ଖେଳ |

‘କୋହଲି ୪ର୍ଥ କ୍ରମରେ ବ୍ୟାଟିଂ କରିବା ଉଚିତ’

‘କୋହଲି ୪ର୍ଥ କ୍ରମରେ ବ୍ୟାଟିଂ କରିବା ଉଚିତ’
ନୂଆଦିଲ୍ଲୀ,୧୧।୭- ଭାରତୀୟ ଅଧିନାୟକ ବିରାଟ କୋହଲି ୪ର୍ଥ କ୍ରମରେ ବ୍ୟାଟିଂ କରିବା ଉଚିତ। ଏହା ଦ୍ୱାରା ଭାରତୀୟ ବ୍ୟାଟିଂ ଲାଇନ୍‌ ଆହୁରି ଶକ୍ତିଶାଳୀ ହେବ ବୋଲି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି(ଦାଦା) କହିଛନ୍ତି। ଗତ ବର୍ଷ ଶ୍ରୀଲଙ୍କା ଗସ୍ତ ପରଠାରୁ ବ୍ୟାଟିଂ କ୍ରମର ୪ର୍ଥ ସ୍ଥାନରେ ୬ ଜଣ ବ୍ୟାଟ୍ସମ୍ୟାନ ତଥା ଲୋକେଶ ରାହୁଲ, କେଦାର ଯାଦବ, ମନୀଶ ପାଣ୍ଡେ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଜିଙ୍କ୍ୟ ରାହାନେଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯାଇଥିଲେ ମଧ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇ ନାହାନ୍ତି। କିନ୍ତୁ ଦାଦାଙ୍କ ଅନୁଯାୟୀ କୋହଲି ୪ର୍ଥ ସ୍ଥାନରେ ବ୍ୟାଟିଂ କରିବା ଲାଗି ଉପଯୁକ୍ତ। ”ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରୁ ଜଣାପଡ଼ୁଛି, ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍‌ ସମସ୍ୟା ଆଉ ନାହିଁ। ସିରିଜ୍‌ର ପ୍ରତ୍ୟେକ ମ୍ୟାଚ୍‌ରେ ରାହୁଲ ୩ୟ ଓ କୋହଲି ୪ର୍ଥ ଖେଳିଥିଲେ। ମୁଁ ଭାବୁଛି ବ୍ୟାଟିଂ ଲାଇନଅପ୍‌ ନେଇ ଚାଲିଆସୁଥିବା ସମସ୍ୟାର ଅନ୍ତ ହୋଇପାରିବ। ସମାନ ଲାଇନଅପ୍‌କୁ ଦିନିକିଆ ଫର୍ମାଟରେ ମଧ୍ୟ ପ୍ରୟୋଗ କରିବା ଉଚିତ। ମୁଁ ଭାବୁଛି, କୋହଲି ସମାନ ନିଷ୍ପତ୍ତି ନେବେ“ ଗାଙ୍ଗୁଲି ମତ ବ୍ୟକ୍ତ କରିଛନ୍ତି। ଟି୨୦ ସିରିଜ୍‌କୁ ୨-୧ ବ୍ୟବଧାନରେ ଜିତିବା ପରେ ଭାରତୀୟ ଦଳ ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଗୁରୁବାରଠାରୁ ଆରମ୍ଭ କରିବାକୁ ଯାଉଛି। ”ଇଂଲଣ୍ଡ ଏକ ଭଲ ଦଳ। ସେମାନଙ୍କ ବ୍ୟାଟିଂ ଭଲ ଅଛି, ମାତ୍ର ବୋଲିଂ ଦୃବଳ। ଭାରତୀୟ ଦଳ ଅନ୍ତିମ ଟି୨୦କୁ ଯେଉଁଭଳି ୨୦୦ ରନ୍‌ ପିଛା କରି ଜିତିଲା, ସେମାନେ ଇଂଲଣ୍ଡ ବୋଲିଂ ଲାଇନଅପ୍‌ କଡ଼ା ପରୀକ୍ଷା ନେବେ। ଏହାବଦ୍‌ ଭାରତୀୟ ଦଳ ଏବେ ଟି୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରୁଛି। ମୁଁ ଇଂଲଣ୍ଡ ବିପକ୍ଷ ଟି୨୦ ସିରିିଜ୍‌କୁ ଉପଭୋଗ କରିଛି। କିନ୍ତୁ ସେମାନଙ୍କୁ ମନ ରଖିବାକୁ ପଡ଼ିବ ଯେ, ଏବେଠୁ ସିଜନ ଆରମ୍ଭ ହେଲା“ ବୋଲି ସେ କହିଛନ୍ତି। ଏହାବ୍ୟତୀତ ଫର୍ମାଟ ବଦଳିବା ସାଙ୍ଗକୁ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ବହୁ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିଥିବାବେଳେ କେତେକ ଭଲ ପ୍ରଦର୍ଶନ କରି ସଫଳ ହୋଇଛନ୍ତି। କୋହଲିଙ୍କ ନେତୃତ୍ୱାଧୀନ ଦଳ ଦିନିକିଆ ସିରିଜ ଜିତିବାର ବିଶେଷ ସମ୍ଭାବନା ରହିଛି। ସମ୍ଭବତଃ ଟେଷ୍ଟ ସିରିଜ୍‌ ମଧ୍ୟ ଜିତିପାରେ।
All Right Reserved By

