ବାଣିଜ୍ୟ |

ଆଶା ପୂରଣ ନ କଲେ ହଟିବ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ଟ୍ୟାଗ୍‌

 ଆଶା ପୂରଣ ନ କଲେ ହଟିବ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ଟ୍ୟାଗ୍‌


ନୂଆଦିଲ୍ଲୀ,୧୧।୭- ପ୍ରସ୍ତାବିତ ‘ଜିଓ ୟୁନିଭର୍‌ସିଟି’ ଆଗାମୀ ୩ ବର୍ଷ ମଧ୍ୟରେ ଆଶାତୀତ ପ୍ରଦର୍ଶନ କରି ନପାରିଲେ ହଟାଇ ଦିଆଯିବ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ଟ୍ୟାଗ୍‌। ଏ ନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଏମ୍‌ ଭଳି ପ୍ରମୂଖ ଶିକ୍ଷାନୁଷ୍ଠାନକୁ ପଛରେ ପକାଇ ରିଲାଏନ୍ସ ଫାଉଣ୍ଡେସନ୍‌ ଦ୍ୱାରା ‘ଜିଓ ୟୁନିଭରସିଟି’ ମଙ୍ଗଳବାର ଏହି ଟ୍ୟାଗ୍‌ ପାଇଥିଲା। ଏହାକୁ ନେଇ ସବୁଆଡେ ଅସନ୍ତୋଷ ପ୍ରକାଶ କରାଯିବା ସହିତ ବିିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ୟୁନିଭରସିଟି ସ୍ଥାପନ ହେବା ପୂର୍ବରୁ କିପରି ଏହାକୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ଟ୍ୟାଗ୍‌ ଦିଆଗଲା, ସେ ନେଇ ଏକ ପ୍ରକାର ଚର୍ଚ୍ଚା ଲାଗିରହିଛି।
ଗ୍ରୀନ୍‌ଫିଲ୍‌ଡ୍‌ କାଟେଗୋରିରେ ଚୟନ କରାଯାଇଥିବା ‘ଜିଓ ୟୁନିଭର୍‌ସିଟି’ ଯଦି ଆସନ୍ତା ୩ବର୍ଷ ମଧ୍ୟରେ ବିଶେଷଜ୍ଞଙ୍କ ଆଶା ପୂରଣ କରି ନ ପାରି ନିଜକୁ ସ୍ଥାପନ କରିବାରେ ବିଫଳ ହୁଏ, ତେବେ ତାକୁ ଦିଆଯାଇଥିବା ଟ୍ୟାଗ୍‌ ହଟାଇ ନିଆଯିବ। ଏ ନେଇ ଉଚ୍ଚ ଶିକ୍ଷା ସଚିବ ଆର୍‌, ସୁବ୍ରମଣ୍ୟମ୍‌ ସୂଚନା ଦେଇଛନ୍ତି।

All Right Reserved By

ବାଣିଜ୍ୟ |

ସମାନ ଦିନରେ ଇସ୍ତଫା ଦେଲେ ଜିଓ, ଏୟାରଟେଲ୍‌ ସିଟିଓ

ସମାନ ଦିନରେ ଇସ୍ତଫା ଦେଲେ ଜିଓ, ଏୟାରଟେଲ୍‌ ସିଟିଓ

ନୂଆଦିଲ୍ଲୀ,୨୩।୭-ପ୍ରମୁଖ ଟେଲିକମ୍‌ ଅପରେଟର୍‌ ରିଲାଏନ୍ସ ଜିଓ ଏବଂ ଭାରତି ଏୟାରଟେଲ୍‌ର ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ(ସିଟିଓ) ନିଜ ନିଜ ସମ୍ବନ୍ଧିତ କମ୍ପାନୀରୁ ଇସ୍ତଫା ଦେଇଛନ୍ତି।

