ଜୀବନଚର୍ଯ୍ୟା |

ଶରୀରକୁ ସୁନ୍ଦର ରଖେ ମ୍ୟୁଜିକ୍‌ ଥେରାପି

ଶରୀରକୁ ସୁନ୍ଦର ରଖେ ମ୍ୟୁଜିକ୍‌ ଥେରାପି

ମ୍ୟୁଜିକ୍‌ ଥେରାପି ଦ୍ୱାରା ବ୍ୟକ୍ତିଙ୍କ ଶରୀର ସୁନ୍ଦର ହୋଇଥାଏ। ଏନେଇ ଭିଏନା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ମ୍ୟୁଜିକ୍‌ ଥେରାପି ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ହାଇପୋଥାଲାମସ୍‌ର ନିର୍ଦ୍ଦେଶରେ କେତେକ ଉପଯୋଗୀ ରାସାୟନିକ ପଦାର୍ଥ ସହିତ ଭିଟାମିନ୍‌-ଇ ଥିବା କେତେକ ହରମୋନ୍‌ କ୍ଷରଣ ହୋଇଥାଏ। ଏସବୁ ହରମୋନ୍‌ ଏଜିଂ ସମସ୍ୟାକୁ କରିଥାଏ ଦୂର। ବୟସ ବଢ଼ିବା ସହିତ ତ୍ୱଚାରେ ଭାଙ୍ଗ ସୃଷ୍ଟି ହୋଇଥାଏ। ମାତ୍ର ଭିଟାମିନ୍‌-ଇ ତ୍ୱଚାରେ ଭାଙ୍ଗ ସୃଷ୍ଟି ହେବାକୁ ଦେଇ ନ ଥାଏ ଓ ମନକୁ ସବୁବେଳେ ପ୍ରଫୁଲ୍ଲ ରଖିଥାଏ। ମ୍ୟୁଜିକ୍‌ ଥେରାପି ନେଉଥିବା ବ୍ୟକ୍ତିଙ୍କ ଭାବନା ସବୁବେଳେ କୋମଳ ରହିଥାଏ। ମ୍ୟୁଜିକ୍‌ ଥେରାପି ଯୋଗୁ ସୃଷ୍ଟି ହେଉଥିବା କମ୍ପନ ଶରୀରର ବିଭିନ୍ନ ଆଡ୍ରାନାଲିନ୍‌ ହରମୋନ୍‌ କ୍ଷରଣ ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ତ୍ୱଚାର ରଙ୍ଗରେ ସକାରାତ୍ମକ ପରିବର୍ତ୍ତନ ହେବା ସହିତ ଏଜିଂ ସମସ୍ୟା ଦୂର ହୋଇଥାଏ ବୋଲି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।

All Right Reserved By

ଜୀବନଚର୍ଯ୍ୟା |

ସିଟି ସ୍କାନ୍‌ରୁ ହୋଇପାରେ ବ୍ରେନ୍‌ ଟ୍ୟୁମର

ସିଟି ସ୍କାନ୍‌ରୁ ହୋଇପାରେ ବ୍ରେନ୍‌ ଟ୍ୟୁମର

ଆଜିକାଲି କେତେକ ରୋଗକୁ ଚିହ୍ନଟ କରିବାକୁ ସିଟି (କମ୍ପ୍ୟୁଟେଡ ଟୋମୋଗ୍ରାଫି) ସ୍କାନ୍‌ କରାଯାଇଛି। ହେଲେ ବେଳେବେଳେ ଏହା ରୋଗୀ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସତର୍କ କରାଇ ଦେଇଛନ୍ତି ନେଦରଲ୍ୟାଣ୍ଡର ସ୍ବାସ୍ଥ୍ୟବିଜ୍ଞାନୀମାନେ।

ବ୍ରେକଫାଷ୍ଟ ଓ ମେଦବହୁଳତା

ବ୍ରେକଫାଷ୍ଟ ଓ ମେଦବହୁଳତା

ସୁସ୍ଥ ଶରୀର ପାଇଁ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଆମକୁ ଖାଦ୍ୟପେୟ ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ। ସକାଳୁ ଉଠି ଗ୍ଲାସେ ପାଣି ପିଇଲେ ତାହା ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

