ଅନ୍ତର୍ଜାତୀୟ |

୧୮ ଦିନର ସଂଗ୍ରାମ ଶେଷ: ଗୁମ୍ଫାରୁ ମିଳିଲା ପୁନର୍ଜନ୍ମ

୧୮ ଦିନର ସଂଗ୍ରାମ ଶେଷ: ଗୁମ୍ଫାରୁ ମିଳିଲା ପୁନର୍ଜନ୍ମ
ମାଏ ସାଇ,୧୧।୭: ଥାଇଲାଣ୍ଡର ମୃତ୍ୟୁ ଗୁମ୍ଫାରୁ ମିଳିଲା ମୁକ୍ତି। ୧୮ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ପୁନର୍ଜନ୍ମ ପାଇଛନ୍ତି ଆଉ ଫୁଟବଲ ଟିମ୍‌ର ଆଉ ୫ ସଦସ୍ୟ। ମଙ୍ଗଳବାର ଜଣେ କୋଚ୍‌ଙ୍କ ସମେତ ୪ ବାଳକଙ୍କୁ ଉଦ୍ଧାର କରାଯାଇଛି। ବିଦେଶୀ ଡାଇଭର ଏବଂ ଥାଇଲାଣ୍ଡ ନେଭି ସିଲ୍‌ ପୂର୍ବରୁ ୮ ବାଳକଙ୍କୁ ଗୁମ୍ଫା ଭିତରୁ ବାହାର କରିଥିଲେ। ଫୁଟବଲ୍‌ ଟିମ୍‌ର ସମସ୍ତ ସଦସ୍ୟ ଉଦ୍ଧାର ହେବା ପରେ ଏକ ବଡ଼ ଅପରେଶନ ଶେଷ ହୋଇଛି। ୧୨ ‘ଓ୍ବାଇଲ୍ଡ ବୋର୍ସ’ ଏବଂ କୋଚ୍‌ ଉଦ୍ଧାର ହୋଇଛନ୍ତି ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି। ମଙ୍ଗଳବାର ଥାଇଲାଣ୍ଡର ନେଭି ସିଲ୍‌ ପକ୍ଷରୁ ଫେସ୍‌ବୁକ୍‌ରେ ଏଭଳି ପୋଷ୍ଟ କରାଯିବା ପରେ ସମଗ୍ର ବିଶ୍ୱବାସୀ ଆଶ୍ୱସ୍ତ ହୋଇଛନ୍ତି। ଫୁଟବଲ୍‌ ଟିମ୍‌ ନାମ ହିସାବରେ ଏହି ବାଳକଙ୍କୁ କୁହାଯାଉଛି ‘ଓ୍ବାଇଲ୍ଡ ବୋର୍ସ’। ଉତ୍ତରାଞ୍ଚଳରେ ଏକ ପାର୍ବତ୍ୟାଞ୍ଚଳରେ ରହିଛି ଥାମ୍‌ ଲୁଆଙ୍ଗ୍‌ ଗୁମ୍ଫା। ଗତ ଜୁନ୍‌ ୨୩ରେ ଫୁଟବଲ ଖେଳ ଅଭ୍ୟାସ କରିବା ପରେ ଟିମ୍‌ର ୧୩ ସଦସ୍ୟ ଏହି ଗୁମ୍ଫା ଭିତରକୁ ପଶିଯାଇଥିଲେ। ତନ୍ମଧ୍ୟରେ ଥିଲେ ୧୧ରୁ ୧୬ ବର୍ଷର ବାଳକ ଏବଂ ୨୫ ବର୍ଷୀୟ କୋଚ୍‌। ପ୍ରବଳ ବର୍ଷା ଯୋଗୁ ଏହା ଭିତରେ ପାଣି ପଶିଯିବାରୁ ସେମାନେ ତା’ ଭିତରେ ଫସିଗଲେ। ପ୍ରାୟ ୪ କି.ମି. ପର୍ଯ୍ୟନ୍ତ ଭିତରକୁ ସେମାନେ ଚାଲିଯାଇଥିଲେ। ଜୀବନ ବଞ୍ଚାଇବା ପାଇଁ ଗୁମ୍ଫା ଭିତରେ ଏକ କାଦୁଅ ଭରା ସାମାନ୍ୟ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥିଲେ। ନଅଦିନ ପର୍ଯ୍ୟନ୍ତ ସେମାନଙ୍କ ଖୋଜ୍‌ ଖବର ମିଳିଲା ନାହିଁ। ଏପଟେ ନିଖୋଜ ଫୁଟବଲ୍‌ ଟିମ୍‌ ସଦସ୍ୟଙ୍କ ସନ୍ଧାନ ପାଇଁ ଅନ୍ତର୍ଜାତୀୟ ସ୍ତରର ଉଦ୍ଧାରକାରୀ ଟିମ୍‌ ଲାଗିପଡ଼ିଥିଲେ। ଶେଷରେ ଦୁଇ ବ୍ରିଟିଶ୍‌ ଡାଇଭର ସେମାନଙ୍କୁ ସେହି ଗୁମ୍ଫା ଭିତରେ ଠାବ କଲେ। ଏତେଦିନ ଯାଏ କାଳ ଗୁମ୍ଫା ଭିତରେ ଭୋକ ଉପବାସରେ ରହିଥିଲେ ସୁଦ୍ଧା ଡାଇଭରଙ୍କୁ ଦେଖି