ଫୁରସତ |

ଉଦ୍ୟାନବାସୀ ସୁସ୍ଥ ଓ ସୁଖୀ

ଉଦ୍ୟାନବାସୀ ସୁସ୍ଥ ଓ ସୁଖୀ
ଲଣ୍ଡନ: ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି କି? ଔଷଧ ସେବନ କରିବା ପରିବର୍ତ୍ତେ ପ୍ରକୃତି କୋଳରେ କିଛି ସମୟ ବସି ରୁହନ୍ତୁ। ଏପରି ପଲେ ସୁସ୍ଥ ଅନୁଭବ କରିବେ। କାରଣ ସବୁଜ ବୃକ୍ଷଲତା ଭରା ପ୍ରକୃତି ଆମ ସ୍ବାସ୍ଥ୍ୟ ବହୁତ ହିତକର ବୋଲି ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଉଦ୍ୟାନ ନିକଟରେ ବାସକରୁଥିବା ଲୋକଙ୍କଠାରେ ଟାଇପ୍‌-୨ ଡାଇବେଟିସ୍‌, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ଅପରିପକ୍ୱ ସନ୍ତାନ ପ୍ରସବ ଏବଂ ମାନସିକ ଚାପ ଆଦି ସମସ୍ୟା ସୃଷ୍ଟି ହେବା ଆଶଙ୍କା କ୍ଷୀଣ। ସୁସ୍ଥ ରହୁଥିବାରୁ ସେମାନେ ସୁଖୀ ମଧ୍ୟ ହୁଅନ୍ତି। ବ୍ରିଟେନ୍‌ର ୟୁନିଭର୍ସିଟି ଅଫ୍‌ ଇଷ୍ଟ ଆଙ୍ଗ୍‌ଲିଆ (ୟୁଇଏ)ର ଗବେଷକ ଆଣ୍ଡି ଜୋନ୍‌ସ କହିଛନ୍ତି, ଆମେ ଅସୁସ୍ଥ ଅନୁଭବ କଲେ ଚିକିତ୍ସା ପାଇଁ ଯାଇଥାଉ। କିନ୍ତୁ ସବୁଜିମା ଭରା ପ୍ରାକୃତିକ ପରିବେଶ ରୋଗ ନିରାକରଣରେ ସହାୟକ ହୋଇପାରିବ। ଝରଣା ଜଳରେ ସ୍ନାନକଲେ ସୁଫଳ ମିଳିଥାଏ। କାରଣ ବିଭିନ୍ନ ବୃକ୍ଷର ଚେରକୁ ଧୋଇ ବହିଆସିଥିବା ଜଳରେ ଜୀବାଣୁ ନିରୋଧୀ ବୋଲି ଗବେଷକମାନେ କହିଛନ୍ତି। ଯେଉଁ ଲୋକମାନେ ଉଦ୍ୟାନ ନିକଟରେ ବାସକରନ୍ତି ସେମାନେ ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ। ସେମାନେ ଖୁବ୍‌ ମେଳାପୀ ଏବଂ ଅନ୍ୟର