ଅପରାଧ | ଅନଗୁଳ-ଢେଙ୍କାନାଳ

ବ୍ୟାଙ୍କ ଡକାୟତଙ୍କ ନିକଟରେ ପହଞ୍ଚିଲା ଅନୁଗୋଳ ପୋଲିସ: ଗୟାରୁ ୨ ଦୁର୍ବୃତ୍ତ ଗିରଫ

ବ୍ୟାଙ୍କ ଡକାୟତଙ୍କ ନିକଟରେ ପହଞ୍ଚିଲା ଅନୁଗୋଳ ପୋଲିସ: ଗୟାରୁ ୨ ଦୁର୍ବୃତ୍ତ ଗିରଫ
ଅନୁଗୋଳ ଅଫିସ,୧୧।୭: ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାର ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଥିବା ଅନୁଗୋଳ ପୋଲିସକୁ ମିଳିଛି ବଡ଼ ସଫଳତା। ମଙ୍ଗଳବାର ବିହାର ରାଜ୍ୟ ଗୟା ଜିଲାରୁ ଘଟଣାରେ ସମ୍ପୃକ୍ତ ୨ ଡକାୟତ ଓମ୍‌ ପ୍ରକାଶ ଦାସ ଓ ରାଜେଶ ଦାସଙ୍କୁ ଗିରଫ କରାଯାଇଥିବା ଅନୁଗୋଳ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍‌ ଇସ୍ତାହାରରେ ସୂଚନା ଦିଆଯାଇଛି। ଗିରଫ ଡକାୟତଙ୍କ ନିକଟରୁ ୩୪୩ ଗ୍ରାମ ସୁନା ସହ ବନ୍ଧୁକ ଓ ଜୀବନ୍ତଗୁଳି ଜବତ କରାଯାଇଛି। ଉଭୟଙ୍କୁ ଗୟାର ସେରଘଟି ଏସ୍‌ଡ୍‌ିଜିଏମ୍‌ କୋର୍ଟରେ ହାଜର କରାଯିବା ପରେ ଅନୁଗୋଳ ଅଣାଯିବ। ଗିରଫ ଦୁର୍ବୃତ୍ତମାନେ ଗତ ଏପ୍ରିଲ ୬ରେ ଅନୁଗୋଳସ୍ଥିତ ଆନ୍ଧ୍ର ବ୍ୟାଙ୍କ ଡକାୟତି ଘଟଣାରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଏଥିସହ ସେମାନଙ୍କ ଗ୍ୟାଙ୍ଗ ୧୦ ବର୍ଷ ମଧ୍ୟରେ ୧୩ଟି ବ୍ୟାଙ୍କରେ କଳାକନା ବୁଲାଇଥିବା ପୋଲିସକୁ କହିଛନ୍ତି। ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନେତୃତ୍ୱରେ ଯାଇଥିବା ୨ଟି ଟିମ୍‌ ଗୟା ପୋଲିସ ସହାୟତାରେ ଦୁର୍ବୃତ୍ତମାନଙ୍କୁ କାବୁ କରିଥିବା ଜଣାପଡ଼ିଛି। ୨ ଡକାୟତ ଧରା ପଡ଼ିବା ପରେ ଏହା ଅନୁଗୋଳ ପୋଲିସ ପାଇଁ ଆଶ୍ୱାସନା ପାଲଟିଛି। କାରଣ ଗତ ୩ ମାସ ମଧ୍ୟରେ ସହରର ଦୁଇଟି ବ୍ୟାଙ୍କରୁ ଯେପରି ଡକାୟତି କରାଯାଇଥିଲା ତାହାକୁ ନେଇ ପୋଲିସ ଉପରୁ ସହରବାସୀଙ୍କ ଆସ୍ଥା ତୁଟିଯାଇଥିଲା। ହେଲେ ପୋଲିସକୁ ମିଳିଥିବା ଏହି ସଫଳତା କେବଳ ଉକ୍ତ ଦୁଇଟି ବ୍ୟାଙ୍କ ଡକାୟତି ଘଟଣାର ରହସ୍ୟ ନୁହେଁ, ବରଂ ରାଜ୍ୟର ବିଭିନ୍ନ ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ପାଇଁ ସହାୟକ ହେବ। ଅନ୍ୟପକ୍ଷରେ ଧରା ପଡ଼ିଥିବା ଡକାୟତଙ୍କୁ ଆଣିବାକୁ ମଙ୍ଗଳବାର ଅନୁଗୋଳ କୋର୍ଟରୁ ଅନୁମତି ନେଇ ଆଉ ଏକ ପୋଲିସ ଟିମ୍‌ ରାତି ୧୦ଟାରେ ଗୟା ଅଭିମୁଖେ ଯାଇଛି। ସମ୍ଭବତଃ ବୁଧବାର ଏସ୍‌ପି ମହାପାତ୍ର ୨ ଡକାୟତଙ୍କୁ ଧରି ଅନୁଗୋଳ ପହଞ୍ଚିପାରନ୍ତି ବୋଲି କୁହାଯାଉଛି। ଏଥିସହ ଗିରଫ ଡକାୟତଙ୍କୁ କେଉଁଠି ରଖାଯାଇ ପଚରା ଉଚରା କରାଯିବ ସେ ନେଇ ମଧ୍ୟ ଯୋଜନା ପ୍ରସ୍ତୁତି କରାଯାଇଛି। ଏ ସମ୍ପର୍କରେ ଜିଲା ପୋଲିସର କେତେଜଣ ବରିଷ୍ଠ ଅଧିକାରୀଙ୍କୁ ଛାଡ଼ିଦେଲେ ଅନ୍ୟ କାହାରିକୁ ସୂଚନା ଦିଆଯାଇ ନାହିଁ। ଅତ୍ୟନ୍ତ ଗୋପନରେ ପୋଲିସ ଏହି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେଉଥିବା ବେଳେ ଇଣ୍ଡିଆନ ବ୍ୟାଙ୍କ ନିକଟରୁ ଜବତ ହୋଇଥିବା ଏକ ବାଇକ୍‌ ହିଁ ଡକାୟତଙ୍କ ନିକଟରେ ପୋଲିସକୁ ପହଁଞ୍ଚାଇଥିବା ଜଣାପଡ଼ିଛି। ଉକ୍ତ ବାଇକ୍‌କୁ ରିଫାଇନାନ୍ସରେ କିଣିବା ବେଳେ ଡକାୟତମାନେ ଦେଇଥିବା ଆଧାରକାର୍ଡକୁ ଭିତ୍ତିକରି ପୋଲିସ ଗୟାରେ ପହଞ୍ଚିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ସୋମବାର କ୍ରାଇମବ୍ରାଞ୍ଚ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଅନୁଗୋଳ ଯାଇ ପୂରା ଘଟଣାର ଅନୁଧ୍ୟାନ କରିବା ସହ ଦୁର୍ବୃତ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଆଭାସ ଦେଇଥିବାରୁ ପୋଲିସ ଡକାୟତଙ୍କ ନିକଟତ୍ତର ହୋଇଥିବା ଅନୁମାନ କରାଯାଇଥିଲା। ଏପରିକି ଏଡିଜି ଉପାଧ୍ୟାୟ ଅନୁଗୋଳ ଛାଡ଼ିବା ପୂର୍ବରୁ ଗୋଟିଏ ଟିମ୍‌ ଜିଲା ବାହାରକୁ ଯାଇଥିବା ବେଳେ ପରେ ଏସ୍‌ପିଙ୍କ ନେତୃତ୍ୱରେ ଅନ୍ୟଏକ ଟିମ୍‌ ଅପରାହ୍ନରେ ଜିଲା ଛାଡ଼ିଥିଲା। ସେହିପରି ଲୁଟ ହୋଇଥିବା ଇଣ୍ଡିଆନ୍‌ ବ୍ୟାଙ୍କର କର୍ମଚାରୀମାନେ ଦୁଇ ଦିନ ହେବ ବ୍ୟାଙ୍କ ଆସିବା ସହ ଅନୁଗୋଳ ଥାନାକୁ ଯାଇ ହାଜିରା ଦେଉଛନ୍ତି। ଏ ସମ୍ପର୍କରେ କର୍ମଚାରୀମାନେ କହିଛନ୍ତି, ପୋଲିସ କହିଥିବାରୁ ଥାନାକୁ ଯାଉଛୁ। ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସାହାଯ୍ୟ କରୁଛୁ। ପୋଲିସ ବ୍ୟାଙ୍କ ଲକର ସିଜ୍‌ କରିଥିବାରୁ ବ୍ୟାଙ୍କ ପରିଚାଳନା ସ୍ବାଭାବିକ ହୋଇନାହିଁ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ବ୍ୟାଙ୍କ କାର୍ଯ୍ୟ ପୂର୍ବପରି ଚାଲିବ ବୋଲି ବ୍ୟାଙ୍କ ପ୍ରବନ୍ଧକ ସ୍ମୃତିରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି। ବ୍ୟାଙ୍କରେ ସିସିଟିଭି ସହ ଲୁଟେରାମାନେ କାଟିଦେଇଥିବା କମ୍ପ୍ୟୁଟର ତାର ଓ ଅନ୍ୟାନ୍ୟ ସାମଗ୍ରୀର ମରାମତି କରାଯାଉଥିବା ସେ କହିଛନ୍ତି।
All Right Reserved By

