ଖେଳ |

ଅବସର ନେବେ ହେରାଥ

ଅବସର ନେବେ ହେରାଥ
କଲମ୍ବୋ,୧୧।୭- ଶ୍ରୀଲଙ୍କାର ବରିଷ୍ଠ ସ୍ପନିର ରଙ୍ଗନା ହେରାଥ ଆଗାମୀ ଇଂଲଣ୍ଡ ବିପକ୍ଷ ୩ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି। ଏ ନେଇ ବାମହାତୀ ସ୍ପିନର କହିଛନ୍ତି। ହେରାଥ ଏ ପର୍ଯ୍ୟନ୍ତ ୯୦ଟି ଟେଷ୍ଟରେ ୪୧୮ ଉଇକେଟ ନେଇ ସାରିଛନ୍ତି। ସେ ସର୍ବାଧିକ ଟେଷ୍ଟ ଉଇକେଟ ନେଇଥିବା ଶ୍ରୀଲଙ୍କା ବୋଲରଙ୍କ ତାଲିକାରେ ଲିଜେଣ୍ଡ ମୁଥିଆ ମୁରଲିଧରଣଙ୍କ ପରେ ରହିଛନ୍ତି। ଉଲ୍ଲେକଥାଉ କି, ମୁରଲିଧରଣ ୮୦୦ ଟେଷ୍ଟ ଉଇକେଟ ନେଇଛନ୍ତି, ଯାହାକି ଏବେବି ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ସର୍ବାଧିକ। ”ଚଳିତ ନଭେମ୍ବରରେ ହେବାକୁ ଥିବା ଇଂଲଣ୍ଡ ସିରିଜ୍‌ ମୋ ପାଇଁ ଅନ୍ତିମ ସିରିଜ୍‌ ହୋଇପାରେ। ପ୍ରତ୍ୟେକ କ୍ରିକେଟରଙ୍କ ଜୀବନରେ ଅବସର ନେବା ଲାଗି ସମୟ ଆସେ। ମୁଁ ଭାବୁଛି ମୋ ସମୟ ମଧ୍ୟ ଆସିଯାଇଛି“ ବୋଲି ୪୦ ବର୍ଷୀୟ ସ୍ପିନର କହିଛନ୍ତି। ହେରାଥ ୨୦୧୬ରେ ଦିନିକିଆ ଓ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ଗୁରୁବାରଠାରୁ ଗାଲେଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁ ଥିତ୍ବା ସିରିଜ୍‌ ପାଇଁ ଘୋଷିତ ଶ୍ରୀଲଙ୍କା ଦଳରେ ସେ ସ୍ଥାନ ପାଇଛନ୍ତି। ତାଙ୍କ ଅବସର ପରେ ଦିଲରୁଓ୍ବାନା ପେରେରା, ଅକିଲା ଧନଞ୍ଜୟ ଓ ଲକ୍ଷାନ ସାନ୍ଦାକାନ ଜାତୀୟ ଦଳରେ ସ୍ପିନର ଦାୟିତ୍ୱ ନେଇପାରିବେ।
All Right Reserved By

ଖେଳ |

ଲାଓସ ସହ ମାଚ୍‌ ଡ୍ର’ କଲା ଭାରତ

ଲାଓସ ସହ ମାଚ୍‌ ଡ୍ର’ କଲା ଭାରତ

ଉଲାନବାତାର(ଥାଇଲାଣ୍ଡ),୨୪।୯- ସ୍ଥାନୀୟ ଏମ୍‌ଏଫ୍‌ଏଫ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ୧୬ ବର୍ଷରୁ କମ୍‌ ବାଳିକା ଏଏଫ୍‌ସି ଚାମ୍ପିୟନଶିପ୍‌ ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟର ଲାଓସ ବିପକ୍ଷ ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌କୁ ଭାରତୀୟ ଦଳ ୧-୧ ଗୋଲରେ ଡ୍ର’ ରଖିଛି।

