ଅନ୍ତର୍ଜାତୀୟ |

ଜାପାନ ବନ୍ୟା: ମୃତ୍ୟୁ ସଂଖ୍ୟା ୧୭୬କୁ ବଢ଼ିଲା

ଜାପାନ ବନ୍ୟା: ମୃତ୍ୟୁ ସଂଖ୍ୟା ୧୭୬କୁ ବଢ଼ିଲା
ଟୋକିଓ,୧୧।୭: ଜାପାନରେ ପ୍ରବଳ ବର୍ଷା ଯୋଗୁ ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୭୬କୁ ବୃଦ୍ଧି ପାଇଛି। ଏ ନେଇ ମୁଖ୍ୟ କ୍ୟାବିନେଟ ସଚିବ ୟେଶିହିଦେ ସୁଗା ବୁଧବାର ସୂଚନା ଦେଇଛନ୍ତି। ଏଥିରେ ଅଦ୍ୟବଧି ୯ଜଣ ନିଖୋଜ ଥିବା ସେ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି। ସକାଳେ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପ୍ରବଳ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଓକାୟାମା ଅଞ୍ଚଳକୁ ହେଲିକପ୍ଟରରେ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଥିଲେ। ଏହି ଗସ୍ତ ସମୟରେ ସେ ଓକାୟାମାର ଗଭର୍ନରଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଉକ୍ତ ବନ୍ୟାରେ ହଜାର ହଜାର ଲୋକ ବାସଶୂନ୍ୟ ହୋଇ ପଡିଛନ୍ତି। ପ୍ରଭାବିତ ଅଞ୍ଚଳରେ ପ୍ରାୟ ୭୫ ହଜାର ଉଦ୍ଧାରକାରୀଙ୍କୁ ନିଯୋଜିତ କରାଯାଇଛି। ଆଗକୁ ଆହୁରି ବର୍ଷା ଓ ଭୂସ୍ଖଳନ ହେବା ନେଇ ସୂଚନା ଥିବାବେଳେ ଏହା ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ସୁଗା କହିଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

ୟୁଏନ୍‌ଜିଏରେ ଯୋଗ ଦେବାକୁ ନ୍ୟୁୟର୍କ ପହଞ୍ଚିଲେ ସୁଷମା

ୟୁଏନ୍‌ଜିଏରେ ଯୋଗ ଦେବାକୁ ନ୍ୟୁୟର୍କ ପହଞ୍ଚିଲେ ସୁଷମା

ନ୍ୟୁୟର୍କ.୨୩।୯: ୟୁନାଇଟେଡ୍‌ ନେଶନ୍ସ ଜେନରାଲ ଆସେମ୍ଲି(ୟୁଏନ୍‌ଜିଏ)ରେ ଯୋଗ ଦେବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ରବିବାର ନ୍ୟୁୟର୍କ ପହଞ୍ଚିଛନ୍ତି। ସେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

ଆଇଏସ୍‌ଆଇ ଇଶାରାରେ ହୋଇଥିଲା ପୋଲିସ କର୍ମଚାରୀଙ୍କ ଅପହରଣ ହତ୍ୟା

ଆଇଏସ୍‌ଆଇ ଇଶାରାରେ ହୋଇଥିଲା ପୋଲିସ କର୍ମଚାରୀଙ୍କ ଅପହରଣ ହତ୍ୟା

ଶ୍ରୀନଗର/ଇସଲାମାବାଦ୍‌,୨୩।୯: ଜମ୍ମୁ-କଶ୍ମୀରରେ ହୋଇଥିବା ୩ ଜଣ ସ୍ବତନ୍ତ୍ର ପୋଲିସ ଅଫିସରଙ୍କ ଅପହରଣ ହତ୍ୟା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଇଶାରାରେ ହୋଇଛି।

