ରାଜ୍ୟ | ରାୟଗଡା

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନବରଙ୍ଗପୁର,୧୧।୭(ବି.ପ୍ର.)-ନବରଙ୍ଗପୁର ଅତିରିକ୍ତ ଜିଲା ଦୌରାଜଜ୍‌ ଗୌରୀମାଳି ମହାରଣା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତ ସୁରେନ୍ଦ୍ର ଗୌଡଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇ ମାସ କାରାଦଣ୍ଡ ଭୋଗିବେ ବୋଲି ରାୟରେ ଦର୍ଶାଇଛନ୍ତି। ଜଣେ ୧୪ ବର୍ଷିୟା ନାବାଳିକା ରାତିରେ ନାଟ ଦେଖି ଘରକୁ ଫେରୁଥିଲେ। ଏହି ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ ମାନିଗାଁର ସୁରେନ୍ଦ୍ର ଗୌଡ ତାଙ୍କୁ ଟେକିନେଇ ଏକ ଟାୱାର ନିକଟରେ ବଳାତ୍କାର କରିଥିଲେ। ପରବର୍ତ୍ତି ସମୟରେ ନାବାଳିକାଙ୍କୁ ନିୟମିତ ବ୍ୟବଧାନରେ ବଳତ୍କାର କରିଥିଲେ। ଏ ସମ୍ପର୍କରେ ପରିବାର ଲୋକଙ୍କୁ ନାବାଳିକା ଜଣକ ଜଣାଇଥିଲେ। ଗାଁରେ ପଞ୍ଚାୟତ ବସି ନିଷ୍ପତ୍ତି ହୋଇଥିଲା। ସୁରେନ୍ଦ୍ର ପଞ୍ଚାୟତର ନିଷ୍ପତ୍ତିକୁ ମାନି ନେଇ ନାବାଳିକାଙ୍କୁ ଘରେ ନେଇ ରଖିଥିଲା। ନାବାଳିକା ଜଣକ ଗର୍ଭବତୀ ହେବା ପରେ କୌଣସି ସମ୍ପର୍କ ନରଖି ଛାଡି ଦେଇଥିଲା। ଏନେଇ ନାବାଳିକା ଜଣକ ଡାବୁଗାଁ ଥାନାରେ ୨୦୧୫ ଅକ୍ଟୋବର ୧୮ ତାରିଖରେ ଲିଖିତ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ କେସ ନଂ ୨୧୩/୧୫ରେ ଏକ ମାମଲା ରୁଜୁ କରି ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲା। କୋର୍ଟରେ କେସ ନମ୍ବର ୨୧୧/୧୫(ଟି) ରୁଜୁ ହୋଇ ମାମଲାଟି ବିଚରାଧିନ ରହିଥିଲା। ୨୯ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରା ଜଜ୍‌ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସଚିନନ୍ଦନ ସ୍ବାଇଁ ମାମଲା ପରିଚାଳନା କରୁଥିଲେ।
All Right Reserved By

ରାଜ୍ୟ | ରାୟଗଡା

ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ: ସର୍ବନିମ୍ନ ତାପମାତ୍ର ୧୧ ଡିଗ୍ରୀ

ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ: ସର୍ବନିମ୍ନ ତାପମାତ୍ର ୧୧ ଡିଗ୍ରୀ

ଦାରିଙ୍ଗବାଡ଼ି,୧୩।୧୧(ଡି.ଏନ.ଏ.): ଗତ କିଛିଦିନର ବ୍ୟବଧାନରେ ପୁଣି ଦାରିଙ୍ଗବାଡ଼ି ଅଞ୍ଚଳକୁ ଶୀତ ଫେରିଛିା ସୋମବାର ଅପରାହ୍ନରେ ଦାରିଙ୍ଗବାଡ଼ିରେ ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ରହିଥିବାବେଳେ ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଏହା ହ୍ରାସ ପାଇ ୧୧ ଡିଗ୍ରୀରେ ପହଞ୍ଚିଛି ା

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ଆହତ

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ଆହତ

ଭଞ୍ଜନଗର, ୧୩।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡା ଥାନା ଅନ୍ତର୍ଗତ ରାମପଡା ଜଙ୍ଗଲରେ ପୋଲିସ ଓ ପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁର୍ଦ୍ଧାନ୍ତ ଅପରାଧୀ ବେଣୁ ବାରିକ ଆହତ ହୋଇଛନ୍ତି। 

ଆରପାରିରେ କଣ୍ଠଶିଳ୍ପୀ ଚିତ୍ତ ଜେନା

ଆରପାରିରେ କଣ୍ଠଶିଳ୍ପୀ ଚିତ୍ତ ଜେନା

କଟକ ଅଫିସ୍‌, ୧୩।୧୧: ‘ନ ଯା ନ ଯା ରେ ଗୋରୀ ବାଲିଯାତ୍ରା ଦେଖି...’ ସୁପରହିଟ ଗୀତର ଗାୟକ ତଥା ଓ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ। ମଙ୍ଗଳବାର କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