ସେମାନେ ହସିଦେଇଥିଲେ। ଏଥିରୁ ସେମାନଙ୍କ ଦୃଢ଼ ଆତ୍ମବିଶ୍ୱାସ ବାରି ହୋଇପଡ଼ିଥିଲା। ଏହାପରେ ସେମାନଙ୍କୁ ବାହାରକୁ ଆଣିବା ଲାଗି ଆରମ୍ଭ ହେଲା ଅଭିଯାନ। ବାହାରେ ମୌସୁମୀ ବର୍ଷା ଲାଗିରହିଥିବାରୁ ଗୁମ୍ଫା ଭିତରେ ଜଳସ୍ତର ବଢ଼ିଯାଇଥିଲା। ତେଣୁ ଉଦ୍ଧାରକାର୍ଯ୍ୟ ସହଜ ନ ଥିଲା। ତଥାପି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଲା। ଏଭଳି ବିପତ୍ତି ସମୟରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପାଖରେ ଦୁଇଟି ବାଟ ଥିଲା। ପାହାଡ଼କୁ ଖୋଳି ଗୁମ୍ଫା ଭିତରକୁ ଏକ ରାସ୍ତା ବାହାର କରିବା କିମ୍ବା ମୌସୁମୀ ବର୍ଷା ଶେଷ ହେବା ଯାଏ ଅପେକ୍ଷା କରିବା। ଏତିକିବେଳେ ଗୁମ୍ଫା ଭିତରେ ଅମ୍ଳଜାନ କମିଆସିଲା। ଏପଟୁ ବର୍ଷା ଜଳ ମଧ୍ୟ ମାଡ଼ିଗଲା। ଏହା ଦେଖି ଉଦ୍ଧାରକାରୀ ଦଳର ମୁଖ୍ୟ କହିଲେ ଫୁଟବଲ ଟିମ୍‌ ସଦସ୍ୟଙ୍କୁ ବଞ୍ଚାଇବା ଏକପ୍ରକାର ଅସମ୍ଭବ ବ୍ୟାପାର। ତେଣୁ ସେ ଏହାର ନାମ ଦେଲେ ‘ମିଶନ୍‌ ଇମ୍ପୋସିବଲ୍‌’। ତଥାପି ଆଶା ନ ହରାଇ ଶେଷ ଉପାୟ ଆପଣାଇ ଡାଇଭରଙ୍କୁ ଗୁମ୍ଫା ଭିତରକୁ ପଠାଇବାକୁ ନିଷ୍ପତ୍ତି ହେଲା। କିନ୍ତୁ ଏସ୍‌କେପ୍‌ ରୁଟ୍‌ ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ଗୁମ୍ଫା ଭିତରେ ଅନେକ ସ୍ଥାନରେ ଗଭୀର ଖାତ ଭଳି ଥିଲା ଏବଂ ସେଥିରେ ଜଳ ପରିପୂର୍ଣ୍ଣ ଥିଲା। ପିଲାମାନେ ଜଳ ଭିତରେ ପହଁରିବା ଜାଣି ନ ଥିଲେ। ତେଣୁ ସେମାନଙ୍କୁ ଅକ୍ସିଜେନ୍‌ ମାସ୍କ ପିନ୍ଧି ଗଭୀର ଜଳ ଭିତରେ ନିଃଶ୍ୱାସ ନେବାକୁ ଶିକ୍ଷା ଦିଆଗଲା। ତେବେ ପହଁରିବାବେଳେ ପିଲାମାନେ ଭୟଭୀତ ହୋଇଯିବାର ଯଥେଷ୍ଟ ସମ୍ଭାବନା ଥିଲା। ଗତ ଶୁକ୍ରବାର ଥାଇଲାଣ୍ଡ ନେଭି ସିଲ୍‌ର ଜଣେ ଡାଇଭରଙ୍କ ଗୁମ୍ଫା ଭିତରେ ମୃତ୍ୟୁ ହେବା ପରେ ଭୟ ଆହୁରି ବଢ଼ିଯାଇଥିଲା। ଏହା ଭିତରେ ରବିବାର ପ୍ରଥମ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟରେ ୪ ବାଳକଙ୍କୁ ଉଦ୍ଧାର କରାଯାଇଥିଲା। ସୋମବାର ମଧ୍ୟ ଆଉ ଚାରି ଜଣ ଉଦ୍ଧାର ହେଲେ। ମଙ୍ଗଳବାର ଅପରାହ୍ନ ସୁଦ୍ଧା ବାକି ପାଞ୍ଚଜଣ ମୃତ୍ୟୁର ଗୁମ୍ଫା ଭିତରୁ ମୁକୁଳିଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

ଅନୁପ୍ରବେଶ ମାମଲା: ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

ଅନୁପ୍ରବେଶ ମାମଲା: ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୧୧: ଅନୁପ୍ରବେଶ ମାମଲାରେ ଆମେରିକାରେ ୨୩ ଶହ ୮୨ ଜଣ ଭାରତୀୟ ବନ୍ଦୀ ଅଛନ୍ତି। ୮୬ ଜେଲ୍‌ରେ ସେମାନେ କାଟୁଛନ୍ତି ବନ୍ଦୀ ଜୀବନ। 

ସ୍ପାଇଡର ମ୍ୟାନର ଜନକ ଷ୍ଟାନ ଲିଙ୍କ ପରଲୋକ

ସ୍ପାଇଡର ମ୍ୟାନର ଜନକ ଷ୍ଟାନ ଲିଙ୍କ ପରଲୋକ

ଓ୍ବାଶିଂଟନ,୧୩।୧୧: ମାର୍ବଲ କମିକର ଜନକ ଷ୍ଟାନ ଲିଙ୍କ ପରଲୋକ ହୋଇଛି। ୯୫ ବର୍ଷ ବୟସରେ ଆମେରିକାର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଲି। 

ରୋହିଙ୍ଗ୍ୟା ମାମଲା: ୟାଙ୍ଗ୍‌ ସାନ୍‌ ସୁ କିଙ୍କଠାରୁ ସମ୍ମାନ ଫେରାଇ ନେଲା ଆମିନିଷ୍ଟ ଇଣ୍ଟରନ୍ୟାସନାଲ

ରୋହିଙ୍ଗ୍ୟା ମାମଲା: ୟାଙ୍ଗ୍‌ ସାନ୍‌ ସୁ କିଙ୍କଠାରୁ ସମ୍ମାନ ଫେରାଇ ନେଲା ଆମିନିଷ୍ଟ ଇଣ୍ଟରନ୍ୟାସନାଲ

ଓ୍ବାଶିଂଟନ,୧୩।୧୧: ମ୍ୟାନମାରରେ ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ସୈନ୍ୟବାହିନୀର ଅତ୍ୟାଚାର ବିରୋଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ  ନ କରାଯାଇଥିବାରୁ ଆମିନିଷ୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ୟାଙ୍ଗ୍‌ ସାନ୍‌ ସୁ କିଙ୍କୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସମ୍ମାନ ଫେରାଇ ନିଆଯାଇଛି।