‘ବିଓବି’ର ପ୍ରତିଷ୍ଠା ଦିବସ ପାଳିତ

‘ବିଓବି’ର ପ୍ରତିଷ୍ଠା ଦିବସ ପାଳିତ

ଭୂବନେଶ୍ୱର,୨୩।୭- ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଓବିା ଆସେଟ୍‌ ମ୍ୟାନେଜ୍‌ମେଣ୍ଟ ରିକଭରି ଶାଖା ଏବଂ କଟକର ସିଡିଏ ଶାଖା ତରଫରୁ ଛାତ୍ରୀଛାତ୍ରଙ୍କୁ ଫ୍ୟାନ୍‌, ଛତା, ଡଷ୍ଟବିନ୍‌ ଏବଂ ଅନ୍ୟାନ୍ୟ ସ୍ବଚ୍ଛତା ଉପକରଣ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କଟକର ମୂଖ୍ୟ ପ୍ରବନ୍ଧକ ଜେ. ଏନ୍‌. ଆଚାର୍ଯ୍ୟ, ବରିଷ୍ଠ ପ୍ରବନ୍ଧକ କୁମାର ଗୌତମ, ପ୍ରବନ୍ଧକ ଅଜୟ ପଣ୍ଡା, ସି. ସାହୁ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ପିଏନ୍‌ବି ବ୍ୟାଙ୍କ ଅଫିସର୍ସ୍‌ ଆସୋସିଏସନ୍‌ ପକ୍ଷରୁ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ

ପିଏନ୍‌ବି ବ୍ୟାଙ୍କ ଅଫିସର୍ସ୍‌ ଆସୋସିଏସନ୍‌ ପକ୍ଷରୁ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ

ଭୂବନେଶ୍ୱର,୨୩।୭- ବ୍ୟାଙ୍କ ଜାତୀୟକରଣ ଦିବସ ପାଳନ ଅବସରରେ ସର୍ବଭାରତୀୟ ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଅଫିସର୍ସ ଆସୋସିଏସନ୍‌, ଭୁବନେଶ୍ୱର ମଣ୍ଡଳ ତରଫରୁ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

 ଇଣ୍ଡିଆନ୍‌ ବ୍ୟାଙ୍କର ବ୍ୟବସାୟିକ ସମୀକ୍ଷା ବୈଠକ

ଇଣ୍ଡିଆନ୍‌ ବ୍ୟାଙ୍କର ବ୍ୟବସାୟିକ ସମୀକ୍ଷା ବୈଠକ

ଭୂବନେଶ୍ୱର,୨୩।୭- ସହିଦନଗର ସ୍ଥିତ ହୋଟେଲ୍‌ ଏମ୍ପାୟାର ଠାରେ ଇଣ୍ଡିଆନ୍‌ ବ୍ୟାଙ୍କ ପକ୍ଷରୁ ବ୍ୟବସାହିକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ. ଏସ୍‌. ରାଜୀବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଶଶୀ ଭୂଷଣ ଦାଶ ମଧ୍ୟ ଉପସ୍ଥିତ ଥିଲେ।

କର୍ପୋରେଶନ୍‌ ବ୍ୟାଙ୍କକୁ ସର୍ବଶ୍ରେଷ୍ଠ ଏମର୍ଜିଙ୍ଗ ଏମ୍‌ଏସ୍‌ଏମ୍‌ଇ ବ୍ୟାଙ୍କ ପୁରସ୍କାର

କର୍ପୋରେଶନ୍‌ ବ୍ୟାଙ୍କକୁ ସର୍ବଶ୍ରେଷ୍ଠ ଏମର୍ଜିଙ୍ଗ ଏମ୍‌ଏସ୍‌ଏମ୍‌ଇ ବ୍ୟାଙ୍କ ପୁରସ୍କାର

ଭୂବନେଶ୍ୱର,୨୩।୭-ସିଆଇଏମ୍‌ଏସ୍‌ଏମ୍‌ଇ ପକ୍ଷରୁ କର୍ପୋରେଶନ୍‌ ବ୍ୟାଙ୍କକୁ ଲଗାତର ଭାବେ ପଞ୍ଚମ ଥର ପାଇଁ ସର୍ବଶ୍ରେଷ୍ଠ ଏମର୍ଜିଙ୍ଗ ଏମଏସ୍‌ଏମ୍‌ଇ ବ୍ୟାଙ୍କ ପୁରସ୍କାର ପ୍ରଦାନ କରାଯାଇଛି।

 ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର, ୨୩-୭ ରାଜ୍ୟରେ ଲଗାଣ ବର୍ଷା ହେତୁ ରବିବାର ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗାଡି ନମ୍ବର ୫୮୪୦୯ ଖୋର୍ଦ୍ଧା ରୋଡ-ପୁରୀ ପାସେଞ୍ଜର ବାତିଲ ହୋଇଥିବାବେଳେ ଦୁଇଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଗାଡି ନମ୍ବର ୧୮୩୦୩ ସମ୍ବଲପୁର-ପୁରୀ ଏକ୍ସପ୍ରେସ୍‌ ସମ୍ବଲପୁରରୁ ଆସୁଥିବା ବେଳେ ତାହା ଆଉ ପୁରୀ ଯାତ୍ରା ନ କରି ଖୋର୍ଦ୍ଧାରୋଡ୍‌ ଷ୍ଟେଶନ ପର୍ଯ୍ୟନ୍ତ ଯାତ୍ରା କରିଛି।

ଡିଜେଲ ଦର ୧୦ ପଇସା ହ୍ରାସ

ଡିଜେଲ ଦର ୧୦ ପଇସା ହ୍ରାସ

ଭୁବନେଶ୍ୱର,୨୩-୭(ବ୍ୟୁରୋ) ପେଟ୍ରୋଲ ଓ ଡିଜେଲ ଦର ସୋମବାର ପାଇଁ ଯଥାକ୍ରମେ ୭ ପଇସା ଓ ୧୦ ପଇସା ହ୍ରାସ ପାଇଛି। ଫଳରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୭୫ ଟଙ୍କା ୨୭ ପଇସାରୁ ୭୫ ଟଙ୍କା ୨୦ ପଇସାକୁ ଖସିଛି। ସେହିଭଳି ଡିଜେଲ ଦର ୭୨ ଟଙ୍କା ୯୧ ପଇସାରୁ ୭୨ ଟଙ୍କା ୮୧ ପଇସାକୁ ହ୍ରାସ ପାଇଛି ବୋଲି ସ୍ଥାନୀୟ ସୂତ୍ରରୁ ପ୍ରକାଶ।

ବିଦେଶରେ ଡାକ୍ତରୀ ପଢିବାର ସୁଯୋଗ ଦେଉଛି ଉତ୍କଳ ଏକାଡେମୀ

ବିଦେଶରେ ଡାକ୍ତରୀ ପଢିବାର ସୁଯୋଗ ଦେଉଛି ଉତ୍କଳ ଏକାଡେମୀ

ଭୁବନେଶ୍ୱର,୨୩-୭(ବ୍ୟୁରୋ) ଭାରତରେ କମ୍‌ ଅର୍ଥ ବ୍ୟୟରେ ଡାକ୍ତରୀ ପାଠ ପଢିବା ପାଇଁ ସୁଯୋଗ ପାଉ ନ ଥିବା ଆଶାୟୀ ଛାତ୍ରୀଛାତ୍ରଙ୍କ ପାଇଁ ବିଦେଶରେ ସୁଯୋଗ ରହିଛି। ତୁଳନାତ୍ମକ ଭାବେ କମ୍‌ ଖର୍ଚ୍ଚରେ ବିଦେଶରେ ମଧ୍ୟ ଗୁଣାତ୍ମକ ଶିକ୍ଷା ଲାଭ କରି ହେବ। ଏଥିପାଇଁ ଭର୍ଧମ ମେଟ୍ରୋପଲିଶ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅନ୍ତର୍ଗତ ଉତ୍କଳ ଏକାଡେମୀ ସୁଯୋଗ ପ୍ରଦାନ କରୁଛି। ଏ ସମ୍ପର୍କିତ ସୂଚନା ଏବଂ ତଥ୍ୟ ପ୍ରଦାନ କରିବା ପାଇଁ ଏକାଡେମୀ ପକ୍ଷରୁ ରବିବାର ସ୍ଥାନୀୟ ଏକ ହୋଟେଲ୍‌ରେ କର୍ମଶାଳା ଆୟୋଜନ କରାଯାଇଥିଲା।

