ଅପରାଧ | ବାଲେଶ୍ୱର

ମହିଳା ଫାଇନାନ୍ସ କର୍ମଚାରୀଠାରୁ ୬୦ ହଜାର ଲୁଟ

ମହିଳା ଫାଇନାନ୍ସ କର୍ମଚାରୀଠାରୁ ୬୦ ହଜାର ଲୁଟ

ବାହାନଗା, ୧୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଛବିଟିଆ ଅରୁଆ ରାସ୍ତାରେ ଏକ ଫାଇନାନ୍ସ ସଂସ୍ଥାର ମହିଳା କର୍ମଚାରୀଙ୍କଠାରୁ ମଙ୍ଗଳବାର ଲୁଟ ହୋଇଛି। ଦୁଇଜଣ ଦୁର୍ବୃତ୍ତ କର୍ମଚାରୀଙ୍କଠାରୁ ୬୦ ହଜାର ଲୁଟ କରି ଫେରାର ହୋଇଯାଇଛନ୍ତି। ତେବେ ଏହାକୁ ନେଇ ସାଉଡ଼ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

All Right Reserved By

ଅପରାଧ | ବାଲେଶ୍ୱର

ସ୍ବାମୀଙ୍କ କୋଦାଳ ବେଣ୍ଟ ମାଡ଼ରେ ସ୍ତ୍ରୀ ମୃତ

କୋରେଇ,୨୩।୭(ସ୍ବ.ପ୍ର)- ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମରେ ସ୍ବାମୀଙ୍କ କୋଦାଳ ମାଡରେ ରବିବାର ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ବାମୀ ତାଙ୍କ ପୁଅକୁ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର: ଟିଟୋଙ୍କ ସହଯୋଗୀ ବାବୁ ସାହୁ ଗୁରୁତର

କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର: ଟିଟୋଙ୍କ ସହଯୋଗୀ ବାବୁ ସାହୁ ଗୁରୁତର

କେନ୍ଦ୍ରାପଡ଼ା ଅଫିସ,୨୩।୭: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲୀଙ୍କ ପ୍ରମୁଖ ସହଯୋଗୀ ତଥା ଶାର୍ପ ସୁଟର ବାବୁ ସାହୁ ଓରଫ ଭବାନୀଶଙ୍କର ସାହୁ(୨୮) ସୋମବାର ଭୋର ସମୟରେ ଜିଲା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ଟାଉନ ପୋଲିସ ଏନ୍‌କାଉଣ୍ଟରର ଶିକାର ହୋଇଛନ୍ତି।

ଡକାୟତି ଯୋଜନା, ୪ ଗିରଫ, ଦେଶୀ ବନ୍ଧୁକ, ଖଣ୍ଡା ଜବତ

ଡକାୟତି ଯୋଜନା, ୪ ଗିରଫ, ଦେଶୀ ବନ୍ଧୁକ, ଖଣ୍ଡା ଜବତ

ରାଉରକେଲା ଅଫିସ,୨୨।୭- ଡକାୟତି ଯୋଜନା କରୁଥିବାବେଳେ ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଶନିବାର ଚଢ଼ାଉ କରି ୪ଜଣଙ୍କୁ କାବୁ କରିଛି। ଏମାନେ ହେଲେ ରାଜଗାଙ୍ଗପୁର ଇଦଗା ମୋହଲ୍ଲାର ଏମ୍‌ଡି ଜଲିଲ (୪୨), ଗୋପବନ୍ଧୁପାଲିର ମହମ୍ମଦ ଅଫତାବ (୨୪), ମହତାବ ରୋଡ୍‌ର ମହମ୍ମଦ ରାଜା (୩୪) ଓ ପ୍ଲାଣ୍ଟ ସାଇଟ୍‌ ପୋଷ୍ଟ ଅଫିସ ଗଳିର ମହମ୍ମଦ ଚାନ୍ଦ (୩୦)। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏମାନେ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିଲେ ବୋଲି ପୋଲିସ କହିଛି। ଗିରଫ ଅଭିୟୁକ୍ତମାନଙ୍କଠାରୁ ପୋଲିସ ଏକ ଦେଶୀ ବନ୍ଧୁକ, ୫ ଖଣ୍ଡା, ଦୁଇଟି ମୋବାଇଲ, ଗୋଟିଏ ବାଇକ (ନଂ. ଓଆର୍‌୧୪-ଟି୦୩୦୧) ଜବତ କରିଛି।

 ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ

ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ

ବାଲେଶ୍ୱର ଅଫିସ,୨୨।୭- ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିଶନର ଦ୍ୱାରା ରାଜ୍ୟରେ ରବିବାର ଓଜେଇଇ (ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେଶନ୍‌)ର ଦ୍ୱିତୀୟ ପରୀକ୍ଷା ହୋଇଥିଲା। ବାଲେଶ୍ୱର ଜିଲା ଆଇଟିଆଇ ଛକସ୍ଥିତ ସରକାରୀ ଆଇଟିଆଇରେ ହୋଇଥିବା ସେଣ୍ଟରରେ ଦୁଇଜଣ ନକଲି ଛାତ୍ର ଚିହ୍ନଟ ହୋଇଛନ୍ତି। ଏହାକୁ ଜାଣିବା ପରେ ଆଇଟିଆଇ ଅଧ୍ୟକ୍ଷ ତଥା ପରୀକ୍ଷା ପରିଚାଳକ କୃଷ୍ଣଚନ୍ଦ୍ର ରାଉତ ଶିଳ୍ପାଞ୍ଚଳ ଥାନାକୁ ଖବର ଦେଇଥିଲେ। ଦୁଇ ନକଲି ପରୀକ୍ଷାର୍ଥୀ ହେଲେ ବିହାର ରାଜ୍ୟ କୋନାହାର ଜିିଲା ରୋଆପା ଥାନା ଅଞ୍ଚଳର ତଥା ବିହାର ପଟେଲ କଲେଜର ଯୁକ୍ତ ୩ ଛାତ୍ର ପଙ୍କଜ ଓରଫ୍‌ ସନ୍ଦିପ୍ତ କୁମାର (୨୪)। ଅନ୍ୟ ଜଣେ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶେରଗଡ଼ ଅଞ୍ଚଳର ତଥା ସତ୍ୟସାଇ ଇଞ୍ଜିନିୟରିଂ କଲେଜର ଛାତ୍ର ବିନୋଦ କୁମାର ସିଂ (୧୮)।

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

ଜଟଣୀ,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରାଜବଜାର ଅଞ୍ଚଳରେ ଥିବା ଗୋଲ୍ଡ ପ୍ଲାଜା ନାମକ ଜୁଏଲାରି ଦୋକାନରୁ ଶନିବାର ବିଳମ୍ବିତ ରାତିରେ ବଡ ଧରଣର ଚୋରୀ ହୋଇଛି। ନିକଟରେ ଥିବା ଡ୍ରେନ୍‌ ଭିତରୁ ଜୁଏଲାରୀ ଦୋକାନ ପର୍ଯ୍ୟନ୍ତ ୪ ଫୁଟ ଲମ୍ବର ସୁଡଙ୍ଗ କରି ଦୁର୍ବୃତ୍ତମାନେ ଏହି ଚୋରି କରିଥିବା ଜଣାପଡ଼ିଛି।

ଟ୍ରକ୍‌ ଧକ୍କାରେ ୫ ସ୍କୁଲ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଟ୍ରକ୍‌ ଧକ୍କାରେ ୫ ସ୍କୁଲ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ରାହାଞ୍ଜ ନିକଟରେ ଗୁରୁବାର ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଶନିବାର ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି। ଗ୍ରାମାଞ୍ଚଳ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି।

ବାରିପଦା ସହରରେ ଲୁଟେରା ସକ୍ରୀୟ: ଗୋଟିଏ ରାତିରେ ୪ ଏଟିଏମ୍‌ରୁ ୧୫ ଲକ୍ଷ ଲୁଟ୍‌

ବାରିପଦା ସହରରେ ଲୁଟେରା ସକ୍ରୀୟ: ଗୋଟିଏ ରାତିରେ ୪ ଏଟିଏମ୍‌ରୁ ୧୫ ଲକ୍ଷ ଲୁଟ୍‌

ବାରିପଦା ଅଫିସ,୨୨।୭: ବାରିପଦା ସହରରେ ସକ୍ରିୟ ହୋଇଛନ୍ତି ଲୁଟେରା। ସହରର ୪ଟି ଏଟିଏମ୍‌ରୁ ଶନିବାର ରାତିରେ ଲୁଟ୍‌ ହୋଇଛି। ସମସ୍ତ ଏଟିଏମ୍‌ରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଜଣାପଡିଛି। ସହରର ତୁଳସୀଚୌରା, ଷ୍ଟେସନ ବଜାର, ପଲବଣି ଓ ଅସ୍ତିଆ ସ୍ଥିତ ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ଏହି ଲୁଟ ହୋଇଛି।

ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀ ଗିରଫ

ଚଣ୍ଡିଖୋଲ,୨୨।୭(ଡି.ଏନ.ଏ)- ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ମାଡ଼ ମାରିବା ଅଭିଯୋଗରେ ବଡ଼ଚଣା ପୋଲିସ ଶନିବାର ସ୍ବାମୀଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟଚାଲାଣ କରିଛି।

ଧରାପଡ଼ିଲା ଗଞ୍ଜେଇ ଚାଲାଣ ରାକେଟ: ଗଞ୍ଜାମରୁ କୋଲକତା ଭାୟା ଭୁବନେଶ୍ୱର

ଭୁବନେଶ୍ୱର,୨୨।୭(ବ୍ୟୁରୋ)- ଗଞ୍ଜାମରୁ ଭୁବନେଶ୍ୱର ଦେଇ ଟ୍ରେନରେ କୋଲକତା ସମେତ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ଏକ ର଼୍ୟାକେଟ କମିଶନରେଟ ପୋଲିସ ହାତରେ ଧରାପଡ଼ିଛି। ଶନିବାର କୋଲକତାକୁ ଗଞ୍ଜେଇ ଚାଲାଣ ପାଇଁ ଯୋଜନା କରୁଥିବା ଉକ୍ତ ର଼୍ୟାକେଟର ୫ ଅଭିଯୁକ୍ତଙ୍କୁ ଶହୀଦନଗର ପୋଲିସ ଗିରଫ କରିଛି।

ନାବାଳିକା ଅପହରଣ ଅଭିଯୋଗରେ ବିବାହିତ ଯୁବକ ଗିରଫ

ବାହାନଗା,୨୧।୭(ଡି.ଏନ୍‌.ଏ.)ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଭଣା ଗ୍ରାମର ଜଣେ ନାବାଳିକାଙ୍କୁ ଆରୂହାବାଡ ପଞ୍ଚାୟତ ରୂପଖଣ୍ଡ ଗ୍ରାମର ଜଣେ ବିବାହିତ ଯୁବକ ଅପହରଣ କରିନେଇଥିବା ସୋର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଥାନାରେ ୩୬୩/୧୮ରେ ଏକ ମାମଲା ରୁଜୁ ହୋଇଥିଲା।

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଢେଙ୍କାନାଳ ଅଫିସ, ୨୧।୭: ରାସୋଳ ବ୍ଲକ ବାବନ୍ଧ ଗ୍ରାମରେ ୨୦୧୫ ଏପ୍ରିଲ ୨୫ରେ ସଙ୍ଗଠିତ ବହୁ ଚର୍ଚ୍ଚିତ ଜୟନ୍ତୀ ସାହୁ (୨୮) ହତ୍ୟାକାଣ୍ଡ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଢେଙ୍କାନାଳ ଜିଲା ଦୌରାଜଜ୍‌ ପ୍ରଣୀତା ମହାନ୍ତି ମାମଲାର ବିଚାର କରି ଅଭିଯୁକ୍ତ କାଳିଆ ସାହୁ (୪୦)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଘରେ ସେକ୍ସ ର଼୍ୟାକେଟ୍‌ : ଯୁବତୀ, ଯୁବକ ଅଟକ

ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଘରେ ସେକ୍ସ ର଼୍ୟାକେଟ୍‌ : ଯୁବତୀ, ଯୁବକ ଅଟକ

ବାଲିଆପାଳ, ୨୧ା୭(ଡି.ଏନ.ଏ.)-ବାଲିଆପାଳ ଥାନା ଅନ୍ତର୍ଗତ ଜାମକୁଣ୍ଡା ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଘରେ ସେକ୍ସ ର଼୍ୟାକେଟ୍‌ ଚାଲିଥିବା ନେଇ ଅଭିଯୋଗ ହୋଇଆସୁଥିଲା। ସେଠାରେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କ ସହିତ ରହିଥିବା ଖବର ପାଇ ଶୁକ୍ରବାର ଗ୍ରାମବାସୀ ଉକ୍ତ ଘରକୁ ଘେରାଉ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗଛରେ ବାନ୍ଧି ପକାଇଥିଲେ।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