ଶୁକ୍ରକୁ ସ୍ପେସ୍‌କ୍ରାଫ୍ଟ ପଠାଇବ ଇସ୍ରୋ

ଶୁକ୍ରକୁ ସ୍ପେସ୍‌କ୍ରାଫ୍ଟ ପଠାଇବ ଇସ୍ରୋ

ବେଙ୍ଗାଲୁରୁ, ୧୩।୧୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ୨୦୨୩ରେ ଶୁକ୍ରକୁ ଏକ ପର୍ଯ୍ୟବେକ୍ଷଣକାରୀ ମହାକାଶଯାନ  ଲଞ୍ଚ୍‌ କରିବ।

ଇସ୍ରାଏଲ୍‌ ଉପରେ ମାଡ଼ ହୋଇଛି ୩ ଶହ ରକେଟ

ଇସ୍ରାଏଲ୍‌ ଉପରେ ମାଡ଼ ହୋଇଛି ୩ ଶହ ରକେଟ

ସିଡ୍ରେଟୋ,୧୩।୧୧: ଗାଜା ଅଞ୍ଚଳରୁ ଇସ୍ରାଏଲ୍‌ ଉପରେ ୩ ଶହ ରକେଟ ମାଡ଼ ହୋଇଛି। ଏନେଇ ଇସ୍ରାଏଲ୍‌ ସୈନ୍ୟ ବିଭାଗ ସୂଚନା ଦେଇଛି। ଏହାଦ୍ୱାରା ୧୧ ଜଣ ଆହତ ହୋଇଛନ୍ତି। 

ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସ ସଜାଡି କଲେ ବିଶ୍ୱ ରେକର୍ଡ

ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସ ସଜାଡି କଲେ ବିଶ୍ୱ ରେକର୍ଡ

ବେଜିଂ,୧୨।୧୧: ଚାଇନା ସ୍କିଆମେନର ୧୩ ବର୍ଷୀୟ ବାଳକ କ୍ୱି ଜିନ୍‌ଉ ଏବେ ନିଜର ଅସମ୍ଭବ ପ୍ରତିଭା ବଳରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସେ ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ସଜାଡି ପାରୁଛନ୍ତି। 

 ବାୟୁ ପ୍ରଦୂଷଣ: ୩ ବର୍ଷରେ ନେଇଛି ୨୫ ଲକ୍ଷ ଜୀବନ

ବାୟୁ ପ୍ରଦୂଷଣ: ୩ ବର୍ଷରେ ନେଇଛି ୨୫ ଲକ୍ଷ ଜୀବନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୧୧: ଦେଶରେ ବାୟୁ ପ୍ରଦୂଷଣ ଧୀରେ ଧୀରେ ଉଗ୍ର ରୂପ ନେଉଛି। ୨୦୧୫ଠାରୁ ଇତିମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ବାୟୁ ପ୍ରଦୂଷଣ ଯୋଗୁ ୨୫ ଲକ୍ଷ ଲୋକଙ୍କର ଜୀବନ ଯାଇଛି। 

ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ନିୟନ୍ତ୍ରଣ ରେଖାଠାରେ ସ୍ନାଇପର ଏସ୍‌ଏସ୍‌ଜି କମାଣ୍ଡୋ ସଂଖ୍ୟା ବଢ଼ାଇଲା ପାକିସ୍ତାନ

ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ନିୟନ୍ତ୍ରଣ ରେଖାଠାରେ ସ୍ନାଇପର ଏସ୍‌ଏସ୍‌ଜି କମାଣ୍ଡୋ ସଂଖ୍ୟା ବଢ଼ାଇଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୨।୧୧: ଭାରତୀୟ ସେନାଙ୍କୁ ହଇରାଣ କରିବା ପାଇଁ ତଥା ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ନାଇପର  ଏସ୍‌ଏସ୍‌ଜି କମାଣ୍ଡୋଙ୍କ ସଂଖ୍ୟା ବୃଦ୍ଧି କରିଛି।

