ରାଜ୍ୟ |

ଓଡ଼ିଆ ଫିଲ୍ମରେ ଟିଟୋଙ୍କ ଟଙ୍କା

ଓଡ଼ିଆ ଫିଲ୍ମରେ ଟିଟୋଙ୍କ ଟଙ୍କା
ଭୁବନେଶ୍ୱର, ୧୧।୭(ବ୍ୟୁରୋ)- ଅପରାଧ ଦୁନିଆରେ ପ୍ରଭାବ ବିସ୍ତାର କରିଥିବା ଗ୍ୟାଙ୍ଗଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ତାଙ୍କର ବିଶାଳ ବ୍ୟବସାୟିକ ସାମ୍ରାଜ୍ୟର ପର୍ଦ୍ଦାଫାଶ ହେବା ପରେ ଏବେ ଆଉ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତାହା ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ଟିଟୋଙ୍କ ଲିଙ୍କ୍‌। ନିର୍ମାଣାଧୀନ ଚଳଚ୍ଚିତ୍ର ‘ବିଶ୍ୱନାଥ’ରେ ଟିଟୋଙ୍କ ଟଙ୍କା ଲାଗିଥିବା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ତାଙ୍କୁ ଜେରା କରିବା ବେଳେ ଜାଣିବାକୁ ପାଇଛି। କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଟିଟୋଙ୍କୁ ଏସ୍‌ଟିଏଫ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଟିଟୋଙ୍କ ଆପରାଧିକ ସାମ୍ରାଜ୍ୟ, ବ୍ୟବସାୟିକ ପୃଷ୍ଠଭୂମି ଏବଂ ଟେଣ୍ଡର ଫିକ୍ସିଂ ସମ୍ପର୍କରେ ଏସ୍‌ଟିଏଫ୍‌ ଖୋଳତାଡ଼ କରୁଥିବାବେଳେ ଓଡ଼ିଆ ସିନେ ଜଗତ ସହିତ ଲିଙ୍କ୍‌ ନେଇ ସୁରାକ ହାତରେ ଲାଗିଛି। ଏଚ୍‌ଏମ୍‌ଟି ବ୍ୟାନରରେ ନିର୍ମାଣ ଚାଲିଥିବା ଚଳଚ୍ଚିତ୍ର ‘ବିଶ୍ୱନାଥ’ରେ ଟିଟୋଙ୍କ ସିଧାସଳଖ ସମ୍ପୃକ୍ତି ନ ଥିଲେ ମଧ୍ୟ ସେ ନିଜ ସମ୍ପର୍କୀୟ ପୁତୁରାଙ୍କ ଜରିଆରେ ଟଙ୍କା ଲଗାଇଥିବା ଜଣାପଡିଛି। ଏ ନେଇ ଏସ୍‌ଟିଏଫ୍‌କୁ ପ୍ରମାଣ ମିଳିବା ପରେ ଏ ଦିଗରେ ଖୋଳତାଡ଼ ଆରମ୍ଭ ହୋଇଛି। ଫିଲ୍ମର ଶୁଭ ମହୁରତ କେନ୍ଦ୍ରାପଡାରେ ସରିଥିବା ବେଳେ ଆସନ୍ତା ପୂଜା ସମୟରେ ରିଲିଜ ହେବାର ଲକ୍ଷ୍ୟ ରଖାଯାଇଛି। କଲିକତାରେ ବିଶ୍ୱନାଥ ଫିଲ୍ମର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ୭୦ ଭାଗ ଶୁଟିଂ ଶେଷ ହୋଇଛି। ଫିଲ୍ମରେ ଟିଟୋଙ୍କ ଏକ ଜାଗୁଆର କାର ମଧ୍ୟ ବ୍ୟବହାର କରାଯାଇଛି। ଫିଲ୍ମର ଲିଡ୍‌ ରୋଲରେ ସମ୍ବିତ ଏବଂ ସମ୍ଭାବନା ରହିଥିବାବେଳେ ରାଇମୋହନ ଓ ମିହିର ଦାସ ମଧ୍ୟ ଅଭିନୟ କରୁଛନ୍ତି। ଟିଟୋଙ୍କର କେତେଟଙ୍କା ଏଥିରେ ଲାଗିଛି, ଅନ୍ୟ କେଉଁମାନେ ଏଥିରେ ଟଙ୍କା ବିନିଯୋଗ କରିଛନ୍ତି ସେନେଇ ଏସ୍‌ଟିଏଫ୍‌ ଖୋଳତାଡ଼ ଚଳାଇଛି। ଖୁବଶୀଘ୍ର ଏ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି କ୍ରାଇମବ୍ରାଞ୍ଚର ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଟିଟୋଙ୍କ ନଁାରେ ଟେଣ୍ଡର ଫିକ୍ସିଂ ସମେତ ବିଭିନ୍ନ ଆପରାଧିକ ମାମଲା ରହିଛି। ସେ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ଥିବାବେଳେ ଗତ ଜୁନ ୩୦ ଅପରାହ୍ନରେ ତାଙ୍କୁ ପୋଲିସ ଚଣ୍ଡିଖୋଲ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏନ୍‌କାଉଣ୍ଟର କରି କାବୁ କରିଥିଲା।
All Right Reserved By