ଖେଳ |

ସର୍ବଭାରତୀୟ ମଳୟ ମୁର୍ମୁ ଦିବାରାତ୍ର ଟି୨୦ ଚତୁର୍ଥ ଦିବସ:ୟୁ ଆଣ୍ଡ ମି, କଳିଙ୍ଗ ସ୍ପୋର୍ଟିଂ କ୍ଲବ ବିଜୟୀ

ସର୍ବଭାରତୀୟ ମଳୟ ମୁର୍ମୁ ଦିବାରାତ୍ର ଟି୨୦ ଚତୁର୍ଥ ଦିବସ:ୟୁ ଆଣ୍ଡ ମି, କଳିଙ୍ଗ ସ୍ପୋର୍ଟିଂ କ୍ଲବ ବିଜୟୀ

ବାଲେଶ୍ୱର ଅଫିସ,୧୩।୧୧- ବାଲେଶ୍ୱର ପରମିଟ୍‌ ପଡ଼ିଆରେ କ୍ଲବ ‘ୟୁ ଆଣ୍ଡ ମି’ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଦିବାରାତ୍ର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଚତୁର୍ଥ ଦିବସରେ ପହଞ୍ଚିିଛି। 

ସପ୍ତମ ଦିନରେ ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ: ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଜୟୀ

ସପ୍ତମ ଦିନରେ ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ: ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଜୟୀ

ସପ୍ତମ ଦିବସର ତୃତୀୟ କ୍ୱାର୍ଟର ଫାଇନାଲ ଖେଳରେ ଫାଉଣ୍ଡେଶନ୍‌ କ୍ରିକେଟ ଏକାଡେମୀ ବିଳାସପୁରକୁ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ୩ ଉଇକେଟରେ ହରାଇ ବିଜୟୀ ହୋଇଛି।

ରାଜ୍ୟ ସ୍ନୁକର: କ୍ବାର୍ଟର ଲାଇନ୍‌ଅପ ଚୂଡ଼ାନ୍ତ

ରାଜ୍ୟ ସ୍ନୁକର: କ୍ବାର୍ଟର ଲାଇନ୍‌ଅପ ଚୂଡ଼ାନ୍ତ

କଟକ ଅଫିସ, ୧୩ା୧୧-ଦି ବିଲିୟାଡର୍‌ସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ୍‌ ଓଡ଼ିଶା (ବିଏସ୍‌ଏଓ) ଆନୁକୂଲ୍ୟରେ କଟକ କ୍ଲବଠାରେ ଚାଲିଥିବା ରାଜ୍ୟ ସିନିୟର ସ୍ନୁକର ଚାମ୍ପିୟନଶିପ୍‌ର କ୍ବାର୍ଟର ଫାଇନାଲ ଲାଇନ୍‌ଅପ ଚୂଡ଼ାନ୍ତ ହୋଇଛି। 