ଅପରାଧ | ଅନଗୁଳ-ଢେଙ୍କାନାଳ

ଭିଜିଲାନ୍ସ ଜାଲରେ ଭଞ୍ଜନଗର ବିଇଓ ଅଫିସ ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ଭଞ୍ଜନଗର ବିଇଓ ଅଫିସ ମୁଖ୍ୟ କିରାଣୀ

ଭଞ୍ଜନଗର,୧୪।୧୧(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ଭଞ୍ଜନଗର ବିଇଓ ଅଫିସ ମୁଖ୍ୟ କିରାଣୀ ପ୍ରିୟଦର୍ଶୀ ଦାଶ। ଶିକ୍ଷକମାନଙ୍କ ଏରିୟର ଟଙ୍କା ପାସ୍‌ କରିବା ପାଇଁ ୨ ଜଣ ଶିକ୍ଷକଙ୍କଠାରୁ ବୁଧବାର ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତିି।

ନଗଡ଼ିଆ ପଲି ଛକ  ନିକଟରୁ ଲୁଟ୍‌ ଘଟଣା: ୩ ଅଟକ, ଟଙ୍କା ଭର୍ତ୍ତି ବସ୍ତା ଜବତ

ନଗଡ଼ିଆ ପଲି ଛକ ନିକଟରୁ ଲୁଟ୍‌ ଘଟଣା: ୩ ଅଟକ, ଟଙ୍କା ଭର୍ତ୍ତି ବସ୍ତା ଜବତ

ବେଗୁନିଆ,୧୪।୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଧୀନ ନଗଡ଼ିଆ ପଲି ଛକ  ନିକଟରେ ଗତ ୮ ତାରିଖରେ ଏଲ୍‌ ଆଣ୍ଡ୍‌ ଟି ଏଜେଣ୍ଟଙ୍କଠାରୁ ୬୧ ଲକ୍ଷ ୭୨ ହଜାର  ୨୪୭ ଟଙ୍କା ଲୁଟ୍‌ ହୋଇଥିଲା।