ରାଜ୍ୟ |

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ  ୭ବର୍ଷ ସଶ୍ରମ କାରାଦଣ୍ଡ

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼ ଅଫିସ,୨୪ା୯-ବନ ବିଭାଗର ଚେକ୍‌ଗେଟ୍‌ ଭାଙ୍ଗିବା ଓ ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାର ଶୁଣାଣି କରି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଲୋକନାଥ ସାହୁ ୨ଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି। 

ନୀଳମାଧବ ଜୀଉଙ୍କ ମନ୍ଦିରରେ ଅନନ୍ତ ବ୍ରତ

ନୀଳମାଧବ ଜୀଉଙ୍କ ମନ୍ଦିରରେ ଅନନ୍ତ ବ୍ରତ

ଖଣ୍ଡପଡା,୨୪ା୯(ସ୍ବ.ପ୍ର.)-ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଶ୍ରୀ ଅନନ୍ତ ଦେବଙ୍କୁ ପୂଜା କଲେ ସର୍ବପାପ ବିନାଶ ହୁଏ ବୋଲି ବିଶ୍ୱାସ କରାଯାଏ । ଏହି ଅବସରରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ମନ୍ଦିର ଭୋଗ ମଣ୍ଡପଠାରେ ଶତାଧିକ ମାନସିକଧାରୀ ମହିଳାପୁରୁଷ ରବିବାର ଅନନ୍ତ ବ୍ରତ ପାଳନ କରିଥିଲେ। 

ଦୁର୍ଗାପୂଜା କମକକକିଟି ବୈଠକ

ଦୁର୍ଗାପୂଜା କମକକକିଟି ବୈଠକ

ଦାରିଙ୍ଗବାଡ଼ି,୨୪।୯(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି  ଦୁର୍ଗାପୂଜା କମିଟିର ବୈଠକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମେ ଗତବର୍ଷର ହିସାବ କରାଯାଇଥିଲା। ପରେ ଏକ ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଆସିଥିଲା। 

ଅବ୍ୟବସ୍ଥାରେ ଅଗ୍ନିଶମ କାର୍ଯ୍ୟାଳୟ

ଅବ୍ୟବସ୍ଥାରେ ଅଗ୍ନିଶମ କାର୍ଯ୍ୟାଳୟ

ଦାରିଙ୍ଗବାଡ଼ି,୨୪।୯(ଡି.ଏନ.ଏ.)-ଦୁର୍ଘଟଣା ହେଉକି ରାସ୍ତାରେ ଗଛ ପଡ଼ି ଅବରୋଧ ହେଉ,  କିମ୍ବା ନିଅଁା ଲାଗିଲେ ଖୋଜାପଡନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ। ଲୋକଙ୍କୁ ଉତ୍ତମ ସେବା ଯୋଗାଉଥିବା କର୍ମଚାରୀଙ୍କୁ ମୌଳିକ ସୁବିଧା ଉପଲବ୍ଧ ହେଉ ନ ଥିବା ଜଣାପଡ଼ିଛି।

