ଫୁରସତ |

୪୫ ବର୍ଷ ଧରି ଜଳୁଛି ଅଖଣ୍ଡ ଯଜ୍ଞକୁଣ୍ଡ

୪୫ ବର୍ଷ ଧରି ଜଳୁଛି ଅଖଣ୍ଡ ଯଜ୍ଞକୁଣ୍ଡ

ହରିଦ୍ୱାରରେ ଏପରି ଏକ ଆଶ୍ରମ ରହିଛି ଯେଉଁଠି ଏହାର ଯଜ୍ଞଶାଳାରେ ଦୀର୍ଘ ୪୫ ବର୍ଷ ଧରି ଅଖଣ୍ଡ ଅଗ୍ନି ପ୍ରଜ୍ୱଳିତ ହୋଇରହିଛି । ଏଠାରେ ପ୍ରତିଦିନ ସକାଳେ ଦୁଇ ଘଣ୍ଟା ଧରି ଯଜ୍ଞ ହୋଇଥାଏ । ଯଜ୍ଞ ପରେ ଲୁହା ପ୍ଲେଟ୍‌ରେ ଏହାକୁ ଢାଙ୍କି ଦିଆଯାଏ । ଆଗାମୀ ଦିନ ସକାଳେ ପୁଣି ଲୁହା ପ୍ଲେଟ୍‌କୁ ହଟାଇ ଦିଆଯାଇ ସେଥିରେ ଶୁଖିଲା କାଠ ରଖି ଦିଆଯାଏ । କାଠ ରଖାଯିବା ପରେ ସ୍ବତଃ ଅଗ୍ନି ପ୍ରଜ୍ୱଳିତ ହୋଇଥାଏ । ଏଠାରେ ଅଗ୍ନି ପ୍ରଜ୍ୱଳିତ କରିବା ପାଇଁ ଆଜି ପର୍ଯ୍ୟନ୍ତ ଦିଆସିଲିର ଉପଯୋଗ କରାଯାଇ ନାହିଁ ବୋଲି ସ୍ଥାନୀୟ ଲୋକେ କୁହନ୍ତି। ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜରେ ରହିଛି ଏହି କୁଣ୍ଡ। ଏହି ଅଖଣ୍ଡ ଅଗ୍ନିକୁଣ୍ଡ ଦର୍ଶନ ପାଇଁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ଦୀର୍ଘ ଦିନ ଧରି ଅଗ୍ନି ପ୍ରଜ୍ୱଳିତ ହେଲେ ତାହା ସିଦ୍ଧ ହୋଇଯାଇଥାଏ ବୋଲି ଶାସ୍ତ୍ରରେ ଉଲ୍ଳେଖ ରହିଛି । ଏହି ସିଦ୍ଧ ଅଗ୍ନି ସମ୍ମୁଖରେ ବସି ପବିତ୍ର ହୃଦୟରେ ଯାହା ବି କାମନା କରାଯାଏ ତାହା ସହଜରେ ପ୍ରାପ୍ତି ହେଉଥିବା ଲୋକେ ବିଶ୍ୱାସ କରନ୍ତି । ଲୋକେ କୁହନ୍ତି ସିଦ୍ଧ ମହାପୁରୁଷ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ହିମାଳୟକୁ ତପସ୍ୟା କରିବାକୁ ଯାଇଥିଲେ । ସେହି ସମୟରେ ଏହି ଅଗ୍ନି ହିମାଳୟର କୌଣସି ଏକ ଗୁପ୍ତ ଗୁମ୍ପାର ସିଦ୍ଧ କୁଣ୍ଡରୁ ତାଙ୍କ ଗୁରୁଦେବ ସର୍ବେଶ୍ୱରାନନ୍ଦଙ୍କ କୃପାରୁ ସେ ପାଇଥିଲେ। ୧୯୫୩ରେ ଗାୟତ୍ରୀ ତପୋଭୂମି ମଥୁରାରେ ଏହାର ସ୍ଥାପନା କରାଯାଇଥିଲା । ପରେ ୧୯୭୪-୭୫ରେ ଶାନ୍ତିକୁଞ୍ଜ ହରିଦ୍ୱାରରେ କରାଯାଇଥିଲା ଏହାର ସ୍ଥାପନା । ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସାରା ଜୀବନ ଏହି ସିଦ୍ଧାଗ୍ନି ସମ୍ମୁଖରେ ବସି ସାଧନା କରିଥିଲେ ବୋଲି ଶ୍ରଦ୍ଧାଳୁ କୁହନ୍ତି। ଆଚାର୍ଯ୍ୟଙ୍କ ସାରା ଜୀବନର ମଧ୍ୟରେ ୨୪ ବର୍ଷର ସାଧନା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଥିଲା। ଏହି ସମୟରେ ସେ ୨୪ ଲକ୍ଷ ଗାୟତ୍ରୀ ମହାମନ୍ତ୍ର ଜପ କରିଥିଲେ । ସେ ଗାଈ ଗୋବରରୁ ପ୍ରସ୍ତୁତ ରୁଟି ଖାଇ ରହୁଥିଲେ । ସମଗ୍ର ବିଶ୍ୱରେ ଅନୁଷ୍ଠିତ ହେଉଥିବା ମହାଯଜ୍ଞ ପାଇଁ ଏହିଠାରୁ ହିଁ ଅଗ୍ନି ନିଆଯାଇଥାଏ ।

