ଖେଳ |

ଏସିଆନ ଜୁନିୟର ରେସ୍‌ଲିଂ ଚାମ୍ପିୟନଶିପ୍‌: ପାକିସ୍ତାନ ଦଳକୁ ଗୃହ ମନ୍ତ୍ରଣାଳୟର ଅନୁମତି

ନୂଆଦିଲ୍ଲୀ,୧୧ା୭ (ପି.ଟି.)-ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବଲ୍ୟୁଏଫ୍‌ଆଇ) ଏକ ସର୍ତ୍ତ ପୂରଣ କରିବା ଲାଗି ରାଜି ହେବାପରେ ଏସିଆନ ଜୁନିୟର ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ପାଇଁ ପାକିସ୍ତାନୀ କୁସ୍ତି ଯୋଦ୍ଧାମାନଙ୍କୁ ଅନୁମତି ଦେବାକୁ ଗୃହ ମନ୍ତ୍ରଣାଳୟ ଶେଷରେ ରାଜି ହୋଇଛି। ସର୍ତ୍ତଟି ହେଲା ପଡ଼ୋଶୀ ଦେଶର ପ୍ରତିଯୋଗୀମାନେ ପ୍ରତିଯୋଗିତାର ଭେନ୍ୟୁ ଭିତରେ ସୀମିତ ରହିବେ। ୬ଦିନ ଧରି ହେବାକୁଥିବା ଏସିଆନ ଜୁନିୟର କୁସ୍ତି ଚାମ୍ପିୟନଶିପ୍‌ ଜୁଲାଇ ୧୭ରୁ ଆରମ୍ଭ ହେବ। ଏଥିରେ ପାକିସ୍ତାନ ଇରାକ ଓ ଆଫଗାନିସ୍ତାନ ପ୍ରତିଯୋଗୀଙ୍କ ଅଂଶଗ୍ରହଣ ଉପରେ ଗୃହ ମନ୍ତ୍ରଣାଳୟ ରୋକ୍‌ ଲଗାଇଥିଲା। ଖବର ଅନୁସାରେ ପାକିସ୍ତାନୀ କୁସ୍ତି ଯୋଦ୍ଧାଙ୍କୁ ଯଦି ଭିଜା ପ୍ରଦାନ କରା ନ ଯାଏ ତେବେ ବିଶ୍ୱ କୁସ୍ତି ପରିଚାଳନା ସଂସ୍ଥା ୟୁନାଇଟେଡ ଓ୍ବାଲର୍‌ଡ ରେସ୍‌ଲିଂ (ୟୁଡବଲ୍ୟୁଡବଲ୍‌ୟୁ) ହୁଏତ ଦଣ୍ଡ ବିଧାନ କରିପାରେ ବୋଲି ଡବ୍ଲ୍ୟୁଏଫ୍‌ଆଇ ଆଶଙ୍କା କରିଥିଲା। ୨୦୧୫ରେ ଗୃହ ମନ୍ତ୍ରଣାଳୟ ଏସିଆନ କ୍ୟାଡେଟ୍‌ ଚାମ୍ପିୟନଶିପ୍‌ରେ ପାକିସ୍ତାନୀ କୁସ୍ତିଯୋଦ୍ଧାଙ୍କୁ ଅଂଶଗ୍ରହଣ ପାଇଁ ଅନୁମତି ଦେଇ ନ ଥିଲା। ଡବ୍ଲ୍ୟୁଏଫ୍‌ଆଇ ଆସିଷ୍ଟାଣ୍ଟ ସେକ୍ରେଟାରୀ ବିନୋଦ ତୋମାର କହିଛନ୍ତି ଗୃହ ମନ୍ତ୍ରଣାଳୟ ତରଫରୁ ବୁଧବାର ଆମକୁ ଡକରା ଆସିଥିଲା। ପାକିସ୍ତାନ କୁସ୍ତିଯୋଦ୍ଧାମାନେ ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ସେମାନଙ୍କୁ ଭିଜା ମଞ୍ଜୁର କରାଯିବ ବୋଲି ଆମକୁ କୁହାଯାଇଥିଲା। କିନ୍ତୁ ପାକିସ୍ତାନ ଦଳର ଦାୟିତ୍ୱ ନେବା ଲାଗି ଆମକୁ କ୍ରାଇମ୍‌ ବ୍ରାଞ୍ଚକୁ ଏକ ଅଣ୍ଡରଟେକିଂ ଦେବାକୁ ହେବ। ପାକିସ୍ତାନ କୁସ୍ତିଯୋଦ୍ଧାମାନେ ଯେପରି ହେଟେଲ ଓ ଭେନ୍ୟୁ ଛାଡ଼ି ଅନ୍ୟ କେଉଁ ଆଡେ ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ତୋମାର କହିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ଅଫସିଆଲ ଆହୁରି ଏକଥା ମଧ୍ୟ କହିଛନ୍ତି ଯେ, ଇରାକ ଓ ଆଫଗାନିସ୍ତାନ ପ୍ରତିଯୋଗିତା ପାଇଁ କୌଣସି ପ୍ରତିଯୋଗୀ ପଠାଇ ନାହାନ୍ତି। ଫେଡେରେଶନ ସମ୍ପାଦକ ଭି.ଏନ. ପ୍ରାସୁଦ୍‌ ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