ଦୁଃଖସୁଖ ସହିତ ସମଭାଗୀ। ପ୍ରାକୃତିକ ପରିବେଶରେ ବିଭିନ୍ନ ପ୍ରକାର ଉପକାରୀ ଅଣୁଜୀବ ଆମ ପାଇଁ ରୋଗ ପ୍ରତିରୋଧକ ଭାବରେ କାର୍ଯ୍ୟ କରେ ବୋଲି ୟୁଇଏର ନରଓ୍ବିଚ୍‌ ମେଡିକାଲ୍‌ ସ୍କୁଲ୍‌ର ମୁଖ୍ୟ ଲେଖକ କାଓଇମେ ଟୋହିଗ୍‌-ବେନେଟ୍‌ ପ୍ରକାଶ କରିଛନ୍ତି। ବ୍ରିଟେନ୍‌, ଆମେରିକା, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ ଏବଂ ଜାପାନ୍‌ ସମେତ ୨୦ଟି ରାଷ୍ଟ୍ରର ୨୯କୋଟି ଲୋକଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ଗବେଷକମାନେ ୧୪୦ଟି ଅଧ୍ୟୟନରୁ ସଂଗୃହୀତ ତଥ୍ୟକୁ ବିଶ୍ଳେଷଣ କରିଥିଲେ। ପ୍ରକୃତି କୋଳରେ ଅଧିକ ସମୟ ବିତାଇବା ଦ୍ୱାରା ଭଲ ନିଦ ହୁଏ ଏବଂ ଚାପ ପାଇଁ ଦାୟୀ ସାଲିଭାରି କର୍ଟିସଲ୍‌ ମାତ୍ରାକୁ ହ୍ରାସ କରିଥାଏ। ତେଣୁ ରୋଗୀମାନେ ଅଧିକ ସମୟ ସବୁଜ ବୃକ୍ଷଲତା ମଧ୍ୟରେ ସମୟ କାଟିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେବେ ବୋଲି ଗବେଷକମାନେ ଆଶାବାଦୀ। ଜନସାଧାରଣ ସ୍ବାସ୍ଥ୍ୟରକ୍ଷା ଲାଗି ଅଧିକ ସମୟ ଉଦ୍ୟାନରେ କଟାଇବା ଆବଶ୍ୟକ। ବିଶେଷକରି ସହରାଞ୍ଚଳରେ ପ୍ରମୋଦ ଉଦ୍ୟାନ ସୃଷ୍ଟି ଓ ସୁରକ୍ଷା ଦିଗରେ ନୀତି ପ୍ରଣୟନକାରୀମାନେ ପୁଞ୍ଜିନିବେଶ କରିବାକୁ ଉତ୍ସାହିତ ହେବେ ବୋଲି ବେନେଟ୍‌ ଆଶାପ୍ରକାଶ କରିଛନ୍ତି। ଏନ୍‌ଭାଇରନ୍‌ମେଣ୍ଟାଲ୍‌ ରିସର୍ଚ୍ଚ ଜର୍ନାଲ୍‌ରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି।
All Right Reserved By