All Right Reserved By

ଫୁରସତ |

ବଡ ପାଟିରେ ପଢ଼ିଲେ ବଢ଼େ ବୁଦ୍ଧିମତ୍ତା

ବଡ ପାଟିରେ ପଢ଼ିଲେ ବଢ଼େ ବୁଦ୍ଧିମତ୍ତା

ସାଧାରଣତଃ ସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ବଡ ପାଟିରେ ପଢ଼ିବାକୁ କୁହାଯାଇଥାଏ। ଏହାଦ୍ୱାରା ପଢ଼ୁଥିବା ପାଠ ଭଲ ଭାବରେ ମନେ ରହିଥାଏ। ଏଭଳି ଅଭ୍ୟାସ ଦ୍ୱାରା ସେମାନଙ୍କର ବୁଦ୍ଧିମତା ମଧ୍ୟ ବଢ଼ିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିଛି।

ବିଜ୍ଞାନ: କଳ୍ପନାରୁ ବାସ୍ତବିକତା ଯାଏ

ବିଜ୍ଞାନ: କଳ୍ପନାରୁ ବାସ୍ତବିକତା ଯାଏ

“ରାମାୟଣ, ମହାଭାରତର ଦୂରଗାମୀ ବିଧ୍ୱଂସକାରୀ ଶସ୍ତ୍ର ସାଂସ୍କୃତିକ ମିଜାଇଲର ପ୍ରାଚୀନ ସଂସ୍କରଣ । ଏପରି ଅନେକ କଳ୍ପନା । ଯାହା ତତ୍‌କାଳୀନ ସମୟରେ ଅସମ୍ଭବ ମନେହୁଏ । ସମୟାନୁକ୍ରମେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ବାସ୍ତବିକତାର ରୂପ ଗ୍ରହଣ କରେ ।

ଭରସା କରିବା ବି’ ଶିଖାଇଥାଏ ପ୍ରେମ

ଭରସା କରିବା ବି’ ଶିଖାଇଥାଏ ପ୍ରେମ

ପ୍ରେମ ଏକ ସୁନ୍ଦର ଓ ସ୍ବର୍ଗୀୟ ଅନୁଭବ। ପ୍ରେମର ମିଠା ଅନୁଭବ କାହାକୁ କବି ପୁଣି କାହାକୁ ଗାଳ୍ପିକ ବନାଇ ଦେଇଛି। ପ୍ରେମକୁ ନେଇ ଶହ ଶହ କାହାଣୀର ପୃଷ୍ଠଭୂମି ଗଢି ଉଠିଛି ।

ପୂଜା ବେଳେ ଶଙ୍ଖ ଫୁଙ୍କାଯାଏ କାହିଁକି?

ପୂଜା ବେଳେ ଶଙ୍ଖ ଫୁଙ୍କାଯାଏ କାହିଁକି?

