ବାଣିଜ୍ୟ |

ଆଉ ଗଡ଼ିବନି ‘ନାନୋ’

ଆଉ ଗଡ଼ିବନି ‘ନାନୋ’
ନୂଆଦିଲ୍ଲୀ,୧୧।୭- ‘ନାନୋ’ର ଉତ୍ପାଦନ ବନ୍ଦ କରିବ ଟାଟା ମୋଟର୍ସ। ଟାଟା ପକ୍ଷରୁ ୧୦ ବର୍ଷ ପୂର୍ବେ ବଜାରକୁ ଆସିଥିବା ବିଶ୍ୱର ସବୁଠୁ ଶସ୍ତା ଗାଡି ‘ନାନୋ’ ବନ୍ଦ ହୋଇଯିବ। ୨୦୧୯ ପରଠାରୁ ଆଉ ହେବ ନାହିଁ ଉତ୍ପାଦନ। ସ୍ବଳ୍ପ ଉତ୍ପାଦନ ସଂଖ୍ୟାକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ପଦକ୍ଷେପ ନେଇଛି। ଏହାର ଚାହିଦା ଦିନକୁ ଦିନ କମ୍‌ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଜୁନ୍‌ରେ ମାତ୍ର ଗୋଟିଏ କାର୍‌ ଉତ୍ପାଦନ କରିଥିଲା। ଗତବର୍ଷ ଜୁନ୍‌ରେ କମ୍ପାନୀ ପକ୍ଷରୁ ୨୭୫ ୟୁନିଟ୍‌ ନାନୋ ଉତ୍ପାଦନ ହୋଇଥିବା ବେଳେ ସେଥିରୁ ୨୫ଟି ରପ୍ତାନି ହୋଇଥିଲା ବୋଲି ସୂତ୍ରରୁ ପ୍ରକାଶ। ୨୦୦୮ରେ ଲଞ୍ଚ ହୋଇଥିବା ଏହି କାର ସେତେବେଳେ ଏକ ପ୍ରକାର ଚହଳ ସୃଷ୍ଟି କରିଥିଲା। ଯାହାର ଟ୍ୟାଗ୍‌ଲାଇନ୍‌ ‘ପିପୁଲ୍‌ସ୍‌ କାର୍‌’ ଅର୍ଥାତ୍‌ ‘ଲୋକଙ୍କର କାର୍‌’ ରଖାଯାଇଥିଲା। ସବୁବର୍ଗର ଲୋକଙ୍କୁ କାର୍‌ ଚଳାଇବାର ଅନୁଭୂତି ଆଣିଦେବା ପାଇଁ ଟାଟା ମୋଟର୍ସ ପକ୍ଷରୁ ଏଭଳି ପ୍ରୟାସ କରାଯାଇଥିଲା। ବର୍ତ୍ତମାନର ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ପ୍ରତିଯୋଗିତା କରି ନ ପାରି ଏହା ବନ୍ଦ ହେବାକୁ ଯାଉଛି ବୋଲି ସୂଚନା ମିଳିଛି।
All Right Reserved By

ବାଣିଜ୍ୟ |

ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌ ଶ୍ରୀନିବାସନଙ୍କ ପରଲୋକ

ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌ ଶ୍ରୀନିବାସନଙ୍କ ପରଲୋକ

ଚେନ୍ନାଇ,୧୩ା୧୧ ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌. ଶ୍ରୀନିବାସନ(୮୫ ବର୍ଷ)ଙ୍କ ପରଲୋକ ହୋଇଯାଇଛି। ଉଦାରବାଦୀ ଅର୍ଥନୀତିର ଦୃଢ଼ ସମର୍ଥକ କୁହାଯାଉଥିବା ଶ୍ରୀନିବାସନ ଗତ କିଛି ଦିନ ରୋଗଶଯ୍ୟାରେ ଥିଲେ। ନ୍ୟୁମୋନିଆରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। 

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଡିଲ୍‌;ଡିସେମ୍ବର ୧୪ରେ ମାମଲାର ଶୁଣାଣି

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଡିଲ୍‌;ଡିସେମ୍ବର ୧୪ରେ ମାମଲାର ଶୁଣାଣି

ମୁମ୍ବାଇ,୧୩-୧୧: ଆମେରିକାର ରିଟେଲ ଚେନ୍‌ ଓ୍ବାଲମାର୍ଟ ଭାରତର ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟକୁ କିଣିବାକୁ ନେଇ ଆଗତ ମାମଲାର ଶୁଣାଣି ଡିସେମ୍ବର ୧୪କୁ ଘୁଞ୍ଚାଇ ଦିଆଯାଇଛି। 

