ରାଜ୍ୟ | ଉପକୂଳ ଓଡିଶା

ରୁବି ମୋଟର୍ସ ଉପରେ କ୍ରାଇମବ୍ରାଞ୍ଚ ଚଢାଉ:ଟିଟୋଙ୍କ ୨ ହାଇୱା ଜବତ

ଚଣ୍ଡିଖୋଲ,୧୧।୭(ଡି.ଏନ.ଏ)- ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଚଣ୍ଡିଖୋଲ ନିକଟରେ ବ୍ୟବସାୟିକ ସମ୍ପର୍କ ଥିବା ଜଣାପଡ଼ିବା ପରେ କଟକ କ୍ରାଇମ୍‌ବ୍ରାଞ୍ଚ ବୁଧବାର କଞ୍ଚିଗଡ଼ିଆସ୍ଥିତ ରୁବି ମୋଟର୍ସ ଉପରେ ଚଢାଉ କରିଥିଲା। ଚଢାଉବେଳେ ମରାମତି ହେଉଥିବା ଟିଟୋଙ୍କର ୨ ହାଇୱା ଜବତ ହୋଇଛି। ଜବତ ଗାଡ଼ି ଦୁଇଟି (ନଂ. ଓଡି-୨୯-ଡି-୨୫୮୬ ଏବଂ ଓଡି-୨୯-ବି-୯୮୦୬)କୁ ବଡ଼ଚଣା ଥାନାକୁ ନିଆଯାଇଛି। ଟିଟୋଙ୍କ ବୟାନକୁ ଭିତ୍ତି କରି କ୍ରାଇମ୍‌ବ୍ରାଞ୍ଚ ରୁବି ମୋଟର୍ସ ଉପରେ ଚଢାଉ କରିଥିଲା। ସେହିଭଳି ଦର୍ପଣ ତହସିଲ ଅଞ୍ଚଳରେ ଟିଟୋଙ୍କ ସମ୍ପର୍କୀୟଙ୍କ ନାମରେ ବିଭିନ୍ନ ଖାଦାନ ଚାଲୁଥିଲା। ଟିଟୋ ଗିରଫ ହେବା ପରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସିଜ୍‌ କରାଯାଇ ବନ୍ଦ କରିଦିଆଯାଇଛି। ମାଣ୍ଡୁକା, ଅଚ୍ୟୁତବସନ୍ତ, ମଝିପଡ଼ା ଆଦି ପାହାଡ଼ଗୁଡ଼ିକରେ ଦୈନନ୍ଦିନ ମୋରମ ଓ ବୋଲ୍ଡର ଖନନ କରାଯାଇ ଚାଲାଣ କରାଯାଉଥିଲା। ଖାଦାନ ବନ୍ଦ ହେବା ପରେ ବ୍ୟବହୃତ ଗାଡ଼ି ଓ ମେଶିନ ଜବତ ହୋଇଛି। କଟକ କ୍ରାଇମ୍‌ବ୍ରାଞ୍ଚ ଆଇଆଇସି ଭାଲେଟିନା ରାୟଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଚଢାଉରେ ସାମିଲ ଥିଲେ। ଅଧିକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ରାୟ ସୂଚନା ଦେଇଛନ୍ତି।

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ଆନ୍ଧ୍ର ମାଛରେ ଫର୍ମାଲିନ୍‌ ବାହାରିବା ପ୍ରସଙ୍ଗ: ୧୩୭ରୁ ୮୯ ନମୁନାରେ ଫର୍ମାଲିନ୍‌ ନାହିଁ

ଆନ୍ଧ୍ର ମାଛରେ ଫର୍ମାଲିନ୍‌ ବାହାରିବା ପ୍ରସଙ୍ଗ: ୧୩୭ରୁ ୮୯ ନମୁନାରେ ଫର୍ମାଲିନ୍‌ ନାହିଁ

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ବଜାରରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ୍‌ ବାହାରିବା ପରେ ମାଛ ଖାଉଥିବା ବ୍ୟକ୍ତିଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

