ଅନଗୁଳ-ଢେଙ୍କାନାଳ

ଓଲଟିଲା ଅଟୋ: ୫୫ନଂ ଜାତୀୟ ରାଜପଥ ଜାମ

ଓଲଟିଲା ଅଟୋ: ୫୫ନଂ ଜାତୀୟ ରାଜପଥ ଜାମ
ବଅଁରପାଳ,୧୧।୭(ଡି,ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ସିପିପି ବଜାରରେ ବୁଧବାର ଏକ ଅଟୋ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଆହତ ହେଇଛନ୍ତି। ତେବେ ଦୁର୍ଘଟଣା ଯୋଗୁ ୫୫ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଯାନ ବାହନ ଅଟକି ରହିଥିବା ଜଣାପଡ଼ିଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ନ୍ୟୁକ୍ଲିୟର ଶକ୍ତି ବିଷୟରେ ବୁଝିଲେ ଛାତ୍ରୀଛାତ୍ର

ନ୍ୟୁକ୍ଲିୟର ଶକ୍ତି ବିଷୟରେ ବୁଝିଲେ ଛାତ୍ରୀଛାତ୍ର

ତାଳଚେର,୧୯ା୮(ନି.ପ୍ର.)- ତାଳଚେର ଏଫ୍‌ସିଆଇସ୍ଥିତ ଭାରୀଜଳ କାରଖାନା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ କରଡାପଲ୍ଲୀ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। 

ଜମିବାଡି ସମସ୍ୟାକୁ ନେଇ ଗଣ୍ଡଗୋଳ: ବଡ଼ ଭାଇକୁ ମାଡ଼ ମାରି ସାନ ଗିରଫ

ଜମିବାଡି ସମସ୍ୟାକୁ ନେଇ ଗଣ୍ଡଗୋଳ: ବଡ଼ ଭାଇକୁ ମାଡ଼ ମାରି ସାନ ଗିରଫ

ବଇଣ୍ଡା, ୧୯ା୮(ଡି.ଏନ.ଏ.)- କିଶୋରନଗର ଥାନା ମାଣିକପୁର ଗ୍ରାମର ବିଜୟ ବେହେରାଙ୍କୁ ତାଙ୍କ ସାନ ଭାଇ ଜୟ ବେହେରା ରବିବାର ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ସଂକ୍ରାନ୍ତରେ ନଂ. ୮୮/୧୮ରେ ମାମଲା ରୁଜୁ କରି ଜୟଙ୍କୁ ଗିରଫ ପରେ ଆଠମଲ୍ଲିକ କୋର୍ଟଚାଲାଣ କରିଛି। 

 ଛାତ୍ରଙ୍କ ମୃତଦେହ ଉଦ୍ଧାର: ରାମିଆଳ ନଦୀରେ ଭାସିଯାଇ ନିଖୋଜ ଥିଲେ

ଛାତ୍ରଙ୍କ ମୃତଦେହ ଉଦ୍ଧାର: ରାମିଆଳ ନଦୀରେ ଭାସିଯାଇ ନିଖୋଜ ଥିଲେ

ଭୁବନ, ୧୯।୮(ଡି.ଏନ.ଏ.)- ଗାଧୋଉଥିବାବେଳେ ରାମିଆଳ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଥିବା ଭୁବନ ଥାନା ଯମୁନାକୋଟ ଗ୍ରାମର ବିଜୟ ବାରିକଙ୍କ ପୁର ପରମାତ୍ମାପରମପ୍ରିୟ ବାରିକଙ୍କ ମୃତଦେହ ଶନିବାର ରାତିରେ ଉଦ୍ଧାର କରାଯାଇଛି। ଆଦିପୁରା ନଦୀଘାଟରେ ଗାଧୋଇବାବେଳେ ସେ ନଦୀ ସୁଅରେ ଭାସିଯାଇଥିଲେ।

ଭୁବନ ପୋଲିସର ଚଢ଼ାଉ: ମାଙ୍କଡ଼ାପଥର ଚାଲାଣ ବେଳେ ପଥର ବୋଝେଇ ଟ୍ରାକ୍ଟର ଜବତ

ଭୁବନ ପୋଲିସର ଚଢ଼ାଉ: ମାଙ୍କଡ଼ାପଥର ଚାଲାଣ ବେଳେ ପଥର ବୋଝେଇ ଟ୍ରାକ୍ଟର ଜବତ

ଭୁବନ, ୧୯।୮(ଡି.ଏନ.ଏ.)-ବେଆଇନ ଭାବେ ମାଙ୍କଡ଼ାପଥର ଚାଲାଣ କରୁଥିବାବେଳେ ଭୁବନ ପୋଲିସ ଏକ ନମ୍ବର ବିହୀନ ଟ୍ରାକ୍ଟର ଜବତ କରିଛି। ଟ୍ରାକ୍ଟରଟି ନୂଆହାଟରୁ ଭୁବନ ଅଞ୍ଚଳକୁ ଆସୁଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା।

ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା ଶିବିର

ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା ଶିବିର

କାମାକ୍ଷାନଗର,୧୯।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର କଙ୍କଡ଼ାହାଡ଼ ବ୍ଲକ ସଭାଗୃହ ପରିସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟକୁ ନେଇ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଜାଲରେ ପଡିଲା ୮ ଫୁଟ୍‌ ଲମ୍ବ ଅଜଗର

ଜାଲରେ ପଡିଲା ୮ ଫୁଟ୍‌ ଲମ୍ବ ଅଜଗର

ଛେଣ୍ଡିପଦା,୧୯।୮(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ନତଡା ପଞ୍ଚାୟତ ଆମ୍ବପାଳ ଗ୍ରାମର ତାଳସାଗର ପୋଖରୀରୁ ରବିବାର ଏକ ୮ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର କରାଯାଇଛି। 

ସମୂହ ଛୁଟିରେ ଯିବେ ଡିପ୍ଲୋମା ଇଞ୍ଜିନିୟର

ସମୂହ ଛୁଟିରେ ଯିବେ ଡିପ୍ଲୋମା ଇଞ୍ଜିନିୟର

ଢେଙ୍କାନାଳ ଅଫିସ,୧୯।୮- କ୍ୟାଡର ପୁନର୍ଗଠନ ନ୍ୟାୟ ଦାବିରେ ସେପ୍ଟେମ୍ବର ୧୮ରୁ ରାଜ୍ୟରେ କାର୍ଯ୍ୟରତ  ୮,୫୦୦ ଡିପ୍ଲୋମା ଇଞ୍ଜିନିୟର ସମୂହଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ଅପରାହ୍ନରେ ରେଙ୍ଗାଳି ଦକ୍ଷିଣ କେନାଲ ଡାକବଙ୍ଗଳାରେ ଢେଙ୍କାନାଳ ଶାଖା ଡିପ୍ଲୋମା ଇଞ୍ଜିନିୟର ସେବାସଂଘ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀ ଉପଦେଷ୍ଟା ରବିନାରାୟଣ ସାମନ୍ତରାୟ, ସମ୍ପାଦକ ସୁଦର୍ଶନ ଜେନା ଏହି ସୂଚନା ଦେଇଛନ୍ତି। 

ନିଷ୍କାସନ ହେଉନି  ପାଣି: ୨ ଘଣ୍ଟା ଧରି ଜାତୀୟ ରାଜପଥ ଜାମ

ନିଷ୍କାସନ ହେଉନି ପାଣି: ୨ ଘଣ୍ଟା ଧରି ଜାତୀୟ ରାଜପଥ ଜାମ


ବଅଁରପାଳ,୧୯।୮(ଡି.ଏନ.ଏ.)- ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ୫୫ ନଂ. ଜାତୀୟ ରାଜପଥରୁ ପାଣି ନିଷ୍କାସନ ହୋଇପାରୁ ନାହଁି। ଫଳରେ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। 

ନାଲ୍‌କୋ ଠିକା ଶ୍ରମିକ ମୃତ

ନାଲ୍‌କୋ ଠିକା ଶ୍ରମିକ ମୃତ


ବଅଁରପାଳ,୧୯।୮(ଡି.ଏନ.ଏ.)- ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ କାମ କରୁଥିବା ଜଣେ ଠିକାଶ୍ରମିକ ରବିବାର  ପ୍ରାଣ ହରାଇଛନ୍ତି। ସେ ହେଲେ ତାପସ ରାଉତ। 

ଓଡ଼ିଶୀ ନୃତ୍ୟର ମଜାନେଲେ ବିଦେଶୀ ଛାତ୍ରୀଛାତ୍ର

ଓଡ଼ିଶୀ ନୃତ୍ୟର ମଜାନେଲେ ବିଦେଶୀ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୧୯।୮- ନ୍ୟୁୟର୍କସ୍ଥିତ ରୋଚେଷ୍ଟର ୟୁନିର୍ଭସିଟିର ୫ ଛାତ୍ରୀଛାତ୍ର  ଦେବାଂଶୀ ଡ୍ୟାନ୍ସ ଏକାଡେମୀ ପରିଦର୍ଶନ କରିଛନ୍ତି। ସେମାନେ ହେଲେ ଏମିଲି କର୍‌ବେଟ୍‌, ଡେଭିଡ୍‌ ବେଲକିନ୍‌, ଆଣ୍ଟୋନିଟି ନାଗୁଏନ୍‌, ଡାନ୍ସିଲ ପସ୍କୁଆ, ଲୋନାର ଟେଲ୍ସ। ସମ୍ପୃକ୍ତ ଛାତ୍ରୀଛାତ୍ର ଢେଙ୍କାନାଳର ଏକ ସ୍ବେଚ୍ଛାସେବୀ ସଂସ୍ଥାର କାର୍ଯ୍ୟ ଅନୁଧ୍ୟାନ କରିବାକୁ ଆସିଛନ୍ତି।

ପ୍ରତି ଶିକ୍ଷାନୁଷ୍ଠାନରେ ଗଠନ ହେବ ର଼୍ୟାଗିଂ ବିରୋଧୀ ଟିମ୍‌

ପ୍ରତି ଶିକ୍ଷାନୁଷ୍ଠାନରେ ଗଠନ ହେବ ର଼୍ୟାଗିଂ ବିରୋଧୀ ଟିମ୍‌

ଅନୁଗୋଳ ଅଫିସ, ୧୯ା୮- ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ର ଯେପରି ର଼୍ୟାଗିଂର ଶିକାର ନ ହୁଅନ୍ତି ସେ ନେଇ ସରକାର ସଚେତନତାମୂଳକ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଅନୁଗୋଳ ଜିଲାରେ ଥିବା ବୈଷୟିକ ଅନୁଷ୍ଠାନ ସମେତ ବିଭିନ୍ନ ମହାବିଦ୍ୟାଳୟର କର୍ମକର୍ତ୍ତା, ସ୍ବେଚ୍ଛାସେବୀ ଓ ସରକାରୀ ଅଧିକାରୀଙ୍କୁ ନେଇ ଗଠିତ ହୋଇଥିବା ଜିଲାସ୍ତରୀୟ କମିଟିର ପ୍ରଥମ ବୈଠକ ଶନିବାର ଜିଲାପାଳ ଅନିଲ କୁମାର ସାମଲ ଅଧ୍ୟକ୍ଷତାରେ ବସିଥିଲା। 

କଟକ ସ୍ପୋଟର୍‌ସ ହଷ୍ଟେଲ ଚାମ୍ପିୟନ

କଟକ ସ୍ପୋଟର୍‌ସ ହଷ୍ଟେଲ ଚାମ୍ପିୟନ

ଅନୁଗୋଳ ଅଫିସ, ୧୯ା୮- ଅନୁଗୋଳ ଷ୍ଟାଡ଼ିୟମରେ ଚାଲିଥିବା ଓପି ଜିନ୍ଦଲ ଅନୁଗୋଳ କପ୍‌ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଶନିବାର ବିଏଚ୍‌ଏଲ୍‌ ଅନୁଗୋଳ ଓ କଟକ ସ୍ପୋଟର୍‌ସ ହଷ୍ଟେଲ ମଧ୍ୟରେ ଖେଳାଯାଇଥିଲା। ଏଥିରେ କଟକ ଟିମ୍‌ ୨-୦ ଗୋଲରେ ଚାମ୍ପିୟନ ହୋଇଛି।