ଭାରତର ତେଲ ଭଣ୍ଡାର ଭଡ଼ାରେ ନେଲା ଆବୁଧାବୀ କମ୍ପାନୀ

ଭାରତର ତେଲ ଭଣ୍ଡାର ଭଡ଼ାରେ ନେଲା ଆବୁଧାବୀ କମ୍ପାନୀ

ମୁମ୍ବାଇ,୧୩-୧୧: କର୍ନାଟକର ପାଦୁରଠାରେ ଥିବା ଭୂମିତଳ ତୈଳ ଭଣ୍ଡାରକୁ ଭଡ଼ାରେ ଦେବା ଲାଗି ଭାରତ ସୋମବାର ଆବୁଧାବୀ ନ୍ୟାଶନାଲ ଅଏଲ କୋଃ(ଆଡ୍‌ନକ୍‌) ସହ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷର କରିଛି। 

୧୪ରୁ ଶ୍ରୀରାମାୟଣ ଏକ୍ସପ୍ରେସ ଗଡିବ

୧୪ରୁ ଶ୍ରୀରାମାୟଣ ଏକ୍ସପ୍ରେସ ଗଡିବ

ନୂଆଦିଲ୍ଲୀ,୧୩-୧୧: ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ  ତୀର୍ଥଯାତ୍ରା ଟ୍ରେନ ଶ୍ରୀରାମାୟଣ ଏକ୍ସପ୍ରେସକୁ ଆସନ୍ତା ୧୪ରୁ ପ୍ରଚଳନ କରାଯିବ। ଭାରତ ଓ ଶ୍ରୀଲଙ୍କାରେ ଥିବା ଶ୍ରୀରାମଙ୍କ ଜୀବନୀ ସମ୍ପର୍କିତ ୪ଟି ସ୍ଥାନକୁ ଏହି ଟ୍ରେନ ଯିବ। ଏହା ଏକ ୧୬ ଦିନିଆ ଟୁର୍‌ ପ୍ୟାକେଜ  ବୋଲି ଆଇଆରସିଟିସି ପକ୍ଷରୁ କୁହାଯାଇଛି।

ବିଚାର ବିଭାଗୀୟ ହାଜତ ଗଲେ ଚୋକ୍‌ସୀଙ୍କ ସହଯୋଗୀ

ବିଚାର ବିଭାଗୀୟ ହାଜତ ଗଲେ ଚୋକ୍‌ସୀଙ୍କ ସହଯୋଗୀ

ମୁମ୍ବାଇ,୧୩-୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ମହାଦୁର୍ନୀତି ମାମଲାର ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସୀଙ୍କ ଘନିଷ୍ଠ ସହଯୋଗୀ ଦୀପକ କୁଲକର୍ନିଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। 

ଗ୍ରାମ୍ୟ ବିଦ୍ୟୁତୀକରଣ ଯୋଜନାକୁ ଆଇଇଏର ପ୍ରଶଂସା

ଗ୍ରାମ୍ୟ ବିଦ୍ୟୁତୀକରଣ ଯୋଜନାକୁ ଆଇଇଏର ପ୍ରଶଂସା

ନୂଆଦିଲ୍ଲୀ,୧୩-୧୧: ଭାରତ ଭଳି ଏକ ବିଶାଳ ଦେଶର ପ୍ରତ୍ୟେକ ଗ୍ରାମରେ ବିଜୁଳି ପହଞ୍ଚାଇବା ବିଶ୍ୱର ସବୁଠୁ ସଫଳ ଯୋଜନା ବୋଲି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି(ଆଇଇଏ) କହିଛି। 

ଆର୍‌ବିଆଇ-ସରକାର ବିବାଦ;ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉର୍ଜିତ

ଆର୍‌ବିଆଇ-ସରକାର ବିବାଦ;ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉର୍ଜିତ

ନୂଆଦିଲ୍ଲୀ,୧୩-୧୧: ଗତ କିଛି ଦିନ ହେଲା ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ବିବାଦ ଲାଗି ରହିଛି। ଏହାକୁ ତୁଟାଇବା ଲକ୍ଷ୍ୟରେ ଗଭର୍ନର ଉର୍ଜିତ ପଟେଲ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବୋଲି କୁହାଯାଉଛି।

ଏୟାର ଇଣ୍ଡିଆର ଅପରେଶନ୍ସ ଡାଇରେକ୍ଟରଙ୍କ ଲାଇସେନ୍ସ ୩ ବର୍ଷ ସସ୍‌ପେଣ୍ଡ

ଏୟାର ଇଣ୍ଡିଆର ଅପରେଶନ୍ସ ଡାଇରେକ୍ଟରଙ୍କ ଲାଇସେନ୍ସ ୩ ବର୍ଷ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୩-୧୧: ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ଡିଜିସିଏ ମଦ୍ୟପାନ କରିବା ଅଭିଯୋଗରେ ଏୟାର ଇଣ୍ଡିଆର ଡାଇରେକ୍ଟର ଅଫ୍‌ ଅପରେଶନ୍ସ ଅରବିନ୍ଦ କାଠପାଲିଆଙ୍କ ଲାଇସେନ୍ସକୁ ୩ ବର୍ଷ ପାଇଁ ସସ୍‌ପେଣ୍ଡ କରିଛି। ରବିବାର ବିମାନ ଉଡ଼ାଇବା ପୂର୍ବରୁ କାଠପାଲିଆଙ୍କ ମଦ୍ୟପାନ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ସେ ବିଫଳ ହୋଇଥିଲେ। 

