ଖେଳ |

ଫ୍ରାନ୍ସର ବିଜୟ ଲଜ୍ଜାଜନକ: କୋର୍ଟୋଇସ୍‌

ଫ୍ରାନ୍ସର ବିଜୟ ଲଜ୍ଜାଜନକ: କୋର୍ଟୋଇସ୍‌
ସେଣ୍ଟ ପିଟର୍ସବର୍ଗ, ୧୧।୭(ଏଏଫପି)- ବିଶ୍ୱକପ୍‌ ପ୍ରଥମ ସେମିଫାଇନାଲରେ ଫ୍ରାନ୍ସଠାରୁ ୧-୦ ଗୋଲରେ ପରାଜୟ ନେଇ ମୁହଁ ଖୋଳିଛନ୍ତି ବେଲଜିୟମ ଗୋଲକିପର ଥିବାଉଟ୍‌ କୋର୍ଟୋଇସ୍‌। ଏହି ପରାଜୟ ଫୁଟବଲ ପାଇଁ ଏକ ଲଜ୍ଜା ବୋଲି ସେ କହିଛନ୍ତି। ଫ୍ରାନ୍ସର ଅତ୍ୟଧିକ ରକ୍ଷଣାତ୍ମକ ଖେଳ କାରଣରୁ ଆମେ ହାରିଲୁ। ସେଣ୍ଟରବ୍ୟାକ ଉମଟିଟି ୫୧ତମ ମିନିଟ୍‌ରେ ଗୋଲ ଦେଇ ୧-୦ ଗୋଲରେ ଅଗ୍ରଣୀ କରାଇବା ସହ ଦଳକୁ ଜିତାଇଥିଲେ। ଏଥି ସହିତ ଫ୍ରାନ୍ସ ତୃତୀୟଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା। ଏହା ଏକ ନିରାଶାଜନକ ମୁକାବିଲା ଥିଲା। ପ୍ରକୃତପକ୍ଷେ ଫ୍ରାନ୍ସ ଭଲ ଖେଳି ନ ଥିଲା। ଗୋଲ ପୋଷ୍ଟର ୪୦ ମିଟର ସର୍କଲ ମଧ୍ୟରେ ଫ୍ରାନ୍ସର ୧୧ଜଣ ଖେଳାଳି ରହି ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ବୋଲି ଚେଲସି ଗୋଲକିପର କୋର୍ଟୋଇସ୍‌ କହିଛନ୍ତି। ତେବେ କିଲିଆନ ଏମ୍‌ବାପେଙ୍କ ମାଧ୍ୟମରେ ଫ୍ରାନ୍ସ ଅବଶ୍ୟ ପ୍ରତିଆକ୍ରମଣ କରିଥିଲା। ଦୁଃଖର କଥା ହେଉଛି ଯେ, ଆମେ ଏକ ଖରାପ ଖେଳିଥିବା ଦଳଠାରୁ ପରାସ୍ତ ହୋଇଛୁ। ସେମିଫାଇନାଲରେ ଫ୍ରାନ୍ସ ଆମଠାରୁ ଭଲ ଖେଳି ନ ଥିଲେ ବି ବିଜୟୀ ହୋଇଛି। ଏହା ହିଁ ବିଡମ୍ବନା ବୋଲି କୋର୍ଟୋଇସ୍‌ କହିଛନ୍ତି। ଉରୁଗୁଏ ବିପକ୍ଷ କ୍ୱାର୍ଟର ଫାଇନାଲରେ ମଧ୍ୟ ଏହା ହୋଇଥିଲା। ଫ୍ରି କିକ୍‌ ଓ ଗୋଲ କିପିଂ ତ୍ରୁଟି କାରଣରୁ ଫ୍ରାନ୍ସ ବିଜୟୀ ହୋଇଥିଲା। ବେଲଜିୟମ ବିଜୟୀ ହୋଇପାରି ନ ଥିବାରୁ ଏହା ନିହାତି ଲଜ୍ଜାଜନକ ବୋଲି ସେ କହିଛନ୍ତି।
All Right Reserved By

ଖେଳ |

ଓାସାକା ଫାଇନାଲରେ

ଓାସାକା ଫାଇନାଲରେ

ଟୋକିଓ, ୨୨ା୯ (ଏଏଫ୍‌ପି)- ଜାପାନର ନାଓମି ଓସାକା ପ୍ୟାନ ପ୍ୟାସିଫିକ୍‌  ଓପନ ଡବଲ୍‌ୟୁଟିଏ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଭାରତୀୟ ରେସଲିଂରେ ପ୍ରଥମଥର ଲାଗି ବିଦେଶୀ କୋଚ୍‌

