ଅନଗୁଳ-ଢେଙ୍କାନାଳ

ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଅସ୍ଥାୟୀ ସ୍ଥାନାନ୍ତର

ତାଳଚେର, ୧୨ା୭(ନି.ପ୍ର.) ତାଳଚେର ବାଇପାସ ଠାରେ ଭଡ଼ାଘରେ ଚାଲୁଥିବା ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟକୁ ବୁଧବାର ଅସ୍ଥାୟୀଭାବେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏମ୍‌ସିଏଲ୍‌/ଏନ୍‌ଟିପିସି ଥଇଥାନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ନୋଟିସ ଦେଇଥିବା ଘର ମାଲିକ ବୁଧବାର ଅଫିସରୁ ସମସ୍ତ ସାମଗ୍ରୀ ବାହାର କରିଦେବା ପରେ ତରବରିଆ ଭାବେ କାର୍ଯ୍ୟାଳୟ ସେଠାକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ବହୁ ଦାବି, ଆପତ୍ତି ଓ ଆନ୍ଦୋଳନ ପରେ ୨୦୦୮ରେ ତାଳଚେର ବାଇପାସ ଠାରେ ଏକଭଡା ଘରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ଯାଇଥିଲା ା ଘର ଛାଡିବାକୁ ଘର ମାଲିକ ୩ ମାସିଆ ନୋଟିସ ଦେଇଥିଲେ। ଏହାର ଅବଧି ଜୁଲାଇ ୫ ରହିଥିଲା। ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଗତ ଜୁନ ୨୪ରେ ଏହି କାର୍ଯ୍ୟାଳୟକୁ ଅତି ତରବରିଆ ଭାବେ ଅନୁଗୋଳକୁ ସ୍ଥାନାନ୍ତର କରାଯାଉଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅନୁଗୋଳ ଜିଲା ବଣିକ ସଂଘ ସଦସ୍ୟ, ଯୁବସମାଜସେବୀ ସଙ୍ଗଠନ ଓ ଭାଜପା ପକ୍ଷରୁ ଏହାର ଦୃଢ ବିରୋଧ କରାଯାଇ ଅଫିସ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ସେହିଦିନ ଠାରୁ ଏହି ଅଫିସରେ ଅଚଳାବସ୍ଥା ଲାଗି ରହିଥିଲା। ବୁଧବାର ଘର ମାଲିକ ଅଫିସ୍‌ର ସମସ୍ତ ଜିନିଷପତ୍ର ବାହାରେ ଆଣି ରଖି ଦେଇଥିଲେ। ଏଭଳି ପରିସ୍ଥିତି ଦେଖି ସିଟିଓ ପ୍ରମୋଦ ସାହୁ ତୁରନ୍ତ ଉପଜିଲାପାଳଙ୍କ ପରାମର୍ଶ ଲୋଡିଥିଲେ। ତାଙ୍କ ପରାମର୍ଶ ଅନୁଯାୟୀ ଅଫିସର ସମସ୍ତ କାଗଜପତ୍ର ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏମ୍‌ସିଏଲ୍‌/ଏନ୍‌ଟିପିସି ଥଇଥାନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଏମ୍‌ସିଏଲ୍‌ ପକ୍ଷରୁ ବାଣିଜ୍ୟକର ଅଫିସ ନିମନ୍ତେ ଦେଉଳବେଢ଼ାଠାରେ ଏକ ଘର ଯୋଗାଇ ଦିଆଯାଇଛି। ଉକ୍ତ ଘର ନିଜ ଅକ୍ତିଆରକୁ ଆଣିବା ପରେ ବାଣିଜ୍ୟକର ଅଫିସ ଦେଉଳବେଡାକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି ା
All Right Reserved By

ଅନଗୁଳ-ଢେଙ୍କାନାଳ

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଛେଣ୍ଡିପଦା,୧୫।୨(ସ୍ବ.ପ୍ର)- ଛେଣ୍ଡିପଦା ଥାନା ସରପାଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲକ୍ଷେ ଟଙ୍କା ଯୌତୁକ ପାଇଁ  ଗ୍ରାମର କେଶବ ସାହୁ ତାଙ୍କ ବୋହୂ କୁସୁମ(୩୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। 

୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ,୧୫।୨- ଢେଙ୍କାନାଳ ସହରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଶୁକ୍ରବାର ଅପରାହ୍ନରେ ୩୩ତମ ଢେଙ୍କାନାଳ ଜିଲା ଭାରତ ସ୍କାଉଡ ଓ ଗାଇଡ୍‌ କ୍ୟାମ୍ପୋରି  ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ।

 ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପରଜଙ୍ଗ,୧୫।୨(ଡି.ଏନ.ଏ.)- ପରଜଙ୍ଗ ବ୍ଲକ କୂଆଳୋ ପଞ୍ଚାୟତ ପରମହଂସପୁର ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଶୁକ୍ରବାର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର

କାମାକ୍ଷାନଗର,୧୫।୨(ଡି.ଏନ୍‌.ଏ.): ସାଧାରଣ ନିିର୍ବାଚନକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବିଦ୍ୟାଳୟରେ ଶୁକ୍ରବାର ପୋଲିଂ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ତାଲିମ ଦିଆଯାଇଛି ।

ବଢୁଛି ଖଣି କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ: ଓସିପି ସମ୍ମୁଖରେ ଅନଶନ, ଧାରଣା

ବଢୁଛି ଖଣି କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ: ଓସିପି ସମ୍ମୁଖରେ ଅନଶନ, ଧାରଣା

କଣିହାଁ,୧୫।୨ (ଡି.ଏନ.ଏ.) - ଅନୁଗୋଳ ଜିଲାସ୍ଥିତ ଏମ୍‌ସିଏଲର କଣିହାଁ ଓସିପିରେ ଜମିବାଡି ହରାଇଥିବା କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ ବଢିବାରେ ଲାଗିଛି। କଣିହାଁ ଗ୍ରାମବାସୀ ଗୁରୁବାର ଖଣି ବନ୍ଦ ଆନ୍ଦୋଳନ ସହ ଆମରଣ ଅନଶନରେ ବସିଥିବାବେଳେ କଂସମୁଣ୍ଡା ଗ୍ରାମର ଏସ୍‌ସିଏସ୍‌ଟି ସଙ୍ଗଠନ ପକ୍ଷରୁ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି। 

ଫସଲବୀମା ଦାବିରେ ରାସ୍ତାରୋକୋ

ଫସଲବୀମା ଦାବିରେ ରାସ୍ତାରୋକୋ

ପବିତ୍ରନଗର, ୧୫ା୨(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ବୁରୁକୁନା ପଞ୍ଚାୟତର କୃଷକ କ୍ରିୟାନୁଷ୍ଠାନ କମିଟି ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରଦାନ ଦାବିରେ ଗୁରୁବାର ରାସ୍ତାରୋକୋ ଆନ୍ଦୋଳନ କରିଥିଲା। 

୩୨୪ ଅଶୋକା କଢ଼ିରେ ହୁଏ ପୂଜାର୍ଚ୍ଚନା

୩୨୪ ଅଶୋକା କଢ଼ିରେ ହୁଏ ପୂଜାର୍ଚ୍ଚନା

ବଅଁରପାଳ, ୧୫।୨ (ଉପେନ୍ଦ୍ର ରାଉତ): ଅସହାୟ ହୋଇ ଧାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ସହାୟ ହୁଅନ୍ତି ମା’। ପୂରଣ କରନ୍ତି ସେମାନଙ୍କ ସମସ୍ତ ମନସ୍କାମନା। ମା’ଙ୍କ ଆଶୀର୍ବାଦରୁ ନିଃସନ୍ତାନ ଦମ୍ପତି ପାଇଛନ୍ତି ସନ୍ତାନ। 

ଦିବ୍ୟାଙ୍ଗଙ୍କ ପ୍ରେରଣା ପ୍ରଫୁଲ୍ଲ ସାର୍‌: ସଙ୍ଗୀତ ଭରିଛି ଜୀବନରେ ସରସତା

ଦିବ୍ୟାଙ୍ଗଙ୍କ ପ୍ରେରଣା ପ୍ରଫୁଲ୍ଲ ସାର୍‌: ସଙ୍ଗୀତ ଭରିଛି ଜୀବନରେ ସରସତା

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନେ ଶାରୀରିକ ଅକ୍ଷମତା। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରଫୁଲ୍ଲ ସାର୍‌। ଦୀର୍ଘ ୪୦ବର୍ଷର ସଙ୍ଗୀତ ସାଧନା ଭିତରେ ସେ ସାମ୍ନା କରିଛନ୍ତି ଅନେକ ସଂଘର୍ଷ। ଶିଖିଛନ୍ତି ପ୍ରତିକୂଳ ପରିସ୍ଥିତିରେ ବଞ୍ଚତ୍ବାର କୌଶଳ, ଯାହା ତାଙ୍କୁ ଦେଇଛି ପରିଚିତି।