ଜାପାନ ଫୁଟ୍‌ବଲ ଦଳର କୋଚ୍‌ ଦାୟିତ୍ୱ ନେଇପାରନ୍ତି ଡୋନାଡୋନି

ଜାପାନ ଫୁଟ୍‌ବଲ ଦଳର କୋଚ୍‌ ଦାୟିତ୍ୱ ନେଇପାରନ୍ତି ଡୋନାଡୋନି

ମିଲାନ,୨୪।୯(ଏଏଫ୍‌ପି)- ଇଟାଲି ଫୁଟ୍‌ବଲ ଦଳର ପୂର୍ବତନ କୋଚ୍‌ ରବର୍ଟ ଡୋନାଡୋନି ଜାପାନ ଦଳର ଦାୟିତ୍ୱ ନେଇପାରନ୍ତି। ଏ ନେଇ ଇଟାଲିର ଏକ ଖବରକାଗଜରେ ରବିବାର ପ୍ରକାଶ ପାଇଛି। ସ୍ଥାନୀୟ ଖବରକାଗଜ ଗାଜେଟ୍ଟୋ ଡେଲୋ ସ୍ପୋର୍ଟ ଅନୁଯାୟୀ,

 ଓଭିଏ ନିର୍ବାଚନ , ସଭାପତି ପଦବୀ ବଜାୟ ରଖିଲେ ସୁବୋଧ

ଓଭିଏ ନିର୍ବାଚନ , ସଭାପତି ପଦବୀ ବଜାୟ ରଖିଲେ ସୁବୋଧ

କଟକ ଅଫିସ,୨୪।୯- ଓଡ଼ିଶା ଭଲିବଲ ଆସୋସିଏଶନ(ଓଭିଏ)ର ସଭାପତି ପଦବୀ ବଜାୟ ରଖିଛନ୍ତି ସୁବୋଧ କୁମାର ରାଉତରାୟ । ୪୨ ସଦସ୍ୟଙ୍କ ମଧ୍ୟରୁ ୩୦ଜଣ ଭୋଟ ଦେଇଥିଲେ । ସୁବୋଧଙ୍କ ସପକ୍ଷରେ ୨୯ଟି ଭୋଟ ଯାଇଥିବା ଅନ୍ୟଏକ ଭୋଟ ନାକଚ ହୋଇଥିଲା ।

ପଦକ ବିଜେତାଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଆଇଓଏ ଅପଦସ୍ଥ

ପଦକ ବିଜେତାଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଆଇଓଏ ଅପଦସ୍ଥ

ନୂଆଦିଲ୍ଲୀ, ୨୪।୯ (ପି.ଟି.)-ଏସିଆନ ଗେମ୍ସ ପଦକ ବିଜେତାଙ୍କ ଲାଗି ଆୟୋଜିତ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)କୁ ଅପଦସ୍ଥ ହେବାକୁ ପଡ଼ିଛି। ପଦକ ବିଜେତାଙ୍କୁ ଦିଆଯିବାକୁଥିବା ଚେକ୍‌ରେ ତ୍ରୁଟି ପରିଲକ୍ଷିତ 

ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ ମିଥାଲିଙ୍କ ମାନ୍ୟତାରେ ବୃଦ୍ଧି

ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ ମିଥାଲିଙ୍କ ମାନ୍ୟତାରେ ବୃଦ୍ଧି

ଦୁବାଇ, ୨୪।୯- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗରେ ଭାରତ ଅଧିନାୟିକା ମିଥାଲି ରାଜଙ୍କ ମାନ୍ୟତା ବୃଦ୍ଧି ଘଟିଛି। ଚଳିତ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଉନ୍ନତ ପ୍ରଦର୍ଶନ ଯୋଗୁ ମିଥାଲି ୪ଟି ପାହାଚ ଉପରକୁ ଉଠି ବ୍ୟାଟିଂ