ଭିଜିଲାନ୍ସ ଜାଲରେ ଜୁନିୟର ଏମ୍‌ଭିଆଇ

ଭିଜିଲାନ୍ସ ଜାଲରେ ଜୁନିୟର ଏମ୍‌ଭିଆଇ

ଭଦ୍ରକ ଅଫିସ,୧୪।୧୧: ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଜୁନିୟର ଏମ୍‌ଭିଆଇ ଶଙ୍କର ନାରାୟଣ ଚୌଧୁରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଚଢାଉ ବେଳେ ଗୁଳି ଫୁଟାଇ ଖସିଗଲେ ୨ ଡକାୟତ, ଜଣେ ଗିରଫ

ଚଢାଉ ବେଳେ ଗୁଳି ଫୁଟାଇ ଖସିଗଲେ ୨ ଡକାୟତ, ଜଣେ ଗିରଫ

ବାସୁଦେବପୁର,୧୪।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଆର୍ତ୍ତୁ ଗ୍ରାମରେ ଥିବା ଏକ ଭଡ଼ାଘରେ ୩ ଜଣ ଡକାୟତ ରହି ଲୁଟ ପାଇଁ ଯୋଜନା କରୁଥିବାବେଳେ ପୋଲିସ ସୂଚନା ପାଇ ମଙ୍ଗଳବାର ଚଢ଼ାଉ କରିଥିଲା। ଏହା ଜାଣିପାରି ଡକାୟତମାନେ ହଠାତ ଗୁଳି ଫୁଟାଇ ପୋଲିସକୁ ଭୟଭୀତ କରି ଫେରାର ହେବାକୁ ଚେଷ୍ଟା କରିଥିଲେ। 

ବାଇକ୍‌ ପାଇଁ ଯୁବକଙ୍କୁ ଅପହରଣ

ବାଇକ୍‌ ପାଇଁ ଯୁବକଙ୍କୁ ଅପହରଣ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ)- ବାଇକ ପାଇଁ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। ପରେ ତାଙ୍କୁ ଏକ ଘରେ ନଜରବନ୍ଦୀରେ ରଖି ଲୁହାରଡ୍‌ରେ ମାଡ଼ ମାରିବା ସହ ନିର୍ଯାତନା ଦିଆଯାଇଛି। ଯୁବକ ଜଣକ କୌଶଳକ୍ରମେ ଖସି ଆସିବା ପରେ ପ୍ରଥମେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। 

ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଆଳରେ ୪୦ ଲକ୍ଷ ଲୁଟ ଘଟଣା: ଟଙ୍କା ନେଉଥିବା ଗାଡି ଡ୍ରାଇଭର, ସହଯୋଗୀ ଗିରଫ

ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଆଳରେ ୪୦ ଲକ୍ଷ ଲୁଟ ଘଟଣା: ଟଙ୍କା ନେଉଥିବା ଗାଡି ଡ୍ରାଇଭର, ସହଯୋଗୀ ଗିରଫ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ)- ଏସ୍‌ବିଆଇ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ଆଳରେ ୪୦ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଟଙ୍କା ଭର୍ତ୍ତି କରିବା ଦାୟିତ୍ୱ ନେଇଥିବା ରାଡିଆଣ୍ଟ କ୍ୟାଶ୍‌ ମ୍ୟାନେଜମେଣ୍ଟ ସଂସ୍ଥାର ଗାଡ଼ି ଡ୍ରାଇଭର ଏବଂ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି।

୨୯ ଲକ୍ଷ ଠକେଇ: ଥାନା ଘେରାଉ କଲେ ମହିଳା

୨୯ ଲକ୍ଷ ଠକେଇ: ଥାନା ଘେରାଉ କଲେ ମହିଳା

ଭୁବନେଶ୍ୱର,୧୪।୧୧ (ବ୍ୟୁରୋ)- ନୟାପଲ୍ଲୀ ଥାନା ଜଳେଶ୍ୱର ବସ୍ତିରେ ଥିବା ଏକ ମହିଳା ଗେଷ୍ଠୀରୁ ୨୯ ଲକ୍ଷ ଟଙ୍କା ଠକେଇ ହୋଇଛି। ୬ ଜଣ ଗୋଷ୍ଠୀରୁ ଟଙ୍କା ନେଇ ଫେରସ୍ତ କରୁନାହାନ୍ତି। 