ବିସିସିଆଇ ସହାୟତା ଲୋଡ଼ିଲେ ଭାରତ ଜନ୍ମିତ ଇସ୍ରାଏଲ୍‌ କ୍ରିକେଟ୍‌ ମୁଖ୍ୟ

ବିସିସିଆଇ ସହାୟତା ଲୋଡ଼ିଲେ ଭାରତ ଜନ୍ମିତ ଇସ୍ରାଏଲ୍‌ କ୍ରିକେଟ୍‌ ମୁଖ୍ୟ

ଜେରୁସାଲେମ, ୧୩।୧୧(ପି.ଟି.)- ଇସ୍ରାଏଲ୍‌ କ୍ରିକେଟ ଆସୋସିଏଶନ (ଆଇସିଏ) ମୁଖ୍ୟ ଭାବେ ନିକଟରେ ଭାରତ ଜନ୍ମିତ ଜୋସେଫ୍‌ ତାଲ୍‌ ନିର୍ବାଚିତ ହୋଇଛନ୍ତି। ମୁମ୍ବାଇ ଜନ୍ମିତ ତାଲ୍‌ଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିବାବେଳେ ୧୯୬୦ ଦଶକରେ ତାଙ୍କ ପରିବାର ଇସ୍ରାଏଲ୍‌ ଚାଲିଯାଇଥିଲେ।

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ବିହାର ୧୬୫ରେ ଅଲ୍‌ଆଉଟ

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ବିହାର ୧୬୫ରେ ଅଲ୍‌ଆଉଟ

କଟକ ଅଫିସ,୧୩ା୧୧ବିଡ଼ାନାସୀ ଗ୍ରାଉଣ୍ଡରେ ସୋମବାରଠାରୁ ୧୬ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିର ଓଡ଼ିଶା-ବିହାର ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ବିହାର ୧୬୫ ରନ୍‌ରେ ଅଲ୍‌ଆଉଟ ହେବା ପରେ ଓଡ଼ିଶା ବ୍ୟାଟିଂ ଆରମ୍ଭ କରି ଗୋଟିଏ ଉଇକେଟ ହରାଇ ୮୨ ରନ୍‌ କରିଛି। 

ମୁସ୍‌ଫିକରଙ୍କ ରେକର୍ଡ ଇନିଂସ

ମୁସ୍‌ଫିକରଙ୍କ ରେକର୍ଡ ଇନିଂସ

ଢାକା, ୧୩ା୧୧ (ଏଏଫ୍‌ପି)- ଟେଷ୍ଟ କ୍ରିକେଟ ଇତିହାସରେ ବାଂଲାଦେଶର ମୁସ୍‌ଫିକର ରହିମ ପ୍ରଥମ ଉଇକେଟକିପର ବ୍ୟାଟ୍ସମ୍ୟାନ ହିସାବରେ ଦୁଇଟି ଦ୍ୱିଶତକ ହାସଲ କରି ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। 

କ୍ରୀଡ଼ାର ଉନ୍ନତୀ ପାଇଁ ଐତିହାସିକ ବୁଝାମଣା ପତ୍ର ସ୍ବାକ୍ଷରିତ

କ୍ରୀଡ଼ାର ଉନ୍ନତୀ ପାଇଁ ଐତିହାସିକ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର,୧୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ସୋମବାର ଥିଲା ରାଜ୍ୟ କ୍ରୀଡ଼ା ପାଇଁ ଏକ ଐତିହାସିକ ଦିନ। କେବଳ ସରକାର କିମ୍ବା କ୍ରୀଡ଼ା ବିଭାଗ ନୁହେଁ, ଏବେ ବିଭିନ୍ନ କ୍ରୀଡ଼ାର ପ୍ରଚାର, ପ୍ରସାର ଓ ସର୍ବୋପରି ବିକାଶ ପାଇଁ ରାଜ୍ୟ ସରକାର ଏବେ ଦେଶର ଆଗଧାଡିର ବିଭିନ୍ନ କର୍ପୋରେଟ ହାଉସ୍‌ ତଥା ବିଭିନ୍ନ ଶିଲ୍ପ ଉଦ୍ଦ୍ୟୋଗ ଓ ଶିଳ୍ପପତି ଆଗେଇ ଆସିଛନ୍ତି।

