ରାଜ୍ୟ |

୨୦୨୦ ନାଗାର୍ଜୁନ ବେଶ ପାଇଁ ତ୍ୱରିତ ଆରମ୍ଭ ହେଉ ପ୍ରସ୍ତୁତି, ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ନିଅନ୍ତୁ ସରକାର

୨୦୨୦ ନାଗାର୍ଜୁନ ବେଶ ପାଇଁ ତ୍ୱରିତ ଆରମ୍ଭ ହେଉ ପ୍ରସ୍ତୁତି, ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ନିଅନ୍ତୁ ସରକାର
ପୁରୀ ଅଫିସ, ୧୧ା୭: ୨୦୨୦ ମସିହା ନଭେମ୍ବର ୨୭ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ ବୋଲି ପାଞ୍ଜି ଗଣକମାନେ ମତଦେବା ପରେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ୧୯୯୩ ମସିହାରେ ନାଗାର୍ଜୁନ ବେଶ ବେଳେ ସାତପାହାଚ ଠାରେ ଘଟିଥିବା ଅଘଟଣକୁ ଏ ପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି ଭକ୍ତ ଓ ସେବାୟତ। ଆଗାମୀ ନାଗାର୍ଜୁନ ବେଶ ଲାଗି ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରନ୍ତୁ ବୋଲି କହିଛନ୍ତି ସେବାୟତ। କାର୍ତ୍ତିକ ମାସରେ ପଞ୍ଚୁକ ୬ଦିନ ପଡିଲେ ମଳତିଥିରେ ହୁଏ ନାଗାର୍ଜୁନ ବେଶ। ଦୀର୍ଘ ୨୫ବର୍ଷ ତଳେ ଅର୍ଥାତ୍‌ ୨୬ା୧୧ା୧୯୯୪ କାର୍ତ୍ତିକ ଶୁକ୍ଳପକ୍ଷ ତ୍ରୟୋଦଶୀରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ଏହାର ପୂର୍ବବର୍ଷ ମଧ୍ୟ ପଞ୍ଚୁକ ୬ଦିନ ପଡିଥିଲା। ୧୯୯୩ରେ ବି ନାଗାର୍ଜୁନ ବେଶ ହୋଇଥିଲା। କିନ୍ତୁ ଏହି ବେଶ ବେଳେ ଶ୍ରୀମନ୍ଦିର ପରିସରରେ ଘଟିଥିଲା ଅଘଟଣ। ସାତପାହାଚ ଦ୍ୱାରା ବନ୍ଦ ରହିଥିଲା। ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିଲେ। ହଠାତ୍‌ ଦ୍ୱାର ଖୋଲିବା କ୍ଷଣି ଦଳଚକଟା ହୋଇଥିଲା। ୬ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ ମହାପାତ୍ର କମିଶନ ବସାଇଥିଲେ। କିନ୍ତୁ ତଦନ୍ତ କମିଶନଙ୍କ ରିପୋର୍ଟ କୁଆଡେ ଗାଏବ ହୋଇଯାଇଛି। ଯାହାକି ଏ ପର୍ଯ୍ୟନ୍ତ ଉପଲବ୍ଧ ହେଉନାହିଁ। ଅତୀତର ଏହି ଘଟଣା ଭକ୍ତ ସେବାୟତ ଭୁଲି ପାରୁନାହାନ୍ତି। ନାଗାର୍ଜୁନ ବେଶ ସମ୍ପର୍କରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ସେ ବିଷୟରେ ବର୍ତ୍ତମାନ କୌଣସି ଆଲୋଚନା ହୋଇନାହିଁ। ଆଗକୁ ସମୟ ଅଛି। ଉପଯୁକ୍ତ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ମନ୍ଦିର ପ୍ରଶାସନ ଏହାର ସୁପରିଚାଳନା ଲାଗି ବ୍ୟବସ୍ଥା କରିବେ। ମୋର ବିଶ୍ୱାସ ମହାପ୍ରଭୁଙ୍କ କୃପାରୁ ନାଗାର୍ଜୁନ ବେଶ ଆନନ୍ଦ ଏବଂ ଶୃଙ୍ଖଳାର ସହ ସମ୍ପନ୍ନ ହେବ। ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁମହାପାତ୍ର କହିଛନ୍ତି ଯେ, ୧୯୯୩ ଓ ୧୯୯୪ ନାଗାର୍ଜୁନ ବେଶରେ ଅତ୍ୟଧିକ ଭକ୍ତଙ୍କ ସମାଗମ ହୋଇଥିଲା। ବର୍ତ୍ତମାନ ଯାହା ଆଶା କରାଯାଉଛି ଆହୁରି ଅଧିକ ଭକ୍ତଙ୍କ ସମାଗମ ହେବ। ମନ୍ଦିର ସ୍ଥିତି ଯାହା ଥିଲା ସେୟା ଅଛି କିନ୍ତୁ ଲୋକ ସଂଖ୍ୟା ବଢିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ହେଉଛି ସବୁଠୁ ବଡ଼ ପ୍ରସଙ୍ଗ। ଶ୍ରଦ୍ଧାଳୁ କିପରି ସୁବିଧାରେ ଦର୍ଶନ କରି ଫେରିବେ ତାହା ରାଜ୍ୟ ସରକାରଙ୍କ ଦାୟିତ୍ୱ। ତେଣୁ ରାଜ୍ୟ ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗର ସଭାପତି ରାମଚନ୍ଦ୍ର ସିଂହାରୀ କୁହନ୍ତି, ୧୯୯୩ ମସିହାରେ ଯେତିକି ଭକ୍ତଙ୍କ ସମାଗମ ହୋଇଥିଲା ତାହା ସମସ୍ତଙ୍କ କଳ୍ପନା ବାହାରେ ଥିଲା। ଦଳଚକଟା ଘଟଣା ବେଳେ ମୁଁ ସେଠାରେ ଉପସ୍ଥିତ ଥିଲି। ପରିଚାଳନାଗତ କିଛି ତ୍ରୁଟି ରହିଥିଲା। ସେଥିପାଇଁ ଏଭଳି ଘଟଣା ଘଟିଲା। ପରବର୍ତ୍ତୀ ସମୟରେ ସୁଧାର ଅଣାଯାଇଥିଲା। ୧୯୯୪ ନାଗାର୍ଜୁନ ବେଶ ଶୃଙ୍ଖଳିତ ହୋଇଥିଲା। ବର୍ତ୍ତମାନ ବେଶକୁ ଆହୁରି ୨ ବର୍ଷ ସମୟ ଅଛି। ସରକାରଙ୍କ ହାତରେ ଯଥେଷ୍ଟ ସମୟ ଅଛି। ତେଣୁ କିଛି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ୧୯୯୩ରେ ପ୍ରଥମ ଥର ପାଇଁ ମୁଁ ନାଗାର୍ଜୁନ ବେଶ ଦେଖିଥିଲି। କିନ୍ତୁ ପ୍ରଶାସନର ଦୂରଦୃଷ୍ଟି ଅଭାବ ଯୋଗୁ ୧୯୯୩ରେ ଅଘଟଣ ଘଟିଲା। ମୁଁ ତାହାକୁ ଭୁଲି ପାରୁନାହିଁ। ପୁଣି ୨୫ବର୍ଷ ପରେ ପଡୁଛି ନାଗାର୍ଜୁନ ବେଶ। ଧାଡି ଦର୍ଶନ ବ୍ୟବସ୍ଥା ହେଲେ ସବୁ ଭକ୍ତ ଦର୍ଶନ କରିପାରିବେ ନାହିଁ। ଧାଡି ବହୁତ ଦୂର ଲମ୍ବିବ। ସରକାର ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ସୁଚିନ୍ତିତ ବ୍ୟବସ୍ଥା ପ୍ରସ୍ତୁତ କରିବା ଆବଶ୍ୟକ। ପୂର୍ବ ନାଗାର୍ଜୁନ ବେଶରେ ପ୍ରମୁଖ ଭୂମିକା ନେଇଥିବା ସେବକ, କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିବା ଦରକାର।
All Right Reserved By