ଏସିଆ କପ୍‌ ଧାଓ୍ବନ, ରୋହିତଙ୍କ ଶତକରେ ପାକିସ୍ତାନ ପରାସ୍ତ ଭାରତ ଫାଇନାଲର ନିକଟତର

ଏସିଆ କପ୍‌ ଧାଓ୍ବନ, ରୋହିତଙ୍କ ଶତକରେ ପାକିସ୍ତାନ ପରାସ୍ତ ଭାରତ ଫାଇନାଲର ନିକଟତର

ଦୁବାଇ,୨୪।୯- ଶିଖର ଧାଓ୍ବନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଶତକ ଏବଂ ଓପନିଂ ଯୋଡ଼ିରେ ୨୧୦ ରନର ଭାଗୀଦାରି ବଳରେ ଭାରତ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏସିଆ କପ୍‌ ସୁପର ଫୋର୍‌ ମ୍ୟାଚରେ ପାକିସ୍ତାନକୁ ୯ ଉଇକେଟରେ ପରାସ୍ତ କରିଛି।

ମୋମୋତାଙ୍କୁ ହରାଇ ଟାଇଟଲ ଜିତିଲେ ଗିନଟିଂ

ମୋମୋତାଙ୍କୁ ହରାଇ ଟାଇଟଲ ଜିତିଲେ ଗିନଟିଂ

ଚାଙ୍ଗଝୋଉ (ଚାଇନା), ୨୩।୯(ଏଏଫ୍‌ପି)- ଜାପାନର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି କେଣ୍ଟୋ ମୋମୋତାଙ୍କୁ ଚକ୍‌ମା ଦେଖାଇ ଇଣ୍ଡୋନେସିଆର ଆନ୍ଥୋନୀ ସିନିସୁକା ଗିନଟିଂ ଚାଇନା ଓପନ୍‌ ଟାଇଟଲ ଜିତିଛନ୍ତି। 

ପୃଥ୍ବୀ, ଆୟାରଙ୍କ ଶତକ: ମୁମ୍ବାଇର ବୃହତ ବିଜୟ

ପୃଥ୍ବୀ, ଆୟାରଙ୍କ ଶତକ: ମୁମ୍ବାଇର ବୃହତ ବିଜୟ

ବେଙ୍ଗାଲୁରୁ, ୨୩।୯(ପି.ଟି.)- ଶ୍ରେୟାସ ଆୟାର ଓ ଯୁବ ତାରକା ପୃଥ୍ବୀ ଶ’ଙ୍କ ବିସ୍ଫୋରକ ଶତକ ବଳରେ ମୁମ୍ବାଇ ଦଳ ଏଠାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଏକଦିବସୀୟ କ୍ରିକେଟ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ୫୦ ଓଭରରେ ୪୦୦ ରନ ସଂଗ୍ରହ କରିଛି। 

ଏସିଆ କପ୍‌ କ୍ରିକେଟ: ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ

ଏସିଆ କପ୍‌ କ୍ରିକେଟ: ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ

ଦୁବାଇ,୨୩।୯(ପି.ଟି.)- ଚଳିତ ଏସିଆ କପ୍‌ରେ ଉପମହାଦେଶର ଦୁଇ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସୁପର- ୪ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌ରେ ରବିବାର ପରସ୍ପରକୁ ଭେଟିଛନ୍ତି। ସ୍ଥାନୀୟ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଦ୍ରୁତ ବୋଲର ମହମ୍ମଦ ଅମୀର ଓ ଶଦାବ ଖାଁ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଲାବେର କପ୍‌: ଫେଡେରର, ଭେରେଭ ବିଜୟୀ