All Right Reserved By

ଖେଳ |

ଏଫ୍‌ସି ପୁନେ ଦଳରେ ରବିନ ସିଂ

ଏଫ୍‌ସି ପୁନେ ଦଳରେ ରବିନ ସିଂ

ପୁଣେ,୨୩।୭(ପି.ଟି.)- ଭାରତୀୟ ଷ୍ଟ୍ରାଇକର ରବିନ ସିଂ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ ଏଫ୍‌ସି ପୁନେ ସିଟି ଦଳରେ ସାମିଲ ହୋଇଛନ୍ତି। ୨୮ ବର୍ଷୀୟ ଷ୍ଟ୍ରାଇକର ଗତ ସିଜନରେ ଆଟଲେଟିକୋ ଡେ କୋଲକାତା (ଏଟିକେ) ପକ୍ଷରୁ ଖେଳିଥିଲେ।

ରାମକୁମାରଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା

ରାମକୁମାରଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା

ନୂଆଦିଲ୍ଲୀ,୨୩।୭(ପି.ଟି.)- ଦୀର୍ଘ ୨୦ ବର୍ଷ ଧରି ଦେଶର ପ୍ରଥମ ଏଟିପି ସିଙ୍ଗଲ୍ସ ଟାଇଟଲ ଅପେକ୍ଷାର ଅନ୍ତ କରିବାରେ ବିଫଳ ହୋଇଛନ୍ତି ରାମକୁମାର ରାମନାଥନ। ମାତ୍ର ସେ ଏଟିପି ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୧୦୦ର ନିକଟତର ହୋଇଛନ୍ତି। ହଲ ଅଫ୍‌ ଫେମ ଓପନ୍‌ରେ ରନର୍ସଅପ୍‌ ହୋଇ ପୂର୍ବ ଅପେକ୍ଷା ୪୬ଟି ସ୍ଥାନ ଉପରକୁ ଉଠିଛନ୍ତି।

ଜର୍ମାନୀ ଫୁଟ୍‌ବଲ ଦଳରୁ ଓଜିଲଙ୍କ ଅବସର

ଜର୍ମାନୀ ଫୁଟ୍‌ବଲ ଦଳରୁ ଓଜିଲଙ୍କ ଅବସର

ବର୍ଲିନ,୨୩।୭(ଏଏଫ୍‌ପି)- ମେସୁଟ୍‌ ଓଜିଲ ରବିବାର ଜର୍ମାନୀ ଜାତୀୟ ଫୁଟ୍‌ବଲ ଦଳ ତ୍ୟାଗ କରିଛନ୍ତି। ଗତ ବିଶ୍ୱକପ୍‌ରେ ଜର୍ମାନୀ ଦଳର ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ଜାତିବାଦର ସମ୍ମୁଖୀନ ହେବାକୁ ପଡ଼ିଛି।

