ବାଣିଜ୍ୟ |

ଆଇଡିଆ- ଭୋଡାଫୋନ ମିଶ୍ରଣକୁ ସର୍ତ୍ତମୂଳକ ମଞ୍ଜୁରୀ ମିଳିଛି : ସିହ୍ନା

ଆଇଡିଆ- ଭୋଡାଫୋନ ମିଶ୍ରଣକୁ ସର୍ତ୍ତମୂଳକ ମଞ୍ଜୁରୀ ମିଳିଛି : ସିହ୍ନା

ନୂଆଦିଲ୍ଲୀ,୧୧-୭(ପି.ଟି) ଆଇଡିଆ- ଭୋଡାଫୋନ ଇଣ୍ଡିଆ ମିଶ୍ରଣକୁ ସରକାର ସର୍ତ୍ତମୂଳକ ମଞ୍ଜୁରୀ ପ୍ରଦାନ କରି ସାରିଛନ୍ତି। ମାତ୍ର ଅନ୍ୟ କେତେକ ଆନୁସଙ୍ଗିକ କାର୍ଯ୍ୟ କମ୍ପାନୀଗୁଡିକୁ ପୂରଣ କରିବାକୁ ବାକି ରହିଛି। ଏହା ପରେ ଯାଇ ଅନ୍ତିମ ଡିଲ୍‌ କାର୍ଯ୍ୟ ଶେଷ ହେବ। ବୁଧବାର ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଭୋଡାଫୋନ ପକ୍ଷରୁ କେତେକ ଉଚ୍ଚ ପଦାଧିକାରୀ ସିହ୍ନାଙ୍କୁ ଭେଟିଥିଲେ। ଜୁଲାଇ ୨ରେ ଉକ୍ତ ଡିଲ୍‌ ଲାଗି ସରକାର ସର୍ତ୍ତମୂଳକ ମଞ୍ଜୁରୀ ପ୍ରଦାନ କରିଥିବା ଜଣାଯାଇଛି। ଡିଲ୍‌ ଲାଗି ସରକାର ଶୀଘ୍ର ମଞ୍ଜୁରୀ ପ୍ରଦାନ କରିଥିବାରୁ ସରକାରଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଧନ୍ୟବାଦ ପ୍ରଦାନ କରିଛନ୍ତି।

All Right Reserved By

ବାଣିଜ୍ୟ |

ନୋକିଆ ୩.୧

ନୋକିଆ ୩.୧

ନୂଆଦିଲ୍ଲୀ,୨୨।୭- ବଜାରକୁ ଆସିଛି ‘ନୋକିଆ ୩.୧’। ୨ଜିବି ରାମ୍‌ ଏବଂ ୧୬ ଜିବି ଷ୍ଟୋରେଜ୍‌ ଭାରିଆଣ୍ଟର ମୁଲ୍ୟ ୧୦,୪୯୯ ଟଙ୍କା ଥିବା ବେଳେ ୩ଜିବି ରାମ୍‌ ଏବଂ ୩୨ ଜିବି ଷ୍ଟୋରେଜ୍‌ ଭାରିଆଣ୍ଟ ବିଶିଷ୍ଟ ମୋବାଇଲ୍‌ ଏବେ ପର୍ଯ୍ୟନ୍ତ ଭାରତୀୟ ବଜାରକୁ ପ୍ରବେଶ କରିନାହିଁ। ବ୍ଳାକ୍‌/କ୍ରୋମ୍‌, ବ୍ଲୁ/କପର୍‌ ଏବଂ ହ୍ବାଇଟ୍‌/ଆଇରନ୍‌ ଭଳି ୩ଟି କଲର୍‌ ଭାରିଆଣ୍ଟରେ ଏହି ଫୋନ୍‌ ଉପଲବ୍ଧ।

ମାର୍କେଟ୍‌ରେ ଜିଓମି ‘ଏମ୍‌ଆଇ ମାକ୍ସ୩’

ମାର୍କେଟ୍‌ରେ ଜିଓମି ‘ଏମ୍‌ଆଇ ମାକ୍ସ୩’

ନୂଆଦିଲ୍ଲୀ,୨୨।୭- ଜିଓମି ପକ୍ଷରୁ ଏହାର ଲାଟେଷ୍ଟ ମୋବାଇଲ୍‌ ‘ଏମ୍‌ଆଇ ମାକ୍ସ୩’ର ବଜାର ପ୍ରବେଶ କରାଯାଇଛି। ଏହାର ମୂଲ୍ୟ ପାଖାପାଖି ୨୦,୪୦୦ ଟଙ୍କା ରହିଛି।

ବଜାରରେ ‘ଭିଭୋ ନେକ୍ସ’

ବଜାରରେ ‘ଭିଭୋ ନେକ୍ସ’