ଭାରତୀୟ ରେସଲିଂରେ ପ୍ରଥମଥର ଲାଗି ବିଦେଶୀ କୋଚ୍‌

ନୂଆଦିଲ୍ଲୀ, ୨୨।୯(ପି.ଟି.)- ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ପ୍ରଥମଥର ଲାଗି ବିଦେଶୀ କୋଚ୍‌ଙ୍କୁ ନିଯୁକ୍ତି କରିବାକୁ ନିଷ୍ପତ୍ତି ନେଇଛି। 

ଜେମିମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ:  ଜିତିଲା ଭାରତୀୟ ମହିଳା ଦଳ

ଜେମିମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ଜିତିଲା ଭାରତୀୟ ମହିଳା ଦଳ

କଲମ୍ବୋ,୨୨।୯- ଯୁବ ବ୍ୟାଟ୍ସଓ୍ବିମେନ ଜେମିମା ରୋଡ୍ରିଗୁଏଜଙ୍କ ବିସ୍ଫୋରକ ଅର୍ଦ୍ଧାତକୀୟ ଇନିଂସ୍‌ ଯୋଗୁ ଶ୍ରୀଲଙ୍କା ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୩୨ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୨ ଓଭରରେ ଭାରତ ହାସଲ କରିନେଇଥିଲା।

ହାରିଲା ଫେଡେରର-ଜୋକୋଭଚ୍‌ଙ୍କ ଯୋଡ଼ି

ହାରିଲା ଫେଡେରର-ଜୋକୋଭଚ୍‌ଙ୍କ ଯୋଡ଼ି

ଶିକାଗୋ,୨୨।୯- ଦୁଇ ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ରୋଜର ଫେଡେରର ଓ ନୋଭାକ ଜୋକୋଭିଚ୍‌ ଚଳିତ ଲାଭର କପ୍‌ ଟୁର୍ନାମେଣ୍ଟର ଡବଲ୍ସ ମୁକାବିଲାରେ ପରାସ୍ତ ହୋଇଛନ୍ତି। ଏହାସତ୍ତ୍ୱେ ୟୁରୋପ ଦଳ ୩-୧ ବ୍ୟବଧାନରେ ଓ୍ବାଲ୍ଡ ଟିମ୍‌କୁ ପରାସ୍ତ କରିବାରେ ସକ୍ଷମ ହୋଇଛି । 

ପାଞ୍ଚ ବର୍ଷ କ୍ରିକେଟ ପ୍ରସାରଣ କରିବ ଜିଓ ଟିଭି

ପାଞ୍ଚ ବର୍ଷ କ୍ରିକେଟ ପ୍ରସାରଣ କରିବ ଜିଓ ଟିଭି

ନୂଆଦିଲ୍ଲୀ,୨୨।୯- ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜିଓ ଟିଭି କ୍ରିକେଟ ମ୍ୟାଚ୍‌ର ସିଧାପ୍ରସାରଣ କରିବ। ଏଥିନେଇ ସ୍ପୋଟର୍‌ସ ଭିତ୍ତିକ ଚ୍ୟାନେଲ ଷ୍ଟାର ଇଣ୍ଡିଆ ସହ ରିଲେଆନ୍ସ ଜିଓ ଇନ୍‌ଫୋକୋମ୍ମ ଲିମିଟେଡ୍‌ ଚୁକ୍ତି କରିଥିବା ଶୁକ୍ରବାର ଘୋଷଣା କରିଛି। 

ହାସନ, ଅସଗର, ରସିଦ ଦଣ୍ଡିତ

ହାସନ, ଅସଗର, ରସିଦ ଦଣ୍ଡିତ

ଦୁବାଇ,୨୨।୯- ଚଳିତ ଏସିଆ କପ୍‌ର ସୁପର ୪’ ପର୍ଯ୍ୟାୟରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ୩ଜଣ ଖେଳାଳିଙ୍କୁ ଭିନ୍ନ ଭିନ୍ନ କାରଣ ପାଇଁ ଦଣ୍ଡିତ କରାଯାଇଛି। ପାକିସ୍ତାନ ପେସର ହାସନ ଅଲି ଓ ଆଫଗାନିସ୍ତାନର ଅସଗର ଆଫଗାନ ଏବଂ ରସିଦ ଖାଁଙ୍କ ମ୍ୟାଚ୍‌ର ୧୫ ପ୍ରତିଶତ କାଟ କରାଯାଇଛି। 

