

ବାଣିଜ୍ୟ |

କକ୍ସ ଆଣ୍ଡ କିଙ୍ଗସର ଡିଲ୍ ଉତ୍ସବ ଆଜି
ଭୁବନେଶ୍ୱର,୧୭-୨(ବ୍ୟୁରୋ) : କକ୍ସ ଆଣ୍ଡ କିଙ୍ଗସ ପକ୍ଷରୁ ଏହାର ଡିଲ୍ ଉତ୍ସବ ୨.୦ ସମ୍ପର୍କରେ ଘୋଷଣା କରାଯାଇଛି। ଭୁବନେଶ୍ୱରର ରାମମନ୍ଦିର ଛକ ନିକଟରେ ଥିବା କମ୍ପାନୀର ଆଉଟଲେଟରେ ଏହି ଅଫରର ଲାଭ ଗ୍ରାହକ ପାଇ ପାରିବେ।

ପାକିସ୍ତାନୀ ସାମଗ୍ରୀ ଉପରେ ଲାଗିବ ୨୦୦% ସୀମା ଶୁଳ୍କ
ନୂଆଦିଲ୍ଲୀ,୧୭-୨: ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଭାରତ ଏହାଠାରୁ ମୋଷ୍ଟ ଫେଭର୍ଡ ନେସନ(ଏମ୍ଏଫ୍ଏନ୍) ମାନ୍ୟତା ପ୍ରତ୍ୟାହାର କରିଛି।

ଆର୍କମ୍ର ଦେବାଳିଆ ପ୍ରକ୍ରିୟା;ରିଜଲ୍ୟୁଶନ ପ୍ରଫେଶନାଲ ଚୟନ ଲାଗି ଏସ୍ବିଆଇର ଉଦ୍ୟମ
ମୁମ୍ବାଇ,୧୭-୨: ଋଣରେ ବୁଡ଼ି ରହିଥିବା ରିଲାଏନ୍ସ କମ୍ୟୁନିକେଶନ ଋଣ ପରିଶୋଧ କରିପାରୁ ନଥିବାରୁ ନିଜକୁ ଦେବାଳିଆ ଘୋଷଣା କରି ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଟି)ରେ ଆବେଦନ କରିଛି।
ଭେନେଜୁଏଲା ତେଲ ଖରିଦ;ଭାରତର ଚିନ୍ତା ଦୂର କରାଯାଇଛି: ଆମେରିକା
ନୂଆଦିଲ୍ଲୀ,୧୭-୨: ଭେନେଜୁଏଲାରୁ ଅଶୋଧିତ ତେଲ କିଣିବା ନେଇ ଭାରତ ଚିନ୍ତିତ ରହିଛି। ଏହାକୁ ଦୂର କରିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍ଟନ କହିଛନ୍ତି।

ଗୋପନୀୟତା ଭଙ୍ଗ ଅଭିଯୋଗ;ୟେସ୍ ବ୍ୟାଙ୍କ ବିରୋଧରେ ଆର୍ବିଆଇର କାର୍ଯ୍ୟାନୁଷ୍ଠାନ ଧମକ
ନୂଆଦିଲ୍ଲୀ,୧୭-୨: ୟେସ୍ ବ୍ୟାଙ୍କର ଅଡ଼ୁଆ ବଢ଼ିବାକୁ ଯାଉଛି। ଗୋପନୀୟ ରିପୋର୍ଟ ପ୍ରକାଶ କରିବାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଏହି ବ୍ୟାଙ୍କ ଉପରେ ଅସନ୍ତୁଷ୍ଟ ହୋଇଛି। ୟେସ୍ ବ୍ୟାଙ୍କ ବିରୋଧରେ କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଧମକ ଦେଇଛି। ସୂଚନାଥାଉ କି, ସମ୍ପତ୍ତି ବର୍ଗୀକରଣ ଏବଂ ବ୍ୟବସ୍ଥା ଆପଣାଇବାରେ ୟେସ୍ ବ୍ୟାଙ୍କ କୌଣସି ତ୍ରୁଟି କରି ନାହିଁ ବୋଲି ଆର୍ବିଆଇ ରିପୋର୍ଟ ଦେଇଥିଲା।