ଗ୍ରାଚୁଇଟି ସମୟସୀମା;୫ ବଦଳରେ ୩ ବର୍ଷକୁ ହ୍ରାସ ପାଇବ

ଗ୍ରାଚୁଇଟି ସମୟସୀମା;୫ ବଦଳରେ ୩ ବର୍ଷକୁ ହ୍ରାସ ପାଇବ

ନୂଆଦିଲ୍ଲୀ,୧୩-୧୧: କେନ୍ଦ୍ର ସରକାର ଲୋକ ସଭା ନିର୍ବାଚନ ପୂର୍ବରୁ କୋଟି କୋଟି ଘରୋଇ କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ସରକାର ଗ୍ରାଚୁଇଟି ମିଳିବାର ସମୟସୀମାକୁ କମାଇ ୩ ବର୍ଷ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏବେ ଯେକୌଣସି ଘରୋଇ କମ୍ପାନୀରେ ୫ ବର୍ଷ କ୍ରମାଗତ କାମ କରିବା ପରେ ଜଣେ କର୍ମଚାରୀଙ୍କୁ ଗ୍ରାଚୁଇଟି ସୁବିଧା ମିଳିଥାଏ। 

ମୁଦ୍ରାସ୍ଫୀତି ୩.୩୧%କୁ ହ୍ରାସ;ଔଦ୍ୟୋଗିକ ଉତ୍ପାଦନ ୪.୫%କୁ ବୃଦ୍ଧି

ମୁଦ୍ରାସ୍ଫୀତି ୩.୩୧%କୁ ହ୍ରାସ;ଔଦ୍ୟୋଗିକ ଉତ୍ପାଦନ ୪.୫%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩-୧୧: ଫଳ, ପ୍ରୋଟିନଯୁକ୍ତ ଉତ୍ପାଦ ତଥା ଖାଦ୍ୟପଦାର୍ଥ ଦର ହ୍ରାସ ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ଚଳିତ ବର୍ଷର ସର୍ବନିମ୍ନ ସ୍ତର ୩.୩୧%କୁ ହ୍ରାସ ପାଇଛି। ଉପଭୋକ୍ତ ମୂଲ୍ୟ ଆଧାରିତ ସୂଚକାଙ୍କ ସେପ୍ଟେମ୍ବରରେ ୩.୭ ପ୍ରତିଶତ ଥିଲା। 

୭୦% ଯୁବବର୍ଗ ଜାଣିନାହାନ୍ତି ସ୍କିଲ ଇଣ୍ଡିଆ ଯୋଜନା

୭୦% ଯୁବବର୍ଗ ଜାଣିନାହାନ୍ତି ସ୍କିଲ ଇଣ୍ଡିଆ ଯୋଜନା

ନୂଆଦିଲ୍ଲୀ,୧୩-୧୧: କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଦେଶର       କାରିଗର ଭାବେ ଗଢ଼ି ତୋଳିବାକୁ ଚାହୁଁଛନ୍ତି। ତେବେ ଏ ସମ୍ପର୍କରେ ଦେଶର ୭୦% ଯୁବବର୍ଗଙ୍କୁ ଜଣାନାହିଁ। ଓ୍ବଲର୍‌ଡ ଇକୋନୋମିକ ଫୋରମ ଏବଂ ଅବ୍‌ଜରଭର ରିସର୍ଚ୍ଚ ଫାଉଣ୍ଡେଶନ ପକ୍ଷରୁ ମିଳିତ ଭାବେ ଏକ ରିପୋର୍ଟ ପ୍ରକାଶ କରାଯାଇ ଏ ସମ୍ପର୍କରେ କୁହାଯାଇଛି। 

ଶିଳ୍ପ ସମ୍ଭାବନା ଆବିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଶିଳ୍ପ ସମ୍ଭାବନା ଆବିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ)- ୨୦୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଫ୍ଲାଗଶିପ ଇନଭେଷ୍ଟମେଣ୍ଟ ସମିଟ୍‌ ‘ମେକ୍‌ ଇନ୍‌ ଓଡିଶା’  ଅନେକ ପଥ ଅତିକ୍ରମ କରିଛି। ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଶିଳ୍ପ ବିକାଶ ତଥା ବାଣିଜ୍ୟ ସମ୍ଭାବନାକୁ ପ୍ରଦର୍ଶନ କରିବାରେ ସହାୟକ ହୋଇଛି।