କୁଆଖାଇ ନଦୀକୁ ଡେଇଁ ପଡ଼ିଥିବା ମହିଳା ଉଦ୍ଧାର

କୁଆଖାଇ ନଦୀକୁ ଡେଇଁ ପଡ଼ିଥିବା ମହିଳା ଉଦ୍ଧାର

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଦେଇ ଯାଇଥିବା କୁଆଖାଇ ନଦୀକୁ ସୋମବାର ପୂର୍ବାହ୍ନରେ ଡେଇଁ ପଡ଼ିଥିବା ମହିଳାଙ୍କୁ ଅପରାହ୍ନରେ ଉଦ୍ଧାର କରାଯାଇଛି।

ସ୍କର୍ପିଓ ଗାଡ଼ିକୁ ଟାର୍ଗେଟ୍‌ କରି ୧୦ ରାଉଣ୍ଡ ଗୁଳିମାଡ଼ : ୨ ଗୁରୁତର

କୁଅଁ।ରମୁଣ୍ଡା,୨୩।୭(ବ୍ୟୁରୋ) ଅଶାନ୍ତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ପୁଣି ଘଟିଛି ଗୁଳିକାଣ୍ଡ। ଏକ ସ୍କର୍ପିଓ ଗାଡ଼ି ଉପରକୁ ୧୦ ରାଉଣ୍ଡ ଗୁଳିମାଡ଼ ହୋଇଛି। ବୀରମିତ୍ରପୁର ପୋଲିସ ଉପଖଣ୍ଡ ରାଏବୋଗା ଥାନାଞ୍ଚଳ ସୁନାଜୋର ନିକଟରେ ସୋମବାର ସକାଳ ୫ଟାରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଏଥିରେ ସମୀର ଲୁଗୁନ, ହୀର ବଡ଼ାଇକ ଗୁରୁତର ଆହତ ହୋଇଛନ୍ତି। ଗାଡ଼ି ଚଳାଉଥିବା ସମୀରଙ୍କ ଛାତିରେ ଓ ହୀରାଙ୍କ ମୁଣ୍ଡରେ ଗୁଳି ଲାଗିଛି। ସ୍କର୍ପିଓରେ ଥିବା ଅନ୍ୟ ୨ଜଣ ମୋହନ ମାଝି, ସୁବାସ ମାଝି ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମୀର ଓ ହୀରାଙ୍କୁ ରାଞ୍ଚତ୍ ସ୍ଥିତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ପୋଲିସ ସୂଚନା ଦେଇଛି। ଆପରାଧୀକ ସଙ୍ଗଠନ ପିଏଲ୍‌ଏଫ୍‌ଆଇର ଏରିଆ କମାଣ୍ଡର ବିଜୟ ଡାଙ୍ଗ ଓ ତାଙ୍କ ସହଯୋଗୀ ଏହି ଗୁଳିକାଣ୍ଡ ଘଟାଇଥିବା ତଦନ୍ତରୁ ସ୍ପଷ୍ଟ ହେବା ପରେ ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟ ପୋଲିସ ଉଭୟ ଅପରାଧୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ରାଏବୋଗା ଥାନା ଅଧିକାରୀ ବିଜୟ ସିଂହ ଓ ଏସ୍‌ଡିପିଓ ପ୍ରକାଶ କୁମାର ପାତ୍ରଙ୍କ ନେତୃତ୍ୱରେ ଗଠିତ ଏକ ପୋଲିସ ଟିମ୍‌ ଓଡ଼ିଶା ସୀମାନ୍ତବର୍ତ୍ତୀ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି।

ଟ୍ରାଇବାଲ ଆଟଲାସ ଅଫ୍‌ ଓଡ଼ିଶା ଉନ୍ମୋଚିତ

ଟ୍ରାଇବାଲ ଆଟଲାସ ଅଫ୍‌ ଓଡ଼ିଶା ଉନ୍ମୋଚିତ

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ଅନୁସୂଚିତ ଜାତି ଓ ଜନଜାତି ଗବେଷଣା, ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଜନଜାତି ଭାଷା ଓ ସଂସ୍କୃତି ଏକାଡେମୀର ମିଳିତ ଆନୁକୂଲ୍ୟରେ ଟ୍ରାଇବାଲ ଆଟଲାସ ଅପ୍‌ ଓଡ଼ିଶା ପୁସ୍ତକ ଉନ୍ମୋଚିତ ହୋଇଯାଇଛି।

