ବାଣିଜ୍ୟ |

ଇଣ୍ଟରନେଟ୍‌ ଟେଲିଫୋନୀ ସେବା ଆଣିଲା ବିଏସ୍‌ଏନ୍‌ଏଲ୍‌ : ବିନା ସିମ୍‌ରେ କରିହେବ କଲ୍‌

 ଇଣ୍ଟରନେଟ୍‌ ଟେଲିଫୋନୀ ସେବା ଆଣିଲା ବିଏସ୍‌ଏନ୍‌ଏଲ୍‌ : ବିନା ସିମ୍‌ରେ କରିହେବ କଲ୍‌
ନୂଆଦିଲ୍ଲୀ,୧୧।୭-ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌) ଦେଶରେ ପ୍ରଥମ ଥର ପାଇଁ ଇଣ୍ଟରନେଟ୍‌ ଟେଲିଫୋନୀ ସେବା ଆରମ୍ଭ କରିଛି। ଏହା ସହିତ କମ୍ପାନୀ ପକ୍ଷରୁ ଏକ ମୋବାଇଲ୍‌ ଆପ୍‌ ‘ଓ୍ବିଙ୍ଗସ୍‌’ ର ଉନ୍ମୋଚନ କରାଯାଇଛି। ଉକ୍ତ ଆପ୍‌ ସହୟତାରେ ୟୁଜର୍‌ ବିନା ଦ୍ୱିଧାରେ ଦେଶର ଯେ କୌଣସି ଟେଲିଫୋନ୍‌ ନମ୍ବର ଡାଏଲ୍‌ କରିପାରିବେ। ପୂର୍ବରୁ ସିମ୍‌ କାର୍ଡ ଦ୍ୱାରା ନିର୍ଦ୍ଦିଷ୍ଟ ଆପ୍‌ ସହାୟତାରେ କଲ୍‌ କରିବାର ସୁବିଧା ରହିଥିଲା। ବିଏସ୍‌ଏନ୍‌ଏଲ୍‌ର ‘ଓ୍ବିଙ୍ଗସ୍‌’ ଆପ୍‌ ଦ୍ୱାରା ନିଜ ମୋବାଇଲ ନମ୍ବରରୁ ଯେ କୌଣସି ନମ୍ବରକୁ କଲ୍‌ କରିପାରିବେ ଏବଂ ଏଥିପାଇଁ ଆପଣଙ୍କୁ ସିମ୍‌ର ବ୍ୟବହାର କରିବାକୁ ପଡିବ ନାହିଁ। ବର୍ତ୍ତମାନର ପ୍ରତିଯୋଗିତାମୂଳକ ବଜାରରେ ବିଏସ୍‌ଏନ୍‌ଏଲ୍‌ର ମାର୍କେଟ୍‌ ଶେୟାର ବୃଦ୍ଧି ଉଲ୍ଲେଖନୀୟ ରହିଛି। ଏପରି ସ୍ଥଳେ କମ୍ପାନୀ ପକ୍ଷରୁ ଇଣ୍ଟରନେଟ୍‌ ଟେଲିଫୋନୀ ସେବା ଆରମ୍ଭ କରାଯିବା ଦ୍ୱାରା ଏହା ଅଧିକ ୟୁଜରଙ୍କୁ କମ୍ପାନୀ ସହ ଯୋଡିବ। ବିନା ସିମ୍‌ରେ କଲ୍‌ ସୁବିଧା ପ୍ରଦାନ ଏକ ଉଚ୍ଚକୋଟୀର ପଦକ୍ଷେପ ବୋଲି ଟେଲିକମ୍‌ ବିଭାଗ ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି। ଏହି ଆପ୍‌ ବ୍ୟବହାର କରି ବିଏସ୍‌ଏନ୍‌ଏଲ୍‌ ଗ୍ରାହକ ବିଏସ୍‌ଏନ୍‌ଏଲ୍‌ ଓ୍ବାଇ-ଫାଇ ବା ଅନ୍ୟ ସେବା ପ୍ରଦାନକାରୀ ସହାୟତାରେ ଦେଶର ସମସ୍ତ ନେଟ୍‌ଓ୍ବର୍କକୁ କଲ୍‌ କରିବାର ସୁବିଧା ପାଇପାରିବେ।
All Right Reserved By