ଡାଇବେଟିସ୍‌: ମହିଳାଙ୍କ ସଂଖ୍ୟା ଅଧିକ

ଡାଇବେଟିସ୍‌: ମହିଳାଙ୍କ ସଂଖ୍ୟା ଅଧିକ

ଦିନକୁଦିନ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ନିକଟରେ ଏକ ସର୍ଭେରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳା ଡାଇବେଟିସ୍‌ରେ ଅଧିକ ଆକ୍ରାନ୍ତ ହୁଅନ୍ତି। ସିଡନୀ ୟୁନିଭର୍ସିଟି ପକ୍ଷରୁ ଦୀର୍ଘ ଦୁଇବର୍ଷ ଧରି ଏ ନେଇ ସର୍ଭେ କରାଯାଇଥିଲା।

ସୁସ୍ଥତାର ଚାବିକାଠି ଯୋଗ

ସୁସ୍ଥତାର ଚାବିକାଠି ଯୋଗ

“ଯୋଗ କରିବା ଦ୍ୱାରା ଶରୀର ଓ ମନର ସର୍ବୋତ୍ତମ ସ୍ବାସ୍ଥ୍ୟରକ୍ଷା ଯେ ସମ୍ଭବ, ଆଧୁନିକ ବୈଜ୍ଞାନିକ ଅନୁଧ୍ୟାନଗୁଡିକରୁ ତାର ପ୍ରମାଣମାନ ମିଳିଲାଣି। ପ୍ରମାଣ ମିଳୁଛି ଯେ ନିୟମିତ ଯୋଗ କରିବା ଫଳରେ ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା ହ୍ରାସ ପାଇ ତାହା ଡାଇବେଟିସ୍‌ ନିୟନ୍ତ୍ରଣକୁ ସୁଷମ କରିପାରୁଛି।

ଚୋରି ଅଭ୍ୟାସର ଆଉ ଏକ କାରଣ ...

ଚୋରି ଅଭ୍ୟାସର ଆଉ ଏକ କାରଣ ...

ଚୋରି ଅଭ୍ୟାସ ବା କ୍ଲପ୍‌ଟୋମାନିଆ ଏକପ୍ରକାର ମାନସିକ ରୋଗ। ଏଥିରେ ଆକ୍ରାନ୍ତ ବ୍ୟକ୍ତିକୁ ଚୋରି କରିବାକୁ ଇଚ୍ଛାହୁଏ । ସେ ଏହି ଭାବନାକୁ ନିୟନ୍ତ୍ରଣ କରିପାରେ ନାହିଁ ଓ ଏପରି ଏକ ଜିନିଷ ଚୋରିକରେ, ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ଏହାଯୋଗୁ ତା’ର କୌଣସି ଆର୍ଥିକ ଲାଭ ହୁଏନାହିଁ ।

ସ୍ନାୟୁରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ

ସ୍ନାୟୁରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ

ସ୍ନାୟୁରୋଗ ଏବେ ପ୍ରାୟ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି। ଏହି ରୋଗ ବେଳେବେଳେ ବେକରୁ ଆରମ୍ଭ ହୋଇ ଗୋଡ଼ ପର୍ଯ୍ୟନ୍ତ ବ୍ୟାପିଯାଇ ବହୁ କଷ୍ଟ ଦେଇଥାଏ। ଯେତେ ଔଷଧ ଖାଇଲେ ମଧ୍ୟ ତାହା ସହଜରେ ଭଲ ହୋଇ ନ ଥାଏ।

ବିବାହିତା ମହିଳାଙ୍କୁ ଅଧିକ ପସନ୍ଦ କରନ୍ତି ଯୁବକ

ବିବାହିତା ମହିଳାଙ୍କୁ ଅଧିକ ପସନ୍ଦ କରନ୍ତି ଯୁବକ

ଯୁବକମାନେ କୌଣସି ଯୁବତୀଙ୍କ ତୁଳନାରେ ବିବାହିତା ମହିଳାଙ୍କୁ ଅଧିକ ପସନ୍ଦ କରନ୍ତି। ନିକଟର ୟୁନିଭରସିର୍ଟି ଅଫ୍‌ କାର୍ଲିଫର୍ନିଆରେ ହୋଇଥିବା ଏକ ଗବେଷଣା ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି।