ଉପେନ୍ଦ୍ର ବେହେରା ହତ୍ୟା ମାମଲା: ରମେଶ ଜେନା କୋର୍ଟରେ ହାଜର

ଉପେନ୍ଦ୍ର ବେହେରା ହତ୍ୟା ମାମଲା: ରମେଶ ଜେନା କୋର୍ଟରେ ହାଜର

ବ୍ରହ୍ମପୁର ଅଫିସ,୨୩।୭: ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ସୋମବାର କୋର୍ଟରେ ହାଜର କରାଯାଇଛି। ୨୦୧୭ ମସିହାରେ ହୋଇଥିବା ଉପେନ୍ଦ୍ର ବେହେରା ହତ୍ୟା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ରମେଶଙ୍କୁ ଶୁକ୍ରବାର ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଥିଲା।

ବିପଦସଙ୍କେତ ଊର୍ଦ୍ଧ୍ୱରେ ବୈତରଣୀ

ବିପଦସଙ୍କେତ ଊର୍ଦ୍ଧ୍ୱରେ ବୈତରଣୀ

ଭଣ୍ଡାରିପୋଖରୀ,୨୩।୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟାଜଳ ବୃଦ୍ଧିପାଇ ଆଖୁଆପଦାଠାରେ ସୋମବାର ପୂର୍ବାହ୍ନ ୧୧ଟାରେ ବିପଦସଙ୍କେତ ଟପିଛି। ଏହି ବନ୍ୟାଜଳ ବୃଦ୍ଧିପାଇ ୧୮ରୁ ୧୮.୨୦ମିଟର ଭିତରେ ରହିବ ବୋଲି ଆନିକଟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

କୁଆଖାଇ ନଦୀକୁ ଡେଇଁ ପଡିଲେ ମହିଳା

କୁଆଖାଇ ନଦୀକୁ ଡେଇଁ ପଡିଲେ ମହିଳା

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଦେଇ ଯାଇଥିବା କୁଆଖାଇ ପୋଲ ଉପରୁ ସୋମବାର ଜଣେ ମହିଳା ଡେଇଁ ପଡ଼ିିଛନ୍ତି।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ମହାନଦୀ ଅବବାହିକା ଅଞ୍ଚଳରେ ବର୍ଷା ଯୋଗୁ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି।

ଫେରିଲେ ଗୁଜରାଟରେ ଫସିଥିବା ୨୫ ଶ୍ରମିକ

ପୁରୀ ଅଫିସ,୨୩ା୭: ଗୁଜରାଟରେ ଫସିଥିବା ୨୫ ଶ୍ରମିକ ଫେରିଛନ୍ତି। ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସରେ ସେମାନେ ସୋମବାର ପୁରୀ ଷ୍ଟେଶନରେ ପହଞ୍ଚିଛନ୍ତି।

ଆଖଣ୍ଡଳମଣିଙ୍କ ପୀଠରେ ଜଳଲାଗି କଲେ କାଉଡିଆ

ଆଖଣ୍ଡଳମଣିଙ୍କ ପୀଠରେ ଜଳଲାଗି କଲେ କାଉଡିଆ

ଆରଡି,୨୩।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡିରେ ଥିବା ପ୍ରସିଦ୍ଧ ଆଖଣ୍ଡଳମଣିଙ୍କ ପୀଠ ଶ୍ରାବଣ ମାସର ପ୍ରଥମ ସୋମବାରରେ କାଉଡିଆଙ୍କ ସମାବେଶରେ ମୁଖରିତ ହୋଇଛି। ରବିବାରଠାରୁ ହଜାରହଜାର କାଉଡିଆ ‘ବୋଲବମ ହରହରବମ’ ଧ୍ୱନି କରି ପୀଠକୁ ଛୁଟି ଆସିଥିଲେ।

ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି : ଆଶ୍ରୟସ୍ଥଳୀରେ ୪ ହଜାର ୬ଶହ ଲୋକ

ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି : ଆଶ୍ରୟସ୍ଥଳୀରେ ୪ ହଜାର ୬ଶହ ଲୋକ