ଧୋନୀଙ୍କୁ କପି କଲେ ସର୍ଫରାଜ

ବୁଲଓ୍ବାୟୋ,୨୩।୭- ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନକଲ କରିଛନ୍ତି। ଏଠାରେ ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ପାଞ୍ଚ ଟିକିଆ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ସେ ଉଇକେଟ କିପିଂ ଛାଡ଼ି ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଥର ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରଥମ ଦିନିକିଆରେ ବାଂଲାଦେଶ ବିଜୟୀ

ପ୍ରଥମ ଦିନିକିଆରେ ବାଂଲାଦେଶ ବିଜୟୀ

ପ୍ରୋଭିଡେନ୍ସି,୨୩।୭- ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଶୋଚନୀୟ ପରାଜୟ ବରଣ କରିବା ପରେ ବାଂଲାଦେଶ ଦଳ ବିଜୟ ସହ ଦିନିକିଆ ଫର୍ମାଟରେ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ଏଠାରେ ଖେଳାଯାଇଥିବା ଅନ୍ତର୍ଜାତୀୟ ପ୍ରଥମ ଦିନିକିଆରେ ଭ୍ରମଣକାରୀ ଦଳ ୪୮ ରନ୍‌ରେ ବିଜୟୀ ହୋଇଛି।

ଜାତୀୟ ଜୁନିୟର ରଗ୍‌ବୀ ସେଭେନ୍ସ , ଓଡ଼ିଶା ବାଳିକାଙ୍କୁ ରୌପ୍ୟ, ବାଳକରେ ବ୍ରୋଞ୍ଜ

ଜାତୀୟ ଜୁନିୟର ରଗ୍‌ବୀ ସେଭେନ୍ସ , ଓଡ଼ିଶା ବାଳିକାଙ୍କୁ ରୌପ୍ୟ, ବାଳକରେ ବ୍ରୋଞ୍ଜ

ଭୁବନେଶ୍ୱର, ୨୨।୭(କ୍ରୀଡ଼ା ପ୍ରତିନିଧି)- ତାମିଲନାଡ଼ୁ ରଗ୍‌ବୀ ଫୁଟବଲ ୟୁନିୟନ(ଟିଏନଆରଏଫୟୁ) ଆନୁକୂଲ୍ୟରେ ମଦୁରାଇଠାରେ ରବିବାର ଜାତୀୟ ଜୁନିୟର ରଗ୍‌ବୀ ସେଭେନ୍ସ(୧୮ ବର୍ଷରୁ କମ୍‌ ) ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଛି।

ହାମିଲଟନ ଜିତିଲେ ଜର୍ମାନ ଗ୍ରାଁ ପ୍ରି

ହାମିଲଟନ ଜିତିଲେ ଜର୍ମାନ ଗ୍ରାଁ ପ୍ରି

ହକେନହେମ, ୨୨।୭- ରବିବାର ଅନୁଷ୍ଠିତ ଜର୍ମାନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ମର୍ସିଡିଜ୍‌ ଡ୍ରାଇଭର ଲୁଇସ ହାମିଲଟନ ଓ ଭାଲଟେରି ବୋଟ୍ଟାସ ବାଜି ମାରିଛନ୍ତି। ହାମିଲଟନ ପ୍ରଥମ ସ୍ଥାନ ଅଧିକାର କରି ରେସ୍‌ ଜିତିଥିବାବେଳେ ବୋଟ୍ଟାସ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ନାଡା ପ୍ରସଙ୍ଗ , ‘ଓ୍ବେଟ୍‌ ଆଣ୍ଡ୍‌ ଓ୍ବାଚ୍‌ ପଲିସି’ ଆପଣେଇଲା ବିସିସିଆଇ

ନୂଆଦିଲ୍ଲୀ, ୨୨ା୭ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋଡର୍ର୍ (ବିସିସିଆଇ) ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ନିୟମ ପରିସରଭୁକ୍ତ ହେବା ପ୍ରସଙ୍ଗରେ ‘ଓ୍ବେଟ୍‌ ଆଣ୍ଡ୍‌ ଓ୍ବାଚ୍‌’ ନୀତି ଆପଣେଇଛି। ଏଠାରେ ରବିବାର ଅନୁଷ୍ଠିତ ବିସିସିଆଇ ବୈଠକରେ ସ୍ଥିର କରାଯାଇଛି।