ଫୁରସତ |

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ନିକଟରେ ରହିଛି ସବୁଠୁ ଅଧିକ ସୁନା। ଆମେରିକା ଏହି ସୁନାକୁ ଫୋର୍ଡନକ୍ସସ୍ଥିତ ବୁଲିୟନ ଡିପୋଜିଟ୍‌ରେ ରଖିଛି। ଏହାର ପରିମାଣ ୪୬ ଶହ ଟନ୍‌।

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି ସିନ୍ଦୁରରେ ନିର୍ମିତ ଗଣେଶ ମୂର୍ତ୍ତି। 

ସୌରଜଗତକୁ  ପରିକ୍ରମା କରୁଥିବା  ସ୍ବପ୍ନର ମଣିଷ

ସୌରଜଗତକୁ ପରିକ୍ରମା କରୁଥିବା ସ୍ବପ୍ନର ମଣିଷ

ପୃଥିବୀକୁ ମିଶେଇ ଆମ ସୌରଜଗତରେ ଆଠଟି ଗ୍ରହ ଅଛନ୍ତି ା ଗ୍ରହଗୁଡ଼ିକ ନିଜ ଚାରିପଟେ ନଟୁ ପରି ବୁଲିବା ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରୁଛନ୍ତିି। ସୂର୍ଯ୍ୟ ମଧ୍ୟ ସ୍ଥିର ନୁହେଁ ା ସେ ବି ନିଜ ଚାରିପଟେ ଘୂରିବା ସହ ଆମ ଆକାଶଗଙ୍ଗା ଛାୟାପଥରେ ଘୂରୁଛି। ଆକାଶଗଙ୍ଗା ଛାୟାପଥରେ ସୂର୍ଯ୍ୟ ଭଳି କୋଟି କୋଟି ବଡ଼ ସାନ ନକ୍ଷତ୍ର ରହିଛି। ଆମ ବିଶ୍ୱ ବ୍ରହ୍ମାଣ୍ଡରେ ଆକାଶଗଙ୍ଗା ଛାୟାପଥ ଭଳି ଅନେକ ଛାୟାପଥ ରହିଛି ା ସବୁ ଛାୟାପଥ ଘୂରୁଛନ୍ତି ା ମୋଟାମୋଟି କହିଲେ, ବିଶ୍ୱ ବ୍ରହ୍ମାଣ୍ଡରେ ସମସ୍ତ ଗ୍ରହ, ଉପଗ୍ରହ, ନକ୍ଷତ୍ର ଓ ଛାୟାପଥ ସମସ୍ତେ ଘୂରୁଛନ୍ତି। ସତରେ କେତେ ଶୃଙ୍ଖଳିତ ସେମାନେ?

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

ଜାଣନ୍ତି କି....ରିଙ୍କେଲ ଥିବା ବ୍ୟକ୍ତି ସତ୍ୟପ୍ରିୟ

କୁହାଯାଏ ବୟସ ବଢ଼ିଲେ ତାହାର ପ୍ରଭାବ ଶରୀର ଉପରେ ବାରି ହୋଇପଡ଼ିଥାଏ। ବିଶେଷକରି ଚର୍ମରେ ଏହାର ପ୍ରଭାବ ଦେଖାଯିବା ଫଳରେ ଏହା ନରମ ହୋଇଯାଏ। ସେହିପରି ଆଖିରେ ମଧ୍ୟ ରିଙ୍କେଲ(କୁଞ୍ଚନ) ଦେଖାଯାଇଥାଏ। ଏଥିରୁ ହିଁ ବ୍ୟକ୍ତିର ବୟସ ଅନ୍ୟମାନଙ୍କୁ ସହଜରେ ଜଣାପଡ଼ିଯାଏ। 

ଆଇଫୋନ୍‌ ଗନ୍‌

ଆଇଫୋନ୍‌ ଗନ୍‌

ପୃଥିବୀରେ ଯେତିକି ଲୋକଙ୍କ ପାଖରେ ବନ୍ଧୁକ ଅଛି ତା’ର ୪୮% ଅଛି କେବଳ ଆମେରିକୀୟଙ୍କ ପାଖରେ। ସେଥିପାଇଁ ତ ଏଠାକାର ଅସ୍ତ୍ରଶସ୍ତ୍ର ତିଆରି କରୁଥିବା କମ୍ପାନୀର ବାର୍ଷିକ ଆୟ ୯୧୦୦୦ କୋଟି ହୋଇଥାଏ। 

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ହାତର ବିଭିନ୍ନ ସିମ୍ବଲ ଏବଂ ଏହାର ଉତ୍ପତ୍ତି

ମଣିଷ ସାଧାରଣତଃ ବିଭିନ୍ନ ଅଙ୍ଗଭଙ୍ଗୀ କରିଥାଏ। ହେଲେ ସେସବୁ ମଧ୍ୟରୁ କେତୋଟି ନିର୍ଦ୍ଦିଷ୍ଟ ଭଙ୍ଗୀକୁ କିଛି ସିମ୍ବଲ ଭାବେ ଗ୍ରହଣ କରାଯାଇଥାଏ। ଠିକ୍‌ ଯେମିତି ହାତର ଆଙ୍ଗୁଳିରେ କରାଯାଉଥିବା କିଛି ଭଙ୍ଗୀ ବା ମୁଦ୍ରା ବି ବିଭିନ୍ନ ସିମ୍ବଲ ଭାବେ ଜନ ସାଧାରଣରେ ବେଶ୍‌ ଆଦୃତ। ତେବେ ଏହାର ପ୍ରଚଳନ ଯେ କେତେ ପୁରୁଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ୟୁଥ୍‌ ଆଲର୍ଟ: ନିଜ ଫୋନ୍‌କୁ ରଖନ୍ତୁ ସୁରକ୍ଷିତ