ବାଣିଜ୍ୟ |

୨୦୧୮-୧୯ ଅଦ୍ଧବାର୍ଷିକ ଫଳାଫଳ; ନାଲକୋର ନିଟ୍‌ ଲାଭ ୩ ଗୁଣ ବଢ଼ିଲା

୨୦୧୮-୧୯ ଅଦ୍ଧବାର୍ଷିକ ଫଳାଫଳ; ନାଲକୋର ନିଟ୍‌ ଲାଭ ୩ ଗୁଣ ବଢ଼ିଲା

ଭୁବନେଶ୍ୱର,୧୪-୧୧: ଦେଶର ଅନ୍ୟତମ ନବରନତ୍ କମ୍ପାନୀ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିିମିଟେଡ(ନାଲ୍‌କୋ) ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅଦ୍ଧବାର୍ଷିକ ଫଳାଫଳ ଘୋଷଣା କରିଛି। 

ଆମ୍ରପାଲିର ସମ୍ପତ୍ତି ଜବତ ନିର୍ଦ୍ଦେଶ

ଆମ୍ରପାଲିର ସମ୍ପତ୍ତି ଜବତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪-୧୧: ରିଏଲ ଇଷ୍ଟେଟ କମ୍ପାନୀ ଆମ୍ରପାଲି ଗ୍ରୁପ୍‌ ବିରୋଧରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ଅଦାଲତ ତାଙ୍କ ଅନ୍ତରୀଣ ରୁଲିଂରେ ଉକ୍ତ ଗ୍ରୁପ୍‌ର ହସ୍ପିଟାଲ ଓ ଅନ୍ୟ ସମ୍ପତ୍ତିକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଏନ୍‌ସିଏଲ୍‌ଟିରେ ଏସାର ମାମଲା;ଆର୍ସେଲର ମିତ୍ତଲଙ୍କୁ ଓଡ଼ିଶା ଷ୍ଟିଭେଡର୍ସର ବିରୋଧ

ଏନ୍‌ସିଏଲ୍‌ଟିରେ ଏସାର ମାମଲା;ଆର୍ସେଲର ମିତ୍ତଲଙ୍କୁ ଓଡ଼ିଶା ଷ୍ଟିଭେଡର୍ସର ବିରୋଧ

ନୂଆଦିଲ୍ଲୀ,୧୪-୧୧: ଦେବାଳିଆ ଆଇନ  ଅଧୀନରେ ଋଣ ସମାଧାନ ପ୍ରକ୍ରିୟାର ସମ୍ମୁଖୀନ ହୋଇଥିବା ଏସାର ଷ୍ଟିଲ୍‌କୁ ଅଧିଗ୍ରହଣ କରିବା ଲାଗି ଆର୍ସେଲର ମିତ୍ତଲର ସ୍ବପ୍ନ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି

ଜେଟ୍‌ ଏୟାରଓ୍ବେଜକୁ କିଣିବା ଲାଗି ଟାଟା ଗ୍ରୁପ୍‌ର ଉଦ୍ୟମ

ଜେଟ୍‌ ଏୟାରଓ୍ବେଜକୁ କିଣିବା ଲାଗି ଟାଟା ଗ୍ରୁପ୍‌ର ଉଦ୍ୟମ

ନୂଆଦିଲ୍ଲୀ,୧୪-୧୧: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ କିଣିବା ଲାଗି ଟାଟା ଗ୍ରୁପ୍‌ ଉଦ୍ୟମ କରୁଛି। ଏହି କ୍ରମରେ ଗ୍ରୁପ୍‌ ପକ୍ଷରୁ ଜେଟ୍‌ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। 