ନୂଆଦିଲ୍ଲୀ,୨୨।୭- ପ୍ରମୂଖ ମୋବାଇଲ୍‌ ଫୋନ୍‌ ନିର୍ମାତା ଭିଭୋ ପକ୍ଷରୁ ବଜାରକୁ ଆସିଛି ‘ଭିଭୋ ନେକ୍ସ’। ସିଙ୍ଗଲ୍‌ ଭାରିଆଣ୍ଟରେ ବଜାରକୁ ଆସିଥିବା ଏହି ଫୋନ୍‌ର ବଜାର ଦର ୪୪,୯୯୦ ଟଙ୍କା ରହିଛି।

ଇ-କମର୍ସ ପ୍ଲାଟ୍‌ଫର୍ମ ବିରୋଧରେ ବୃଦ୍ଧି ପାଉଛି ଅଭିଯୋଗ

ଇ-କମର୍ସ ପ୍ଲାଟ୍‌ଫର୍ମ ବିରୋଧରେ ବୃଦ୍ଧି ପାଉଛି ଅଭିଯୋଗ

ନୂଆଦିଲ୍ଲୀ,୨୨।୭- ଅନ୍‌ଲାଇନ୍‌ ମାର୍କେଟ୍‌ପ୍ଲେସ୍‌ ଗୁଡିକ ଉଚିତ୍‌ ନିୟମ ଦ୍ୱାରା ପରିଚାଳିତ ହେଉନାହିଁ। ଏହାର ଅନୁପସ୍ଥିତି ଯୋଗୁ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ମାଧ୍ୟମରେ ପରିଚାଳିତ ହେଉଥିବା କମ୍ପାନୀ ନାମରେ ଅଭିଯୋଗ ଦିନକୁ ଦିନ ବଢିବାରେ ଲାଗିଛି। ଗତ ୪ ବର୍ଷ ମଧ୍ୟରେ ଡିଜିଟାଲ୍‌ ବିଜ୍‌ନେସ୍‌ ପ୍ଲାଟ୍‌ଫର୍ମ ବିରୋଧରେ ହେଉଥିବା ଅଭିଯୋଗର ପରିମାଣ ୧୫୦୦% ବୃଦ୍ଧି ହୋଇଛି।

ବାଏ ବାଏ ନାନୋ

ବାଏ ବାଏ ନାନୋ

ନୂଆଦିଲ୍ଲୀ,୨୨।୭-ପଦ୍ମଭୂଷଣ ସମ୍ମାନର ଅଧିକାରୀ ରତନ ଟାଟାଙ୍କ ମାନସ ସନ୍ତାନ ଥିଲା ଟାଟା ନାନୋ। ଦେଶର ମଧ୍ୟବିତ୍ତ ବର୍ଗଙ୍କୁ ଲକ୍ଷେ ଟଙ୍କାରେ କାର୍‌ ଭେଟି ଦେବା ଉଦ୍ଦେଶ୍ୟରେ ସେ ଏହାକୁ ବଜାରକୁ ଆଣିଥିଲେ।

 ଓ୍ବାଡି ପ୍ରକଳ୍ପକୁ ନାବାର୍ଡ ଦେଇଛି ୧୦,୮୨୬ ଲକ୍ଷ ଟଙ୍କା

ଓ୍ବାଡି ପ୍ରକଳ୍ପକୁ ନାବାର୍ଡ ଦେଇଛି ୧୦,୮୨୬ ଲକ୍ଷ ଟଙ୍କା

ଭୁବନେଶ୍ୱର, ୨୨-୭ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ) ୨୦୧୮-୧୯ ଆର୍ଥିକ ବର୍ଷରେ ୨୦୦୦ ଏକର ଜମିରେ ଏହାର ‘ଓ୍ବାଡି’ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ। ଏହାଦ୍ୱାରା ଓଡିଶାର ପ୍ରାୟ ୨୫୦୦ ଆଦିବାସୀ ପରିବାର ଉପକୃତ ହେବେ। ନାବାର୍ଡର ଆଞ୍ଚଳିକ କାର୍ଯ୍ୟାଳୟ(ଓଡିଶା) ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି।