ସାରଙ୍ଗଗଡ଼କୁ ହରାଇ ଭଞ୍ଜନଗର ଚାମ୍ପିୟନ

ସାରଙ୍ଗଗଡ଼କୁ ହରାଇ ଭଞ୍ଜନଗର ଚାମ୍ପିୟନ

ଭଞ୍ଜନଗର,୨୪।୯(ଡି.ଏନ.ଏ.)-ମୃତ୍ୟୁଞ୍ଜୟ ପ୍ରଧାନ ସ୍ମାରକୀ ଦିନିକିଆ ଭେଟେରାନ ଫୁଟବଲ ଟୁର୍ନାମେଣ୍ଟ ରବିବାର ଭଞ୍ଜନଗର ଜେଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲରେ ଭଞ୍ଜନଗର ପେନାଲ୍ଟିରେ ୪-୨ ଗୋଲରେ ସାରଙ୍ଗଗଡ଼କୁ ହରାଇ ଚାମ୍ପିୟନ ହୋଇଛି। 

ସୁରକ୍ଷା, ଆଇନଗତ ସଚେତନତାକୁ ଗୁରୁତ୍ୱାରୋପ ଦେବାକୁ ପରାମର୍ଶ

ସୁରକ୍ଷା, ଆଇନଗତ ସଚେତନତାକୁ ଗୁରୁତ୍ୱାରୋପ ଦେବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ୍‌,୨୪।୯-ପ୍ରତ୍ୟେକ ବର୍ଷ ରାଜ୍ୟରେ ସର୍ପାଘାତରେ ଯେତେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ ସେଥିମଧ୍ୟରୁ ବାଲେଶ୍ୱର ଜଲା ପ୍ରଥମ ରହିଥିବା ବେଳେ ଦ୍ୱିତୀୟରେ ଗଞ୍ଜାମ ଜିଲା ରହିଛି । ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲାରେ ଜନସାଧାରଣଙ୍କ ସହିତ ସର୍ପଉଦ୍ଧାର କରୁଥିବା ସ୍ବେଚ୍ଛାସେବୀମାନେ ସତର୍କତା 

ବିବାହ କଲେ ୧୨ ହିନ୍ଦୁ, ମୁସଲମାନ ଦମ୍ପତି

ବିବାହ କଲେ ୧୨ ହିନ୍ଦୁ, ମୁସଲମାନ ଦମ୍ପତି

ବ୍ରହ୍ମପୁର ଅଫିସ, ୨୪।୯-ଗଞ୍ଜାମ ମୁସଲିମ କଲଚୁରାଲ ଆସୋସିଏଶନ ପକ୍ଷରୁ ଖାଜାସାହିରେ ଗରିବ ତଥା ଆର୍ଥିକ ଅନଗ୍ରସର ପରିବାରର କନ୍ୟାମାନଙ୍କ ସାମୂହିକ ବିବାହ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ୧୨ ଦମ୍ପତିଙ୍କୁ ଆସୋସିଏଶନ ପକ୍ଷରୁ ବିବାହ ବନ୍ଧନରେ ଆବଦ୍ଧ କରାଯାଇଥିଲା ।

୧୨ ଘଣ୍ଟା ପରେ ମା’ କୋଳକୁ ଫେରିଲା ଶିଶୁ

୧୨ ଘଣ୍ଟା ପରେ ମା’ କୋଳକୁ ଫେରିଲା ଶିଶୁ

ବ୍ରହ୍ମପୁର ଅଫିସ୍‌,୨୪।୯-ବ୍ରହ୍ମପୁର ଏମ୍‌କେସିଜିରୁ ଶନିବାର ୨ ଦିନର ଶିଶୁ କନ୍ୟା  ଅପହରଣ ଘଟଣାର ୧୨ ଘଣ୍ଟା ପରେ ବୈଦ୍ୟନାଥପୁର ଥାନା ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରିବା ସହିତ ଅପହରଣକାରୀ ମହିଳାଙ୍କୁ ଗିରଫ କରିଥିବା ରବିବାର ବୈଦ୍ୟନାଥପୁର ଥାନାରେ ଅନୁଷ୍ଠିତ 