ଶ୍ରୀମନ୍ଦିରରେ ମୁକେଶ ଅମ୍ବାନୀ: ଝିଅ ବାହାଘର ପାଇଁ ଦେଲେ ନିମନ୍ତ୍ରଣ ପତ୍ର

ଶ୍ରୀମନ୍ଦିରରେ ମୁକେଶ ଅମ୍ବାନୀ: ଝିଅ ବାହାଘର ପାଇଁ ଦେଲେ ନିମନ୍ତ୍ରଣ ପତ୍ର

ପୁରୀ ଅଫିସ, ୧୩ା୧୧: ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ମେକ ଇନ୍‌ ଓଡ଼ିଶା କନକ୍ଲେଭ-୨୦୧୮ର ଦ୍ୱିତୀୟ ଦିବସରେ ଯୋଗଦେବା ପରେ ଅମ୍ବାନୀ ହେଲିକପ୍ଟରରେ ଆସି ଅପରାହ୍ନ ୩ଟା ୨୩ରେ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିଥିଲେ।

ଓଡ଼ିଆମାନେ ବୃକ୍ଷପ୍ରେମୀ: ମୁଖ୍ୟମନ୍ତ୍ରୀ

ଓଡ଼ିଆମାନେ ବୃକ୍ଷପ୍ରେମୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ)-ଓଡ଼ିଆମାନେ ବୃକ୍ଷପ୍ରେମୀ। ଓଡ଼ିଶାର ଲୋକେ ଗଛକୁ ଭଲପାଆନ୍ତି। 

ଓଡ଼ିଶୀ ସହ ବ୍ୟାଣ୍ଡ୍‌ ଫ୍ୟୁଜନ୍‌: ଦ୍ୱିତୀୟ ସନ୍ଧ୍ୟାରେ ପ୍ରତିଭା ଦେଖାଇଲେ ଜାପାନ କଳାକାର

ଓଡ଼ିଶୀ ସହ ବ୍ୟାଣ୍ଡ୍‌ ଫ୍ୟୁଜନ୍‌: ଦ୍ୱିତୀୟ ସନ୍ଧ୍ୟାରେ ପ୍ରତିଭା ଦେଖାଇଲେ ଜାପାନ କଳାକାର

ଭୁବନେଶ୍ୱର,୧୩।୧୧(ବ୍ୟୁରୋ)-ଓଡ଼ିଶୀ ସହ ବ୍ୟାଣ୍ଡ୍‌ର ଫ୍ୟୁଜନ୍‌। କଣ୍ଟେମ୍ପୋରାରି ବ୍ୟାଣ୍ଡ୍‌ ମ୍ୟୁଜିକ୍‌ର ତାଳେ ତାଳେ ଓଡ଼ିଶୀର ଛନ୍ଦମୟ ନୃତ୍ୟ, ସୃଷ୍ଟି କରିଥିଲା ଏକ ନିଆରା ଦୃଶ୍ୟ। ଉଦ୍‌ଘାଟନୀ ସନ୍ଧ୍ୟାର ଆକର୍ଷଣୀୟ ‘ଅନ୍‌ଷ୍ଟପେବଲ୍‌ ଆଇ ଆମ୍‌ ଓଡ଼ିଶା’ ପରେ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ର ଦ୍ୱିତୀୟ ସନ୍ଧ୍ୟାରେ ମନ ଜିଣିଥିଲେ ଜାପାନ କଳାକାର। 

ବ୍ରିଜ୍‌ ଦୁଇପାର୍ଶ୍ୱ ରାସ୍ତା ଏବେ ଡେଞ୍ଜର ଜୋନ

ବ୍ରିଜ୍‌ ଦୁଇପାର୍ଶ୍ୱ ରାସ୍ତା ଏବେ ଡେଞ୍ଜର ଜୋନ

ଆରଡି,୧୩।୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ନିକଟରେ ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ ରହିଛି ୪୦ ଫୁଟର ବ୍ରିଜ। ଏହାର ଉଭୟପାର୍ଶ୍ୱ ରାସ୍ତା ନିର୍ମାଣରେ ତ୍ରୁଟି ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ବ୍ରିଜର ଉଭୟପାର୍ଶ୍ୱକୁ ସମତୁଲ କରାଯାଉ ନ ଥିବାରୁ ବାଇକ୍‌ କିମ୍ବା ଅନ୍ୟ ଯାନବାହନ ଚାଳକ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ସ୍ଥାନ ଡେଞ୍ଜର ଜୋନ ପାଲଟିଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରାଯାଉ ନାହିଁ।