ଶହୀଦ ପରିବାରର ବ୍ୟୟଭାର ବହନ କରିବ ରିଲାଏନ୍ସ ଫାଉଣ୍ଡେଶନ
ମୁମ୍ବାଇ,୧୭-୨: ରିଲାଏନ୍ସ ଫାଉଣ୍ଡେଶନ ପୁଲଓ୍ବାମାରେ ଶହୀଦ ହୋଇଥିବା ସିଆର୍ପିଏଫ୍ ଯବାନଙ୍କ ପରିବାରର ସମସ୍ତ ଖର୍ଚ୍ଚ ବହନ କରିବ ବୋଲି କହିଛି। ଫାଉଣ୍ଡେଶନ ପକ୍ଷରୁ ଶନିବାର ଏକ ବିବୃତି ଜାରି କରି କୁହାଯାଇଛି ଯେ, ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବରୁ ସେମାନଙ୍କ ପିଲାମାନଙ୍କର ପାଠପଢ଼ା, ବିବାହ ଆଦି ଖର୍ଚ୍ଚ ଏହା ବହନ କରିବ। ଏହାଛଡ଼ା ଶହୀଦଙ୍କ ପରିବାରର ଦୈନନ୍ଦିନ ବ୍ୟୟଭାର ଏବଂ ଆହତ ଯବାନଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରାଯିବ। ତା’ଛଡ଼ା ସରକାର ଚାହିଁଲେ ଅନ୍ୟ ଯେକୌଣସି ଦାୟିତ୍ୱ ଦେଲେ ରିଲାଏନ୍ସ ଫାଉଣ୍ଡେଶନ ଏହା ତୁଲାଇବ ବୋଲି କୁହାଯାଇଛି।

ପୁଲଓ୍ବାମା ଆକ୍ରମଣ ନେଇ ବିରୂପ ମନ୍ତବ୍ୟ;ନିଜର କର୍ମଚାରୀଙ୍କୁ ସସ୍ପେଣ୍ଡ କଲା ଜାଇଡସ୍
ନୂଆଦିଲ୍ଲୀ,୧୭-୨: ପୁଲଓ୍ବାମା ଆକ୍ରମଣ ନେଇ ବିରୂପ ମନ୍ତବ୍ୟ ଦେବା ଜାଇଡସ ହେଲଥକେୟାର କମ୍ପାନୀର ଜଣେ ମାର୍କେଟିଂ ଏକ୍ଜିକ୍ୟୁଟିଭଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ କମ୍ପାନୀ ସସ୍ପେଣ୍ଡ କରିଛି।

ଗୋୟଲଙ୍କ ହାତରୁ ଯିବ ଜେଟ୍ ଏୟାରଓ୍ବେଜ ନିୟନ୍ତ୍ରଣ
ନୂଆଦିଲ୍ଲୀ,୧୭-୨: ଦୀର୍ଘ ୨୫ ବର୍ଷ ପରେ ପ୍ରମୋଟର ନରେଶ ଗୋୟଲଙ୍କ ହାତରୁ ଜେଟ୍ ଏୟାରଓ୍ବେଜର ନିୟନ୍ତ୍ରଣ ଚାଲିଯିବ। ପ୍ରାୟ ୮୪୦୦ କୋଟି ଟଙ୍କାର ଋଣରେ ବୁଡ଼ି ରହିଥିବା ଏହି ଘରୋଇ ବିମାନ କମ୍ପାନୀକୁ ବଞ୍ଚାଇ ରଖିବା ଲାଗି ଗୋୟଲ ଶେଷରେ ଏହାର ନିୟନ୍ତ୍ରଣ ଛାଡ଼ିବାକୁ ରାଜି ହୋଇଛନ୍ତି।