ରାଜ୍ୟ |

ବସ୍‌କୁ ପଛରୁ ଧକ୍କା ଦେଲା ଟ୍ରକ: ୯ ଗୁରୁତର

ବସ୍‌କୁ ପଛରୁ ଧକ୍କା ଦେଲା ଟ୍ରକ: ୯ ଗୁରୁତର

ଭୁବନେଶ୍ୱର,୨୨।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣି ଛକରେ ଶନିବାର ଅପରାହ୍ନରେ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣ ଗୁରୁତର ହୋଇଛନ୍ତି। 

ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି

ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି

ବ୍ରହ୍ମପୁର ଅଫିସ,୨୨।୯: ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରୁ ଶନିବାର ନବଜାତ ଶିଶୁ କନ୍ୟା ଚୋରି ହୋଇଥିବା ବିଏନ୍‌ପୁର ଥାନାରେ ଅଭିଯୋଗ ହୋଇଛି।

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣା: ଆଇନଜୀବୀଙ୍କ ଶୋଭାଯାତ୍ରା

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣା: ଆଇନଜୀବୀଙ୍କ ଶୋଭାଯାତ୍ରା

କଟକ ଅଫିସ, ୨୨।୯: ଆଇନଜୀବୀଙ୍କ ଉପରେ ପୋଲିସର ଆକ୍ରମଣ ଘଟଣା ପ୍ରତିବାଦରେ ଶନିବାର ଆଇନଜୀବୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ଶତାଧିକ ଆଇନଜୀବୀ ହାଇକୋର୍ଟ ପରିସରରେ ଥିବା ବାରିଷ୍ଟର ରଣଜୀତ ମହାନ୍ତି ପ୍ରତିମୂର୍ତ୍ତିଠାରୁ ବାହାରି ଚାନ୍ଦିନୀଚୌକ ଛକ ପର୍ଯ୍ୟନ୍ତ ଯାଇଥିଲେ। 

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର,  ସମ୍ପର୍କୀୟ ଗିରଫ

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର, ସମ୍ପର୍କୀୟ ଗିରଫ

ବୀରମହାରାଜପୁର, ୨୨।୯(ଡି.ଏନ.ଏ.):
ବୀରମହାରାଜପୁର ବସ୍ତି ଚମ୍ପାପୁର ଅଞ୍ଚଳର ଜନୈକା ୧୪ ବର୍ଷିୟା ସ୍କୁଲ ଛାତ୍ରୀ ଅପହୃତା ହେବାର ଦିନକ ପରେ ଏହି ଥାନା ଅଞ୍ଚଳରେ ଘଟିଛି ପୁଣି ସେଭଳି ଏକ ଘଟଣା। ଉଭୟ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। ପ୍ରଥମ ଘଟଣାଟି ୧୮ତାରିଖରେ ପୋଲିସ ଦ୍ୱାରା ପଞ୍ଜିକୃତ ହୋଇଥିବା ବେଳେ ୧୯ରେ ୨ୟ ଘଟଣାର ଏତଲା ଦାଏର ହୋଇଛି। ଉଲୁଣ୍ଡା ବ୍ଲକ ଭଜବଳପୁର ଗାଁର ଜନୈକା ନାବାଳିକା(୧୪) ଗତ ୧୫ତାରିଖ ଅପହୃତା ହୋଇଥିଲେ। ବୌଦ୍ଧ ଜିଲା ମନମୁଣ୍ଡା ଥାନା 

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପିତ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପିତ

ଝାରସୁଗୁଡ଼ା ଅଫିସ, ୨୨।୯-ବହୁ ପ୍ରତୀକ୍ଷାର ଅନ୍ତଘଟିଛି। ଶନିବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଝାରସୁଗୁଡା ବିମାନବନ୍ଦର ଲୋକାର୍ପିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଗୁଜୁରାଟର କଛ ଜିଲାରେ ୫ଟି ବିମାନବନ୍ଦର ଥିବାବେଳେ ଓଡ଼ିଶାରେ ଗୋଟିଏ ମାତ୍ର ଥିଲା। ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶାରେ ଦ୍ୱିତୀୟ ବିମାନବନ୍ଦର ହୋଇପାରିଛି। ଏହା ଦ୍ୱାରା ଓଡ଼ିଶା ସମେତ ଛତିଶଗଡ଼ର କେତେକ ଅଞ୍ଚଳର ଲୋକ ଉପକୃତ ହୋଇପାରିବେ। ପୂର୍ବାଞ୍ଚଳର ଆର୍ଥିକ,