ପୁରୀରେ ‘ଓ୍ବାଓ ମୋମୋ’ର ପରିମଳ ଅଭିଯାନ

ପୁରୀରେ ‘ଓ୍ବାଓ ମୋମୋ’ର ପରିମଳ ଅଭିଯାନ

ଭୁବନେଶ୍ୱର, ୨୨।୭ କଲିକତାରୁ ୨୦୦୮ରେ ଆରମ୍ଭ ହୋଇଥିବା ଫାଷ୍ଟଫୁଡ୍‌ ଚେନ୍‌ ‘ଓ୍ବାଓ ମୋମୋ’ ପୁରୀର ବିଭିନ୍ନ ସ୍ଥାନରେ ପରିଷ୍କାର ପରିଚ୍ଛନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷାଯାତ୍ରା ଚାଲିଥିବା ବେଳେ ଏହି ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଭିଡ଼ ଜମୁଛି। ଏହି ଅବସରରେ ଏଠାର ବିଭିନ୍ନ ସ୍ଥାନରେ ଓ୍ବାଓ ମୋମୋ ପକ୍ଷରୁ ଏକ ଆବର୍ଜନା ଥଳି ମାଧ୍ୟମରେ ରାସ୍ତାଘାଟରୁ ଅଳିଆ ଆବର୍ଜନାକୁ ପରିଷ୍କାର କରାଯାଉଛି।

 ଦ୍ୱିତୀୟ ଦିନରେ ପହଞ୍ଚିଲା ଟ୍ରକ ଧର୍ମଘଟ

ଦ୍ୱିତୀୟ ଦିନରେ ପହଞ୍ଚିଲା ଟ୍ରକ ଧର୍ମଘଟ

ନୂଆଦିଲ୍ଲୀ, ୨୨-୭: ବିଭିନ୍ନ ଦାବିରେ ଟ୍ରକର୍ସମାନଙ୍କର ଧର୍ମଘଟ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଡିଜେଲ ଉପରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଲାଗୁ ହେଉଥିବା ଟିକସ ହ୍ରାସ, ବ୍ୟବସ୍ଥିତ ଟୋଲ ସଂଗ୍ରହ ଭଳି ବିଭିନ୍ନ ଦାବି ନେଇ ପରିବହନକାରି ଧର୍ମଘଟକୁ ଓହ୍ଲାଇଛନ୍ତି।

ସାନିଟାରୀ ନାପ୍‌କିନ୍‌ରେ ଲାଗିବନି ଜିଏସ୍‌ଟି

ସାନିଟାରୀ ନାପ୍‌କିନ୍‌ରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ,22ା୭(ପି.ଟି.): ଚଳିତ ମାସ ୨୭ ତାରିଖରୁ ସାନିଟାରୀ ନାପ୍‌କିନ୍‌ରେ ଆଉ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗିବ ନାହିଁ। ଶନିବାର ଜିଏସ୍‌ଟି ପରିଷଦର ୨୮ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସାନିଟାରୀ ନାପ୍‌କିନ୍‌କୁ ଜିଏସ୍‌ଟି ମୁକ୍ତ କରିବା ପାଇଁ ବର୍ଷେ ହେବ ଦାବି କରାଯାଇ ଆସୁଥିବାବେଳେ ଶେଷରେ ଏହାର ନିଷ୍କର୍ଷ ବାହାରିଛି। ବର୍ତ୍ତମାନ ଏଥିରେ ୧୨% ଟିକସ ଲାଗୁଥିବାବେଳେ ଏହାକୁ ଶୂନକୁ ଖସାଇ ଦିଆଯୋଇଥିବା ବୈଠକ ପରେ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ଏହାସହିତ ରାଖୀ ଏବଂ ପ୍ରୋଟିନ୍‌ଯୁକ୍ତ ଦୁଗ୍ଧକୁ ମଧ୍ୟ ଟିକସ ପରିସରରୁ ବାହାରେ ରଖାଯାଇଛି। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାବେଳେ ଉପଭୋକ୍ତାଙ୍କୁ ମିଳିଛି ମୌସୁମୀ ଉପହାର। ସାଧାରଣରେ ବ୍ୟବହାର ହେଉଥିବା ଅନେକ ଉତ୍ପାଦ ଉପରେ ଟିକସ ହ୍ରାସ କରାଯାଇଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି।

ସାପ୍ତାହିକ ସମୀକ୍ଷା:ସେନ୍‌ସେକ୍ସରେ ହ୍ରାସ

ସାପ୍ତାହିକ ସମୀକ୍ଷା:ସେନ୍‌ସେକ୍ସରେ ହ୍ରାସ

ମୁମ୍ବାଇ,୨୨-୭:କ୍ରମାଗତ ଦୁଇ ସପ୍ତାହ ଧରି ବୃଦ୍ଧି ଘଟିବା ପରେ ଏଇ ସପ୍ତାହରେ ପୁଞ୍ଜି ବଜାର ନିମ୍ନମୁଖୀ ହୋଇଛି। ସପ୍ତାହର ଅନ୍ତିମ କାରବାର ଦିବସ ଅର୍ଥାତ୍‌ ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସ ୩୬,୪୯୬.୩୭ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନ୍ୟାଶ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ନିଫ୍‌ଟି ୧୧,୦୧୦.୨୦ ପଏଣ୍ଟରେ ବନ୍ଦ ହୋଇଛି। ପୂର୍ବ ସପ୍ତାହ ତୁଳନାରେ ଉଭୟରେ ଯଥାକ୍ରମେ ୪୫.୨୬ ପଏଣ୍ଟ ଏବଂ ୮.୭୦ ପଏଣ୍ଟ ହ୍ରାସ ଘଟିଛି।