ଭାରତୀୟ ଏମ୍‌ଏସ୍‌ଏମ୍‌ଇକୁ ମିଳିବ ବିଦେଶୀ ଟଙ୍କା; ଚାଇନା ବ୍ୟାଙ୍କ ୨୦ କୋଟି ଡଲାର ପାଣ୍ଠି ଗଠନ କଲା

ଭାରତୀୟ ଏମ୍‌ଏସ୍‌ଏମ୍‌ଇକୁ ମିଳିବ ବିଦେଶୀ ଟଙ୍କା; ଚାଇନା ବ୍ୟାଙ୍କ ୨୦ କୋଟି ଡଲାର ପାଣ୍ଠି ଗଠନ କଲା

ବେଜିଂ,୧୪-୧୧: ନଗଦ ସଙ୍କଟ ଯୋଗୁ ଦେଶର ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ମଏମ୍‌ଇ) ଗୁଡିକ ପାଣ୍ଠି ଅଭାବରେ ଆଗେଇ ପାରୁନାହାନ୍ତି। ସେମାନଙ୍କୁ ପାଣ୍ଠି ଦେବା ଲାଗି ଏବେ ଚାଇନାର ସର୍ବବୃହତ ବ୍ୟାଙ୍କ ଇଣ୍ଡଷ୍ଟ୍ରିଆଲ ଆଣ୍ଡ୍‌ କମର୍ସିଆଲ ବ୍ୟାଙ୍କ ଅଫ୍‌ ଚାଇନା(ଆଇସିବିସି) ୨୦ କୋଟି ଡଲାରର ଏକ ପାଣ୍ଠି ଗଠନ କରିଛି।

ଦୁର୍ବ୍ୟବହାର ଅଭିଯୋଗ; ଫ୍ଲିପ୍‌କାର୍ଟ ସିଇଓ ପଦରୁ ବିନ୍ନି ବଂଶଲଙ୍କ ଇସ୍ତଫା

ଦୁର୍ବ୍ୟବହାର ଅଭିଯୋଗ; ଫ୍ଲିପ୍‌କାର୍ଟ ସିଇଓ ପଦରୁ ବିନ୍ନି ବଂଶଲଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୪-୧୧: ଦେଶର ଶୀର୍ଷ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର ଗ୍ରୁପ୍‌  ସିଇଓ ବିନ୍ନି ବଂଶଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଓ୍ବାଲମାର୍ଟ ଅଧିଗ୍ରହଣ କରିବାର ମାତ୍ର ୬ ମାସ ପରେ କମ୍ପାନୀରେ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମ ଦେଖିବାକୁ ମିଳିଥିଲା। 

ବ୍ୟାପକ ନିଯୁକ୍ତି ଲାଗି ପ୍ରତିଷ୍ଠା ହେବ ୧୪ ବଡ଼ ରାଷ୍ଟ୍ରୀୟ ଜୋନ୍‌

ବ୍ୟାପକ ନିଯୁକ୍ତି ଲାଗି ପ୍ରତିଷ୍ଠା ହେବ ୧୪ ବଡ଼ ରାଷ୍ଟ୍ରୀୟ ଜୋନ୍‌

ନୂଆଦିଲ୍ଲୀ,୧୪-୧୧: ନିଯୁକ୍ତି କ୍ଷେତ୍ରକୁ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେଉଥିବା କେନ୍ଦ୍ର ସରକାର ଆସନ୍ତା ବର୍ଷର ଲୋକ ସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।

ୟୁନିୟନ ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଶେୟାର;୬୦୦କୋଟି ଯୋଗାଡ ଲାଗି ବୋର୍ଡର ଅନୁମତି

ୟୁନିୟନ ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଶେୟାର;୬୦୦କୋଟି ଯୋଗାଡ ଲାଗି ବୋର୍ଡର ଅନୁମତି