ହଜମ ଶକ୍ତି ବଢାଏ ମୁଗଡାଲି

ହଜମ ଶକ୍ତି ବଢାଏ ମୁଗଡାଲି

ଡାଲିରେ ଭରପୁର ମାତ୍ରାରେ ରହିଛି ପ୍ରୋଟିନ୍‌। ଏହା ବ୍ୟତୀତ ବିଶେଷ କରି ମୁଗ ଡାଲିରେ ଭିଟାମିନ୍‌ ଏ, ବି, ସି ଓ ଇ ରହିଛି ଯାହା ଶରୀରକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ କରେ ଆଲକୋହଲ

ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ କରେ ଆଲକୋହଲ

ନିୟମିତ ଆଲକୋହଲ ବା ସୁରାସାର ଖାଦ୍ୟରେ ଗ୍ରହଣ କଲେ, ଏହା କୋଷରେ ଥିବା ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ କରେ। ଏହାଯୋଗୁ କର୍କଟ ରୋଗ ସୃଷ୍ଟି ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

ଅର୍ଶରୁ ମୁକ୍ତି ପାଇବାହୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ

ଅର୍ଶରୁ ମୁକ୍ତି ପାଇବାହୁ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ

ଲାଜକୁଳି ଲତା ଏକପ୍ରକାର ଗୁଳ୍ମ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଆଦିବାସୀ ବହୁଳ ଅଞ୍ଚଳରେ ଲାଜକୁଳି ଲତା ଉପରେ ଦୀର୍ଘ ୧୫ ବର୍ଷ ଧରି ଉତ୍ତରାଖଣ୍ଡ ଆୟୁର୍ବେଦ ବିଶ୍ୱବିଦ୍ୟାଳୟର କିଛି ଗବେଷକ ଜାଣିପାରିଛନ୍ତି ଯେ, ଏହା ଅର୍ଶରୁ ମୁକ୍ତି ଦେଇଥାଏ।

ଦିନରେ  ପିଅନ୍ତୁ  ୩ ଥର କାକୁଡ଼ି ରସ, ମିଳିବ ବହୁ ଫାଇଦା

ଦିନରେ ପିଅନ୍ତୁ ୩ ଥର କାକୁଡ଼ି ରସ, ମିଳିବ ବହୁ ଫାଇଦା

ଦିନରେ ୩ ଥର କାକୁଡ଼ି ରସ ପିଇଲେ ଅନେକ ଫାଇଦା ମିଳେ। ପ୍ରତିଦିନ ଅଭ୍ୟାସ କରି ଏପରି କଲେ ବିଭିନ୍ନ ରୋଗରୁ ମିଳିଥାଏ ମୁକ୍ତି।

ଏଠି ପ୍ରତି ୩ଜଣରେ ଜଣେ ବଳାତ୍କାରୀ

ଏଠି ପ୍ରତି ୩ଜଣରେ ଜଣେ ବଳାତ୍କାରୀ

ବଳାତ୍କାର ଏକ ଅପରାଧ ବୋଲି ସାରା ବିଶ୍ୱରେ ବିବେଚନା କରାଯାଏ। ହେଲେ ଏମିତି ଏକ ଦେଶ ଅଛି, ଯେଉଁଠି ବଳାତ୍କାର ଏକ ମାମୁଲି ଘଟଣା ହୋଇଯାଇଛି। ଏଠି ପ୍ରତି ୩ ଜଣରେ ଜଣେ ବଳାତ୍କାରୀ। ସାଉଥ୍‌ ଆଫ୍ରିକା ଜୋହାନ୍ସବର୍ଗର ଡିପସ୍ଲୁଟ ନାମକ ଏମିତି ଏକ ସ୍ଥାନ ଅଛି, ଯେଉଁଠି ବଳାତ୍କାର ଏକ ସାଧାରଣ ଘଟଣା।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