ଅଷ୍ଟଶମ୍ଭୁ ମନ୍ଦିରକୁ ଘନଉଛି ବିପଦ

ଅଷ୍ଟଶମ୍ଭୁ ମନ୍ଦିରକୁ ଘନଉଛି ବିପଦ

ଐତିହ୍ୟସମ୍ପନ୍ନ କୁଆଳୋ ଅଷ୍ଟଶମ୍ଭୁ ମନ୍ଦିର ପ୍ରତି ବିପଦ ଘନେଇବାରେ ଲାଗିଛି। ଆବଶ୍ୟକ ମରାମତି କରାଯାଉ ନ ଥିବାରୁ ୧୪ଶହ ଶତାବ୍ଦୀର ଏହି ପ୍ରାଚୀନ ମନ୍ଦିର ମାଟିରେ ମିଶିବା ଆଶଙ୍କା ସୃଷ୍ଟି ହୋଇଛି। 

ମାହେଶ୍ୱରୀ  କପ କ୍ରିକେଟ ଟୁର୍ନାମେଣ୍ଟ୍‌ ଉଦ୍‌ଯାପିତ: ହଣ୍ଡପା ଚାମ୍ପିୟନ

ମାହେଶ୍ୱରୀ କପ କ୍ରିକେଟ ଟୁର୍ନାମେଣ୍ଟ୍‌ ଉଦ୍‌ଯାପିତ: ହଣ୍ଡପା ଚାମ୍ପିୟନ

ବଇଣ୍ଡା,୧୪।୨(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ  ପାଇକ ସାହି ଗ୍ରାମ ଖେଳ ପଡ଼ିଆଠାରେ  ଚାଲିଥିବା ମା’ ମାହେଶ୍ୱରୀ  କପ କ୍ରିକେଟ ଟୁର୍ନାମେଣ୍ଟ୍‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ପାଇନାଲ ମ୍ୟାଚରେ  ନାବ ବଇଣ୍ଡା କ୍ରିକେଟ କ୍ଲବକୁ ହରାଇ ହଣ୍ଡପା କ୍ରିକେଟ କ୍ଲବ ଚାମ୍ପିୟନ ହୋଇଛି। ପ୍ରଥମେ ହଣ୍ଡପା ବ୍ୟାଟିଂ କରି ୧୩୮ ରନ କରିଥିଲା। ଜବାବରେ  ନାବ ବଇଣ୍ଡା  ୯୫ ରନ କରି ପରାସ୍ତ ହୋଇଥିଲା। 

ଲିଙ୍ଗଗତ ସଚେତନତା କାର୍ଯ୍ୟକ୍ରମ

ଲିଙ୍ଗଗତ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ ଅଫିସ,୧୩ା୨- ଢେଙ୍କାନାଳ ଯୋରନ୍ଦା ମହିମାଗାଦିସ୍ଥିତ ମହିମା ମହା ବିଦ୍ୟାଳୟ ପରିସରରେ ଗୁରୁବାର ଉତ୍କଳ ବିଶ୍ୱବିଦ୍ୟାଳୟ ନାରୀ ଅଧ୍ୟୟନ ବିଭାଗ ଏବଂ ଓଡିଶା ସରକାରଙ୍କ ଶିଶୁ ଓ ମହିଳା ବିକାଶ ବିଭାଗ ଆନୁକୂଲ୍ୟରେ ଲିଙ୍ଗଗତ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

  ଚରିତ୍ର ଗଠନ ଉପରେ ଗୁରୁତ୍ୱ

ଚରିତ୍ର ଗଠନ ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ,୧୩ା୨-  ଢେଙ୍କାନାଳ ସଦର ବ୍ଲକ୍‌ ବଣସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧୯ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଯୋଗଦେଇ କହିଲେ,  କେବଳ ସରକାରୀ ଅନୁଦାନ ଉପରେ ନିର୍ଭର କଲେ ବିଦ୍ୟାଳୟ ଉନ୍ନତି ହେବ ନାହିଁ। ଉନ୍ନତି ପାଇଁ ଛାତ୍ରଛାତ୍ରୀମାନେ ଆଗେଇ ଆସିବା ଦରକାର। ଏଥିପାଇଁ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି।