ରାଜ୍ୟ | ବ୍ରହ୍ମପୁର

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ହିଞ୍ଜିଳିକାଟୁ,୧୧।୭(ଡ଼ି.ଏନ୍‌.ଏ)- ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର ଜଣେ ମହିଳାଙ୍କର ମଙ୍ଗଳବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ ଅଳି ପ୍ରଧାନ। ଭଉଣୀଙ୍କୁ ଶାଶୁ ଘର ଲୋକେ ଷଡ଼ଯନ୍ତ୍ର କରି ହତ୍ୟା କରିଥିବା ଅଳିଙ୍କ ଭାଇ ଶ୍ରୀକାନ୍ତ ଦଳେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଯୌତୁକଜନିତ ହତ୍ୟା ମାମଲା (ନଂ.୧୫୫/୧୮) ରୁଜୁ କରିଛି। ଥାନା ଏସ୍‌ଆଇ ଭାଗ୍ୟଶ୍ରୀ ପ୍ରଧାନ ଏହି ମାମଲାର ତଦନ୍ତ କରୁଛନ୍ତି। ମୃତ ଅଳିଙ୍କ ସ୍ବାମୀଙ୍କୁ ଅଟକ ରଖାଯାଇଛି। ପ୍ରକାଶ ଯେ, ଆସିକା ଥାନା କେନ୍ଦୁପଦର ଗ୍ରାମର କୃଷ୍ଣ ଦଳେଇଙ୍କ ଝିଅ ଅଳିଙ୍କର ବ୍ରାହ୍ମଣଛାଇ ଗ୍ରାମର ଜଣେ ଯୁବକଙ୍କ ସହ୨୦୧୧ ଜାନୁୟାରୀ ୩୦ରେ ବିବାହ ହୋଇଥିଲା। ଘରେ କୌଣସି କଥାକୁ ନେଇ ଅଳିଙ୍କର ସ୍ବାମୀ ଓ ଶାଶୁଙ୍କ ସହ ଅଧିକାଠ ସମୟ ପାଟିତୁଣ୍ଡ ହେଉଥିଲା। ଶାଶୁ ଘର ସମସ୍ୟା ନେଇ ୪ ଦିନ ତଳେ ଅଳି ବାପଘର ଲୋକଙ୍କୁ ଫୋନ ଯୋଗେ ଜଣାଇଥିଲେ। ତେବେ ମଙ୍ଗଳବାର ସଂଧ୍ୟାରେ ଅଳିଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ସ୍ବାମୀ ସୁରଥରେ ରହୁଥିବା ଅଳିଙ୍କ ବଡ଼ଭାଇ ସୁଦାମଙ୍କୁ ଫୋନ ଯୋଗେ ଜଣାଇଥିଲେ। ଖବରପାଇ କେନ୍ଦୁପଦରରୁ ଅଳିଙ୍କ ବାପଘର ଲୋକେ ବ୍ରାହ୍ମଣଛାଇରେ ପହଞ୍ଚିଥିଲେ। ଅଳିଙ୍କ ମୃତଦେହ ଏକ ଖଟରେ ପଡ଼ିଥିବା ଓ ମୁହଁ କଳା ପଡ଼ିଯାଇଥିବା ଦେଖି ସନ୍ଦେହ ହେବାରୁ ଭାଇ ମଙ୍ଗଳବାର ରାତିରେ ଶ୍ରୀକାନ୍ତ ଥାନାରେ ଅଭିଯୋଗ କରିଥିଲେ। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବୁଧବାର ସକାଳେ ଆସିକା ଡାକ୍ତରଖାନାକୁ ପଠାଇଥିଲା। ଅଳିଙ୍କ ସ୍ବାମୀଙ୍କୁ ଅଟକ ରଖାଯାଇ ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି।
All Right Reserved By

ରାଜ୍ୟ | ବ୍ରହ୍ମପୁର

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ  ୭ବର୍ଷ ସଶ୍ରମ କାରାଦଣ୍ଡ

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼ ଅଫିସ,୨୪ା୯-ବନ ବିଭାଗର ଚେକ୍‌ଗେଟ୍‌ ଭାଙ୍ଗିବା ଓ ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାର ଶୁଣାଣି କରି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଲୋକନାଥ ସାହୁ ୨ଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି। 

ନୀଳମାଧବ ଜୀଉଙ୍କ ମନ୍ଦିରରେ ଅନନ୍ତ ବ୍ରତ

ନୀଳମାଧବ ଜୀଉଙ୍କ ମନ୍ଦିରରେ ଅନନ୍ତ ବ୍ରତ

ଖଣ୍ଡପଡା,୨୪ା୯(ସ୍ବ.ପ୍ର.)-ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଶ୍ରୀ ଅନନ୍ତ ଦେବଙ୍କୁ ପୂଜା କଲେ ସର୍ବପାପ ବିନାଶ ହୁଏ ବୋଲି ବିଶ୍ୱାସ କରାଯାଏ । ଏହି ଅବସରରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ମନ୍ଦିର ଭୋଗ ମଣ୍ଡପଠାରେ ଶତାଧିକ ମାନସିକଧାରୀ ମହିଳାପୁରୁଷ ରବିବାର ଅନନ୍ତ ବ୍ରତ ପାଳନ କରିଥିଲେ। 

ଦୁର୍ଗାପୂଜା କମକକକିଟି ବୈଠକ

ଦୁର୍ଗାପୂଜା କମକକକିଟି ବୈଠକ

ଦାରିଙ୍ଗବାଡ଼ି,୨୪।୯(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି  ଦୁର୍ଗାପୂଜା କମିଟିର ବୈଠକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମେ ଗତବର୍ଷର ହିସାବ କରାଯାଇଥିଲା। ପରେ ଏକ ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଆସିଥିଲା। 

ଅବ୍ୟବସ୍ଥାରେ ଅଗ୍ନିଶମ କାର୍ଯ୍ୟାଳୟ

ଅବ୍ୟବସ୍ଥାରେ ଅଗ୍ନିଶମ କାର୍ଯ୍ୟାଳୟ

ଦାରିଙ୍ଗବାଡ଼ି,୨୪।୯(ଡି.ଏନ.ଏ.)-ଦୁର୍ଘଟଣା ହେଉକି ରାସ୍ତାରେ ଗଛ ପଡ଼ି ଅବରୋଧ ହେଉ,  କିମ୍ବା ନିଅଁା ଲାଗିଲେ ଖୋଜାପଡନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ। ଲୋକଙ୍କୁ ଉତ୍ତମ ସେବା ଯୋଗାଉଥିବା କର୍ମଚାରୀଙ୍କୁ ମୌଳିକ ସୁବିଧା ଉପଲବ୍ଧ ହେଉ ନ ଥିବା ଜଣାପଡ଼ିଛି।

ସାରଙ୍ଗଗଡ଼କୁ ହରାଇ ଭଞ୍ଜନଗର ଚାମ୍ପିୟନ

ସାରଙ୍ଗଗଡ଼କୁ ହରାଇ ଭଞ୍ଜନଗର ଚାମ୍ପିୟନ

ଭଞ୍ଜନଗର,୨୪।୯(ଡି.ଏନ.ଏ.)-ମୃତ୍ୟୁଞ୍ଜୟ ପ୍ରଧାନ ସ୍ମାରକୀ ଦିନିକିଆ ଭେଟେରାନ ଫୁଟବଲ ଟୁର୍ନାମେଣ୍ଟ ରବିବାର ଭଞ୍ଜନଗର ଜେଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲରେ ଭଞ୍ଜନଗର ପେନାଲ୍ଟିରେ ୪-୨ ଗୋଲରେ ସାରଙ୍ଗଗଡ଼କୁ ହରାଇ ଚାମ୍ପିୟନ ହୋଇଛି। 

ସୁରକ୍ଷା, ଆଇନଗତ ସଚେତନତାକୁ ଗୁରୁତ୍ୱାରୋପ ଦେବାକୁ ପରାମର୍ଶ

ସୁରକ୍ଷା, ଆଇନଗତ ସଚେତନତାକୁ ଗୁରୁତ୍ୱାରୋପ ଦେବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ୍‌,୨୪।୯-ପ୍ରତ୍ୟେକ ବର୍ଷ ରାଜ୍ୟରେ ସର୍ପାଘାତରେ ଯେତେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ ସେଥିମଧ୍ୟରୁ ବାଲେଶ୍ୱର ଜଲା ପ୍ରଥମ ରହିଥିବା ବେଳେ ଦ୍ୱିତୀୟରେ ଗଞ୍ଜାମ ଜିଲା ରହିଛି । ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲାରେ ଜନସାଧାରଣଙ୍କ ସହିତ ସର୍ପଉଦ୍ଧାର କରୁଥିବା ସ୍ବେଚ୍ଛାସେବୀମାନେ ସତର୍କତା 

ବିବାହ କଲେ ୧୨ ହିନ୍ଦୁ, ମୁସଲମାନ ଦମ୍ପତି

ବିବାହ କଲେ ୧୨ ହିନ୍ଦୁ, ମୁସଲମାନ ଦମ୍ପତି

ବ୍ରହ୍ମପୁର ଅଫିସ, ୨୪।୯-ଗଞ୍ଜାମ ମୁସଲିମ କଲଚୁରାଲ ଆସୋସିଏଶନ ପକ୍ଷରୁ ଖାଜାସାହିରେ ଗରିବ ତଥା ଆର୍ଥିକ ଅନଗ୍ରସର ପରିବାରର କନ୍ୟାମାନଙ୍କ ସାମୂହିକ ବିବାହ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ୧୨ ଦମ୍ପତିଙ୍କୁ ଆସୋସିଏଶନ ପକ୍ଷରୁ ବିବାହ ବନ୍ଧନରେ ଆବଦ୍ଧ କରାଯାଇଥିଲା ।

୧୨ ଘଣ୍ଟା ପରେ ମା’ କୋଳକୁ ଫେରିଲା ଶିଶୁ

୧୨ ଘଣ୍ଟା ପରେ ମା’ କୋଳକୁ ଫେରିଲା ଶିଶୁ

ବ୍ରହ୍ମପୁର ଅଫିସ୍‌,୨୪।୯-ବ୍ରହ୍ମପୁର ଏମ୍‌କେସିଜିରୁ ଶନିବାର ୨ ଦିନର ଶିଶୁ କନ୍ୟା  ଅପହରଣ ଘଟଣାର ୧୨ ଘଣ୍ଟା ପରେ ବୈଦ୍ୟନାଥପୁର ଥାନା ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରିବା ସହିତ ଅପହରଣକାରୀ ମହିଳାଙ୍କୁ ଗିରଫ କରିଥିବା ରବିବାର ବୈଦ୍ୟନାଥପୁର ଥାନାରେ ଅନୁଷ୍ଠିତ 

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ଭୁବନେଶ୍ୱର,୨୪-୯: ଟାଟା ମୋଟର୍ସ ଲିମିଟେଡ ପକ୍ଷରୁ ଓଡିଶା ବଜାରକୁ ଆସିଛି ନୂଆ ଟିଆଗୋ ଏନ୍‌ଆର୍‌ଜି। ସ୍ଥାନୀୟ ଏକ ହୋଟେଲରେ ଏହି ମଡେଲକୁ ଉନ୍ମୋଚନ କରାଯାଇଛି। କମ୍ପାନୀର ଆଞ୍ଚଳିକ ସେଲସ ପ୍ରବନ୍ଧକ ଶିଶିର ଶ୍ରୀବାସ୍ତବ, ଆଞ୍ଚଳିକ ସର୍ଭିସ ପ୍ରବନ୍ଧକ ରମେଶ

ଏନ୍‌ଟିଏସ୍‌ଇରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ସଫଳତା

ଏନ୍‌ଟିଏସ୍‌ଇରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୨୪-୯: ଏନ୍‌ସିଇଆର୍‌ଟି ଦ୍ୱାରା ପରିଚାଳିତ ଏନ୍‌ଟିଏସ୍‌ଇ ୨୦୧୮ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ଫିଟ୍‌ଜୀ କଟକ ଏବଂ ଭୁବନେଶ୍ୱର ସେଣ୍ଟରର ମୋଟ୍‌ ୩୯ଜଣ ଛାତ୍ରୀଛାତ୍ର ସଫଳ ହୋଇଛନ୍ତି। ଏନ୍‌ଟିଏସ୍‌ଇ ପ୍ରଥମ ପର୍ଯ୍ୟାୟ ପରିକ୍ଷା ନଭେମ୍ବର ୨୦୧୭ ଏବଂ ଦ୍ୱିତୀୟ 

ଭୋଟର ସଂଶୋଧନ କେନ୍ଦ୍ରରେ ବିଏଲ୍‌ଓ ଅନୁପସ୍ଥିତ , କ୍ଷୋଭ ପ୍ରକାଶ କଲେ ଉପଜିଲାପାଳ

ଭୋଟର ସଂଶୋଧନ କେନ୍ଦ୍ରରେ ବିଏଲ୍‌ଓ ଅନୁପସ୍ଥିତ , କ୍ଷୋଭ ପ୍ରକାଶ କଲେ ଉପଜିଲାପାଳ

ବିଞ୍ଝାରପୁର,୨୪।୯(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ରବିବାର ଥିଲା ସ୍ବତନ୍ତ୍ର ଭୋଟର ସଂଶୋଧନ ଦିବସ। ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ବିଞ୍ଝାରପୁର ବ୍ଲକର ଶାସନ୍ଦା,

ବିପଜ୍ଜନକ ଅବସ୍ଥାରେ ବ୍ରାହ୍ମଣୀ ସେତୁ , ଭଙ୍ଗା ସେତୁକୁ ପାଳଭୂତ ସାହା

ବିପଜ୍ଜନକ ଅବସ୍ଥାରେ ବ୍ରାହ୍ମଣୀ ସେତୁ , ଭଙ୍ଗା ସେତୁକୁ ପାଳଭୂତ ସାହା

କଳିଙ୍ଗନଗର, ୨୩।୯(ଡି.ଏନ୍‌.ଏ.)- କଳିଙ୍ଗନଗର ଶିଳ୍ପାଞ୍ଚଳର ଜୀବନ ରେଖା କୁହାଯାଉଥିବା ନଂ-୫୩ର ଜାତୀୟ ରାଜପଥର ବ୍ରାହ୍ମଣୀ ସେତୁ ଏବେ ବିପଜ୍ଜନକ ଅବସ୍ଥାରେ ରହିଛି। ଦୀର୍ଘ ୬୦ବର୍ଷରୁ ଊର୍ଦ୍ଧ୍ୱ ହେବ ସେତୁଟି ମରାମତି  ନ ହୋଇ ପଡିରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।