ବର୍ତ୍ତମାନ କାହା ପାଖରେ ବା ସ୍ମାର୍ଟଫୋନ୍‌ ନାହିଁ। କେବଳ କଥା ହେବା କିମ୍ବା  ଇଣ୍ଟରନେଟ୍‌ ବ୍ୟବହାର ପାଇଁ ନୁହେଁ, ପର୍ସନାଲ ଡାଟା ଷ୍ଟୋରେଜ୍‌ ପାଇଁ ମଧ୍ୟ ଏହା ଏକ ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇଗଲାଣି।

ରବର୍‌ ଗର୍ଲ

ରବର୍‌ ଗର୍ଲ

ଜର୍ମାନୀର ୩୧ ବର୍ଷୀୟା ଜୁଲିଆ ଗୁନ୍ଥେଲ, ପରିଚିତ ଜେଲ୍ଟା ନାମରେ। ତାଙ୍କ ଶରୀର ଅସମ୍ଭବଭାବେ ନମନୀୟ। କହିବାକୁଗଲେ ରବର୍‌ ଭଳି। ସେ ନିଜ ଶରୀରକୁ ଏମିତି ମୋଡି ପାରନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

ଶୁଭ ସୂଚକ ପ୍ରାଣୀ

ଶୁଭ ସୂଚକ ପ୍ରାଣୀ

ହିନ୍ଦୁଧର୍ମ ଅନୁଯାୟୀ ଗୋମାତାଙ୍କୁ ଦେବତା ତୁଲ୍ୟ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସାପ, ବୃଷଭ ଆଦି ଜୀବଙ୍କୁ ଦେବତା ସ୍ବରୂପ ଗ୍ରହଣ କରାଯାଏ। ସେହିଭଳି ବିଭିନ୍ନ ସଂସ୍କୃତିରେ ଭିନ୍ନ ଭିନ୍ନ ଜୀବଙ୍କୁ ଶୁଭ ସୂଚକ ବୋଲି କୁହାଯାଏ।

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

ପ୍ରଥମ ରୋଜଗାର ଟଙ୍କା ସ୍ବାମୀଙ୍କୁ ଦେଇଥିଲି

କଣ୍ଠଶିଳ୍ପୀ ତଥା ଲେଖିକା ଛନ୍ଦା ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଚାଲିଲା ଲେଗୋ ବ୍ରିକ୍‌ର କାର୍‌

ଛୋଟ ପିଲାମାନେ ଲେଗୋ ବ୍ରିକ୍‌କୁ ଜଏଣ୍ଟ କରି ଘରଠୁ ଆରମ୍ଭ କରି ବ୍ରିଜ୍‌, ଗେଟ୍‌ ଅନେକ କିଛି ତିଆରି କରନ୍ତି। ତେବେ ନିକଟରେ ସେହି ଲେଗୋ ବ୍ରିକ୍‌ରେ ତିଆରି କରାଯାଇଥିଲା ଏକ ବୁଗାତି ଚିରୋନ୍‌ କାର୍‌। ଡେନମାର୍କର ଟୟ କମ୍ପାନୀ ଏହାକୁ ତିଆରି କରିଥିଲା। 

ଘାଟ

ଘାଟ

ନଦୀରେ ଯାତାୟାତ ପାଇଁ ଡଙ୍ଗାର ଆବଶ୍ୟକତା ଯେତିକି ଥାଏ, ସେତିକି ଥାଏ ଘାଟର। ନଦୀତଟର ଗୋଟିଏ ପଟରୁ ଅନ୍ୟ ପଟକୁ ଜଳପଥରେ ପାର ହେବା ପାଇଁ ଘାଟରୁ ହିଁ ଆରମ୍ଭ ହୁଏ ନୌଯାତ୍ରା ...