ ହାତୀପଲ ଉକ୍ତ ପାଚେରିକୁ ଭାଙ୍ଗି ଦେଇଥିଲେ। ୨୦୧୬-୧୭ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରଦତ୍ତ ୭ କୋଟି ୩୯ଲକ୍ଷ ୬୬ହଜାର ଟଙ୍କା ବ୍ୟୟରେ ଏହାର ରନ୍‌ୱେ ଫିଲ୍‌ଡ ଏବଂ ଡ୍ରେନ୍‌ର ଉନ୍ନତୀକରଣ କରାଯାଇଥିଲା। ଏତେସବୁ ସତ୍ତ୍ୱେ ଏୟାରଷ୍ଟ୍ରିପ୍‌ର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ହୋଇପାରିନାହିଁ। ବର୍ତ୍ତମାନ ସୁଦ୍ଧା ପ୍ରଶିକ୍ଷାର୍ଥୀ ପାଇଲଟଙ୍କ ପାଇଁ ବିଶ୍ରାମ ଗୃହ ତିଆରି ହୋଇନାହିଁ। ଅନେକ କାମ ବାକି ରହିଛି। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ଉଡାଣ ତାଲିମ କାର୍ଯ୍ୟକ୍ରମ ପାଇଁ ଜିଏଟିଆଇକୁ ଏନ୍‌ଓସି ମିଳିଛି। ଏ ସଂକ୍ରାନ୍ତରେ ଜିଲା ପ୍ରଶାସନକୁ ମଧ୍ୟ ଅବଗତ କରାଇ ଦିଆଯାଇଛି। ବିଶ୍ରାମଗୃହ ନିର୍ମାଣ ପାଇଁ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ବିଷ ପିଇ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ବଇଣ୍ଡା,୨୭।୩(ଡି.ଏନ.ଏ.)- ମାତ୍ର ୨ ମାସର ବିବାହରେ କାଳ ହେଲା କଳହ। ଏଥିଯୋଗୁ ବିଷପାନ ପରି ଚରମ ପଦକ୍ଷେପ ନେଇଗଲେ ନବଦମ୍ପତି। ଅନୁଗୋଳ ଜିଲା କିଶୋରନଗର ଥାନା ସଞ୍ଜାମୁରା ଗ୍ରାମରେ ମଙ୍ଗଳବାର ଘଟିଥିବା ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ରଜନୀକାନ୍ତ ପ୍ରାର୍ଥୀ ହେଲେ ଅନୁଗୋଳରେ ବିଦ୍ରୋହ ଚର୍ଚ୍ଚା: ସ୍ବାଧୀନରେ ଲଢ଼ିପାରନ୍ତି ବରିଷ୍ଠ ନେତା

ଅନୁଗୋଳ ଅଫିସ, ୨୭।୩- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି। ଭାଜପା ମଧ୍ୟ ଆଠମଲ୍ଲିକକୁ ବାଦ୍‌ ଦେଇ ଅନ୍ୟ ୪ଟିରେ ଦଳୀୟ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। 

ଆଦିକବିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଆଦିକବିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଅଁରପାଳ,୨୭।୩(ଡି.ଏନ.ଏ.)- ସାହିତି୍ୟକମାନଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ନାଲ୍‌କୋ କଲୋନୀ ପରିସରରେ ୫ଟି ପ୍ରତିମୂର୍ତ୍ତି ସ୍ଥାପନ ହେବ। 

ବିପଦରେ ଟାକୁଆ ସେତୁ

ବିପଦରେ ଟାକୁଆ ସେତୁ

ତାଳଚେର,୨୭ା୩(ନି.ପ୍ର.)-ଅନୁଗୋଳ ଜିଲା କଣିହାଁ ବ୍ଲକ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ନିର୍ମିତ ଟାକୁଆ ସେତୁ ବାଲି ମାଫିଆଙ୍କ ଯୋଗୁ ବିପଦସଙ୍କୁଳ ଅବସ୍ଥାକୁ ଚାଲିଆସିଲାଣି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ନିରୀହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ଥାନା ଘେରିଲେ ଛେଳିଆପଡ଼ାବାସୀ

ନିରୀହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ଥାନା ଘେରିଲେ ଛେଳିଆପଡ଼ାବାସୀ

ଅନୁଗୋଳ ଅଫିସ, ୨୭।୩- ଜଣେ ପୋଲିସ କର୍ମଚାରୀଙ୍କ ପୁଅକୁ ଅନୁଗୋଳ ପୋଲିସ ସୁରକ୍ଷା ଦେଉଛି। ସେ କରିଥିବା ଅଭିଯୋଗ ମିଥ୍ୟା ହୋଇଥିଲେ ବି ପୋଲିସ ଛେଳିଆପଡ଼ା ଗ୍ରାମର ୩ ନିରୀହ ଯୁବକଙ୍କୁ ଥାନାକୁ ଉଠାଇ ଆଣିଛି।

ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ

ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ


ଭୁବନ, ୨୬।୩(ଡି.ଏନ୍‌.ଏ.)-ଆରମ୍ଭ ହୋଇଛି ନିର୍ବାଚନୀ ଋତୁ। ସଭାସମିତି, ଆଲୋଚନା ମାଧ୍ୟମରେ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି ଆଶାୟୀ ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଜେଡି ପକ୍ଷରୁ ଭୁବନ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଛି। 

ଏପ୍ରିଲ ୩ରେ ନାମାଙ୍କନ କରିବେ ସସ୍ମିତା

ଏପ୍ରିଲ ୩ରେ ନାମାଙ୍କନ କରିବେ ସସ୍ମିତା

ଛେଣ୍ଡିପଦା,୨୬।୩(ସ୍ବ.ପ୍ର)- ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ  ପକ୍ଷରୁ ଆଗାମୀ ଏପ୍ରିଲରେ ୨୩ରେ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ମଙ୍ଗଳବାର କିସିଣ୍ଡା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଠାକୁରଗଡ଼ ଥାନା  ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି

ଠାକୁରଗଡ଼ ଥାନା ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି

ବଇଣ୍ଡା,୨୬।୩(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଠାକୁରଗଡ଼, ଆମ୍ବଶରମୁଣ୍ଡା, ମଇମୁରା, ପାଇକସାହି, କୁର୍ତ୍ତିବାସପୁର, ସାନହୁଲା, ପେଡ଼ିପଥର ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଛି। 

ନଗେଶ ରାଉତ ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତ ଭିଣୋଇ ଗିରଫ

ନଗେଶ ରାଉତ ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତ ଭିଣୋଇ ଗିରଫ

ଢେଙ୍କାନାଳ ଅଫିସ, ୨୬।୩- ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଶାଳିଆ ନିକଟ ବିଦ୍ୟାବନ୍ଧ ଗ୍ରାମରେ ନଗେଶ ରାଉତ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଭିଣୋଇ ରୁଦ୍ର ନାରାୟଣ ନାୟକ(୪୨)ଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। 

ହାତୀ ଦେଖି ଦୌଡ଼ିବାବେଳେ ବିଲହୁଡ଼ାରେ ଖସି ଜଣେ ମୃତ

ହାତୀ ଦେଖି ଦୌଡ଼ିବାବେଳେ ବିଲହୁଡ଼ାରେ ଖସି ଜଣେ ମୃତ

ପରଜଙ୍ଗ,୨୬ା୩(ଡି.ଏନ୍‌.ଏ): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଖାଲପାଳ ପୁରୁଣାସାହିର ପ୍ରସନ୍ନ କୁମାର ବର୍ମା (୪୫) ଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । 

ଛଟେଇ ଶ୍ରମିକଙ୍କୁ ନିଯୁକ୍ତି ନ ମିଳିଲେ ଭୋଟ ବର୍ଜନ ଚେତାବନୀ

ଛଟେଇ ଶ୍ରମିକଙ୍କୁ ନିଯୁକ୍ତି ନ ମିଳିଲେ ଭୋଟ ବର୍ଜନ ଚେତାବନୀ

ବଅଁରପାଳ, ୨୬।୩(ଡି.ଏନ୍‌.ଏ.):  ନାଲ୍‌କୋ ସିପିପିର ବାଓ୍ବେଲ ମିଲ୍‌  ସାଇଟରେ ଠିକା ଶ୍ରମିକ ଭାବେ କାଯର୍‌ୟ କରୁଥିବା୨୫ ଜଣଙ୍କୁ ୨ ମାସ ହେଲା କାମରୁ ଛଟେଇ କରିଦିଆଯାଇଛି। 

  ଭାରସାମ୍ୟ  ହରାଇ  ପୋଲ  ତଳକୁ  ଖସିଲା   ଆମ୍ବୁଲାନ୍ସ:  ଅଳ୍ପକେ   ବର୍ତ୍ତିଲେ   ୩  କର୍ମଚାରୀ

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଆମ୍ବୁଲାନ୍ସ: ଅଳ୍ପକେ ବର୍ତ୍ତିଲେ ୩ କର୍ମଚାରୀ

ବନ୍ତଳା,୨୬।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ବଡକେରା ପଞ୍ଚାୟତ ତୁମୁଣି ରଗୁଡ଼ିଆପଡା ମତେଳିଆ ପୋଲଠାରେ ସୋମବାର ମଧ୍ୟରାତ୍ରରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। 


Model This Week

ରଶ୍ମି
Why Dharitri