ବଜରଙ୍ଗଙ୍କୁ ଯୋଗେଶ୍ୱରଙ୍କ ପରାମର୍ଶ

ବଜରଙ୍ଗଙ୍କୁ ଯୋଗେଶ୍ୱରଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୨।୯- କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ ନ କରିି ପାରନ୍ତି ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। ତାଙ୍କୁ ମେଣ୍ଟର ତଥା ଅଲିମ୍ପିକ୍‌ ପଦକଧାରୀ ଯୋଗେଶ୍ୱର ଦତ୍ତ ପରାମର୍ଶ ଦେଇଛନ୍ତି, କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପରିବର୍ତ୍ତେ ଆଗାମୀ ମାସରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ଲାଗି ପ୍ରସ୍ତୁତ ହେବା ଉଚିତ।

ସ୍ମିଥ୍‌ଙ୍କ ଅର୍ଦ୍ଧଶତକ

ସ୍ମିଥ୍‌ଙ୍କ ଅର୍ଦ୍ଧଶତକ

ସିଡ୍‌ନୀ,୨୨।୯- ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ କ୍ଲବ କ୍ରିକେଟକୁ ଫେରିଛନ୍ତି। ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ୮୫ ରନ୍‌ର ଦମ୍‌ଦାର ଅର୍ଦ୍ଧାଶତକୀୟ ଇନିଂସ୍‌ ଖେଳିଛନ୍ତି।

ତୀରନ୍ଦାଜ କୋଚ୍‌ଙ୍କ ଇସ୍ତଫା

ତୀରନ୍ଦାଜ କୋଚ୍‌ଙ୍କ ଇସ୍ତଫା

ଚଣ୍ଡିଗଡ଼,୨୨।୯- ଜାତୀୟ କମ୍ପାଉଣ୍ଡ ତୀରନ୍ଦାଜ ଦଳର କୋଚ୍‌ ଜୀବନଜୋତ ସିଂ ତେଜା ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଦ୍ରୋଣାଚାର୍ଯ୍ୟ ସମ୍ମାନରୁ ବଞ୍ଚତ୍ତ ହେବରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। 

ପାକିସ୍ତାନକୁ ହରାଇ ଏସିଆନ୍‌ ସ୍ନୁକର ଫାଇନାଲରେ ଭାରତ

ପାକିସ୍ତାନକୁ ହରାଇ ଏସିଆନ୍‌ ସ୍ନୁକର ଫାଇନାଲରେ ଭାରତ

ଦୋହା,୨୧।୯- ଏଠାରେ ଚାଲିଥିବା ଏସିଆନ ସ୍ନୁକର ଚାମ୍ପିୟନଶିପ୍‌ରେ ଚିରପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳ ଲାଗି ମାଲକିତ ସିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। 

୧୬ବର୍ଷରୁ ବାଳିକା ଫୁଟ୍‌ବଲ : ଭାରତୀୟ ଦଳର ପରାଜୟ

୧୬ବର୍ଷରୁ ବାଳିକା ଫୁଟ୍‌ବଲ : ଭାରତୀୟ ଦଳର ପରାଜୟ

ଉଲାନ ବତାର, ୨୨ା୯ (ପି.ଟି.)-ଏଠାରେ ଚାଲିଥିବା ଏଏଫ୍‌ସି ୧୬ବର୍ଷରୁ କମ୍‌ ମହିଳା ଚାମ୍ପିୟନଶିପ୍‌ କ୍ୱାଲିଫାୟର୍ସରେ ଭାରତୀୟ  ଦଳ ୧-୨ ଗୋଲରେ ମଙ୍ଗୋଲିଆଠାରୁ ହାରିଯାଇଛି। ଏହି ପରାଜୟ ଦ୍ୱାରା ଭାରତ ଗ୍ରୁପ୍‌ ବି’ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନ ହରାଇ ଲାଓସ ପଛକୁ ଦ୍ୱିତୀୟକୁ ଖସି ଆସିଛି।  

ଓଡ଼ିଶା ବଡିବିଲ୍ଡିଂ ଆସୋସିଏଶନ ନିର୍ବାଚନ ସୁମିତ୍ରା ସଭାପତି, ପ୍ରସନ୍ନ ସମ୍ପାଦକ

ଓଡ଼ିଶା ବଡିବିଲ୍ଡିଂ ଆସୋସିଏଶନ ନିର୍ବାଚନ ସୁମିତ୍ରା ସଭାପତି, ପ୍ରସନ୍ନ ସମ୍ପାଦକ

ଭୁବନେଶ୍ୱର, ୨୨।୯(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ବଡିବିଲ୍ଡିଂ ଆସୋସିଏଶନର ସାଧାରଣ ନିର୍ବାଚନ ଶୁକ୍ରବାର ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇ ଯାଇଛି।