ଶଙ୍ଖର ଧ୍ୱନି ମନରେ ଶାନ୍ତି ଆଣିଥାଏ। ଏହା ଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଳେଖ ଅଛି। ଶଙ୍ଖଧ୍ୱନି ଏକ ପବିତ୍ର ଧ୍ୱନି। ପୂଜାର ଆରମ୍ଭରେ ପୂଜାମଝିରେ, ଆରତିର ଆରମ୍ଭ ଓ ଶେଷରେ ଏବଂ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଶଙ୍ଖ ବଜାଇବା ଦ୍ୱାରା ଘରେ ସୃଷ୍ଟି ହୋଇଥାଏ ସକାରାତ୍ମକ ପରିବେଶ।

ସନ୍ତାନ ସୁଖ ଦିଅନ୍ତି ସନ୍ତାନେଶ୍ୱର ମହାଦେବ

ସନ୍ତାନ ସୁଖ ଦିଅନ୍ତି ସନ୍ତାନେଶ୍ୱର ମହାଦେବ

ଉତ୍ତରପ୍ରଦେଶ ବାରାଣାସୀରେ ନିଃସନ୍ତାନ ଦମ୍ପତିଙ୍କ ସନ୍ତାନ କାମନା ପୂରଣ କରନ୍ତି ସନ୍ତାନେଶ୍ୱର ମହାଦେବ। କାଳଭୈରବଙ୍କଠାରୁ ଚୌଖମ୍ବାକୁ ସଂଯୋଗ କରୁଥିବା ରାସ୍ତାରେ ରହିଛି ଏହି ପ୍ରସିଦ୍ଧ ମନ୍ଦିର। ଏଠାରେ ନିଷ୍ଠା ଓ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ରହିଛି ବିଶ୍ୱାସ।

କଳାରଙ୍ଗ ମହିଳାଙ୍କ ସ୍ବଭାବ...

କଳାରଙ୍ଗ ମହିଳାଙ୍କ ସ୍ବଭାବ...

ସାମୁଦ୍ରିକଶାସ୍ତ୍ର ଅନୁସାରେ କଳା ରଙ୍ଗର ମହିଳାମାନେ ସ୍ବାସ୍ଥ୍ୟବତୀ, ଦୃଢମନା, ପରିଶ୍ରମୀ, ତମୋଗୁଣୀ ଓ କ୍ରୋଧୀ ସ୍ବଭାବର ହୋଇଥାନ୍ତି। ଏମାନଙ୍କର ବୌଦ୍ଧିକ ବିକାଶ ଠିକ୍‌ ଭାବରେ ହୋଇ ନ ଥାଏ। ତେଣୁ ସମସ୍ତ ସାମାଜିକ ପରମ୍ପରା, ସଂସ୍କାର ଓ ମର୍ଯାଦାଠାରୁ ଏମାନେ ଦୂରେଇ ରହିବାକୁ ଭଲ ପାଆନ୍ତି।

ଦାୟୀ କିଏ

ଦାୟୀ କିଏ

ଭାରତ ଭଳି ଏକ ବିକାଶାଭିମୁଖୀ ଦେଶରେ ସାମାଜିକ ଉନ୍ନତି ଅନୁପାତରେ ଅପରାଧ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି। ପ୍ରଶାସନିକ ସୁବିଧା କଡ଼ାକଡ଼ି କରାଯାଉଥିଲେ ହେଁ ଦେଶର ପ୍ରତିଟି କୋଣରୁ ବିଭିନ୍ନ ହିଂସାକାଣ୍ଡ, ହତ୍ୟା, ବଳାତ୍କାର ଭଳି ଘଟଣା ପ୍ରତିଦିନ ସାମ୍‌ନାକୁ ଆସୁଛି।

ଅଭୁଲା କଲେଜ ଅନୁଭୂତି: ହଷ୍ଟେଲରେ ଗୁଣ୍ଡା ପଶିବା ଡରରେ ଗୋଟାପଣେ ଥରୁଥିଲୁ-ସ୍ଥିରା ଦାସ(ଅଧ୍ୟାପିକା)

ଅଭୁଲା କଲେଜ ଅନୁଭୂତି: ହଷ୍ଟେଲରେ ଗୁଣ୍ଡା ପଶିବା ଡରରେ ଗୋଟାପଣେ ଥରୁଥିଲୁ-ସ୍ଥିରା ଦାସ(ଅଧ୍ୟାପିକା)