ବୁଲିଲା ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷଣ ଭ୍ୟାନ

ବୁଲିଲା ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷଣ ଭ୍ୟାନ

ଭଦ୍ରକ ଅଫିସ, ୧୩।୧୧ - ଭୁବନେଶ୍ୱର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷଣ ଭ୍ୟାନ ସୋମବାର ଭଦ୍ରକ କାଳୀପୂଜାରେ ବୁଲିଥିଲା। ଏଥିରେ ଥିବା ଅଧିକାରୀମାନେ ବିଭିନ୍ନ ହୋଟେଲ, ମିଷ୍ଟାନ୍ନ ଭଣ୍ଡାର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦୋକାନକୁ ଯାଇ ମାନ ପରୀକ୍ଷଣ କରିଥିଲେ। 

ଭୁବନେଶ୍ୱରରେ ହେବ ଓ୍ବାର୍ଲଡ ସ୍କିଲ୍‌ ସେଣ୍ଟର: ୪ ବର୍ଷରେ ପ୍ରଶିକ୍ଷଣ ନେବେ ୫୦ ହଜାର ଛାତ୍ରୀଛାତ୍ର

ଭୁବନେଶ୍ୱରରେ ହେବ ଓ୍ବାର୍ଲଡ ସ୍କିଲ୍‌ ସେଣ୍ଟର: ୪ ବର୍ଷରେ ପ୍ରଶିକ୍ଷଣ ନେବେ ୫୦ ହଜାର ଛାତ୍ରୀଛାତ୍ର

ଭୁବନେଶ୍ୱର,୧୩।୧୧(ବ୍ୟୁରୋ)-ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଓ୍ବାର୍ଲଡ ସ୍କିଲ୍‌ ସେଣ୍ଟର। ଦକ୍ଷତା ବିକାଶ କ୍ଷେତ୍ରରେ ଗତ କିଛିବର୍ଷ ମଧ୍ୟରେ ଓଡ଼ିଶା ଆଖିଦୃଶିଆ ସଫଳତା ହାସଲ କରିଥିବା ବେଳେ ଏହାକୁ ଆଉପାଦେ ଆଗକୁ ନେବାକୁ ରାଜ୍ୟରେ ବିଶ୍ୱସ୍ତରୀୟ ସ୍କିଲ୍‌ ସେଣ୍ଟର ପ୍ରତିଷ୍ଠା ହେବ। ସିଙ୍ଗାପୁରର ପ୍ରସିଦ୍ଧ ଆଇଟିଇ ଏଜୁକେଶନ ସର୍ଭିସେସ୍‌(ଆଇଟିଇଇଏସ୍‌) ଢାଞ୍ଚାରେ ଏହା ପ୍ରତିଷ୍ଠା ହେବ।

ହାତୀ ଉପଦ୍ରବ: ମଞ୍ଚାରେ ବିତୁଛି ରାତି

ହାତୀ ଉପଦ୍ରବ: ମଞ୍ଚାରେ ବିତୁଛି ରାତି

ରାଇସୁଆଁ, ୧୩।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ବ୍ୟାପକ କଳକାରଖାନା ନିର୍ମାଣ, ଖଣି ଖନନ ସହ ଜଙ୍ଗଲ ହାନୀ ଯୋଗୁଁ  ହାତୀପଲ ଗାଁ ମୁହଁା ହେଉଛନ୍ତି। 

ଲୀନ ହେବ ନଳିତାକୋଷା ଗ୍ରାମ

ଲୀନ ହେବ ନଳିତାକୋଷା ଗ୍ରାମ

କପ୍ତିପଦା,୧୩ା୧୧(ଡି଼.ଏନ୍‌.ଏ)- କପ୍ତିପଦା ବ୍ଲକ୍‌  ବିଶୋଳ ପଞ୍ଚାୟତ ବଜରପୁର ବାଲିଘାଟର ନିଲାମ ପରିସୀମା ବାହାରୁ ବାଲି ଉତ୍ତୋଳନ କରାଯାଉଥିବା ଦୀର୍ଘ ଦିନ ହେଲା ଅଭିଯୋଗ ହୋଇ ଆସୁଛି। 

ଓଡ଼ିଶାରେ ‘ମ୍ୟାଙ୍ଗୋ’ କରିବ ୫ ହୋଟେଲ

ଓଡ଼ିଶାରେ ‘ମ୍ୟାଙ୍ଗୋ’ କରିବ ୫ ହୋଟେଲ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ)-ହୋଟେଲ ଶିଳ୍ପ କ୍ଷେତ୍ରରେ ପଛରେ ପଡ଼ିଯାଇଥିବା ଓଡ଼ିଶା ପାଇଁ ସୃଷ୍ଟି ହୋଇଛି ନୂଆ ସୁଯୋଗ। ଦେଶର ପ୍ରମୁଖ ହୋଟେଲ ନେଟଓ୍ବର୍କ ଚେନ୍‌ ‘ମ୍ୟାଙ୍ଗୋ’ ପକ୍ଷରୁ ଓଡ଼ିଶାରେ ୫ ହୋଟେଲ ପ୍ରତିଷ୍ଠା ହେବ, ଯାହାକି ବିଭିନ୍ନ ବର୍ଗର ରହିବ।