ରାଜ୍ୟରେ ସ୍ଥାପନ ହେବ ୩ ନୂଆ ଏଲପିଜି : ବଟଲିଂ ପ୍ଲାଣ୍ଟ
ଭୁବନେଶ୍ୱର,୧୬-୨: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚପିସିଏଲ୍) ପକ୍ଷରୁ ରାୟଗଡାଠାରେ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ ସ୍ଥାପନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ରାୟଗଡାର ଆଇଆଇଡି ସେଣ୍ଟରଠାରେ ହେବାକୁ ଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ମାସ ୧୯ରେ ଏହାର ଭିତ୍ତିପ୍ରସ୍ତର ଦେବେ। କାର୍ଯ୍ୟକ୍ରମ ଅବସରରେ ଲୋକସଭା ସଦସ୍ୟ ଝିନ ହିକକା ଏବଂ ରାୟଗଡା ଏମ୍ଏଲ୍ଏ ଲାଲ ବିହାରି ହିମିରିକା ଯୋଗଦେବେ ବୋଲି ଏଠାରେ ତୈଳକମ୍ପାନୀ ତଥା ଅଂଶୀଦାରଙ୍କ ପକ୍ଷରୁ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି।

ନୂଆ ହୋଣ୍ଡା ସିଭିକର ପ୍ରି ଲଞ୍ଚ ବୁକିଂ
ନୂଆଦିଲ୍ଲୀ,୧୬-୨: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ୧୦ ପିଢିର ନୂଆ ସିଭିକ ମଡେଲର ପ୍ରି ଲଞ୍ଚ ବୁକିଂ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୧୫ ତାରିଖଠାରୁ ସାରା ଦେଶରେ ଥିବା କମ୍ପାନୀର ଅଧିକୃତ ଡିଲରଶିପଗୁଡ଼ିକରେ ଗ୍ରାହକମାନେ ଏହି ମଡେଲର ବୁକିଂ କରିପାରିବେ।

ଏଏସ୍ବିଏମ୍ର ପ୍ଲେସମେଣ୍ଟ ସଫଳତା
ଭୁବନେଶ୍ୱର,୧୬-୨: ଏସିଆନ ସ୍କୁଲ ଅଫ୍ ବିଜନେସ ମ୍ୟାନେଜମେଣ୍ଟ (ଏଏସ୍ବିଏମ୍) ପିଜିଡିଏମ୍ ପ୍ରୋଗ୍ରାମ ୨୦୧୭-୧୯ ବ୍ୟାଚର ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୩୦ ମନୋନୟନରେ ୩୦ଟି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କମ୍ପାନୀ ଭାଗ ନେଇଥିଲେ।

ରାୟଗଡା ସମେତ ଆଉ ୨ ଷ୍ଟେଶନରେ ନୂଆ ଫୁଟ୍ ଓଭର ବ୍ରିଜ
ଭୁବନେଶ୍ୱର,୧୬-୨: ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ରାୟଗଡ଼ା ଷ୍ଟେଶନରେ ଅତିରିକ୍ତ ଫୁଟ ବ୍ରିଜ ସ୍ଥାପନ ହୋଇଛି। ଏହା ସହ ଲାଡା ଓ ଡିମିଡିପେଟା ରେଳ ଷ୍ଟେଶନଠାରେ ଫୁଟ ଓଭରବ୍ରିଜ ସମ୍ପୂର୍ଣ୍ଣ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। ଏହାକୁ ଚଳିତ ମାସ ୧୯ରେ ଲୋକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଲାଡା ଓ ଡିମିଡିପେଟା ରେଳ ଷ୍ଟେଶନ ଫୁଟ ଓଭରବ୍ରିଜ ଲାଗି ୨.୨୪ କୋଟି ବ୍ୟୟବରାଦ ହୋଇଛି। ସେହିଭଳି ରାୟଗଡ଼ା ଷ୍ଟେଶନ ଏ ଶ୍ରେଣୀରେ ଆସୁଥିବା ବେଳେ ଏହାର ଉନ୍ନତିକରଣ କରାଯାଇଛି। ଏଠାରେ ନୂଆ ଫୁଟ ଓଭରବ୍ରିଜ ଲାଗି ୨.୪୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ନିକଟରେ ଶେଷ ହୋଇଛି।