ନୂଆ ଓଡ଼ିଶାର ବିକାଶ ଗାଥା ଲେଖିବ ତାଳଚେର ସାର କାରଖାନା: ପ୍ରଧାନମନ୍ତ୍ରୀ

ନୂଆ ଓଡ଼ିଶାର ବିକାଶ ଗାଥା ଲେଖିବ ତାଳଚେର ସାର କାରଖାନା: ପ୍ରଧାନମନ୍ତ୍ରୀ

ତାଳଚେର,୨୨ା୯(ନି.ପ୍ର.)- ରୁଗ୍‌ଣ ହୋଇପଡ଼ିଥିବା ତାଳଚେର ସାର କାରଖାନାକୁ ନବଜୀବନ ମିଳିବ। ଏହା ନୂଆ ଓଡ଼ିଶାର ବିକାଶ ଗାଥା ଲେଖିବ। ବାର୍ଷିକ ୧.୨୭ ନିୟୁତ ମେଟ୍ରିକ୍‌ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି କାରଖାନାର ଶିଳାନ୍ୟାସ କରି  ଏପରି ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ଜିଲା ପ୍ଲାନିଂ କମିଟି ବୈଠକ: ଜିଜିଓ୍ବାଇରେ ୧୫ କୋଟିର ପ୍ରକଳ୍ପକୁ ଅନୁମୋଦନ

ଜିଲା ପ୍ଲାନିଂ କମିଟି ବୈଠକ: ଜିଜିଓ୍ବାଇରେ ୧୫ କୋଟିର ପ୍ରକଳ୍ପକୁ ଅନୁମୋଦନ

ପୁରୀ ଅଫିସ,୨୨।୯: ଜିଲା ଯୋଜନା କମିଟିର ବୈଠକ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। 

ସେମିଷ୍ଟର ପରୀକ୍ଷା ଫଳରେ ତୃଟି ଅଭିଯୋଗ: ୯୦ ପ୍ରତିଶତ ଛାତ୍ରୀଛାତ୍ର ଫେଲ

ସେମିଷ୍ଟର ପରୀକ୍ଷା ଫଳରେ ତୃଟି ଅଭିଯୋଗ: ୯୦ ପ୍ରତିଶତ ଛାତ୍ରୀଛାତ୍ର ଫେଲ

ବ୍ରହ୍ମପୁର ଅଫିସ,୨୨।୯: ଯୁକ୍ତ ତିନି ତୃତୀୟ ସେମିଷ୍ଟର ପରୀକ୍ଷା ଫଳରେ ବ୍ୟାପକ ତ୍ରୁଟି ଥିବା ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଶନିବାର ଏ ନେଇ ସେମାନେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। 

ଜେଏମ୍‌ଏମ୍‌ ପକ୍ଷରୁ ୧୨ଘଣ୍ଟିଆ ମୋରଡ଼ା ବନ୍ଦ

ଜେଏମ୍‌ଏମ୍‌ ପକ୍ଷରୁ ୧୨ଘଣ୍ଟିଆ ମୋରଡ଼ା ବନ୍ଦ

ମୋରଡ଼ା, ୨୨।୯(ଡି.ଏନ୍‌.ଏ.):  ୭ ଦଫା ଦାବିନେଇ ଜେଏମ୍‌ଏମ୍‌ ପକ୍ଷରୁ ଶନିବାର ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲା ମୋରଡ଼ା ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ  ବନ୍ଦ ପାଳନ ହୋଇଛି। ମୋରଡା ବ୍ଲକ ଅଞ୍ଚଳରେ ଦୋକାନବଜାର ସହିତ ସରକାରୀ, ବେସରକାରୀ କାର୍ଯ୍ୟାଳୟଗୁଡିକ ବନ୍ଦ ରହିଛି। 

ଗାଧୋଇବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଗଲେ ଯୁବକ

ଗାଧୋଇବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଗଲେ ଯୁବକ

ହିଞ୍ଜିଳିକାଟୁ, ୨୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତରୀଗାଁ ଋଷିକୂଲ୍ୟା ନଦୀରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଅନ୍ତରୀଗାଁର ବାବୁଲା ବେହେରା(୨୬)। 

ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

କଟକ ଅଫିସ, ୨୨।୯: ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଯୋଜକ ସୁବାସ ରାଉତଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ଘଟିଛି। କଟକ ଛତ୍ରବଜାରସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଗଜପତିଙ୍କ ସହ ଆଲୋଚନା କଲେ ଆମିକସ୍‌ କ୍ୟୁରି

ଗଜପତିଙ୍କ ସହ ଆଲୋଚନା କଲେ ଆମିକସ୍‌ କ୍ୟୁରି

ପୁରୀ ଅଫିସ,୨୨।୯: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଆଲୋଚନା କରିଛନ୍ତି। ସକାଳ ୯.୪୦ରେ ଆମିକସ୍‌ କ୍ୟୁରି ରାଜନଗରରେ ପହଞ୍ଚିଥିଲେ। ଗଜପତି ମହାରାଜା ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ତାଙ୍କୁ ସ୍ବାଗତ କରିଥିଲେ।