ସମ୍ବଲପୁର,୨୩।୭(ବ୍ୟୁରେ।)-ସମ୍ବଲପୁର ଜିଲାରେ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜୀନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶନିବାର ହୋଇଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ରବିବାର ବର୍ଷା ପରିମାଣ କମିବାରୁ ଜନସାଧାରଣ ଓ ପ୍ରଶାସନକୁ କିଛିଟା ଆଶ୍ୱସ୍ତି ମିଲିଥିଲା। ହେଲେ ମଧ୍ୟ ରବିବାର ଜିଳାରେ ଅନେକ ସ୍ଥାନେର ବର୍ଷାର ଲାଗି ରହିଥିଲା। ଦୁଇଦିନ ଜିଲାରେ ବର୍ଷାର ବିତ୍ପାତ ଲାଗିରହିଥିଲା। ବିଭିନ୍ନ ସ୍ଥାନରେ ଧନ ଜୀବନ ହାନୀ ହୋଇଛି। ଏହା ଘରଦ୍ୱାର ଭାଙ୍ଗିଯାଇଥିବା ବେଲେ ରାସ୍ତା ଘାଟ ଧୋଇ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି। ଶନିବାର ସନ୍ଦ୍ୟାରେ ପ୍ରଭାବିତ ହୋଇଥିବା ଅଞ୍ଚଳବାସୀଙ୍କୁ ପ୍ରଶାସନ ଅଶ୍ରୟସ୍ଥଲିରେ ରଖିଛି। ସହରର ବିଭିନ୍ନ ତଳି ଅଞ୍ଚଲରୁ ପ୍ରାୟ ୪ ହଜାର ୬ ଶହ ଲୋକଙ୍କୁ ଉଦ୍ଧାରକରି ବିଭିନ୍ନ ଆଶୟୟ ସ୍ଥଳୀରେ ରଖି ରନ୍ଧା ଖାଦ୍ୟ ଦିଆଯାଇଛି। ସେମାନଙ୍କୁ ରନ୍ଧା ଖାଦ୍ୟ ସହ ଗୁଡ,ଚୁଡା,ମହମବତି ଦିଆଯାଇ ସମସ୍ତ ପ୍ରକାର ସୁବିଧା କରାଯାଇଛି । ହେଲେ ସନ୍ଧ୍ୟା ସମୟରେ କେତୋଟି ସ୍ଥାନରେ ପାଣି କମିବାରୁ କିଛି ଲୋକ ଘରକୁ ଫେରିଥିବା ଜଣାପଡିଛି। ଗତକାଲି ବନ୍ୟାରେ ପ୍ରଭାବତି ହୋଇଥିବା ହାଉସିଂବୋର୍ଡ କଳୋନୀ, ମୁଦିପଡା, ଠେଲକୋପଡା,ଅମ୍ବିରାନଗର,ମହାନଦୀ ବିହାର, ଚେରୁଆଡା ,ଚାରଭାଟି ତଲି ଅଞ୍ଚଲ, ବରେଇପାଲି ଶିଲ୍ପାଅଞ୍ଚଲ, ଦଶମତି କଲୋନୀ, ବୁଢାରଜା ,ଅଇଁଠାପାଲି, ଢୁକୁପଡା,ଠାକୁରପଡା, ରେଲଷ୍ଟେସନ ସମ୍ମୁଖରେ ,ଗୋବିନ୍ଦତୋଳା ଶଙ୍କରମଠ ଅଞ୍ଚଲରେ ପରିସ୍ଥିତି ସ୍ବାଭାବିକ ହୋଇଛି। ବୁର୍ଲାଥାନା କଲାମାଟି ପଞ୍ଚାୟତ ଭୋଇଟିକ୍ରା ଗ୍ରାମରେ ତପସ୍ପନୀ ନାଗ (୨୬) ଙ୍କ ମୃତ୍ୟୁ ହୋଇଛି ।

ବଢୁଛି ମହାନଦୀର ଜଳସ୍ତର

ବଢୁଛି ମହାନଦୀର ଜଳସ୍ତର

କଟକ ଅଫିସ, ୨୩।୭: ହୀରାକୁଦ ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ମହାନଦୀର ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