ଲାବେର କପ୍‌: ଫେଡେରର, ଭେରେଭ ବିଜୟୀ

ଚିକାଗୋ, ୨୩।୯(ଏଏଫପି)-  ଅଭିଜ୍ଞ ରୋଜର ଫେଡେରର ଓ ଆଲେକଜାଣ୍ଡାର ଭେରେଭଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଏଠାରେ ଚାଲିଥିବା ଲାବେର କପ୍‌ରେ ଓ୍ବାଲର୍‌ଡ ଟିମ୍‌ ବିପକ୍ଷରେ ୟୁରୋପ ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ କରିଛି। ଏହି ଦୁଇ ଖେଳାଳି ସେମାନଙ୍କ ସିଙ୍ଗଲ୍ସ ମ୍ୟାଚ୍‌ ଜିତି ୟୁରୋପକୁ ୭-୧ରେ ଅଗ୍ରଣୀ କରାଇଛନ୍ତି। 

ପାନ୍‌ ପ୍ୟାସିଫିକ୍‌ ଓପନ୍‌: ପ୍ଲିସ୍କୋଭା ଚାମ୍ପିୟନ

ପାନ୍‌ ପ୍ୟାସିଫିକ୍‌ ଓପନ୍‌: ପ୍ଲିସ୍କୋଭା ଚାମ୍ପିୟନ

ଟୋକିଓ,୨୩।୯(ଏଏଫପି)- ଏଠାରେ ଅନୁଷ୍ଠିତ ପାନ ପ୍ୟାସିଫିକ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ଚେକ ଗଣରାଜ୍ୟର ତାରକା ମହିଳା ଖେଳାଳି କାରୋଲିନା ପ୍ଲିସ୍କୋଭା ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବିଶ୍ୱର ପୂର୍ବତନ ୧ ନମ୍ବର ଖେଳାଳି ପ୍ଲିସ୍କୋଭା ୟୁଏସ୍‌ ଓପନ୍‌ ଚାମ୍ପିୟନ ଜାପାନର ନାଓମି ଓସାକାଙ୍କୁ ୬-୪,୬-୪ ସେଟରେ ପରାସ୍ତ କରି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଚତୁର୍ଥ ସିଡ ମାନ୍ୟତା ପାଇଥିବା ପ୍ଲିସ୍କୋଭା ବିଜୟୀ ହେବା ପାଇଁ ମାତ୍ର ୬୩ ମିନିଟ୍‌ ସମୟ ଆବଶ୍ୟକ କରିଥିଲେ।

ଦେଶ ଅଧିକ କ୍ୱାଲିଟି ସିଙ୍ଗଲ୍ସ ଖେଳାଳି ଆବଶ୍ୟକ କରୁଛି: ଅମ୍ରିତ ରାଜ

ଦେଶ ଅଧିକ କ୍ୱାଲିଟି ସିଙ୍ଗଲ୍ସ ଖେଳାଳି ଆବଶ୍ୟକ କରୁଛି: ଅମ୍ରିତ ରାଜ

ଚେନ୍ନାଇ,୨୩।୯(ପି.ଟି.)-ଦେଶରେ ଏବେ ଅଧିକରୁ ଅଧିକ ସିଙ୍ଗଲ୍ସ ଖେଳାଳି ଆବଶ୍ୟକ ହେଉଛି। ବିଶ୍ୱ ଟେନିସ୍‌ରେ ନିଜର ପ୍ରଭାବ ବିସ୍ତାର କରିବାକୁ  ଓ ଏଲିଟ୍‌ ଗ୍ରୁପ୍‌ରେ ସାମିଲ ହେବାକୁ ହେଲେ କ୍ୱାଲିଟି ସିଙ୍ଗଲ୍ସ ଖେଳାଳି ସୃଷ୍ଟି ହେବା ନିହାତି ଆବଶ୍ୟକ ବୋଲି ଟେନିସ୍‌ କିମ୍ବଦନ୍ତୀ ବିଜୟ ଅମ୍ରିତରାଜ କହିଛନ୍ତି।