୧୯୯୫ ମସିହା। ସେତେବେଳେ ମୁଁ ବାଣୀବିହାରରେ ପିଜି ଛାତ୍ରୀ। ଘର ଦୂର ହୋଇଥିବାରୁ ହଷ୍ଟେଲରେ ରହୁଥାଏ। ସେଦିନ ଥାଏ ଆମ ୟୁନିଭର୍ସିଟି ନିର୍ବାଚନର ପୂର୍ବ ରାତି। ଅପାମାନେ କହୁଥାନ୍ତି, କାଳେ ନିର୍ବାଚନ ବେଳେ ବାହାର ଗୁଣ୍ଡାମାନେ କ୍ୟାମ୍ପସ୍‌ ଭିତରକୁ ପଶି ଆସି ଗଣ୍ଡଗୋଳ କରନ୍ତି।

କୁନି ହାତର ଯାଦୁ

କୁନି ହାତର ଯାଦୁ

ନାଇଜେରିଆ, ଲାଗୋସ୍‌ରେ କରିନ୍‌ ଓ୍ବାରିସ୍‌ ଓଲାମିଲେକନ୍‌। ବୟସ ତାଙ୍କୁ ମାତ୍ର ୧୧ ବର୍ଷ। ହେଲେ ଏ ବୟସରୁ ସେ ପାଇସାରିଲେଣି ଅନ୍ତର୍ଜାତୀୟ ଖ୍ୟାତି। ଆଉ ଏହି ଖ୍ୟାତି ସେ ପାଇଛନ୍ତି ତାଙ୍କର ଅଦ୍ଭୁତ ଚିତ୍ରକଳା ପାଇଁ।

ବଡ଼ ପଗଡ଼ି

ବଡ଼ ପଗଡ଼ି

ପଞ୍ଜାବର ଅବତାର ସିଂ ମୌନି ଜଣେ ସଚ୍ଚା ଶିଖ୍‌। ତେଣୁ ତାଙ୍କ ମୁଣ୍ଡରେ ବି ଅନ୍ୟ ଶିଖ୍‌ଙ୍କ ପରି ପଗଡ଼ି ଶୋଭାପାଏ। ଏହା ହେଉଛି ତାଙ୍କର ମାନ, ସମ୍ମାନ ସବୁକିଛି। ହେଲେ ତାଙ୍କ ପଗଡ଼ିରେ ରହିଛି ସ୍ବତନ୍ତ୍ରତା, ଯାହା ସଭିଙ୍କୁ ଆକର୍ଷିତ କରେ। ତାଙ୍କ ପଗଡ଼ି ପରିଚିତ ପୃଥିବୀର ସବୁଠାରୁ ବଡ଼ ପଗଡ଼ିଭାବେ।

ଗୋଟିଏ କୁକୁରର ୪୯ଟି କପି

ଗୋଟିଏ କୁକୁରର ୪୯ଟି କପି

ପୁଏର୍ତ୍ତୋରିକୋର ମିରାକଲ୍‌ ମିଲି ହେଉଛି ୬ ବର୍ଷର ଚିହୁଆହୁଆ ପ୍ରଜାତିର ଏକ କୁକୁର, ଯିଏକି ପୃଥିବୀର ସବୁଠୁ ଛୋଟ କୁକୁର ଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ତେବେ ଏହି କୁକୁର ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ପୃଥିବୀର ଦୀର୍ଘତ୍ତମ ଗ୍ଲାସ୍‌ ବ୍ରିଜ୍‌

ପୃଥିବୀର ଦୀର୍ଘତ୍ତମ ଗ୍ଲାସ୍‌ ବ୍ରିଜ୍‌

ଚାଇନାର ହେବେଇଠାରେ ନିର୍ମାଣ କରାଯାଇଛି ପୃଥିବୀର ଦୀର୍ଘତ୍ତମ ଟ୍ରାନ୍ସପରେଣ୍ଟ ଗ୍ଲାସ୍‌ ବ୍ରିଜ୍‌। ହୋଙ୍ଗ୍‌ୟାଗୁଠାରେ ଅବସ୍ଥିତ ୪୮୮ ମିଟର ଲମ୍ବ ଏବଂ ୪ମିଟର ଓସାର ବିଶିଷ୍ଟ ଏହି କାଚର ବ୍ରିଜ୍‌ଟି ଭୁପୃଷ୍ଠଠାରୁ ୨୧୮ ମିଟର ଉପରେ ଅବସ୍ଥିତ।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