ଗୁଣତିଳକା ସସ୍‌ପେଣ୍ଡ

କଲମ୍ବୋ, ୨୨ା୭ (ଏଏଫ୍‌ପି)- ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ମଧ୍ୟରେ ଦୁର୍ବ୍ୟବହାର ଅଭିଯୋଗରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଦାନୁଷ୍କା ଗୁଣତିଳକାଙ୍କୁ ଦେଶର କ୍ରିକେଟ ବୋର୍ଡ (ଏସ୍‌ଏଲସି) ଖେଳର ସମସ୍ତ ଫର୍ମାଟରୁ ସସ୍‌ପେଣ୍ଡ କରିଛି।

ଏସିଆନ ଜୁନିୟର ରେସ୍‌ଲିଂ ଅନ୍ତିମ ଦିବସରେ ରାଠି, ଦୀପକ ଜିତିଲେ ସ୍ବର୍ଣ୍ଣ

ଏସିଆନ ଜୁନିୟର ରେସ୍‌ଲିଂ ଅନ୍ତିମ ଦିବସରେ ରାଠି, ଦୀପକ ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୨ା୭ (ପି.ଟି.)-ଏସିଆନ ଜୁନିୟର ରେସ୍‌ଲିଂ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ସଚିନ ରାଠି ଓ ଦୀପକ ପୁନିୟା ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଫ୍ରିଷ୍ଟାଇଲ ବିଭାଗରେ ଭାରତ ଦୁଇଟି ବ୍ରୋଞ୍ଜ ପଦକ ପାଇବାରେ ସଫଳ ହୋଇଛି।

ଏସିଆନ୍‌ ଗେମ୍ସ ଷ୍ଟାଡିୟମ୍‌ ଭାଙ୍ଗିଲେ ଇଣ୍ଡୋନେସିଆ ଫୁଟ୍‌ବଲ ପ୍ରଶଂସକ

ଏସିଆନ୍‌ ଗେମ୍ସ ଷ୍ଟାଡିୟମ୍‌ ଭାଙ୍ଗିଲେ ଇଣ୍ଡୋନେସିଆ ଫୁଟ୍‌ବଲ ପ୍ରଶଂସକ

ପାଲେମ୍‌ବାଙ୍ଗ(ଇଣ୍ଡୋନେସିଆ), ୨୨।୭(ଏଏଫ୍‌ପି)- ଆସନ୍ତା ମାସରେ ଏସିଆନ୍‌ ଗେମ୍ସ ଆୟୋଜନ କରିବାକୁ ଥିବା ଇଣ୍ଡୋନେସିଆର ଚାଓସସ୍ଥିତ ଗେଲୋରା ଶ୍ରୀଓ୍ବିଜା ଷ୍ଟାଡିୟମ୍‌ ପରିସରରେ କେତେକ କ୍ରୋଧାନ୍ବିତ ଫୁଟ୍‌ବଲ ପ୍ରଶଂସକ ଭଙ୍ଗାରୁଜା କରିଛନ୍ତି।

ପାକିସ୍ତାନର କ୍ଲିନ୍‌ ସୁଇପ୍‌ , ଜମାନଙ୍କ ବିଶ୍ୱ ରେକର୍ଡ

ପାକିସ୍ତାନର କ୍ଲିନ୍‌ ସୁଇପ୍‌ , ଜମାନଙ୍କ ବିଶ୍ୱ ରେକର୍ଡ

ବୁଲାଓ୍ବାୟୋ,୨୨।୭(ପି.ଟି.)- ସ୍ଥାନୀୟ କୁଇନ୍ସ ସ୍ପୋଟର୍‌ସ କ୍ଲବ୍‌ଠାରେ ରବିବାର ଅନୁଷ୍ଠିତ ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ମ୍ୟାଚ୍‌କୁ ପାକିସ୍ତାନ ଦଳ ୧୩୧ ରନ୍‌ରେ ଜିତି ନେଇଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଭ୍ରମଣକାରୀ ଦଳ ୫-୦ ବ୍ୟବଧାନରେ ଜିତି କ୍ଲିନ୍‌ ସୁଇପ୍‌ ହାସଲ କରିଛି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