ହକି ବିଶ୍ୱକପ୍‌ ଟ୍ରଫି ଉନ୍ମୋଚିତ:ଜଣେ ଓଡ଼ିଆ ଆଥଲେଟ୍‌ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିବେ: ମୁଖ୍ୟମନ୍ତ୍ରୀ

ହକି ବିଶ୍ୱକପ୍‌ ଟ୍ରଫି ଉନ୍ମୋଚିତ:ଜଣେ ଓଡ଼ିଆ ଆଥଲେଟ୍‌ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩।୧୧(ସ୍ପୋଟର୍‌ସ ବ୍ୟୁରୋ)-  ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଆଉ ପାଖାପାଖି ଦୁଇ ସପ୍ତାହ ବାକିଥିବା ବେଳେ ଏହି ମେଗା ଇଭେଣ୍ଟର ଟ୍ରଫି ଉନ୍ମୋଚିତ ହୋଇଛି। 

ରଣ୍‌ଜୀ ଟ୍ରଫି ୨ୟ ରାଉଣ୍ଡ:  ଶୁଭ୍ରାଂଶୁ, ସୁଜିତ୍‌ ଲଢ଼ିଲେ

ରଣ୍‌ଜୀ ଟ୍ରଫି ୨ୟ ରାଉଣ୍ଡ: ଶୁଭ୍ରାଂଶୁ, ସୁଜିତ୍‌ ଲଢ଼ିଲେ

ଭୁବନେଶ୍ୱର, ୧୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ସୋମବାରଠାରୁ ଉତ୍ତରପ୍ରଦେଶ (ୟୁପି) ବିପକ୍ଷରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଘରୋଇ ଓଡ଼ିଶା ପ୍ରଥମ ଇନିଂସରେ ୨୫୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। 

କୁଲଦୀପଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

କୁଲଦୀପଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ଦୁବାଇ,୧୨।୧୧(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କ୍ଲିନ୍‌ ସୁଇପ୍‌ ହାସଲ କରିଥିବା ଭାରତୀୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଚାଇନାମ୍ୟାନ କୁଲଦୀପ ଯାଦବ ସୋମବାର ଟି୨୦ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। 

ଜାତୀୟ ବେଞ୍ଚ୍‌ ପ୍ରେସ୍‌ ପାଇଁ ଓଡ଼ିଶା ଦଳ

ଜାତୀୟ ବେଞ୍ଚ୍‌ ପ୍ରେସ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୧୨।୧୧(କ୍ରୀଡ଼ା ପ୍ରତିନିଧି)- ଚଳିତମାସ ୧୪ରୁ ୧୮ ପର୍ଯ୍ୟନ୍ତ ପୁଣେଠାରେ ଜାତୀୟ ବେଞ୍ଚ୍‌ ପ୍ରେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାର ବିଭିନ୍ନ ବିଭାଗରେ ଓଡ଼ିଶାର ୧୮ ଜଣିଆ ଦଳ ଅଂଶଗ୍ରହଣ କରିବ। 

ପାକିସ୍ତାନକୁ ଅତିକ୍ରମ କଲା ଭାରତ

ପାକିସ୍ତାନକୁ ଅତିକ୍ରମ କଲା ଭାରତ

ଦୁବାଇ,୧୨।୧୧- ଆଇସିସି ପକ୍ଷରୁ ସୋମବାର ନୂତନ ଟି୨୦ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଦଳଗତ ର଼୍ୟାଙ୍କିଙ୍ଗ୍‌ରେ ପାକିସ୍ତାନ ଓ ଭାରତୀୟ ଦଳ ପୂର୍ବଭଳି ଶୀର୍ଷ ଦୁଇ ସ୍ଥାନ ବଜାୟ ରଖିଛନ୍ତି।