ଏମ୍‌ଡି, ଚେୟାରମ୍ୟାନ ପଦ ଅଲଗା ରଖିବେ ୨୯୧  କମ୍ପାନୀ

ଏମ୍‌ଡି, ଚେୟାରମ୍ୟାନ ପଦ ଅଲଗା ରଖିବେ ୨୯୧ କମ୍ପାନୀ

ନୂଆଦିଲ୍ଲୀ,୨୩-୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଇନ୍‌ଫୋସିସ୍‌, ଟିସିଏସ୍‌ ଏବଂ ଭାରତୀ ଏୟାରଟେଲ୍‌ ଭଳି ଦେଶର ପ୍ରାୟ ୨୯୧ଟି ବଡ଼ ବଡ଼ କମ୍ପାନୀ ୨୦୨୦ ଏପ୍ରିଲ୍‌ ସୁଦ୍ଧା ସେମାନଙ୍କର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରିବେ। ବଜାର ନିୟାମକ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ(ସେବି)ର ଏହି ନିର୍ଦ୍ଦେଶକୁ ଲିଷ୍ଟେଡ୍‌ ଫାର୍ମଗୁଡିକୁ ପାଳନ କରିବାକୁ ପଡିବ।

ସିବିଡିଟିର ନିର୍ଦ୍ଦେଶ :ବୃଦ୍ଧି କର ଆୟକର୍ତ୍ତା ସଂଖ୍ୟା

ସିବିଡିଟିର ନିର୍ଦ୍ଦେଶ :ବୃଦ୍ଧି କର ଆୟକର୍ତ୍ତା ସଂଖ୍ୟା

ନୂଆଦିଲ୍ଲୀ, ୨୩-୭: ଅର୍ଥନୈତିକ କାରବାର ବୃଦ୍ଧି କରିବା ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଅତିରିକ୍ତ ୧.୨୫ କୋଟି ନୂତନ ଟିକସଦାତାଙ୍କୁ ଯୋଡିବାକୁ ପଡିବ। ବିଶେଷ କରି ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରକୁ ଏଥିପାଇଁ ଧ୍ୟାନରେ ରଖିବା ସକାଶେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛି।

ଏକ ଦଶନ୍ଧିରେ ୟୁଏସ୍‌କୁ ଟପିବ ଏସିଆ; ଦଶ ଦେଶର ଜିଡିପି ହେବ ୨୮ ଲକ୍ଷ କୋଟି ଡଲାର

ଏକ ଦଶନ୍ଧିରେ ୟୁଏସ୍‌କୁ ଟପିବ ଏସିଆ; ଦଶ ଦେଶର ଜିଡିପି ହେବ ୨୮ ଲକ୍ଷ କୋଟି ଡଲାର

ନୂଆଦିଲ୍ଲୀ,୨୩-୭: ଆଉ ଏକ ଦଶନ୍ଧି ମଧ୍ୟରେ ଏସିଆ ମହାଦେଶ ତୁଳନାରେ ୟୁନାଇଟେଡ୍‌ ଷ୍ଟେଟ୍‌ ଅଫ୍‌ ଆମେରିକା(ୟୁଏସ୍‌ଏ) ପଛରେ ପଡ଼ିଯିବ। ୨୦୩୦ ବେଳକୁ ଏସିଆ ମହାଦେଶ ଅନ୍ତର୍ଗତ ୧୦ଟି ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ମିଶିଲେ ୟୁଏସ୍‌ଏର ଜିଡିପିକୁ ଅତିକ୍ରମ କରିବ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ବିଦା କରିପାରେ ପିଏନ୍‌ବି

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ବିଦା କରିପାରେ ପିଏନ୍‌ବି

ବମ୍ବେ,୨୩-୭: ଦେଶର ଦୁଇ ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଏବଂ ଆଲ୍ଲାହାବାଦ ବ୍ୟାଙ୍କ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ବିରୋଧରେ ଖୁବଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