ନୂଆଦିଲ୍ଲୀ,୧୪-୧୧: ୟୁନିୟନ ବ୍ୟାଙ୍‌କ ଅଫ୍‌ ଇଣ୍ଡିଆ ବୋର୍ଡ କର୍ମଚାରୀଙ୍କୁ ବ୍ୟାଙ୍କର ଶେୟାର ଜାରି କରିବାକୁ ଅନୁମତି ପ୍ରଦାନ କରିଛି। ଏହାକୁ ବିକ୍ରି କରି ବ୍ୟାଙ୍କ ବ୍ୟାଙ୍କ ୬୦୦ କୋଟି ଟଙ୍କା ଯୋଗାଡ କରିବ।

ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌ ଶ୍ରୀନିବାସନଙ୍କ ପରଲୋକ

ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌ ଶ୍ରୀନିବାସନଙ୍କ ପରଲୋକ

ଚେନ୍ନାଇ,୧୩ା୧୧ ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌. ଶ୍ରୀନିବାସନ(୮୫ ବର୍ଷ)ଙ୍କ ପରଲୋକ ହୋଇଯାଇଛି। ଉଦାରବାଦୀ ଅର୍ଥନୀତିର ଦୃଢ଼ ସମର୍ଥକ କୁହାଯାଉଥିବା ଶ୍ରୀନିବାସନ ଗତ କିଛି ଦିନ ରୋଗଶଯ୍ୟାରେ ଥିଲେ। ନ୍ୟୁମୋନିଆରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। 

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଡିଲ୍‌;ଡିସେମ୍ବର ୧୪ରେ ମାମଲାର ଶୁଣାଣି

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଡିଲ୍‌;ଡିସେମ୍ବର ୧୪ରେ ମାମଲାର ଶୁଣାଣି

ମୁମ୍ବାଇ,୧୩-୧୧: ଆମେରିକାର ରିଟେଲ ଚେନ୍‌ ଓ୍ବାଲମାର୍ଟ ଭାରତର ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟକୁ କିଣିବାକୁ ନେଇ ଆଗତ ମାମଲାର ଶୁଣାଣି ଡିସେମ୍ବର ୧୪କୁ ଘୁଞ୍ଚାଇ ଦିଆଯାଇଛି। 

ଭାରତର ତେଲ ଭଣ୍ଡାର ଭଡ଼ାରେ ନେଲା ଆବୁଧାବୀ କମ୍ପାନୀ

ଭାରତର ତେଲ ଭଣ୍ଡାର ଭଡ଼ାରେ ନେଲା ଆବୁଧାବୀ କମ୍ପାନୀ

ମୁମ୍ବାଇ,୧୩-୧୧: କର୍ନାଟକର ପାଦୁରଠାରେ ଥିବା ଭୂମିତଳ ତୈଳ ଭଣ୍ଡାରକୁ ଭଡ଼ାରେ ଦେବା ଲାଗି ଭାରତ ସୋମବାର ଆବୁଧାବୀ ନ୍ୟାଶନାଲ ଅଏଲ କୋଃ(ଆଡ୍‌ନକ୍‌) ସହ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷର କରିଛି। 

୧୪ରୁ ଶ୍ରୀରାମାୟଣ ଏକ୍ସପ୍ରେସ ଗଡିବ

୧୪ରୁ ଶ୍ରୀରାମାୟଣ ଏକ୍ସପ୍ରେସ ଗଡିବ

ନୂଆଦିଲ୍ଲୀ,୧୩-୧୧: ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ  ତୀର୍ଥଯାତ୍ରା ଟ୍ରେନ ଶ୍ରୀରାମାୟଣ ଏକ୍ସପ୍ରେସକୁ ଆସନ୍ତା ୧୪ରୁ ପ୍ରଚଳନ କରାଯିବ। ଭାରତ ଓ ଶ୍ରୀଲଙ୍କାରେ ଥିବା ଶ୍ରୀରାମଙ୍କ ଜୀବନୀ ସମ୍ପର୍କିତ ୪ଟି ସ୍ଥାନକୁ ଏହି ଟ୍ରେନ ଯିବ। ଏହା ଏକ ୧୬ ଦିନିଆ ଟୁର୍‌ ପ୍ୟାକେଜ  ବୋଲି ଆଇଆରସିଟିସି ପକ୍ଷରୁ କୁହାଯାଇଛି।