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ଭୁବନେଶ୍ୱର,୨୪-୯: ଟାଟା ମୋଟର୍ସ ଲିମିଟେଡ ପକ୍ଷରୁ ଓଡିଶା ବଜାରକୁ ଆସିଛି ନୂଆ ଟିଆଗୋ ଏନ୍‌ଆର୍‌ଜି। ସ୍ଥାନୀୟ ଏକ ହୋଟେଲରେ ଏହି ମଡେଲକୁ ଉନ୍ମୋଚନ କରାଯାଇଛି। କମ୍ପାନୀର ଆଞ୍ଚଳିକ ସେଲସ ପ୍ରବନ୍ଧକ ଶିଶିର ଶ୍ରୀବାସ୍ତବ, ଆଞ୍ଚଳିକ ସର୍ଭିସ ପ୍ରବନ୍ଧକ ରମେଶ

ଏନ୍‌ଟିଏସ୍‌ଇରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ସଫଳତା

ଏନ୍‌ଟିଏସ୍‌ଇରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୨୪-୯: ଏନ୍‌ସିଇଆର୍‌ଟି ଦ୍ୱାରା ପରିଚାଳିତ ଏନ୍‌ଟିଏସ୍‌ଇ ୨୦୧୮ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ଫିଟ୍‌ଜୀ କଟକ ଏବଂ ଭୁବନେଶ୍ୱର ସେଣ୍ଟରର ମୋଟ୍‌ ୩୯ଜଣ ଛାତ୍ରୀଛାତ୍ର ସଫଳ ହୋଇଛନ୍ତି। ଏନ୍‌ଟିଏସ୍‌ଇ ପ୍ରଥମ ପର୍ଯ୍ୟାୟ ପରିକ୍ଷା ନଭେମ୍ବର ୨୦୧୭ ଏବଂ ଦ୍ୱିତୀୟ 

ଭୋଟର ସଂଶୋଧନ କେନ୍ଦ୍ରରେ ବିଏଲ୍‌ଓ ଅନୁପସ୍ଥିତ , କ୍ଷୋଭ ପ୍ରକାଶ କଲେ ଉପଜିଲାପାଳ

ଭୋଟର ସଂଶୋଧନ କେନ୍ଦ୍ରରେ ବିଏଲ୍‌ଓ ଅନୁପସ୍ଥିତ , କ୍ଷୋଭ ପ୍ରକାଶ କଲେ ଉପଜିଲାପାଳ

ବିଞ୍ଝାରପୁର,୨୪।୯(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ରବିବାର ଥିଲା ସ୍ବତନ୍ତ୍ର ଭୋଟର ସଂଶୋଧନ ଦିବସ। ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ବିଞ୍ଝାରପୁର ବ୍ଲକର ଶାସନ୍ଦା,

ବିପଜ୍ଜନକ ଅବସ୍ଥାରେ ବ୍ରାହ୍ମଣୀ ସେତୁ , ଭଙ୍ଗା ସେତୁକୁ ପାଳଭୂତ ସାହା

ବିପଜ୍ଜନକ ଅବସ୍ଥାରେ ବ୍ରାହ୍ମଣୀ ସେତୁ , ଭଙ୍ଗା ସେତୁକୁ ପାଳଭୂତ ସାହା

କଳିଙ୍ଗନଗର, ୨୩।୯(ଡି.ଏନ୍‌.ଏ.)- କଳିଙ୍ଗନଗର ଶିଳ୍ପାଞ୍ଚଳର ଜୀବନ ରେଖା କୁହାଯାଉଥିବା ନଂ-୫୩ର ଜାତୀୟ ରାଜପଥର ବ୍ରାହ୍ମଣୀ ସେତୁ ଏବେ ବିପଜ୍ଜନକ ଅବସ୍ଥାରେ ରହିଛି। ଦୀର୍ଘ ୬୦ବର୍ଷରୁ ଊର୍ଦ୍ଧ୍ୱ ହେବ ସେତୁଟି ମରାମତି  ନ ହୋଇ ପଡିରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।