ଅଫୁଟା ମୋର୍ଟାର ସହ ଖେଳୁଥିବା ୮ ଶିଶୁ ମୃତ

ଅଫୁଟା ମୋର୍ଟାର ସହ ଖେଳୁଥିବା ୮ ଶିଶୁ ମୃତ

କାବୁଲ,୨୩।୯: ଆଫଗାନିସ୍ତାନରେ ହୋଇଥିବା ଏକ ମୋର୍ଟାର ବିସ୍ଫୋରଣରେ ୪ଜଣ ଭଉଣୀ ଭାଇଙ୍କ ସହ ୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଏକ ଅଫୁଟା ମୋର୍ଟାର ସହ ପିଲାମାନେ ଖେଳୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା।

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନୂଆଦିଲ୍ଲୀ, ୨୨।୯: ବଲିଉଡ୍‌ ଅଭିନେତ୍ରୀ ଜୟପ୍ରଦା ନେପାଳ ପର୍ଯ୍ୟଟନ ବିଭାଗର ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି।

ବଳାତ୍କାର ବୃଦ୍ଧିକୁ ଦେଖି ଅଶ୍ଳୀଳ ବିଷୟବସ୍ତୁକୁ ବନ୍ଦ କରିବାକୁ ଚାହୁଁଛି ନେପାଳ

ବଳାତ୍କାର ବୃଦ୍ଧିକୁ ଦେଖି ଅଶ୍ଳୀଳ ବିଷୟବସ୍ତୁକୁ ବନ୍ଦ କରିବାକୁ ଚାହୁଁଛି ନେପାଳ

କାଠମାଣ୍ଡୁ,୨୨।୯: ଦେଶରେ ଦିନକୁ ଦିନ ବଳାତ୍କାର ମାମଲା ବଢି ଚାଲିଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବାକୁ ଚିନ୍ତା କରିଛନ୍ତି ନେପାଳ ସରକାର। ଏଥିପାଇଁ ଅଶ୍ଳୀଳ ବିଷୟବସ୍ତୁ ସମ୍ପର୍କିତ ସମସ୍ତ ପ୍ରଚାର ପ୍ରସାରକୁ ବନ୍ଦ କରିବାକୁ ସରକାର କହିଛନ୍ତି।

ଭାରତ ସବୁଠାରୁ ଅଧିକ ଆତଙ୍କବାଦ ପ୍ରଭାବିତ ଦେଶ

ଭାରତ ସବୁଠାରୁ ଅଧିକ ଆତଙ୍କବାଦ ପ୍ରଭାବିତ ଦେଶ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୯: ଏବେ ସମଗ୍ର ବିଶ୍ୱ  ଆତଙ୍କବାଦ ସମସ୍ୟାକୁ ସାମ୍ନା କରି ଏକ ପ୍ରକାର ଅତିଷ୍ଟ ହୋଇ ପଡିଲେଣି। ତେବେ ନିକଟରେ ଆମେରିକା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ୨୦୧୭ରେ ଭାରତ ସମେତ ଏସିଆର ୫ଟି ଦେଶରେ ସବୁଠାରୁ ଅଧିକ ଆତଙ୍କବାଦୀ ଆକ୍ରମଣ ହୋଇଛି। 

ଭାରତ ସହ ପାକିସ୍ତାନର ଆଲୋଚନା ରଦ୍ଦ, ଦୁର୍ଭାଗ୍ୟଜନକ କହିଲେ ଇମ୍ରାନ୍‌

ଭାରତ ସହ ପାକିସ୍ତାନର ଆଲୋଚନା ରଦ୍ଦ, ଦୁର୍ଭାଗ୍ୟଜନକ କହିଲେ ଇମ୍ରାନ୍‌

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୨।୯: ନ୍ୟୁୟର୍କରେ ଜାତିସଂଘ ସମ୍ମିଳନୀରେ ଭାରତ-ପାକ୍‌ ବୈଦେଶୀକ ମନ୍ତ୍ରୀସ୍ତରୀୟ ଆଲୋଚନାକୁ ରଦ୍ଦ କରିଛି ଭାରତ। ଏହାପରେ କିନ୍ତୁ ଏକ ପ୍ରକାର ବିଗିଡି ଯାଇଛି ପାକିସ୍ତାନର ମିଜାଜ୍‌। 