ବିଦେଶକୁ ଚୋରାଚାଲାଣ ହେଉଛି ଭାରତର ପ୍ରାଚୀନ କଳାକୃତି

ବିଦେଶକୁ ଚୋରାଚାଲାଣ ହେଉଛି ଭାରତର ପ୍ରାଚୀନ କଳାକୃତି

ସିଙ୍ଗାପୁର/ନୂଆଦିଲ୍ଲୀ,୧୨।୧୧: ପ୍ରତିବର୍ଷ ଭାରତର ମନ୍ଦିରଗୁଡିକରୁ ପ୍ରାଚୀନ କଳାକୃତି ଓ ମୂଲ୍ୟବାନ ଧାତୁନିର୍ମିତ ମୂର୍ତ୍ତି ଚୋରା ଚାଲାଣ ହେଉଛି। ସେଗୁଡିକୁ ଜାହାଜରେ ଚାଲାଣ କରାଯାଇ ଅନ୍ତର୍ଜାତୀୟ ବଜାରରେ ବହୁ ମୂଲ୍ୟରେ ବିକ୍ରି କରାଯାଉଥିବା ସିଙ୍ଗାପୁରସ୍ଥିତ  ଜଣେ ମୂଳ ଭାରତୀୟ ଶିପିଂ ଏକ୍‌ଜିକ୍ୟୁଟିଭ୍‌ ଏସ୍‌. ବିଜୟ କୁମାର ସୂଚନା ଦେଇଛନ୍ତି। 

୯୮ ବର୍ଷୀୟ ବୃଦ୍ଧଙ୍କର ସଫଳ ହେଲା ବାଇପାସ୍‌ ସର୍ଜରୀ

୯୮ ବର୍ଷୀୟ ବୃଦ୍ଧଙ୍କର ସଫଳ ହେଲା ବାଇପାସ୍‌ ସର୍ଜରୀ

ନୂଆଦିଲ୍ଲୀ/ବାଗଦାଦ୍‌,୧୧।୧୧: ଭାରତର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଇରାକ୍‌ର ୯୮ ବର୍ଷ ବୟସ୍କ ବୃଦ୍ଧ ମହମ୍ମଦ କାଦିମ୍‌ ସଇଦ୍‌ଙ୍କ କୋରୋନାରୀ ବାଇପାସ୍‌ ହାର୍ଟ ସର୍ଜରୀ ସଫଳ ହୋଇଛି।

ମନକଥା ଲେଖିଲେ ମିଶେଲ

ମନକଥା ଲେଖିଲେ ମିଶେଲ

ଓ୍ବାଶିଂଟନ,୧୧।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ଏବେ ତାଙ୍କ ମନକଥା ଖୋଲି କହିବାକୁ ଚେଷ୍ଟା କରଛନ୍ତି। ମିଶେଲ ଲେଖିଥିବା ପୁସ୍ତକ ‘ବିକମିଂ’ରେ ଅନେକ ଅକୁହା କଥାକୁ ସ୍ଥାନ ଦେଇଛନ୍ତି।

ଜୁନ୍‌ ସୁଦ୍ଧା ଭାରତରେ ହୋଇଛି ୬.୯୫ ଲକ୍ଷ ସାଇବର ଆକ୍ରମଣ

ଜୁନ୍‌ ସୁଦ୍ଧା ଭାରତରେ ହୋଇଛି ୬.୯୫ ଲକ୍ଷ ସାଇବର ଆକ୍ରମଣ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୧।୧୧: ଭାରତରେ ଚଳିତ ୨୦୧୮ ବର୍ଷର ଜାନୁୟାରୀଠାରୁ ଜୁନ୍‌ ସୁଦ୍ଧା ୬.୯୫ ଲକ୍ଷ ସାଇବର ଆକ୍ରମଣ ହୋଇଛି। ଏନେଇ ସାଇବର ସିକ୍ୟୁରିଟି ଫାର୍ମ ଏଫ୍‌- ଫାର୍ମ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।