୭୪% ସରକାରୀ ବ୍ୟାଙ୍କ ଏଟିଏମ୍‌ ପୁରୁଣା ସଫ୍ଟଓ୍ବେର୍‌ରେ ଚାଲୁଛି

୭୪% ସରକାରୀ ବ୍ୟାଙ୍କ ଏଟିଏମ୍‌ ପୁରୁଣା ସଫ୍ଟଓ୍ବେର୍‌ରେ ଚାଲୁଛି

ନୂଆଦିଲ୍ଲୀ,୨୨-୭: ସମ୍ପ୍ରତି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ପାଖାପାଖି ୭୪% ଏଟିଏମ୍‌ ପୁରୁଣା ସଫ୍ଟଓ୍ବେର୍‌ରେ ଚାଲିଛି। ଏହା ଫଳରେ ଏଟିଏମ୍‌ ଜାଲିଆତି ରିସ୍କ ବଳବତ୍ତର ହେଉଛି। ଖୁବ୍‌ କମ୍‌ ନିରାପତ୍ତା ବୈଶିଷ୍ଟ୍ୟ ରହିଥିବାରୁ ଏସବୁ ମେଶିନ୍‌ଗୁଡିକ ଦ୍ୱାରା ଏଟିଏମ୍‌ ଜାଲିଆତି ରିସ୍କ ବଢ଼ୁଥିବା ସରକାର ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ୨୦୧୯ ଜୁନ୍‌ ସୁଦ୍ଧା ନିଜ ନିଜର ସଫ୍ଟଓ୍ବେର୍‌କୁ ଅପ୍‌ଗ୍ରେଡ୍‌ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସମସ୍ତ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛି। ଦେଶରେ କାରବାର କରୁଥିବା ସମସ୍ତ ଘରୋଇ ଏବଂ ସରକାରୀ ବ୍ୟାଙ୍କ ନିଜ ନିଜର ଏଟିଏମ୍‌ଗୁଡିକୁ ଓ୍ବିଣ୍ଡୋଜ୍‌ ଏକ୍ସପିରୁ ବିକଶିତ ସଫ୍ଟଓ୍ବେରକୁ ଅପ୍‌ଗ୍ରେଡ୍‌ କରନ୍ତୁ ବୋଲି ଆର୍‌ବିଆଇ କହିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଫ୍ଟଓ୍ବେର୍‌ ଅପ୍‌ଗ୍ରେଡ୍‌ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏହା ପ୍ରକାଶ କରିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ;ବାଧ୍ୟତାମୂଳକ ହେବ ତୃତୀୟ ପକ୍ଷ ମୋଟର ବୀମା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ;ବାଧ୍ୟତାମୂଳକ ହେବ ତୃତୀୟ ପକ୍ଷ ମୋଟର ବୀମା

ନୂଆଦିଲ୍ଲୀ, ୨୨-୭: ଘରୋଇ ବଜାରର ଦୁଇଚକିଆ ଓ ଚାରି ଚକିଆ ଯାନଗୁଡିକ ଲାଗି ତୃତୀୟ ପକ୍ଷ ମୋଟର ବୀମା ବାଧ୍ୟତାମୂଳକ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏହା ହେଲେ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ କ୍ଷତିପୂରଣ ମିଳିପାରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ବୀମା କମ୍ପାନୀଗୁଡିକ ଉକ୍ତ ପ୍ରସଙ୍ଗକୁ ବ୍ୟାବସାୟିକ ଭାବେ ନ ନେଇ ମାନବିକତା ଦୃଷ୍ଟିକୋଣରୁ ବିଚାର କରିବା ଆବଶ୍ୟକ। କୋଏମ୍ବାଟୁରର ଏସ୍‌.ରାଜ ଶେଖରନ ନାମକ ଜଣେ ସର୍ଜନଙ୍କ ପକ୍ଷରୁ ଦାଏର ହୋଇଥିବା ପିଟିଶନର ଶୁଣାଣି କରି ନ୍ୟାୟାଳୟ ଏହା କହିଛନ୍ତି। ଦେଶରେ ଚଳାଚଳ କରୁଥିବା ୧୮ କୋଟି ଯାନ ମଧ୍ୟରୁ ବର୍ତ୍ତମାନ ମାତ୍ର ୬ କୋଟି ଯାନ ତୃତୀୟ ପକ୍ଷ ବୀମା ନେଇଛନ୍ତି।

Model This Week

ରୂପେଶ