ଥମୁନି ଭାରତ-ପାକ୍‌ ବିବାଦ

ଥମୁନି ଭାରତ-ପାକ୍‌ ବିବାଦ

ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ-ପାକିସ୍ତାନ ପରସ୍ପରକୁ ୧୨ଥର ଭେଟିଛନ୍ତି। ଏଥିରୁ ଭାରତ ୭ଟି ଓ ପାକିସ୍ତାନ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି। ଥରେ ମାତ୍ର ଏସିଆକପ୍‌ ଟି୨୦ ଫର୍ମାଟରେ ଖେଳାଯାଇଥିଲା। ଏଥିରେ ଦୁଇ ଦେଶ ପରସ୍ପରକୁ ଭେଟିଥିବା ବେଳେ ଭାରତ ବିଜୟ ହାସଲ କରିଥିଲା। ଏସିଆ କପ୍‌ ଟାଇଟଲ ହାସଲରେ ଭାରତ ପାକିସ୍ତାନକୁ ବହୁ ପଛରେ ପକାଇଛି। 

ବିଶ୍ୱର ସର୍ବବୃହତ ଘଣ୍ଟି

ବିଶ୍ୱର ସର୍ବବୃହତ ଘଣ୍ଟି

ପୋଲାଣ୍ଡ, ୨୧।୯: ବିଶ୍ୱର ସର୍ବବୃହତ୍‌ ଘଣ୍ଟି ପୋଲାଣ୍ଡରେ ନିର୍ମାଣ କରାଯାଇଛି। ୫୫ ଟନ ଓଜନର ଏହି ଘଣ୍ଟିଟି ଟ୍ରାଇଡେଣ୍ଟ୍‌ ସହରସ୍ଥିତ ଏକ ଧାର୍ମିକ ସ୍ଥଳରେ ଲଗାଯାଇଛି।

ଗଣେଶଙ୍କ ବିବାଦୀୟ ବିଜ୍ଞାପନ ଦେଇ ଭୁଲ୍‌ ମାଗିଲା ରିପବ୍ଲିକାନ୍‌ ପାର୍ଟି

ଗଣେଶଙ୍କ ବିବାଦୀୟ ବିଜ୍ଞାପନ ଦେଇ ଭୁଲ୍‌ ମାଗିଲା ରିପବ୍ଲିକାନ୍‌ ପାର୍ଟି

ଓ୍ବାଶିଂଟନ,୨୧।୯: ଆମେରିକାରେ ମତଦାନ ପାଇଁ ସଂଖ୍ୟାଲଘୁଙ୍କୁ ଆକର୍ଷିତ କରିବାକୁ ଶାସକ ରିପ୍ଲିକାନ୍‌ ପାର୍ଟି ନିକଟରେ ଏକ ଖବରକାଗଜରେ ବିଜ୍ଞାପନ ଦେଇଥିଲା। ଯେଉଁଥିରେ ସେ ଭଗବାନ ଗଣେଣଙ୍କୁ ବିବାଦୀୟ ଢଙ୍ଗରେ ଉପସ୍ଥାପନ କରିଥିଲା।

ପରଲୋକରେ ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ

ପରଲୋକରେ ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ

ହାନୋଇ,୨୧।୯: ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ କ୍ୱାଙ୍ଗ୍‌ଙ୍କର ଶୁକ୍ରବାର ସକାଳ ୧୦ଟା ୫ ମିନିଟରେ ପରଲୋକ ହୋଇଛି। ତାଙ୍କୁ ୬୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ।

ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଯୋଗାଉଛି ଲାଇବ୍ରେରୀ

ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଯୋଗାଉଛି ଲାଇବ୍ରେରୀ

ନ୍ୟୁୟର୍କ,୨୧।୯: ଆମେରିକା ନ୍ୟୁୟର୍କରେ ଥିବା ପବ୍ଲିକ୍‌ ଲାଇବ୍ରେରୀ ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଓ ବ୍ୟାଗ୍‌ ଆଦି ଉପଲବ୍ଧ କରାଉଛି।