

ଖେଳ |

ମେଲବୋର୍ନ ରିନେଗେଡ୍ସକୁ ପ୍ରଥମ ବିବିଏଲ ଟାଇଟଲ
ମେଲବୋର୍ନ,୧୭।୨- ଅଷ୍ଟ୍ରେଲିଆର ବିଗ୍ ବାଶ ଲିଗ୍ (ବିବିଏଲ) ଇତିହାସରେ ମେଲବୋର୍ନ ରିନେଗେଡ୍ସ ଫ୍ରାଞ୍ଚାଇଜ ପ୍ରଥମ ଥର ପାଇଁ ଟାଇଟଲ ଜିତିଛି।

ଇରାନୀ କପ୍ ମ୍ୟାଚ୍ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକାକୁ ନେଇ ପ୍ରଶ୍ନ
ନାଗପୁର,୧୭।୨- ଚଳିତ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ବିଦର୍ଭ ଦଳ ଅବଶିଷ୍ଟ ଭାରତୀୟ ଦଳକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ଲାଗି ଇରାନୀ କପ୍ ଜିତିଛି। କିନ୍ତୁ ଇରାନୀ କପ୍ ମ୍ୟାଚ୍ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଛି।

ଆଝରୁଦ୍ଦିନଙ୍କ ବିଶ୍ୱକପ୍ ଦଳରେ କାର୍ତ୍ତିକଙ୍କୁ ସ୍ଥାନ ନାହିଁ
ନୂଆଦିଲ୍ଲୀ,୧୭।୨-ଆଗାମୀ ବିଶ୍ୱକପ୍ ଆଉ ତିନିରୁ ୪ ମାସ ବାକି ଥିଲେ ମଧ୍ୟ ଏବେ ଠାରୁ ଆଲୋଚନା ଆରମ୍ଭ ହୋଇଯାଇଛି। ଏହି ଧାରାରେ ଯୋଡ଼ି ହୋଇ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ବିଶ୍ୱକପ୍ ଲାଗି ନଜର ଭାରତୀୟ ଦଳ ପ୍ରକାଶ କରିଛନ୍ତି।

କଟକରେ ଜାତୀୟ ସବ୍ଜୁନିୟର କୁସ୍ତି
କଟକ ଅଫିସ,୧୭।୨- ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେଉଛି ୩୮ତମ ବାଳକ ଫ୍ରି ଷ୍ଟାଇଲ, ଗ୍ରୀକୋ ରୋମାନ ଓ ୨୨ତମ ଫ୍ରି ଷ୍ଟାଇଲ ସବ୍ଜୁନିୟର ଜାତୀୟ କୁସ୍ତି ଚାମ୍ପିୟନଶିପ।

ଅତିରିକ୍ତ ଆକାରରେ ୮୩ ରନ : ଓଡ଼ିଶା ମହିଳା ଦଳର ବିଜୟ ଧାରା ଜାରି
କଟକ ଅଫିସ,୧୭।୨- ଗୋଆର ସାନଗୁଏମ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଖେଳାଯାଇଥିବା ୧୯ବର୍ଷରୁ କମ୍ ମହିଳା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍ରେ ଓଡ଼ିଶା ୧୯୮ ରନରେ ଜମ୍ମୁ ଓ କଶ୍ମୀରକୁ ପରାସ୍ତ କରିଛି। ପ୍ରତିଯୋଗିତାରେ ଓଡ଼ିଶାର ଏହା ଲଗାତାର ୪ର୍ଥ ବିଜୟ। ବିଜୟ ଧାରା ବଜାୟ ରଖିବା ସହ ଗ୍ରୁପ-ସି’ରେ ସ୍ଥାନ ପାଇଥିବା ଓଡ଼ିଶା ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ୍ ୨୦ରେ ଗୁଜୁରାଟ ବିପକ୍ଷରେ ଖେଳିବ।

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କାକୁ ରୋମାଞ୍ଚକ ବିଜୟ ଦେଲେ କୁଶଳ
ଡର୍ବାନ, ୧୭।୨- ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କା ରୋମାଞ୍ଚକ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ୩୦୪ ରନର ଟାର୍ଗେଟ୍କୁ ପିଛା

ଟେଫେରାଙ୍କ ବିଶ୍ୱ ରେକର୍ଡ
ବର୍ମିଂହାମ୍, ୧୭ା୨ (ଏଏଫ୍ପି)- ଇଥିଓପିଆର ସାମୁଏଲ୍ ଟେଫେରା ଇନ୍ଡୋର ୧୫୦୦ ମିଟରରେ ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଶନିବାର ଏଠାରେ ସେ ୨୦ବର୍ଷରୁ ଅଧିକ ସମୟ ଧରି ରହିଥିବା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି।