ବନ୍ଧୁପତ୍ନୀ ସହ ପରକୀୟା ପ୍ରୀତି ପାଇଁ ୪ ଅଙ୍ଗୁଳି ହରାଇଲେ, ସାଙ୍ଗକୁ ଗୋଡ଼ାଇ ଖଣ୍ଡାରେ ହାଣିଲା ସାଙ୍ଗ

ବନ୍ଧୁପତ୍ନୀ ସହ ପରକୀୟା ପ୍ରୀତି ପାଇଁ ୪ ଅଙ୍ଗୁଳି ହରାଇଲେ, ସାଙ୍ଗକୁ ଗୋଡ଼ାଇ ଖଣ୍ଡାରେ ହାଣିଲା ସାଙ୍ଗ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ)- ବନ୍ଧୁପତ୍ନୀ ସହ ପରକୀୟା ପ୍ରୀତି ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ନିଜ ସାଙ୍ଗ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି। ଫଳରେ ତାଙ୍କୁ ୪ଟି ଅଙ୍ଗୁଳି ହରାଇବାକୁ ପଡ଼ିଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ବସ୍ତିରେ ମଙ୍ଗଳବାର ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଆହତ ଯୁବକଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

ପରଜଙ୍ଗ, ୧୩।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାରେ ବଢୁଥିବା ଅବାଧ ମଦକାରବାର ରୋକିବାକୁ ଅବକାରୀ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଛି ସ୍ବତନ୍ତ୍ର ସ୍କ୍ବାଡ୍‌। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ସ୍କ୍ବାଡ୍‌ ପକ୍ଷରୁ ପରଜଙ୍ଗ ବ୍ଲକ ଆମ୍ବପଳାସ ଅଞ୍ଚଳରେ ଚଢ଼ାଉ କରାଯାଇ ୧୬୦ ଲିଟର ମହୁଲି ମଦ ସହ ଅଟୋରିକ୍ସା (ଓଆର୍‌ ୧୯ ଏମ୍‌ ୭୭୩୫) ଏବଂ ସାଇକେଲ ଜବତ କରାଯାଇଛି।

ଚଳନ୍ତା ବାଇକରୁ ଟଙ୍କା ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ଚଳନ୍ତା ବାଇକରୁ ଟଙ୍କା ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ବାସୁଦେବପୁର,୧୩।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ସହରର ପୁରୁଣା କୋର୍ଟ ରାସ୍ତାରେ ମଙ୍ଗଳବାର ଚଳନ୍ତା ବାଇକରୁ ୨ ଦୁର୍ବୃତ୍ତ ୧.୩ ଲକ୍ଷ ଥିବା ଏକ ଟଙ୍କା ବ୍ୟାଗ ଲୁଟି ନେଇଛନ୍ତି।

ଆଦିବାସୀ ନାବାଳକକୁ ମାଡ଼ ଘଟଣା: ପରିଚାଳକ ଗିରଫ

ଆଦିବାସୀ ନାବାଳକକୁ ମାଡ଼ ଘଟଣା: ପରିଚାଳକ ଗିରଫ

ବଡ଼ସାହି,୧୩।୧୧(ସ୍ବ.ପ୍ର.):  ବଡ଼ସାହି ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଆଦିବାସୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ମଙ୍ଗଳବାର ବଡ଼ସାହି ପୋଲିସ ମେସ୍‌ ପରିଚାଳକ ଦେବବ୍ରତ ଦ୍ୱିବେଦୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ଆହତ

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ଆହତ

ଭଞ୍ଜନଗର, ୧୩।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡା ଥାନା ଅନ୍ତର୍ଗତ ରାମପଡା ଜଙ୍ଗଲରେ ପୋଲିସ ଓ ପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁର୍ଦ୍ଧାନ୍ତ ଅପରାଧୀ ବେଣୁ ବାରିକ ଆହତ ହୋଇଛନ୍ତି।