ଶୁଟିଂ ବିଶ୍ୱକପ: ୫୦ଟି ଆଫ୍ରିକୀୟ ରାଷ୍ଟ୍ରକୁ ସିଧାପ୍ରସାରଣ
ନୂଆଦିଲ୍ଲୀ, ୧୭ା୨ (ପି.ଟି.)-ଆସନ୍ତା ସିଜନ ଓପନିଂ ଶୁଟିଂ ବିଶ୍ୱକପ୍ ନୂଆଦିଲ୍ଲୀରେ ହେବ। ଏଥିରେ ୧୬ଟି ଅଲିମ୍ପିକ୍ସ କୋଟା ପୂରଣ ହେବାକୁ ଥିବା ବେଳେ ୫୦ଟି ଆଫ୍ରିକୀୟ ରାଷ୍ଟ୍ରକୁ ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି।
କ୍ରିକେଟ କ୍ଲବ ଅଫ୍ ଇଣ୍ଡିଆର ଅଭିନବ ପ୍ରତିବାଦ
ବମ୍ବେ, ୧୭ା୨ (ପି.ଟି.)-କଶ୍ମୀରର ପୁଲ୍ଓ୍ବାମାରେ ସିଆର୍ପିଏଫ୍ (କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ) ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାର ନିନ୍ଦା କରିବା ସହ କ୍ରିକେଟ କ୍ଲବ ଅଫ୍ ଇଣ୍ଡିଆ(ସିସିଆଇ) ତରଫରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ତୈଳଚିତ୍ରକୁ ଆବୃତ ରଖାଯାଇଛି।

ସ୍ପୋଟର୍ସ ହଷ୍ଟେଲ ଫାଇନାଲରେ
ସୋନପୁର,୧୭।୨(ନି.ପ୍ର.)କଟକର ସ୍ପୋଟର୍ସ ହଷ୍ଟେଲ ସୋନପୁର ଗାନ୍ଧୀ ପଡିଆଠାରେ ଚାଲିଥିବା ଅଲ ଓଡ଼ିଶା ରବି ଆଣ୍ଡ୍ ଅନାଦି ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି।

ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା: ଓଡ଼ିଶାକୁ ୨ ରୌପ୍ୟ
ଭୁବନେଶ୍ୱର,୧୭।୨(ସ୍ପୋଟର୍ସ ବ୍ୟୁରୋ)- ହରିୟାଣାର ରୋହତକ୍ଠାରେ ଗତ ୮ରୁ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାକୁ ଦୁଇଟି ରୌପ୍ୟ ପଦକ ମିଳିଛି।

ଇରାନୀ କପ୍: ଟାଇଟଲ ବଜାୟ ରଖିଲା ବିଦର୍ଭ
ନାଗପୁର,୧୬।୨(ପି.ଟି.)- ରଣଜୀ ଚାମ୍ପିୟନ ବିଦର୍ଭ ଘରୋଇ କ୍ରିକେଟରେ ତା’ର ଶ୍ରେଷ୍ଠତା ବଜାୟ ରଖିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଅନୁଷ୍ଠିତ ଇରାନୀ କପ୍ରେ ବିଦର୍ଭ ତାରକା ଖଚିତ ଅବଶିଷ୍ଟ ଭାରତ ଦଳକୁ ହରାଇ ଟାଇଟଲ ହାସଲ କରିଛି। ଏଥି ସହିତ ବିଦର୍ଭ କ୍ରମାଗତ ଦ୍ୱିତୀୟଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ମୁମ୍ବାଇ ଓ କର୍ନାଟକ ପରେ ବିଦର୍ଭ ତୃତୀୟ ଦଳ ଭାେବେ କ୍ରମାଗତ ଭାବେ ଦ୍ୱିତୀୟ ଇରାନୀ କପ୍ ଟାଇଟଲ ହାସଲ କରିଛି। ପ୍ରଥମ ଇନିଂସରେ ୧୦୨ରନର ଶତକୀୟ ପାଳି ଖେଳି ବିଦର୍ଭକୁ ଅଗ୍ରଣୀ କରାଇଥିବା ଟେଲଏଣ୍ଡର ଅକ୍ଷୟ କର୍ନଓ୍ବୋର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।